ରାଜ୍ୟ | ସମ୍ବଲପୁର

ଗନ୍ଧମାର୍ଦ୍ଦନର ଜୈବ ବିବିଧତା ସୁରକ୍ଷା ଉପରେ ଗୁରୁତ୍ୱ

ଗନ୍ଧମାର୍ଦ୍ଦନର ଜୈବ ବିବିଧତା ସୁରକ୍ଷା ଉପରେ ଗୁରୁତ୍ୱ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହରଲାଲ ହାଇସ୍କୁଲ ପରିସରରେ ଓଡିଶା ବାୟୋ ଡାଇଭରସିଟି ବୋର୍ଡ ଭୁବନେଶ୍ୱର ଓ ବଲାଙ୍ଗୀର ଜିଲା ଜଙ୍ଗଲ ସୁରକ୍ଷା ଫୋରମ୍‌ର ମିଳିତ ଆନୁକୂଲ୍ୟରେ ଜୈବ ବିବିଧତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲା ଜଙ୍ଗଲ ସୁରକ୍ଷା ଫୋରମ୍‌ ଆବାହକ କୁଳମଣି ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରା, ସମ୍ମାନିତ ଅତିଥି ଧଣ୍ଡାମୁଣ୍ଡା ବନପାଳ ପିଙ୍କୁ ଭୋଇ, ବିଦ୍ୟାଳୟ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ, ପରିବେଶ କର୍ମୀ ଅଭୟ ତ୍ରିପାଠୀ, କ୍ଷମାନିଧି ଭୋଇ ପ୍ରମୁଖ ଯୋଗଦେଇ ଜୈବ ବିବିଧତା, ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।  ସେହିପରି ଗନ୍ଧମାର୍ଦ୍ଦନ ପାହାଡରେ ଜୈବ ବିବିଧତା ତଥା ଦୁର୍ଲଭ ବନୌଷଧି ରହିଛି ।  ଏହାର ସୁରକ୍ଷା ପାଇଁ ରାଜ୍ୟ ଜୈବ ବିବିଧତା ବୋର୍ଡ  ପଦକ୍ଷେପ ନେବାକୁ ଆବାହକ ସାହୁ ମତପୋଷଣ କରିଥିଲେ ା ଏହି ଅବସରରେ ଧଣ୍ଡାମୁଣ୍ଡା ଏବଂ ମହରାପଦର ହାଇସ୍କୁଲର  ଛାତ୍ରୀଛାତ୍ରଙ୍କ ମଧ୍ୟରେ ଜଙ୍ଗଲି ଖାଦ୍ୟ, ସ୍ବାସ୍ଥ୍ୟ ଏବଂ ଜୀବନ ଜୀବିକା ଓ ଜନସାଧାରଣଙ୍କ ଅର୍ଥନୀତି ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ରୀଛାତ୍ର ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ଭୁବନେଶ୍ୱରଠାରେ ବୋର୍ଡ ତରଫରୁ ସମ୍ମାନିତ କରାଯିବା ନେଇ ଜଣାଯାଇଛି। 

All Right Reserved By

ରାଜ୍ୟ | ସମ୍ବଲପୁର

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମରେ  ବୁଧବାର ଅପରାହ୍ନ୪ାରେ ଏକ ବାଇକ ଗଛରେ ଧକ୍କା ଦେବାରୁ ୨ ବାଇକ ଆରୋହୀଙ୍କ  ମୃତ୍ୟୁ ଘଟିଛି। 

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri