ଖେଳ |

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ସ୍ମିଥ୍‌, ଓ୍ବାର୍ନର

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରେ ସ୍ମିଥ୍‌, ଓ୍ବାର୍ନର

ସିଡ୍‌ନୀ, ୧୫।୪(ଏଏଫ୍‌ପି)- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ସୋମବାର ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ ୧୫ ଜଣିଆ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଘୋଷଣା କରାଯାଇଛି। ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ଛନ୍ଦି ହୋଇପଡ଼ିଥିବା ଷ୍ଟିଭେନ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କୁ ଏହି ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଛି। ତେବେ ଜୋଶ୍‌ ହାଜେଲଉଡ୍‌ ଓ ପିଟର୍‌ ହ୍ୟାଣ୍ଡ୍ସକମ୍ବଙ୍କୁ ନିରାଶ ହେବାକୁ ପଡ଼ିଛି।

  ଟାଉନ୍‌ ବଲ୍‌ ଟ୍ୟାମ୍ପରିଂ ମାମଲାରେ ସ୍ମିଥ୍‌ ଓ ଓ୍ବାର୍ନରଙ୍କୁ ଏକ ବର୍ଷ ଲେଖାଏ ବାସନ୍ଦ କରାଯାଇଥିଲା। ଯାହାର ଅବଧି  ଗତ ମାସ ଶେଷ ଭାଗରେ ସମାପ୍ତ ହୋଇଥିଲା। ଏହାପରେ ଦୁହେଁ ସେତେବେଳେ ୟୁଏଇରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ସିରିଜ ଖେଳିବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସେମାନେ ଆଇପିଏଲ୍‌କୁ ବାଛିଥିଲେ। ଏଥିରେ ଓ୍ବାର୍ନର ଶତପ୍ରତିଶତ ସଫଳ ହୋଇ ବେଶ୍‌ ପ୍ରଭାବୀ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ଏହାର ଶେଷ ୮ଟି ଦିନିକିଆରେ ଯଥାକ୍ରମେ ଭାରତ ଓ ପାକିସ୍ତାନକୁ ପରାସ୍ତ କରିଥିବାରୁ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କ ମନୋବଳ ମଧ୍ୟ ବିଶ୍ୱକପ୍‌ ପୂର୍ବରୁ ଦୃଢ଼ ରହିଛି। 

  ଦଳରେ ଏକମାତ୍ର ଉଇକେଟ୍‌କିପର ଭାବେ ଆଲେକ୍ସ କେରୀ ରହିଥିବାବେଳେ ଓ୍ବାର୍ନର, ଫିଞ୍ଚ୍‌ ଓ ଉସମାନ ଖ୍ବାଜାଙ୍କ ଭାବେ ୩ ଜଣ ଓପନର୍‌ ରହିଛନ୍ତି। ସେହିଭଳି ସ୍ମିଥ୍‌ଙ୍କ ସମେତ ଶନ୍‌ ମାର୍ଶ, ଗ୍ନେନ ମ୍ୟାକ୍ସଓ୍ବେଲ୍‌ ଓ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ ମିଡ୍‌ଲ ଅର୍ଡର ଦାୟିତ୍ୱ ସମ୍ଭାଳିବେ। ଚୟନକର୍ତ୍ତାମାନେ ଆଡାମ ଜାମ୍ପା ଓ ନାଥନ ଲିୟନଙ୍କ ରୂପରେ ୨ଜଣ ସ୍ପିନରଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ସେହିଭଳି ଦଳରେ ୫ଜଣ ସ୍ପେଶାଲିଷ୍ଟ ଦ୍ରୁତ ବୋଲରଙ୍କୁ ନିଆଯାଇଛି। ସେମାନେ ହେଲେ ମିଚେଲ ଷ୍ଟାର୍କ, ପ୍ୟାଟ୍‌ କୁମିନ୍ସ, ଝେ ରିଚାର୍ଡଶନ, ଜାସନ ବେହରେନଡ୍ରଫ୍‌ ଓ ନାଥନ କଲ୍ଟର-ନିଲ।   ପିଠି ଯନ୍ତ୍ରଣା ଲାଗି ଗତ ଜାନୁୟାରୀରୁ କ୍ରିକେଟରୁ ଦୂରେଇ ରହିଥିବା ହାଜେଲଉଡ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଉସମାନ ଖ୍ବାଜା, ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ ସ୍ମିଥ୍‌, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ଝେ ରିଚାର୍ଡଶନ, ନାଥନ କଲ୍ଟର-ନିଲ, ଜାସନ ବେହରେନଡ୍ରଫ୍‌, ନାଥନ ଲିୟନ ଓ ଆଡାମ ଜାମ୍ପା।

All Right Reserved By

ଖେଳ |

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

ଚେନ୍ନାଇ,୨୪ା୪(ପି.ଟି.)- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲ୍‌ରେ ଅଣ୍ଟା ସମସ୍ୟା ଦେଇ ଗତି କରୁଛନ୍ତି। 

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ନୂଆଦିଲ୍ଲୀ,୨୪ା୪- ଦର୍ଜି ଘରକୁ ଆସି ସୁଟ୍‌ ପାଇଁ ମାପ ନେବା କଥା ପ୍ରାୟ ଶୁଣି ନ ଥିବେ। କିନ୍ତୁ ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। 

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଉହାନ(ଚାଇନା),୨୪ା୪(ପିଟି)- ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ଏସିଆନ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ନୂଆଦିଲ୍ଲୀ,୨୪ା୪(ପିଟି)- ଜି. ସାଥିୟାନ ଏକମାତ୍ର ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ବୁଦାପେଷ୍ଟଠାରେ ଚାଲିଥିବା ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ତିଷ୍ଠି ରହିଛନ୍ତି।

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଚେନ୍ନାଇ,୨୪ା୪(ପିଟି)- ଏଠାରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୬ ଉଇକେଟରେ ଜିତି ନେଇଛି।

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଓ୍ବାଟ୍‌ଫର୍ଡ,୨୪ା୪- ସାଉଥମ୍ପଟନ ଷ୍ଟ୍ରାଇକର ଶାନେ ଲଙ୍ଗ୍‌ ଇଂଲିଶ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଇତିହାସର ଦ୍ରୁତତମ ଗୋଲ ସ୍କୋର କରିଛନ୍ତି। 

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଚେନ୍ନାଇ, ୨୪।୪: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ସେନ୍‌ ଓ୍ବାଟସନ୍‌ ଫର୍ମକୁ ଫେରିଛନ୍ତି।

 ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଚେନ୍ନାଇ,୨୪ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏକମାତ୍ର ଦଳ ଭାବେ ଆଇପିଏଲ ପ୍ରଥମ ସଂସ୍କରଣରୁ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରୁଛି। 

ନର୍ଭସ ନାଇନ୍‌ଟିଜ ରେକର୍ଡ

ନର୍ଭସ ନାଇନ୍‌ଟିଜ ରେକର୍ଡ

ମୁମ୍ବାଇ,୨୪ା୪-ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏକ ଦୁଃଖଦ ଓ ଅଜଣା ରେକର୍ଡ। 

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା।

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ନୂଆଦିଲ୍ଲୀ, ୨୪।୪: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ବୁଧବାର ୪୬ବର୍ଷରେ ପାଦ ଥାପିଛନ୍ତି।

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri