ଖେଳ |

ଆଇସିସି ବିଶ୍ୱକପ୍‌: କୋହଲିଙ୍କୁ ନେତୃତ୍ୱ, କାର୍ତ୍ତିକଙ୍କୁ ମିଳିଲା ଟିକେଟ୍‌

ଆଇସିସି ବିଶ୍ୱକପ୍‌: କୋହଲିଙ୍କୁ ନେତୃତ୍ୱ, କାର୍ତ୍ତିକଙ୍କୁ ମିଳିଲା ଟିକେଟ୍‌

ମୁମ୍ବାଇ, ୧୫।୪(ପି.ଟି.)- ଆଇସିସି କ୍ରିକେଟ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ସୋମବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବିରାଟ କୋହଲିଙ୍କ ନେତୃତ୍ୱ ଘୋଷିତ ଦଳରେ ଭେଟେରାନ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ୨ୟ ଉଇକେଟ୍‌ କିପର ଭାବେ ବିଶ୍ୱକପ୍‌ ଟିକେଟ୍‌ ମିଳିଛି। ଦିଲ୍ଲୀର ଯୁବ ଉଇକେଟ୍‌କିପର ରିଷଭ ପନ୍ତଙ୍କୁ ପଛରେ ପକାଇ କାର୍ତ୍ତିକ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। 

  ଅପରାହ୍ନ ୩ଟାରେ ଚୟନ କମିଟିର ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ଟିମ୍‌ ମନୋନୟନରେ କୌଣସି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିଆଯାଇଥିବାର ଦେଖିବାକୁ ମିଳି ନ ଥିଲା। ବିଶେଷକରି ପ୍ରଥମ ପସନ୍ଦର ଉଇକେଟ୍‌କିପର ମହେନ୍ଦ୍ର ସିଂ ଧୋନୀଙ୍କ ପରେ ୨ୟ ଉଇକେଟ୍‌କିପରକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଏହି ସ୍ଥାନ ପାଇଁ ୩୩ ବର୍ଷୀୟ କାର୍ତ୍ତିକ ଓ ୨୧ ବର୍ଷୀୟ ପନ୍ତଙ୍କ ମଧ୍ୟରେ ଜଣଙ୍କୁ ନେବାପାଇଁ ଆଲୋଚନା ହୋଇଥିଲା। ତେବେ ବିଶ୍ୱକପ୍‌ ପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାକୁ ନଜରରେ ରଖି ଶେଷରେ ଅଭିଜ୍ଞତା ଆଧାରରେ କାର୍ତ୍ତିକଙ୍କ ନାମରେ ଚୟନକର୍ତ୍ତମାନେ ମୋହର ମାରିଥିଲେ। ‘ଯଦି ମାହି (ମହେନ୍ଦ୍ର ସିଂ ଧୋନୀ) ଆଘାତପ୍ରାପ୍ତ ହୁଅନ୍ତି ତେବେ ୨ୟ ଉଇକେଟ୍‌କିପରଙ୍କୁ ଖେଳିବାର ସୁଯୋଗ ମିଳିବ। ବଡ଼ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ଥିବା ଦୃଷ୍ଟିରୁ ଆମେ ଏଥିଲାଗି କାର୍ତ୍ତିକଙ୍କୁ ଚୂଡ଼ାନ୍ତ ୧୫ଜଣିଆ ଦଳରେ ସ୍ଥାନ ଦେଇଛୁ’ ବୋଲି ପ୍ରସାଦ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାମିଲନାଡ଼ୁ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ମଧ୍ୟ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱକପ୍‌ ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୨ୟ ମ୍ୟାଚ୍‌ରେ ଭାରତ ଜୁନ ୯ରେ ଅଷ୍ଟ୍ରେଲିଆକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ଲିଗ୍‌ ପର୍ଯ୍ୟାୟରେ ଜୁନ ୧୬ରେ ମାଞ୍ଚେଷ୍ଟରଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଭାରତୀୟ ବିଶ୍ୱକପ୍‌ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ୍‌ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ମହେନ୍ଦ୍ର ସିଂ ଧୋନୀ (ଉଇକେଟ୍‌କିପର), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲଦୀପ ଯାଦବ, ୟେଜୁବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା।

All Right Reserved By

ଖେଳ |

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

ଚେନ୍ନାଇ,୨୪ା୪(ପି.ଟି.)- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲ୍‌ରେ ଅଣ୍ଟା ସମସ୍ୟା ଦେଇ ଗତି କରୁଛନ୍ତି। 

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ନୂଆଦିଲ୍ଲୀ,୨୪ା୪- ଦର୍ଜି ଘରକୁ ଆସି ସୁଟ୍‌ ପାଇଁ ମାପ ନେବା କଥା ପ୍ରାୟ ଶୁଣି ନ ଥିବେ। କିନ୍ତୁ ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। 

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଉହାନ(ଚାଇନା),୨୪ା୪(ପିଟି)- ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ଏସିଆନ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ନୂଆଦିଲ୍ଲୀ,୨୪ା୪(ପିଟି)- ଜି. ସାଥିୟାନ ଏକମାତ୍ର ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ବୁଦାପେଷ୍ଟଠାରେ ଚାଲିଥିବା ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ତିଷ୍ଠି ରହିଛନ୍ତି।

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଚେନ୍ନାଇ,୨୪ା୪(ପିଟି)- ଏଠାରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୬ ଉଇକେଟରେ ଜିତି ନେଇଛି।

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଓ୍ବାଟ୍‌ଫର୍ଡ,୨୪ା୪- ସାଉଥମ୍ପଟନ ଷ୍ଟ୍ରାଇକର ଶାନେ ଲଙ୍ଗ୍‌ ଇଂଲିଶ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଇତିହାସର ଦ୍ରୁତତମ ଗୋଲ ସ୍କୋର କରିଛନ୍ତି। 

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଚେନ୍ନାଇ, ୨୪।୪: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ସେନ୍‌ ଓ୍ବାଟସନ୍‌ ଫର୍ମକୁ ଫେରିଛନ୍ତି।

 ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଚେନ୍ନାଇ,୨୪ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏକମାତ୍ର ଦଳ ଭାବେ ଆଇପିଏଲ ପ୍ରଥମ ସଂସ୍କରଣରୁ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରୁଛି। 

ନର୍ଭସ ନାଇନ୍‌ଟିଜ ରେକର୍ଡ

ନର୍ଭସ ନାଇନ୍‌ଟିଜ ରେକର୍ଡ

ମୁମ୍ବାଇ,୨୪ା୪-ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏକ ଦୁଃଖଦ ଓ ଅଜଣା ରେକର୍ଡ। 

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା।

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ନୂଆଦିଲ୍ଲୀ, ୨୪।୪: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ବୁଧବାର ୪୬ବର୍ଷରେ ପାଦ ଥାପିଛନ୍ତି।

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri