ଜାତୀୟ | ସମ୍ବଲପୁର

ଚାଷୀ, କୋଶଲି ଭାଷା ପ୍ରତି କେନ୍ଦ୍ର ଅଣଦେଖା କରିଛି: ମୁଖ୍ୟମନ୍ତ୍ରୀ

ଚାଷୀ, କୋଶଲି ଭାଷା ପ୍ରତି କେନ୍ଦ୍ର ଅଣଦେଖା କରିଛି: ମୁଖ୍ୟମନ୍ତ୍ରୀ

ଅତାବିରା/ଭେଡ଼େନ,୧୫।୪(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବରଗଡ଼ ଜିଲା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଜିଲାର ଅତାବିରା ନିର୍ବାଚନମଣ୍ଡଳୀରୁ  ପ୍ରଚାର ଆରମ୍ଭକରି ଭେଡ଼େନ ବ୍ଲକ ଅନ୍ତର୍ଗତ ବାନିପାଲି ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚାଷୀ ଓ କୋଶଲି ଭାଷା ପ୍ରସଙ୍ଗ ଉଠାଇବା ସହ ସେଥିପ୍ରତି କେନ୍ଦ୍ର ଅଣଦେଖା କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି। ସେ କହିଛନ୍ତି, କାଳିଆ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୦ଲକ୍ଷ ଚାଷୀ ଉପକୃତ ହୋଇ ସାରିଲେଣି। ମାତ୍ର କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚଳାଇଛି । ତେବେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିଁ ୨ଟି କିସ୍ତିରେ ୧୦ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ ଉଠାଇ ସେ କହିଥିଲେ, ଗତ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ । ଏପରିକି ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସେ ଦାବି କରିଥିବା ବେଳେ ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ରକୁ ଫେରାଦ ହୋଇଥିଲା। ୨ବର୍ଷ ବିତିଯାଇଥିଲେ ହେଁ ଧାନର ସହାୟକ ମୂଲ୍ୟ ଦୁଇଗୁଣା ହେଲା ନାହିଁ । ଓଡ଼ିଶାର  ୨ କେନ୍ଦ୍ରମନ୍ତ୍ରୀ ରହିଥିଲେ ମଧ୍ୟ ସେଥିପାଇଁ ମୁହଁ ଖୋଲି ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ତାଙ୍କ ଦାବିପରେ ବୁଣାକାରଙ୍କ ଉପରୁ ଜିଏସ୍‌ଟି ହ୍ରାସ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନୀତ କରିବା ପାଇଁ ସେ କେନ୍ଦ୍ରଠାରେ ଦାବି କରିଥିଲେ। ମାତ୍ର ତାହା ମଧ୍ୟ କେନ୍ଦ୍ର ସରକାର କଲା ନାହିଁ । କେବଳ ନିର୍ବାଚନ ସମୟରେ ଭାଜପା ନେତା, ମନ୍ତ୍ରୀମାନେ ଏଠାକୁ ଆସି ବଡ଼ ବଡ଼ କଥା କହୁଛନ୍ତି। ଅନ୍ୟପଟେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସାଢ଼େ ୪କୋଟି ଓଡ଼ିଆଙ୍କ ସେବା କରି ଚାଲିଥିବେ ବୋଲି ପ୍ରକାଶ କରି ଦଳୀୟ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅତାବିରା ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଥିଲେ । ସଭାରେ ଦଳୀୟ ଲୋକ ସଭା ପ୍ରାର୍ଥୀ ଆଚାର୍ଯ୍ୟ ଦଳର ମହାନଦୀ ଲଢ଼େଇ ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ଦେଶ ସ୍ବାଧୀନତା ପରେ  କାଳିଆ ଯୋଜନା ଚାଷୀଙ୍କ ପାଇଁ ଏକ ବଡ଼ ଯୋଜନା ଏବଂ ଯେତେ ଚକ୍ରାନ୍ତ କଲେ ମଧ୍ୟ କେହି ଏହାକୁ ରୋକି ପାରିବେ ନାହିଁ। ଅତାବିରା ଓ  ଭେଡ଼େନ ବ୍ଲକ ସମେତ ସାରା ଜିଲା, ରାଜ୍ୟର ବିକାଶଧାରାକୁ ବନ୍ଦକରି ଦେଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ଦଳର ବିଧାନସଭା ପ୍ରାର୍ଥିନୀ ଛୁରିଆ  ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିବା ସହିତ ନବୀନଙ୍କ ଯୋଜନା ରାଜ୍ୟକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତକରି ପାରିଛି ବୋଲି କହିଥିଲେ । ନିର୍ବାଚନୀ ସଭାରେ ଅତାବିରା ନିର୍ବାଚନମଣ୍ଡଳୀର ହଜାର ହଜାର ମହିଳା, ପୁରୁଷ ଯୋଗଦାନ କରିଥିଲେ। ଏଠାରେ ନିର୍ବାଚନୀ ସଭା ସରିବା ପରେ ମୁଖ୍ୟମନ୍ତ୍ରୀ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀର ନିର୍ବାଚନୀ ସଭା ଅଭିମୁଖେ ବାହାରିଛନ୍ତି। 

All Right Reserved By

ଜାତୀୟ | ସମ୍ବଲପୁର

ପ୍ରଧାନ ବିଚାରପତିଙ୍କ ନାଁରେ ଅସଦାଚରଣ ମାମଲା: ଯାଞ୍ଚ୍‌ ପାଇଁ ୩ ଜଣିଆ କମିଟି ଗଠିତ

ପ୍ରଧାନ ବିଚାରପତିଙ୍କ ନାଁରେ ଅସଦାଚରଣ ମାମଲା: ଯାଞ୍ଚ୍‌ ପାଇଁ ୩ ଜଣିଆ କମିଟି ଗଠିତ

ନୂଆଦିଲ୍ଲୀ, ୨୪।୪: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟର ୩ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଛି ଏକ କମିଟି।

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ମୁମ୍ବାଇ, ୨୪।୪: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କୁ ଆଶ୍ୱସ୍ତି।

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର। ଦୁଇଜଣଙ୍କ ପେଶା ଅଲଗା ହୋଇଥିଲେ ଉଭୟେ ମନ ଖୋଲି କଥା ହୋଇଛନ୍ତି।

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। 

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଆମେଠି, ୨୪।୪: ଉତ୍ତରପ୍ରଦେଶର ଆମେଠି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ନିଆରା ଅନ୍ଧାଜରେ ନଜର ଆସିଛନ୍ତି। 

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

ଗାନ୍ଧୀନଗର, ୨୪।୪:  ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। 

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। 

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଜୟପୁର, ୧୯। ଶୋଇଥିବା ବାଘକୁ ଢେଲା ଫୋପାଡି ହରଡହଣାରେ ପଡିଛନ୍ତି ଜଣେ ପର୍ଯ୍ୟଟକ। 

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। 

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ନୂଆଦିଲ୍ଲୀ, ୨୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ବୁଧବାର କ୍ରାଇମ୍‌ବ୍ରାଞ୍ଚ ତାଙ୍କ ସ୍ତ୍ରୀ ଅପୁର୍ବା ଶୁକ୍ଲାଙ୍କୁ ଗିରଫ କରିଛି। 

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri