ଫୁରସତ |

ଟାଇପ-୨ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢ଼ୁଛି

ଟାଇପ-୨ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢ଼ୁଛି

ବର୍ତ୍ତମାନ ଟାଇପ-୨ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଜଣାପଡ଼ିଛି ଯେ, ଏବେ ସମଗ୍ର ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୪୨୫ ମିଲିୟନ। ଏହି ରୋଗ ନିଜର କାୟା ଏପରି ବିସ୍ତାର କରିସାରିଲାଣି ଯେ ପ୍ରତି ଦୁଇଜଣରେ ଜଣେ ଡାଇବେଟିସ ରୋଗୀ ବୋଲି ପ୍ରକାଶିତ ରିପୋର୍ଟରେ  ଉଲ୍ଳେଖ କରାଯାଇଛି। ତେଣୁ ଏହି ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟା କମାଇବାକୁ ସମସ୍ତେ ସଚେତନ ରହିବା ଦରକାର। ରୋଗର କାରଣ ସମ୍ପର୍କରେ ଭଲ ଭାବରେ ଅବଗତ ହେବା, ଏହାଦ୍ୱାରା ଆକ୍ରାନ୍ତ ହେବା ପରେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକ। ସାଧାରଣତଃ ରକ୍ତରେ ସୁଗାର ପରିମାଣ ବଢ଼ିଗଲେ ତାହା ଡାଇବେଟିସ୍‌ର କାରଣ ସାଜିଥାଏ। ତେଣୁ ନିୟମିତ ସମୟ ଅନ୍ତରାଳରେ ରକ୍ତ ପରୀକ୍ଷା କରାଇ ସେଥିରେ ସୁଗାର ପରିମାଣ କେତେ ଅଛି ତାହା ଜାଣିନିଅନ୍ତୁ। ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। କେଉଁ ଖାଦ୍ୟ ଖାଇବା ଅନୁଚିତ ଏବଂ କ’ଣ ଖାଇବା ଦରକାର ତାହା ଡାକ୍ତରଙ୍କ ନିକଟରୁ ଭଲ ଭାବରେ ବୁଝି ନିଅନ୍ତୁ। ଡାଇବେଟିସ ରୋଗୀ ରକ୍ତରେ ସୁଗାର ପରୀକ୍ଷା କରିବା ସହ ବ୍ଲଡ୍‌ପ୍ରେସର ଚେକ୍‌ କରିନେବା ଆବଶ୍ୟକ। ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ ନିଜକୁ ଯେତେ ସମ୍ଭବ ଟେନ୍‌ସନଠାରୁ ଦୂରେଇ ରଖନ୍ତୁ।  ଡାଇବେଟିସ୍‌କୁ ନେଇ ଅନେକ ଲୋକ ଅନେକ କଥା କହିଥାଆନ୍ତି। ହେଲେ ଆପଣ ଡାକ୍ତରଙ୍କ ପରାମର୍ଶକୁ ହିଁ ଅନୁସରଣ କରନ୍ତୁ। କେତେକେ ଡାଇବେଟିସ୍‌କୁ ନେଇ ବ୍ୟସ୍ତ ହୋଇପଡ଼ନ୍ତି। ହେଲେ ଯଦି ଆପଣ ନିଜର ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନଦେବା ସହ ନିୟମିତ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତି ତେବେ ଆପଣ ସୁସ୍ଥ ରହିପାରିବେ। ଡାଇବେଟିସ୍‌ ରୋଗୀ କେବଳ ଖାଦ୍ୟ ନିୟନ୍ତ୍ରଣ ନୁହେଁ, ଦୈନନ୍ଦିନ ଜୀବନତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲନ୍ତୁ।


All Right Reserved By

ଫୁରସତ |

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି। ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି। ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ ।

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

କୌଣସି ପାର୍ଟି ବା ଫକ୍ସନରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ। ମାତ୍ର ଏମିତି ଏକ ମା’ ପୁଅ ଯୋଡ଼ି ଅଛନ୍ତି ଯିଏ କି ସବୁବେଳେ ଏକାପରି ପୋଷାକ ପିନ୍ଧିଥାନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍‌ବୁନପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ। 

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri