ଫୁରସତ |

ନିୟନ୍ତ୍ରିତ ଆହାର

ନିୟନ୍ତ୍ରିତ ଆହାର

ସୁସ୍ଥ, ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଦୈନିକ ମାତ୍ରା ଅନୁଯାୟୀ ପୌଷ୍ଟିକ ଆହାର ସେବନ ଆବଶ୍ୟକ। ଯେପରି ରୋଗୀ ପାଇଁ ବୟସ କାଳ, ପରିସ୍ଥିତି ଦେଖି ଔଷଧ ମାତ୍ରା ନିର୍ଦ୍ଧାରଣ କରାଯାଏ, ସେହିପରି ଶରୀରକୁ ଦେଖି ଖାଦ୍ୟକୁ ଔଷଧ ପରି ମାତ୍ରାନୁଯାୟୀ ଠିକ୍‌ ସମୟରେ ଗ୍ରହଣ କରିବା ଉଚିତ, ନଚେତ୍‌ ଭବିଷ୍ୟତରେ ଔଷଧକୁ ଆହାର ରୂପେ ଖାଇବେ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୫୦୦ ରୁ ୨୫୦୦ କ୍ୟାଲୋରି ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଉଚିତ । ଏହା ତାଙ୍କ ବୟସ, ଶାରୀରିକ ପରିଶ୍ରମ, ଉଚ୍ଚତା, ଦେଶ  ଓ କାଳ ଅନୁଯାୟୀ ନିର୍ଦ୍ଧାରଣକରି ତାଲିକା ପ୍ରସ୍ତୁତ ହୁଏ...

ରୋଗ ପାଇଁ ଅନିୟମିତ ଆହାର ଦାୟୀ। ତେଣୁ  ସୁସ୍ଥ, ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଦୈନିକ ମାତ୍ରା ଅନୁଯାୟୀ ପୌଷ୍ଟିକ ଆହାର ସେବନ ଆବଶ୍ୟକ। ଯେପରି ରୋଗୀ ପାଇଁ ବୟସ କାଳ, ପରିସ୍ଥିତି ଦେଖି ଔଷଧ ମାତ୍ରା ନିର୍ଦ୍ଧାରଣ କରାଯାଏ, ସେହିପରି ଶରୀରକୁ ଦେଖି ଖାଦ୍ୟକୁ ଔଷଧ  ପରି ମାତ୍ରାନୁଯାୟୀ ଠିକ୍‌ ସମୟରେ ଗ୍ରହଣ କରିବା ଉଚିତ, ନଚେତ୍‌ ଭବିଷ୍ୟତରେ ଔଷଧକୁ ଆହାର ରୂପେ ଖାଇବେ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୫୦୦ ରୁ ୨୫୦୦ କ୍ୟାଲୋରି ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଉଚିତ। ଏହା ତାଙ୍କ ବୟସ, ଶାରୀରିକ ପରିଶ୍ରମ, ଉଚ୍ଚତା, ଦେଶ  ଓ କାଳ ଅନୁଯାୟୀ ନିର୍ଦ୍ଧାରଣକରି ତାଲିକା ପ୍ରସ୍ତୁତ ହୁଏ। ନୀରୋଗ ରହିବା ପାଇଁ ସନ୍ତୁଳିତ ଖାଦ୍ୟ, ହାଲ୍‌କା ବ୍ୟାୟାମ(୪୫ ମି. ରୁ ୧ ଘ. ପର୍ଯ୍ୟନ୍ତ) କରିବା ଆବଶ୍ୟକ।

ପତଳା ବା କୃଶକାୟ ବ୍ୟକ୍ତି ପ୍ରୋଟିନ୍‌ଯୁକ୍ତ ଆହାର ଯଥା:  କ୍ଷୀର, ଛେନା, ଖୁଆ, ପନିର , ମାଛ, ମାଂସ, ଅଣ୍ଡାର ଧଳା ଅଂଶ, କାଜୁ, ପେସ୍ତା, ଛୋଟ ମାଛ, ଫଳ ଇତ୍ୟାଦି ମାତ୍ରାନୁଯାୟୀ ଖାଇବା ଆବଶ୍ୟକ। ମାତ୍ର ମୋଟା ବା ସ୍ଥୂଳକାୟ ବ୍ୟକ୍ତିମାନେ ଦୈନିକ ଶାରୀରିକ ପରିଶ୍ରମ ସହ ତେଲ, ଚର୍ବି, ପ୍ରୋଟିନ୍‌ ରହିତ ଖାଦ୍ୟ ଖାଇବା ଉଚିତ। ଶାଗ, ପନିପରିବା, ତରକାରି ଓ ସାଲାଡ୍‌ ଖାଇବା ସହ ଚିନ୍ତା, କ୍ରୋଧ, ଅହଂକାରକୁ ମନରୁ ଅପସରି ଦେବା ଉଚିତ। ୧ ପାଉଣ୍ଡ ଚର୍ବି ପାଇଁ ୩୫୦୦  କ୍ୟାଲୋରି ଶକ୍ତି ଖର୍ଚ୍ଚ କରିବା ଆବଶ୍ୟକ। ପତଳା ହେବା ପାଇଁ ଖାଦ୍ୟ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ। ତେଣୁ ଏହି ବ୍ୟକ୍ତି ଭୋକରେ ନ ରହି କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ ତାଲିକା ଅନୁଯାୟୀ ଗ୍ରହଣ କରିବେ।

ପ୍ରାତଃ(ସକାଳ ୬ଘ.ରେ): ଚା’, କଫି ବା କ୍ଷୀର ୧ କପ୍‌ ସହ ୨/୩ ଖଣ୍ଡ ବିସ୍କୁଟ୍‌, ମଧୁମେହ ଥିଲେ ବିନା ଚିନି ଖାଇବେ। 

ସକାଳ ଜଳଖିଆ(ଘ.୮.୩୦ ମି.ରେ): ରୁଟି ୨/୩ ଖଣ୍ଡ ସହ ପରିବା ତରକାରି ୧ ଗିନା, ଇଡ୍‌ଲି ୪ଟି/ଉପମା ୧ କପ୍‌ ସହ ସମ୍ବର ୧ ଗିନା, କର୍ନଫ୍ଲେକ୍ସ ୫୦ ଗ୍ରାମ୍‌ ବା ସାଦା ପିଆଜରେ ଦୋଷା ୨ଟା ସହ ସନ୍ତୁଳା ୧ ଗିନା।

ଦିବା(ଘ.୧୧ ରୁ ୧୧.୩୦ମି. ମଧ୍ୟରେ) : ପରିବା ସୁପ୍‌ ୧ ଗିନା, ଛେନା ୩୦ ଗ୍ରାମ୍‌, ଫଳ ମଧ୍ୟରେ ସେଓ/କମଳା ୧୦୦ ଗ୍ରାମ୍‌, ପିଜୁଳି ୧ଟା, ଘୋଳଦହି ବା ପଇଡ଼ପାଣି।

ମଧ୍ୟାହ୍ନଭୋଜନ(ଦ୍ୱିପ୍ରହର ଘ.୧.୩୦ମି.): ଉଷୁନା ଭାତ(୨ଗିନା-୧୦୦ଗ୍ରାମ୍‌), ରୁଟି ୨ଟା, ପତଳା ଡାଲି ୧ ଗିନା, ପରିବା ତରକାରି ୧ ଗିନା, ଶାଗ ୧ ପ୍ଲେଟ୍‌, ସାଲାଡ୍‌ ୧ ପ୍ଲେଟ୍‌, ଦହି ୧ଗିନା(ମାଛ ୨ଟା/ଅଣ୍ଡା ବିନା କେଶର ୨/ଚିକେନ୍‌ ୨ /ପନିର ୩୦ଗ୍ରାମ୍‌  ସପ୍ତାହକୁ ୨ ଥର)।

ଅପରାହ୍ନ (ଘ.୫.୩୦ ମି. ରୁ ୬.୦୦ ଘ. ମଧ୍ୟରେ): ଚା’ ୧ କପ୍‌ ସହ ବିସ୍କୁଟ (୨-୩),ଚୁଡ଼ା ସନ୍ତୁଳା(୧ ଗିନା)/ଚୁଡ଼ା ଭଜା/ଗଜାମୁଗ(୧ ଗିନା), ହୁଡୁମ ୧ ଗିନା, ଖଇ ୧ ଗିନା, ସିଝା ବୁଟ(୧ ଗିନା)।

ରାତ୍ରିଭୋଜନ(ଘ.୯.୩୦ମି.): ରୁଟି ୩ଟା ସହ ପତଳା ଡାଲି ୧ ଗିନା/ ଡାଲମା ୧ ଗିନା, ପରିବା ତରକାରି(୧ ଗିନା), ସାଲାଡ୍‌ (୧ ପ୍ଲେଟ୍‌)।

ରାତ୍ରିଭୋଜନ ଖାଇବା ପରେ: ୧କପ୍‌(୧୫୦ମି.ଲି.) ବିନା ସର କ୍ଷୀର ପିଇ ଶୋଇବାକୁ ଯିବେ।

ପ୍ରତି ମିଲ୍‌ ଓ ଜଳଖିଆ ଅଢ଼େଇରୁ ତିନିଘଣ୍ଟା ବ୍ୟବଧାନରେ ଗ୍ରହଣ କରିବେ।

ଖାଇବେ ନାହିଁ: ମଧୁମେହ ରୋଗୀ ମିଠା, ଚିନି, ଗୁଡ଼, ଜାମ୍‌, ଜେଲି, ଚକୋଲେଟ୍‌, ମୃଦୁପାନୀୟ, ଥଣ୍ଡାପାନୀୟ, ଆମ୍ବ, ପଣସ, ଆତ, ଲିଚୁ, ସପେଟା, କଦଳୀ, ଅଙ୍ଗୁର, ଫଳରସ, ଆଇସ୍‌କ୍ରିମ୍‌, ଖଜୁରି, ବାଦାମ, ନଡ଼ିଆ, ଆଳୁ, ମାଟିଆଳୁ, ଖମ୍ବଆଳୁ, ସାରୁ ଏବଂ କନ୍ଦମୂଳ ଖାଇବେ ନାହିଁ। 

ଉଚ୍ଚ ରକ୍ତଚାପ ରୋଗୀ: ଅଧିକ ଲୁଣ, ତୈଳ, ଚର୍ବି ଜାତୀୟ ଖାଦ୍ୟ ସେବନରୁ ବିରତ ହେବେ।

ବୃକ୍‌କ ରୋଗୀ: ଅତ୍ୟଧିକ ଲୁଣ, ଚଟଣି, ପାମ୍ପଡ଼, ଆଚାର, ସାମୁଦ୍ରିକ ମାଛ, କଙ୍କଡ଼ା, ରେଡ୍‌ ମିଟ୍‌, ଚିଙ୍ଗୁଡ଼ି, ଅଣ୍ଡା କେଶର, ଫାଷ୍ଟଫୁଡ୍‌, ଲୁଣ, ବଟର, ଘିଅ, ଡାଲ୍‌ଡା, ମିକ୍ସଚର, ଚିପ୍‌ସ, ମୁଢ଼ି, ଲୁଣ ମିଶା ବାଦାମ, ମଟର, ପଇଡ଼ପାଣି, ଲେମ୍ବୁ କମଳା, ପେନ୍‌ କିଲର ବଟିକା, ନଡ଼ିଆ ତିଆରି ଜିନିଷ, ବୁଟ, ରାଜ୍‌ମା ଇତ୍ୟାଦି ଶସ୍ୟଜାତୀୟ ଖାଦ୍ୟ ବର୍ଜନୀୟ।

ହୃଦ୍‌ରୋଗୀ: ତେଲ, ଚର୍ବି ଜାତୀୟ ଖାଦ୍ୟ, ରେଡ୍‌ମିଟ୍‌, ଫାଷ୍ଟଫୁଡ୍‌, ଆମିଷ, କ୍ଷୀର ଜାତୀୟ ଖାଦ୍ୟ, ମିଠା ଇତ୍ୟାଦି ଖାଇବେ ନାହିଁ।

ବି.ଦ୍ର. : ଏହି ତିନି ପ୍ରକାର ରୋଗୀ ପ୍ରତିଦିନ ୨୦ ମି.ଲି.ରୁ  କମ୍‌ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଉଚିତ୍‌। ପ୍ରାତଃ (ଘ.୬.୩୦ମି. ଭିତରେ)ସୂର୍ଯ୍ୟସ୍ନାନ ଓ ଖୋଲା ବାୟୁରେ ଭ୍ରମଣ ସ୍ବାସ୍ଥ୍ୟ ପକ୍ଷେ ହିତକର।

ଡା. ଆଶିଷ ବାନାର୍ଜୀ

-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ

 ମୋ: ୯୮୬୧୩୭୪୩୮୫

All Right Reserved By

ଫୁରସତ |

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି। ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି। ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ ।

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

କୌଣସି ପାର୍ଟି ବା ଫକ୍ସନରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ। ମାତ୍ର ଏମିତି ଏକ ମା’ ପୁଅ ଯୋଡ଼ି ଅଛନ୍ତି ଯିଏ କି ସବୁବେଳେ ଏକାପରି ପୋଷାକ ପିନ୍ଧିଥାନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍‌ବୁନପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ। 

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri