ଫୁରସତ |

ମହୁ

ମହୁ

”ଆମ୍ଭମାନଙ୍କୁ ମନେ ରଖିବାକୁ ପଡ଼ିବ ଯେ, ଦୈନିକ ୨୦ ଗ୍ରାମରୁ ଅଧିକ ମହୁ ଖାଇବା ଉଚିତ ନୁହେଁ। ପ୍ରତ୍ୟେକ ଦିନ ମହୁ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଗ୍ରୀଷ୍ମ ଋତୁରେ ମହୁ ସେବନ ବର୍ଜନ ଅଟେ। କିନ୍ତୁ ଶୀତ ଦିନରେ ଏହା ଅତ୍ୟନ୍ତ ହିତକାରୀ। ମହୁ ଗରମ କରି ଖାଇଲେ ଏହା ବିଷ ତୁଲ୍ୟ ଶରୀରରେ କାମ କରେ।“

ବହୁ ପୂର୍ବରୁ ବଗିଚା କରିବା, ମହୁମାଛି ପାଳନ ଏବଂ ଶତକଡ଼ା ଶହେ ଭାଗ ଲୋକ ଦୈନିକ ମହୁ ଖାଇବା କଥା ମଧ୍ୟ ବର୍ଣ୍ଣନା ରହିଛି। ମୁନି ଋଷିମାନେ ମହୁ ସର୍ବଶ୍ରେଷ୍ଠ ସଞ୍ଜୀବନୀ, ଶ୍ରମନାଶକ, ବଳ ବର୍ଦ୍ଧକ, ବୀର୍ଯ୍ୟବର୍ଦ୍ଧକ ଓ କାନ୍ତିଜନକ ବୋଲି କହି ଯାଇଛନ୍ତି। ଏହି ସମ୍ବନ୍ଧୀୟ ଗବେଷଣା ଜାରି ରହିଛି। ନ୍ୟୁଜିଲାଣ୍ଡରେ ଗବେଷଣା କରାଯାଇ ବୈଜ୍ଞାନିକମାନେ ମତ ଦେଇଛନ୍ତି କି ମହୁରେ ଏପରି ଶକ୍ତି ଅଛି ଯାହା ଜୀବାଣୁ, ଭୂତାଣୁ ଓ ବାହ୍ୟ ସଂକ୍ରମଣକୁ ଅକାମୀ କରି  ପାରିଥାଏ। ଏକଥା ମଧ୍ୟ ଜଣାପଡିଥିଲା କି ଆଣ୍ଟିବାୟୋଟିକ୍‌ ଔଷଧ ଯାହାକୁ ନଷ୍ଟ କରି ପାରୁନାହିଁ ତାହାକୁ ମହୁ ନଷ୍ଟ କରିବାରେ ସକ୍ଷମ ଅଟେ। ଏହାର ସଂରଚନା ମଣିଷ ଶରୀରରେ ସୁରକ୍ଷା କବଚ ସଦୃଶ କାମ କରିଥାଏ। ଆମେରିକାର ଅନୁସନ୍ଧାନ କର୍ତ୍ତାମାନେ ଅଧ୍ୟୟନ ପରେ ଜଣାଇଛନ୍ତି ଯେ ମହୁରେ ଆଣ୍ଟିବାୟୋଟିକ୍‌୍‌ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହା ପୁରାତନ ଘା’ ଶୁଖାଇବା ସହ ସଂକ୍ରମଣକୁ ରୋକିବାରେ ପୂର୍ଣ୍ଣ ସକ୍ଷମ ଅଟେ। ଇସ୍ରାଏଲରେ ପେଟରେ ହେଉଥିବା ଅଲସର ରୋଗର ଚିକିତ୍ସା ପାଇଁ ମହୁ ପ୍ରୟୋଗ କରାଯାଉଛି। ଏହି ରୋଗାଣୁମାନଙ୍କୁ ନିର୍ଜୀବ କରିବା ଓ ତା’ ସହିତ ଲଢିବାର କାରିଗର ଅଟେ ମହୁ। ଆମେରିକାର ଇଲିନାଇସ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ମହୁ କ୍ୟାନସର, ହୃଦ୍‌ରୋଗ ପରି ଅସାଧ୍ୟ ରୋଗକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୁଏ। ଆମେରିକାର ୟୁନିଭରସିଟି ଅଫ୍‌ ମେଫିଫସ୍‌ର ଅଧ୍ୟୟନ କର୍ତ୍ତାମାନେ ଗବେଷଣା କରି ଏହି ସିଦ୍ଧାନ୍ତରେ ଉପନୀତ ଯେ ଦୈନିକ ୩ ଚାମଚ ମହୁ ୩ ଥରରେ ସେବନ କଲେ ଏଥିରୁ ଏତେ ଉର୍ଜା ମିଳେ ଯାହା ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ପଦାର୍ଥରୁ ମିଳିଥାଏ ବୋଲି ଜଣାପଡିନାହିଁ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଦୁଇ ଚାମଚ ମହୁ ଖାଇବାର ଦଶ ମିନିଟ୍‌ ପରେ ଯେଉଁ ଉର୍ଜା ମିଳେ ତାହା କୌଣସି carbohydrate drinks, pre exercise drinks/energized drinks/sports drinks ରୁ ମିଳିନଥାଏ। ଅନ୍ୟପକ୍ଷରେ ୧ ଲିଟର ଉପରୋକ୍ତ ପାନୀୟରୁ ଯାହା ମିଳିଥାଏ ତାହା ମାତ୍ର ଦୁଇ ଚାମଚ ମହୁ ଯୋଗାଇବାକୁ ସମର୍ଥ ହୋଇଥାଏ।

ଆମ୍ଭମାନଙ୍କୁ ମାନି ନେବାକୁ ପଡ଼ିବ ଯେ ମହୁ  ବାସ୍ତବରେ ମହୁମାଛିମାନଙ୍କର ଅତ୍ୟଧିକ ପରିଶ୍ରମର ସଂଗ୍ରହ ଅଟେ। ଏହି ପ୍ରାକୃତିକ ପ୍ରକ୍ରିୟା ତାହାକୁ ବଳଶାଳୀ କରିଥାଏ। ମହୁମାଛି ବହୁ ହୁସିଆରରେ ପରାଗ ସଂଗ୍ରହ କରିଥାଏ। ସକାଳ ସମୟରେ ବାସ୍ନାରୁ ସେ ଚୟନ କରିଥାଏ କେଉଁ ଫୁଲରୁ ପରାଗ ସୃଷ୍ଟି କରିବ ଅଧିକ ରସ। ସକାଳ ସମୟରେ ଅଧିକ ରସ ସଂଗ୍ରହ କରାଯାଇପାରେ। ଜର୍ମାନୀର ବୈଜ୍ଞାନିକମାନେ କହନ୍ତି ଭାରତୀୟ ମହୁ ସବୁଠାରୁ ଉତ୍କୃଷ୍ଟ, କାରଣ ପ୍ରାକୃତିକ ଜଳବାୟୁ ଓ ବାତାବରଣରୁ ଏହାକୁ ସଂଗ୍ରହ କରାଯାଇଥାଏ।

ଆମ୍ଭମାନଙ୍କୁ ମନେ ରଖିବାକୁ ପଡିବ ଯେ, ୨୦ ଗ୍ରାମରୁ ଅଧିକ ମହୁ ଖାଇବା ଉଚିତ ନୁହେଁ। ପ୍ରତ୍ୟେକ ଦିନ ମହୁ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଗ୍ରୀଷ୍ମ ଋତୁରେ ମହୁ ସେବନ ବର୍ଜନ ଅଟେ। କିନ୍ତୁ ଶୀତ ଦିନରେ ଏହା ଅତ୍ୟନ୍ତ ହିତକାରୀ। ମହୁ ଗରମ କରି ଖାଇଲେ ଏହା ବିଷ ତୁଲ୍ୟ ଶରୀରରେ କାମ କରେ।

ମହୁର ଔଷଧୀୟ ଗୁଣ

- କାଶ ହେଉଥିଲେ, କାଶରେ କଫ ପଡୁଥିଲେ, କାଶରେ ରକ୍ତ ପଡୁଥିଲେ ୧ ଚାମଚ ଲେଖାଏ ମହୁ ଦିନକୁ ୩ ଥର ଖାଇଲେ ଅଧିକ ଲାଭପ୍ରଦ ଅଟେ।

-୧୦ ଗ୍ରାମ ମହୁ, ୧୦ ଗ୍ରାମ ଲେମ୍ବୁପତ୍ର ସ୍ବରସ ସକାଳେ ସନ୍ଧ୍ୟାରେ ଦିନକୁ ଦୁଇଥର ୨୧ ଦିନ ପର୍ଯ୍ୟନ୍ତ ଖାଇଲେ ବାହ୍ୟ ସଂକ୍ରମଣ ଶରୀର ମଧ୍ୟରେ ଥିଲେ ସେମାନଙ୍କୁ ଏହା ନଷ୍ଟ କରି ପାରିଥାଏ।

- ଝାଡ଼ା ଲାଗି ରହିଥାଏ ଏବଂ ଯେତେ ଔଷଧ ନେଲେ କମୁ ନ ଥାଏ ତେବେ ସେପରି ସମୟରେ ଏକ କପ୍‌ ଡାଳିମ୍ବରସ, ଏକ ଚାମଚ ମହୁ, ଲବଙ୍ଗ, ଶୁଣ୍ଠି, ଜାଇଫଳ ଚୂର୍ଣ୍ଣ ଏକ ଚାମଚ ମିଶାଇ ଖାଇଲେ ଆରାମ ମିଳିଥାଏ।

-ଜିରାକୁ ଭାଜି ଗୁଣ୍ଡ କରି ସେଥିରେ ଚାରି ଭାଗରୁ ଏକ ଭାଗ ମହୁ ମିଶାଇ ଚାଟି ଚାଟି ଖାଇଲେ ପତଳା ଝାଡ଼ାରୁ ଉପଶମ ମିଳିଥାଏ।

-ଅଦାରସ ୬ ଗ୍ରାମ, ମହୁ ୬ ଗ୍ରାମ ମିଶାଇ ଖାଇଲେ ଅରୁଚି ନଷ୍ଟ ହୁଏ। ଏତଦ୍‌ ଜନିତ ରୋଗ ପ୍ରତିରୋଧ ଶକ୍ତି ନଷ୍ଟ ହେଲେ ସେଥିରୁ ମୁକ୍ତି ମିଳିଥାଏ।

-କାଶ ଦୀର୍ଘ ଦିନ ଧରି ଲାଗି ରହୁଥିଲେ ଲବଙ୍ଗ ଭାଜି ଗୁଣ୍ଡ କରି ସେଥିରେ ମହୁ ମିଶାଇ ଚାଟି ଚାଟି ଖାଇଲେ ଆରାମ ମିଳେ।

-ଶ୍ୱେତପ୍ରଦର ରୋଗରେ ଗୁଡୁଚି ସ୍ବରସ ଓ ମହୁ ସମାନ ପରିମାଣରେ ମିଶାଇ ଦିନକୁ ୨ ଥର ଖାଇଲେ ଏହି ରୋଗ ଛାଡିଯାଇଥାଏ।

-ଅଁଳା ଚୂର୍ଣ୍ଣ ଗୋଟେ ଚାମଚରେ ଏକ ଭାଗରୁ ଭାଗେ ମହୁ ମିଶାଇ ୩ଥର ଖାଇଲେ ଶ୍ୱେତପ୍ରଦର ରୋଗରୁ ମୁକ୍ତି ମିଳିଥାଏ।

- ଯୌନ ସମସ୍ୟା ଥିଲେ ୧ ଚାମଚ ଆମଳକୀ ରସାୟନ, ୧ ଚାମଚ ମିଶ୍ରି, ୧ ଚାମଚ ମହୁ ମିଶାଇ ଖାଇଲେ ଲାଭପ୍ରଦ ହୁଏ।

- ମହୁ ଓ ଅଁଳା ଚୂର୍ଣ୍ଣ/ଅଁଳା ସ୍ବରସ ମିଶାଇ ଖାଇଲେ ଶରୀରରେ ସମସ୍ତ ପ୍ରକାର ବିଷ  ପ୍ରକ୍ରିୟାରୁ ଶରୀରକୁ ମୁକ୍ତି ମିଳିଥାଏ।

-ଓଜନ ହ୍ରାସ ହେଲେ ରାତ୍ରିରେ ଶୋଇବା ସମୟରେ ଥଣ୍ଡା କ୍ଷୀରରେ ମହୁ ମିଶାଇ ୩ ମାସ ପିଇଲେ ଓଜନ ବଢିଯାଏ ଏବଂ ମାଂସପେଶୀମାନେ ସବଳ ହୋଇଥାନ୍ତି।

-ପ୍ରତ୍ୟେକ ଅସୁସ୍ଥ ବ୍ୟକ୍ତି ରାତିରେ ଶୋଇବା ସମୟରେ ୧ ଚାମଚ ଅଁଳା ଚୂର୍ଣ୍ଣ ଓ ମହୁ ମିଶାଇ ଖାଇଲେ ନୀରୋଗ ହୋଇଥାନ୍ତି।

-ତାଜା ଅଁଳା ରସ ୨ ଚାମଚ ଓ ମହୁ ୨ ଚାମଚ ପ୍ରତିଦିନ ସକାଳେ ଖାଇଲେ ସୁସ୍ଥ ଓ ଯୁବା ଦେଖାଯାଆନ୍ତି। ଦୈନନ୍ଦିନ ଏହାକୁ ଖାଇଲେ ରୋଗ ପ୍ରତିରୋଧ ଶକ୍ତି ବଢି ଶରୀରକୁ ନୀରୋଗ ରଖିଥାଏ।

- ଅଁଳା ରସ ଓ ମହୁ ଖାଇଲେ ରକ୍ତ ଧମନୀ ପରିଷ୍କାର ରହେ ଓ ଉଚ୍ଚ ରକ୍ତ ଚାପରୁ ମୁକ୍ତି ମିଳେ।

- ଏକ ଚାମଚ ପିଆଜ ରସ ଓ ୧ ଚାମଚ ମହୁ ସହିତ ମିଶାଇ ଖାଇଲେ ପୌରୁଷତ୍ୱ ବଢିଥାଏ ଓ ନପୁଂସକତା ଦୂର ହୋଇଥାଏ।

- ଏକ ଚାମଚ ରସୁଣ ରସ ଓ ୧ ଚାମଚ ମହୁ ସହିତ ମିଶାଇ ଖାଇଲେ ମୋଟା ହୋଇଥିଲେ ମୋଟାପା କମ୍‌ କରିଥାଏ।

ଏତେ ସବୁ ଆଲୋଚନା କରିବାର ଉଦ୍ଦେଶ୍ୟ ମହୁ ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ। ରୋଗ ପ୍ରତିରୋଧ ଶକ୍ତି କ୍ଷୟ ହୋଇଯାଉଥିବା ବ୍ୟକ୍ତିମାନେ ଦୈନିକ ମହୁ ସେବନ କଲେ ରୋଗର ସ୍ଥାୟୀ ପ୍ରତିକାର କରିପାରନ୍ତେ। ଏହାବ୍ୟତୀତ ଆଧୁନିକ ଔଷଧ ସେବନର ପାର୍ଶ୍ୱପ୍ରତିକ୍ରିୟାରୁ ମହୁ ଶରୀରକୁ ସୁରକ୍ଷା ଦେଇଥାଏ।

ଡା. ରୀତା ସାହୁ

-ପ୍ଲଟ୍‌ ନମ୍ବର-୧୧୭

ମହାନଦୀ ବିହାର, କଟକ-୪

ମୋ: ୯୪୩୭୨୭୨୬୬୩

All Right Reserved By

ଫୁରସତ |

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି। ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି। ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ ।

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

କୌଣସି ପାର୍ଟି ବା ଫକ୍ସନରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ। ମାତ୍ର ଏମିତି ଏକ ମା’ ପୁଅ ଯୋଡ଼ି ଅଛନ୍ତି ଯିଏ କି ସବୁବେଳେ ଏକାପରି ପୋଷାକ ପିନ୍ଧିଥାନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍‌ବୁନପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ। 

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri