ନିର୍ବାଚନ-୨୦୧୯ |

ଦେଶକୁ ବିଭାଜନ ହେବାକୁ ଦିଆଯିବନି

ଦେଶକୁ ବିଭାଜନ ହେବାକୁ ଦିଆଯିବନି

କଠୁଆ,୧୫ା୪(ପି.ଟି.):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର କଠୁଆରେ ରବିବାର ଏକ ନିର୍ବାଚନୀ ସଭାରେ ଯୋଗଦେଇ ଅବଦୁଲ୍ଲା ଏବଂ ମୁଫତି ପରିବାରକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଦୁଇ ପରିବାର ରାଜ୍ୟକୁ ତିନି ପିଢ଼ିି ଧରି କବ୍‌ଜା କରି ରଖିଛି। ଭାରତକୁ ବିଭାଜନ ହେବାକୁ ଦିଆଯିବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଜମ୍ମୁ-କଶ୍ମୀରବାସୀଙ୍କୁ ବନ୍ଧକ କିମ୍ବା ଗୋତି ଶ୍ରମିକ କରି ରଖାଯାଇପାରିବ ନାହିଁ ସତର୍କ କରିଦେଇଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରୁଥିବାବେଳେ ଧାରା ୩୭୦ ଉଚ୍ଛେଦ ହେଲେ ଭାରତରୁ ଉକ୍ତ ରାଜ୍ୟ ଅଲଗା ହୋଇଯାଇପାରେ ବୋଲି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି କହିଥିବାରୁ ସେମାନଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ଉନ୍ନତ ଭବିଷ୍ୟତ ପାଇଁ ଭୋଟ ମାଧ୍ୟମରେ ଅବଦୁଲ୍ଲା ଓ ମୁଫ୍‌ତି ପରିବାରକୁ କ୍ଷମତାଠାରୁ ଦୂରେଇ ରଖିବାପୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଉଧାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଇଁ ପ୍ରଚାରରେ ଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜମ୍ମୁ-କଶ୍ମୀର ଜନସାଧାରଣ ବହୁସଂଖ୍ୟାରେ ମତଦାନ କରି ଆତଙ୍କବାଦୀ ନେତା, ସୁବିଧାବାଦୀଙ୍କୁ  ଅଡୁଆରେ ପକାଇଥିବାବେଳେ ମହାଅପମିଶ୍ରିତ ମେଣ୍ଟକୁ ନିରୁତ୍ସାହିତ କରିବା ସହ ଗଣତନ୍ତ୍ରର ଶକ୍ତିକୁ ପ୍ରମାଣିତ କରିଛନ୍ତି।

All Right Reserved By

ନିର୍ବାଚନ-୨୦୧୯ |

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ପୁଣି ଷ୍ଟ୍ରଙ୍ଗ ରୁମ ସିଲପାଇଁ ଦାବି କଲା ଭାଜପା: ସମସ୍ତ ଦଳ ଉପସ୍ଥିତିରେ ପୁଣି ହେଲା ସିଲ୍‌

ବାଲିଗୁଡ଼ା,୨୪।୪: କନ୍ଧମାଳ ଲୋକ ସଭା ଓ ବାଲିଗୁଡା ବିଧାନସଭା ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସରିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ସିଲ୍‌ ହୋଇଛି। ପ୍ରାର୍ଥୀ, ବିଭିନ୍ନ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠl ବଢ଼ିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: କେନ୍ଦୁଝରରେ ମତସାବ୍ୟସ୍ଥ କଲେ ସର୍ବାଧିକ ମହିଳା ଭୋଟର

କେନ୍ଦୁଝର,୨୪ା୪(ସ୍ବ.ପ୍ର.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମଙ୍ଗଳବାର ଶେଷ ହୋଇଥିବା ବେଳେ କେନ୍ଦୁଝର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହାର ୭୮.୧୬ ପ୍ରତିଶତ ହୋଇଥିବା ଜଣାପଡିଛି ।

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଂଗତ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: ଭୁବନେଶ୍ୱରରେ ସର୍ବନିମ୍ନ, କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। କିଛି ସ୍ଥାନରେ ଇଭିଏମ୍‌ ଭଙ୍ଗାରୁଜା ଓ ତ୍ରୁଟି ପରି ଘଟଣା ସାମ୍ନାକୁ ଆସିଥିଲେ ହେଁ ବାକି ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ଏହି ପର୍ଯ୍ୟାୟରେ ରାଜ୍ୟରେ ୭୧.୬୧% ମତଦାନ ହୋଇଛି।

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

ବାପାଙ୍କ ମୃତ୍ୟୁର ୪ ଦିନ ପରେ ଅନୁଭବଙ୍କ ପାଇଁ ପ୍ରଚାର କଲେ ପୁଅ

 କେନ୍ଦ୍ରାପଡା ଅଫିସ,୨୪।୪: ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁର ୪ ଦିନ ପରେ ପୁଅ ସଞ୍ଜୟ କେନ୍ଦ୍ରାପଡା ଏମ୍‌ପି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ନିର୍ବାଚନୀ ପ୍ର୍ରଚାର କରିଥିବା ଜଣାପଡିଛି।

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ବହୁମତ ପାଇଲାଣି ବିଜେଡି; ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଅନୁରୋଧ: ମୁଖ୍ୟମନ୍ତ୍ରୀ

ରେମୁଣା,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରୁଛନ୍ତି। 

ନିର୍ବାଚନମଣ୍ତଳୀର ବିକାଶଧାରାକୁ ଆଗେଇନେବେ କହି ଭୋଟ ମାଗିଲେ  ପ୍ରାର୍ଥୀ

ନିର୍ବାଚନମଣ୍ତଳୀର ବିକାଶଧାରାକୁ ଆଗେଇନେବେ କହି ଭୋଟ ମାଗିଲେ ପ୍ରାର୍ଥୀ

ତିହିଡ଼ି,୨୪ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ତଳୀରେ କଂଗ୍ରେସ ପକ୍ଷରୁ ବୁଧବାର ୯ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରାଯାଇଛି।

ଦଳୀୟ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ବିଜେଡି କର୍ମୀ

ଦଳୀୟ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କଲେ ବିଜେଡି କର୍ମୀ

ସିମୁଳିଆ,୨୪।୪(ଡି.ଏନ୍‌.ଏ.): ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନୀ ପ୍ରଚାର ବହୁ ଜୋର୍‌ଦାର ଚାଲୁଛି। 

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୂଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ଅନୁଗୋଳ ଅଫିସ,୨୪।୪: ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନୁଗୋଳ ଜିଲାରେ ୭୭% ଭୋଟଦାନ ହୋଇଛି। 

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri