ମେଟ୍ରୋ |

କମିଶନରେଟ ପୋଲିସର ଅଜବ ବ୍ୟବସ୍ଥା : ବିନା ଅଧିକାରୀରେ ଚାଲୁଛି ଭୁବନେଶ୍ୱର ଟ୍ରାଫିକ ଥାନା

କମିଶନରେଟ ପୋଲିସର ଅଜବ ବ୍ୟବସ୍ଥା  : ବିନା ଅଧିକାରୀରେ ଚାଲୁଛି ଭୁବନେଶ୍ୱର ଟ୍ରାଫିକ ଥାନା

ଭୁବନେଶ୍ୱର,୧୫।୪(ବ୍ୟୁରୋ)- କମିଶନରେଟ ପୋଲିସରେ ଏବେ ଦେଖିବାକୁ ମିଳିଛି ସାଂଘାତିକ ଅବ୍ୟବସ୍ଥା। ବଦଳି ପ୍ରକ୍ରିୟାଠାରୁ ଆରମ୍ଭ କରି ସୁରକ୍ଷା ଓ ଟ୍ରାଫିକ ପରିଚାଳନା ସବୁକିଛି ଅଜବ ନୀତିରେ ଚାଲିଛି। ବିନା ଅଧିକାରୀରେ ବି ଚାଲୁଛି ଟ୍ରାଫିକ ଥାନା। ନିର୍ବାଚନ ସମୟ। ପୁଣି ଓଡ଼ିଶାକୁ ହେଭିଓ୍ବେଟ୍‌ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ। ଆସନ୍ତା ୧୬ ତାରିଖରେ ପୁଣି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ ଓ ସଭା। ଏଥିସହ ଆଗକୁ ବଡ଼ ବଡ଼ ରାଜନୈତିକ କାର୍ଯ୍ୟକ୍ରମ। ଏପରି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଟ୍ରାଫିକ୍‌ ସ୍ଥିତିକୁ ନେଇ ଭାଳେଣି ପଡ଼ିଛି। ରାଜଧାନୀ ଟ୍ରାଫିକ ପରିଚାଳନାରେ ପ୍ରମୁଖ ଭୂମିକା ନେଉଥିବା ଏଜି ଛକ ଟ୍ରାଫିକ ଥାନାରେ ଏବେ କୌଣସି ଅଧିକାରୀ ନାହାନ୍ତି। ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ଥାନା ଇନ୍ସପେକ୍ଟର ପ୍ରମୋଦ କୁମାର ପଟ୍ଟନାୟକ ଏହି ଥାନାର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି। ସେ ଆବଶ୍ୟକ ସମୟ ଦେଇପାରୁ ନାହାନ୍ତି। ଥାନା ଆସିଲେ କିଛି ସମୟ ଚାମ୍ବରରେ ବସି କର୍ମଚାରୀଙ୍କ ସହ କଥା ହୋଇ ପୁଣି ପଳାଉଛନ୍ତି। ଟ୍ରାଫିକ୍‌ ଥାନା ଏସିପି କେ.କେ ପାଣିଗ୍ରାହୀଙ୍କ ଉପରେ ଅଧିକ ବୋଝ ପଡୁଛି। ମୁଖ୍ୟମନ୍ତ୍ରୀ ଯିବା ଆସିବା ସମୟରେ ସେ ରେଡ୍‌ କ୍ଲିୟର କରିବା ସହ ଅନ୍ୟ ଟ୍ରାଫିକ୍‌ ସମସ୍ୟା ବୁଝୁଛନ୍ତି। ଫଳରେ ଥାନାର ଟ୍ରାଫିକ କନଷ୍ଟେବଳ ଓ ଅନ୍ୟ କର୍ମଚାରୀମାନେ ମନ ମୁତାବକ କାର୍ଯ୍ୟ କରୁଛନ୍ତି। ତେଣୁ ଟ୍ରାଫିକ ପରିଚାଳନା, ଚେକିଂ ଆଦି କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ।

ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ଥାନା ଅଧିକାରୀ ଓ ଅନ୍ୟ ପୋଲିସ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ଭୁବନେଶ୍ୱରର ଏଜି ଛକସ୍ଥିତ ଟ୍ରାଫିକ୍‌ ଥାନାର ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ବଳଙ୍କୁ କଟକ ଟ୍ରାଫିକ ଥାନାକୁ ବଦଳି କରାଯାଇଥିଲା। ଏଠାରେ ଇନ୍ସପେକ୍ଟର ଆଲୋକ ଜେନାଙ୍କୁ ନବ ନିଯୁକ୍ତି ମିଳିଥିଲା। କିନ୍ତୁ ଇନ୍ସପେକ୍ଟର ଜେନା ଯୋଗ ନ ଦେବାରୁ ଇନ୍ସପେକ୍ଟର ବଳ ଥାନା ଛାଡି ନ ଥିଲେ। ପରେ ଇନ୍ସପେକ୍ଟର ଜେନାଙ୍କୁ ପୁଣି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ନିଆଯାଇଥିଲା। ସେପଟେ ଇନ୍ସପେକ୍ଟର ବଳ ନୂତନ ସ୍ଥାନକୁ ଚାଲିଯିବା ପରେ ଏଜି ଛକ ଟ୍ରାଫିକ ଥାନାରେ କାହାକୁ ନିଯୁକ୍ତି ଦିଆଗଲା ନାହିଁ। ସମସ୍ୟା ସୃଷ୍ଟି ହେବା ପରେ ଚେତା ପଶିଲା। ସେତେବେଳକୁ  ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଥିଲା। ଫଳରେ ଏଜି ଛକ ଟ୍ରାଫିକ ଥାନାକୁ କାହାକୁ ବଦଳି କିମ୍ବା ଏଠାରେ କୌଣସି ନୂଆ ନିଯୁକ୍ତି ହୋଇପାରିନାହିଁ। ନିର୍ବାଚନ ଶେଷହେବା ପରେ ଅଥାତ୍‌ ମେ ୨୫ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ କମିଶନରେଟ ପୋଲିସ ନିଜର ଫାଇଦା ପାଇଁ ଟ୍ରାଫିକ୍‌ ଥାନା ଅଧିକାରୀ ପୋଷ୍ଟ ଫାଙ୍କା ରଖିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଜଣେ ଅଫିସରଙ୍କ ପାଇଁ ଏହି ଚୌକି ରଖାଯାଇଛି। ନିର୍ବାଚନ ଆଚରଣ ବିଧି ଶେଷ ହେବା ପରେ ପୁଣି ବଦଳି ହେବ। କଟକ ଯାଇଥିବା କେତେଜଣ ଅଫିସରକୁ ପୁଣି ଭୁବନେଶ୍ୱର ଫେରାଇ ଆଣିବା ପାଇଁ ଯୋଜନା କରାଯାଉଛି। ଏହି ସମୟରେ ଉକ୍ତ ଅଫିସରଙ୍କୁ ସେଠାରେ ଅବସ୍ଥାପିତ କରାଯିବ। କିନ୍ତୁ ନିର୍ବାଚନ ପରେ ଯଦି ସରକାର ବଦଳି ଯାଏ ତେବେ ଏହି ଯୋଜନା ଫେଲ୍‌ ମାରିବ ବୋଲି ଆଲୋଚନା ହେଉଛି।

ଟ୍ରାଫିକ୍‌ ଥାନା ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନ ଅଚରଣ ବିଧି ଲାଗୁ ହୋଇଥିବାରୁ ଏଜି ଛକ ଟ୍ରାଫିକ ଥାନାରେ ନୂଆ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇ ପାରିବ ନାହିଁ। ତେଣୁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୁଇଟି ଥାନାର ଦାୟିତ୍ୱ ସମ୍ଭାଳୁଛନ୍ତି। ମେ’ ୨୫ ପର୍ଯ୍ୟନ୍ତ କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ତାହାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

All Right Reserved By

ମେଟ୍ରୋ |

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଝାରପଡ଼ା ଜେଲକୁ ଆସିଛନ୍ତି  ଟିଟୋ।

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୧୯ା୪: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ବାହାର ଚନ୍ଦନଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। 

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ନିମାପଡ଼ା,୧୯ା୪(ଡି.ଏନ୍‌.ଏ.):ପୁରୀ ଜିଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଂଶାଲୋ, କାହ୍ନପୁର, ନଢ଼ଣା ଗ୍ରାମର କେନ୍ଦ୍ରସ୍ଥଳିରେ ଥିବା ପ୍ରଭୁ ବଟ ଗୋସାଇଁଙ୍କ ମାଇପି ମେଳା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଦୟଣା ଲାଗି ହେଲେ ମହାପ୍ରଭୁ

ଦୟଣା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୯ା୪:ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ରାମକୃଷ୍ଣ ଦୟଣା ଚୋରି କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଭୋଗମଣ୍ଡପ ଘରେ ବନ୍ଧା ପଡ଼ିିଥିଲେ। 

 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

କଟକ ଅଫିସ୍‌/ ପୁରୀ ଅଫିସ, ୧୯ା୪:ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଇଥିଲା।

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ଯୁବତୀଯୁବକଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡିର ନେତା ଓ ଗୁଣ୍ଡାମାନେ ଭାଜପା ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି ା ରାଜନୈତିକ ହତ୍ୟାକାଣ୍ଡ  ମଧ୍ୟ ରାଜ୍ୟରେ ହୋଇସାରିଲାଣି ା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Model This Week

କ୍ରିଷ୍ଣା
Why Dharitri