ଜାତୀୟ |

ସୁପ୍ରିମକୋର୍ଟ ଯିବେ ବିରୋଧୀ :୫୦% ଭିଭିପିଏଟି ଯାଞ୍ଚ ଦାବି

ସୁପ୍ରିମକୋର୍ଟ ଯିବେ ବିରୋଧୀ :୫୦% ଭିଭିପିଏଟି ଯାଞ୍ଚ ଦାବି

ନୂଆଦିଲ୍ଲୀ,୧୫ା୪(ପି.ଟି.): ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ବିରୋଧୀ ଦଳ ସନ୍ଦେହ ବ୍ୟକ୍ତ କରିବା ସହ ଅନୂ୍ୟନ ୫୦ ପ୍ରତିଶତ ଭିଭିପିଏଟି ଯାଞ୍ଚ ଲାଗି ପୁଣି ଥରେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ କଂଗ୍ରେସ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇ(ଏମ୍‌) ସମେତ ବିରୋଧୀ ଦଳଗୁଡିକ ଏକ ମିଳିତ ଖବରଦାତା ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ନାଗରିକଙ୍କ ଭୋଟ ଅଧିକାରର ସୁରକ୍ଷା ନିମନ୍ତେ ସେମାନେ ଆହ୍ବାନ ଦେଇଛନ୍ତି। 

       ଲୋକ ସଭା ନିର୍ବାଚନ ଜିତିବା ଲାଗି ଭାଜପା ଇଭିଏମ୍‌ର ପ୍ରୋଗ୍ରାମିଂ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ଆବାହକ ଅରବିନ୍ଦ୍‌ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ଫଳାଫଳ ସହ ଅନୂ୍ୟନ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ପାଇଁ ୨୧ଟି ବିରୋଧୀ ଦଳ ଦାବି କରୁଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ କହିଛନ୍ତି। ଶନିବାର ଚନ୍ଦ୍ରାବାବୁ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରାଙ୍କୁ ଭେଟି ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ଥିବା ପ୍ରସଙ୍ଗ ଉଠାଇଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ବିରୋଧୀ ଭିଭିପିଏଟି ଯାଞ୍ଚ ଦାବି କରିଛନ୍ତି। ପୂର୍ବରୁ ଏଥିପାଇଁ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ (ଇସି) କହିବା ପରେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ରେ ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ମେଳ କରାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

    ରବିବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକରେ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ୍‌ ସିଙ୍ଘଭି ଯୋଗଦେଇ ୫୦% ଭିଭିପିଏଟି ଯାଞ୍ଚ ଲାଗି ପୁଣି ଥରେ ଅଦାଲତ ଯିବା ଲାଗି ପ୍ରସ୍ତାବ ଦେଇଥିଲେ। ଇଭିଏମ୍‌ରେ ପକ୍ଷପାତିତା ନେଇ ବିରୋଧୀ ଦଳଗୁଡ଼ିକ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଇବା ଲାଗି ସିଙ୍ଘଭି କହିଥିଲେ। ଇଭିଏମ୍‌ରେ ଗୋଟିଏ ଦଳ ପାଇଁ ବଟନ ଦାବିରେ ଅନ୍ୟ ଦଳକୁ ଭୋଟ ଯାଉଛି। ଭିଭିପିଏଟିରେ ୭ ସେକେଣ୍ଡ ବଦଳରେ ମାତ୍ର ୩ ସେକେଣ୍ଡ ପାଇଁ ପେପର ସ୍ଲିପ୍‌ ଦେଖାଉଥିବା ସିଙ୍ଘଭି ଅଭିଯୋଗ କରିଥିଲେ। ୨୦ରୁ ୨୫ ପ୍ରତିଶତ ଇଭିଏମ୍‌ ଠିକ୍‌ ଭାବେ କାମ କରୁ ନ ଥିବାବେଳେ ୫୦% ଭିଭିପିଏଟି ଯାଞ୍ଚ ପାଇଁ ଇସି ରାଜି ନ ହେବା ପଛର ଉଦ୍ଦେଶ୍ୟ ନେଇ ସିବଲ ପ୍ରଶ୍ନ ଉଠାଇଥିଲେ। ଇଭିଏମ୍‌ ବିଶ୍ୱସନୀୟ ନୁହେଁ। ଭିଭିପିଏଟି ଯାଞ୍ଚ ୫ ବୁଥ୍‌କୁ ବୃଦ୍ଧି କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳ ସନ୍ତୁଷ୍ଟ ନୁହନ୍ତି। ଏନେଇ ସାନି ପିଟିଶନ୍‌ ଦାଏର ହେବ ବୋଲି ଚନ୍ଦ୍ରାବାବୁ କହିଥିଲେ।

All Right Reserved By

ଜାତୀୟ |

ପ୍ରଧାନ ବିଚାରପତିଙ୍କ ନାଁରେ ଅସଦାଚରଣ ମାମଲା: ଯାଞ୍ଚ୍‌ ପାଇଁ ୩ ଜଣିଆ କମିଟି ଗଠିତ

ପ୍ରଧାନ ବିଚାରପତିଙ୍କ ନାଁରେ ଅସଦାଚରଣ ମାମଲା: ଯାଞ୍ଚ୍‌ ପାଇଁ ୩ ଜଣିଆ କମିଟି ଗଠିତ

ନୂଆଦିଲ୍ଲୀ, ୨୪।୪: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟର ୩ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଛି ଏକ କମିଟି।

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ସ୍ବାଧୀ ପ୍ରଜ୍ଞାଙ୍କୁ ଆଶ୍ୱସ୍ତି: ଲଢିପାରିବେ ନିର୍ବାଚନ

ମୁମ୍ବାଇ, ୨୪।୪: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କୁ ଆଶ୍ୱସ୍ତି।

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ମୋଦିଙ୍କ ପାଖରେ କାହିଁକି ରହିବାକୁ ଚାହୁଁନାହାନ୍ତି ମା’ ହୀରାବେନ୍‌

ନୂଆଦିଲ୍ଲୀ, ୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର। ଦୁଇଜଣଙ୍କ ପେଶା ଅଲଗା ହୋଇଥିଲେ ଉଭୟେ ମନ ଖୋଲି କଥା ହୋଇଛନ୍ତି।

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ

ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। 

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଭଲିବଲ ଖେଳିଲେ ସ୍ମୃତି ଇରାନୀ

ଆମେଠି, ୨୪।୪: ଉତ୍ତରପ୍ରଦେଶର ଆମେଠି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏକ ନିଆରା ଅନ୍ଧାଜରେ ନଜର ଆସିଛନ୍ତି। 

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

୧୦୨ ଡିଗ୍ରୀ ଜ୍ୱରରେ ଥାଇ ଭୋଟ ଦେଲେ ଲାଲକୃଷ୍ଣ ଆଡଭାନୀ

ଗାନ୍ଧୀନଗର, ୨୪।୪:  ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। 

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। 

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଶୋଇଥିବା ବାଘକୁ ଢେଲା ଫୋପାଡିବାରୁ ଲାଗିଲା ୫୧ହଜାର ଟଙ୍କା ଜରିମାନା

ଜୟପୁର, ୧୯। ଶୋଇଥିବା ବାଘକୁ ଢେଲା ଫୋପାଡି ହରଡହଣାରେ ପଡିଛନ୍ତି ଜଣେ ପର୍ଯ୍ୟଟକ। 

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। 

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ରୋହିତ ଶେଖର ହତ୍ୟା ମାମଲା: ସ୍ତ୍ରୀ ଅପୁର୍ବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌

ନୂଆଦିଲ୍ଲୀ, ୨୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ହତ୍ୟା ମାମଲାରେ ବୁଧବାର କ୍ରାଇମ୍‌ବ୍ରାଞ୍ଚ ତାଙ୍କ ସ୍ତ୍ରୀ ଅପୁର୍ବା ଶୁକ୍ଲାଙ୍କୁ ଗିରଫ କରିଛି। 

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା

ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri