ମେଟ୍ରୋ |

ଭାଜପା ନେତାଙ୍କୁ ହତ୍ୟା

ଭାଜପା ନେତାଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୫।୪- ଖୋର୍ଦ୍ଧାରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ରବିବାର ବିଳମ୍ବିତ ରାତିରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ୯ ନମ୍ବର ଜୋନ୍‌ ଭାଜପା ମଣ୍ଡଳ ସଭାପତି ମଙ୍ଗୁଳି ଜେନା (୫୨)। ନବୀନବାଗସ୍ଥିତ ଭାଜପା କାର୍ଯ୍ୟାଳୟ ନିକଟରେ ଘଟିଛି ଏହି ଘଟଣା। ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ମଙ୍ଗୁଳିଙ୍କୁ ଅତି ନିକଟରୁ ଗୁଳି କରି ପଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ତାଙ୍କ ସମର୍ଥକମାନେ ପହଞ୍ଚତ୍ବାରୁ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଖୋର୍ଦ୍ଧା ଟାଉନଥାନା ପୋଲିସ ଓ ଏସ୍‌ଡିପିଓ ସୁଶୀଲ ମିତ୍ର ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ଉତ୍ତେଜନା ଜାରି ରହିଛି। 

ମିଳିଥିବା ସୂଚନାନୁସାରେ, ମଙ୍ଗୁଳିଙ୍କ ଘର ନିରାକାରପୁର ଥାନା ବଡ଼ପୋଖରିଆ ଗ୍ରାମରେ। ୨୦୧୨ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ଓ ଭାଜପା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସେତେବେଳେ ସେ ବିଜେଡିରେ ଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନଠାରୁ ସେ ଭାଜପାକୁ ଚାଲି ଆସିଥିଲେ। ତେବେ ରାଜନୈତିକ କାରଣକୁ ନେଇ ତାଙ୍କ ସହ ଅନ୍ୟ ଏକ ଗୋଷ୍ଠୀର ଶତ୍ରୁତା ବଢ଼ି ଯାଇଥିଲା। ରବିବାର ସନ୍ଧ୍ୟାରେ ସେ ଭାଜପା ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ନିକଟକୁ ଆସିଥିଲେ। କାଳୁଙ୍କ କହିବାନୁସାରେ, ରାତି ପ୍ରାୟ ୧୧ଟାରେ ଭାଜପା କାର୍ଯ୍ୟାଳୟ ନିକଟରେ ତାଙ୍କ ସହ ମଙ୍ଗୁଳି କଥା ହେଉଥିଲେ।  ଏହି ସମୟରେ ଦୁଇଜଣ ବ୍ୟକ୍ତି ଏକ ବାଇକ୍‌ ଆସି ସେଠାରେ ପହଞ୍ଚତ୍ଥିଲେ। ଜଣେ ଗାଡିରୁ ଓହ୍ଲାଇ ହଠାତ ମଙ୍ଗୁଳିଙ୍କ ଉପରକୁ ୨ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ।

All Right Reserved By

ମେଟ୍ରୋ |

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରାର୍ଥୀ ନେଇ ଚର୍ଚ୍ଚା, ବେଦ ପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର/ପାଟକୁରା,୨୪।୪(ବ୍ୟୁରୋ/ଡି.ଏନ୍‌.ଏ.): ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ତେବେ ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି  କୁହାଯାଉଛି।

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସ୍ଥାନୀୟ ୟୁନିଟ୍‌-୯ ଭୋଟଦାନ କେନ୍ଦ୍ର ବୁଥ୍‌ ନଂ-୧୧୧ରେ ମଙ୍ଗଳବାର ମତଦାନ କରିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ମା’ଙ୍କ ସହ ଭୋଟକେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଇଥିଲେ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri