ବାଣିଜ୍ୟ |

କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାରୁ ମିଳିଛି ଭଲ ସଫଳତା: ଲାଗାର୍ଡ

କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାରୁ ମିଳିଛି ଭଲ ସଫଳତା: ଲାଗାର୍ଡ

ଓ୍ବାଶିଂଟନ ଡିସି,୧୫-୪: କେନ୍ଦ୍ରୀୟ ବ୍ୟାଙ୍କକୁ ସରକାର ଦେଇଥିବା ସ୍ବାଧୀନତାରୁ ଭଲ ସଫଳତା ମିଳିଛି ବୋଲି ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପ୍ରମୁଖ କ୍ରିଷ୍ଟିନ ଲାଗାର୍ଡ ପ୍ରକାଶ କରିଛନ୍ତି। ବିଶ୍ୱର ଅନେକ ଦେଶରେ ରିଜର୍ଭ ବ୍ୟାଙ୍କ ଉପରେ ସରକାରଙ୍କ ହସ୍ତକ୍ଷେପ ବଢ଼ୁଥିବା ବେଳେ ଲାଗାର୍ଡଙ୍କ ମନ୍ତବ୍ୟ ବେଶ ପ୍ରଣିଧାନଯୋଗ୍ୟ। ସୂଚନାଥାଉ କି, ଫେଡେରାଲ ରିଜର୍ଭ ଦ୍ୱାରା ନୀତିଗତ ସୁଧ ହାର ବୃଦ୍ଧି କରାଯିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ସମାଲୋଚନା କରିଥିଲେ।  ସେ ଫେଡେରାଲ ରିଜର୍ଭର କେନ୍ଦ୍ରୀୟ ନିର୍ଦ୍ଦେଶକମଣ୍ଡଳରେ ଖାଲିପଡିଥିବା ସ୍ଥାନକୁ ପୂରଣ କରିବା ଲାଗି ନିଜ ପାର୍ଟି ରିପବ୍ଲିକାନର ବିଶ୍ୱସ୍ତ ବ୍ୟକ୍ତିଙ୍କୁ ମନୋନୀତ କରିଥିଲେ। ଭାରତରେ ମଧ୍ୟ କେତେକ ମୁଖ୍ୟ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଉପରେ ଏନ୍‌ଡିଏ ସରକାରଙ୍କ କ୍ରମାଗତ ଚାପ ରହିବା ଯୋଗୁ ଦୁଇ ଜଣ ଗଭର୍ନର ରଘୁରାମ ରାଜନ ଏବଂ ଡଃ. ଉର୍ଜିତ ପଟେଲଙ୍କ ସହ ମତାନ୍ତର ଦେଖାଦେଇଥିଲା। ଉର୍ଜିତ ସମୟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ସରକାର ରାଜନଙ୍କ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରି ନଥିଲେ। ଏଠାରେ ଆୟୋଜିତ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଗ୍ରୀଷ୍ମକାଳୀନ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଲାଗାର୍ଡ ପରାମର୍ଶ ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କର ଅଧିକାରୀମାନେ ଜନତାଙ୍କ ପ୍ରତି ଉତ୍ତରଦାୟୀ ହେବା ସହିତ ନିଷ୍ପତ୍ତି ନେବାରେ ସ୍ବଚ୍ଛତା ଅବଲମ୍ବନ କରିବା ଏବଂ ନୀତିଗୁଡ଼ିକ ସମ୍ପର୍କରେ ସୂଚନା ଦେବା ଉପରେ ଜୋର୍‌ ଦେବା ଉଚିତ୍‌।

All Right Reserved By

ବାଣିଜ୍ୟ |

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। 

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri