ବାଣିଜ୍ୟ |

୩୦ କୋଟି ଟପିଲା ରିଲାଏନ୍ସ ଗ୍ରାହକ ସଂଖ୍ୟା

୩୦ କୋଟି ଟପିଲା ରିଲାଏନ୍ସ ଗ୍ରାହକ ସଂଖ୍ୟା

ନୂଆଦିଲ୍ଲୀ,୧୫-୪: ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଆରମ୍ଭ ହେବା ଦିନ ଠାରୁ ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ୩୦ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ସଫଳ ହୋଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମ୍ପାନୀ ମାର୍ଚ୍ଚ ୨ରେ ଏହି ଉପଲବ୍ଧି ହାସଲ କରିଛି। ତେବେ ଜିଓ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ କମ୍ପାନୀ ନିଜର ଉପଲବ୍ଧି ହାସଲ ନେଇ ଉତ୍ସବ ପାଳନ କରୁଥିବା ଏହାର ବିଜ୍ଞାପନରୁ ପ୍ରତୀୟମାନ ହେଉଛି। ଜିଓ ଆରମ୍ଭ ହେବା ଦିନଠାରୁ ସବୁଠାରୁ କମ୍‌ ସମୟ ମଧ୍ୟରେ ୧୦କୋଟି ଗ୍ରାହକ ହାସଲ କରିବାରେ ପ୍ରଥମ ଟେଲିକମ କମ୍ପାନୀ ହୋଇଛି। କମ୍ପାନୀ ମାତ୍ର ୧୭୦ ଦିନରେ ଏହି ସଫଳତା ହାସଲ କରିଥିଲା।

All Right Reserved By

ବାଣିଜ୍ୟ |

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। 

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri