ବାଣିଜ୍ୟ |

ମୋଦି ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମକୁ ପାନଗାରିୟାଙ୍କ ପ୍ରଶଂସା

ମୋଦି ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମକୁ ପାନଗାରିୟାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୫-୪: ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ତଥା ଗ୍ରାମୀଣ ବିଦ୍ୟୁତିକରଣ ଭଳି ସାମାଜିକ କ୍ଷେତ୍ରର କାର୍ଯ୍ୟକ୍ରମଗୁଡ଼ିକ ବଡ଼ ସଫଳତା ହାସଲ କରିଛି ବୋଲି ନୀତି ଆୟୋଗ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା କହିଛନ୍ତି। ଦୁର୍ନୀତି ବିରୋଧରେ ଲଢ଼େଇ ଦିଗରେ କେନ୍ଦ୍ର ସରକାର ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ, ବସ୍ତୁ ଏବଂ ସେବା ଟିକସ(ଜିଏସ୍‌ଟି), ଦେବାଳିଆ ଆଇ ତଥା ପ୍ରତ୍ୟକ୍ଷ ଲାଭ ପ୍ରଦାନ(ଡିବିଟି) ଆଦି ୩ଟି ବଡ଼ ପଦକ୍ଷେପ। ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ, ସରକାର ସଡ଼କ, ରେଲଓ୍ବେ, ଜଳମାର୍ଗ, ବେସାମରିକ ବିମାନ ଚଳାଚଳ ତଥା ଡିଜିଟାଲୀକରଣ କ୍ଷେତ୍ରରେ ଦ୍ରୁତଗତିରେ କାମ କରିଛି, ଯାହାର ଫଳାଫଳ ନଜରକୁ ଆସୁଛି। ଶହେରୁ ଅଧିକ ଅର୍ଥନୀତିଜ୍ଞ ଜିଡିପି ଡାଟାକୁ ନେଇ ଉଠାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ସମାଲୋଚନାକାରୀମାନେ ଯେପର୍ଯ୍ୟନ୍ତ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ)/ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟର କାର୍ଯ୍ୟଧାରାର ଯେଉଁ ଅଂଶ ନେଇ ସ୍ପଷ୍ଟ କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ବୟାନ କେବଳ ଦାବି ଭାବେ ମନେ କରାଯିବ। ସେ କହିଛନ୍ତି ଯେ, ଜିଡିପି ଡାଟା ଗଣନା ବେଳେ ସରକାର ଯେଉଁ ପନ୍ଥାପଦ୍ଧତି ବ୍ୟବହାର କରିଛନ୍ତି, ସେସମ୍ପର୍କରେ ୪୦ ପୃଷ୍ଠାର ଏକ ଦସ୍ତାବିଜ ପ୍ରକାଶ କରିଛନ୍ତି। ବିଶ୍ୱ ବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଏବଂ ଜାତିସଂଘ ସମେତ କୌଣସି ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଭାରତର ପରିସଂଖ୍ୟାନ ସଂସ୍ଥାର ବିଶ୍ୱଯୋଗ୍ୟତା ନେଇ ସନ୍ଦେହ କରିନାହାନ୍ତି ବୋଲି ପାନାଗାରିୟା କହିଛନ୍ତି। ସେ ମଧ୍ୟ ଜିଡିପି ଡାଟା ପ୍ରସ୍ତୁତିରେ ସରକାରଙ୍କ ହସ୍ତକ୍ଷେପ ହୋଇଥିବା ଲକ୍ଷ୍ୟ କରିନାହାନ୍ତି ବୋଲି କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଫେସର କହିଛନ୍ତି। ତାଙ୍କ ମତରେ ଜିଡିପି ଅନୁମାନ ନୂଆ ନୁହେଁ। ଏହା ଏକ ସ୍ଥାପିତ ପ୍ରକ୍ରିୟା। ସୂଚନାଥାଉ କି, ଜିଡିପି ଡାଟାକୁ ନେଇ ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ, ଆଇଏମ୍‌ଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ଓ ୧୦୮ ଅର୍ଥନୀତିଜ୍ଞ ତଥା ସମାଜ ବିଜ୍ଞାନୀ ପ୍ରଶ୍ନ ଉଠାଇଥିଲେ। 

All Right Reserved By

ବାଣିଜ୍ୟ |

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। 

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri