ଖେଳ |

ଧୋନୀଙ୍କ କହିବା ଅନୁସାରେ ବୋଲିଂ କରିଥିଲି: ତାହିର

ଧୋନୀଙ୍କ  କହିବା ଅନୁସାରେ ବୋଲିଂ କରିଥିଲି: ତାହିର

କୋଲକାତା, ୧୫ା୪ (ପି.ଟି.)-ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଯୋଜନା ମୁତାବକ ବୋଲିଂ କରିବାରୁ ମୁଁ ସଫଳ ହେଲି ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ବୋଲର ଇମ୍ରାନ ତାହିର। ଶନିବାର ଏଠାରେ ଅନୁଷ୍ଠିତ ଏକ ଆଇପିଏଲ ମ୍ୟାଚରେ ସିଏସ୍‌କେ ୫ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ଦେଇଛି। ଦଳକୁ ଜିତାଇବାରେ ତାହିର ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେ ୨୭ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରି ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ତାହିର କହିଛନ୍ତି  ମୋତେ କେଉଁ ବ୍ୟାଟ୍ସମ୍ୟାନକୁ କିପରି ବଲ୍‌ ପକାଇବାକୁ ପଡ଼ିବ ଧୋନୀ ପରାମର୍ଶ ଦେଇଥିଲେ। ତାହିର ବର୍ତ୍ତମାନ କାଗିସୋ ରାବାଡା (୧୭)ଙ୍କ ପଛକୁ   ଦ୍ୱିତୀୟ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇଛନ୍ତି। ସେ ଆଇପିଏଲରେ ଏପର୍ଯ୍ୟନ୍ତ ୧୩ଟି ଲେଖାଏଁ ଉଇକେଟ ନେଇ ସାରିଲେଣି। ରବିବାର ଆନ୍ଦ୍ରେ ରସେଲ  ସ୍ବାଭାବିକ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଏହି ଲେଗ୍‌ ସ୍ପିନରଙ୍କ ବୋଲିଂରେ ଏକ ଚୌକା ଓ ଛକା ଲଗାଇଥିଲେ। ମାତ୍ର ସେ ପ୍ରତ୍ୟାବର୍ତ୍ତନ କରି ଜାମାଇକାର ଏହି ବ୍ୟାଟ୍ସମ୍ୟାନଙ୍କୁ ୭ଟି ମ୍ୟାଚରେ ପ୍ରଥମ ଥର ୪୦ରୁ କମ୍‌ ସ୍କୋରରେ ଆଉଟ କରିବାରେ ସଫଳ ହୋଇଥିଲେ। ବ୍ୟକ୍ତିଗତ ସଫଳତା ଅପେକ୍ଷା ଦଳ ପାଇଁ ଏହି ଉଇକେଟ ଅତ୍ୟନ୍ତ ମୂଲ୍ୟବାନ ଥିଲା।

All Right Reserved By

ଖେଳ |

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

‘ଅଣ୍ଟା ସମସ୍ୟା ନେଇ ମୋତେ ସତର୍କ ରହିବାକୁ ପଡ଼ିବ’

ଚେନ୍ନାଇ,୨୪ା୪(ପି.ଟି.)- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲ୍‌ରେ ଅଣ୍ଟା ସମସ୍ୟା ଦେଇ ଗତି କରୁଛନ୍ତି। 

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁଟ୍‌

ନୂଆଦିଲ୍ଲୀ,୨୪ା୪- ଦର୍ଜି ଘରକୁ ଆସି ସୁଟ୍‌ ପାଇଁ ମାପ ନେବା କଥା ପ୍ରାୟ ଶୁଣି ନ ଥିବେ। କିନ୍ତୁ ଭାରତୀୟ ବିଶ୍ୱକପ୍‌ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। 

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଉହାନ(ଚାଇନା),୨୪ା୪(ପିଟି)- ଭାରତୀୟ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ଏସିଆନ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ଭାରତୀୟ ସାଥିୟାନ

ନୂଆଦିଲ୍ଲୀ,୨୪ା୪(ପିଟି)- ଜି. ସାଥିୟାନ ଏକମାତ୍ର ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ବୁଦାପେଷ୍ଟଠାରେ ଚାଲିଥିବା ଆଇଟିଟିଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ତିଷ୍ଠି ରହିଛନ୍ତି।

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଧୋନୀ, ଫ୍ଲେମିଂଙ୍କୁ ଧନ୍ୟବାଦ ଜଣାଇଲେ ଓ୍ବାଟସନ

ଚେନ୍ନାଇ,୨୪ା୪(ପିଟି)- ଏଠାରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୬ ଉଇକେଟରେ ଜିତି ନେଇଛି।

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଇଂଲିଶ ପ୍ରିମିୟର ଲିଗ୍‌ରେ ଦ୍ରୁତତମ ଗୋଲ

ଓ୍ବାଟ୍‌ଫର୍ଡ,୨୪ା୪- ସାଉଥମ୍ପଟନ ଷ୍ଟ୍ରାଇକର ଶାନେ ଲଙ୍ଗ୍‌ ଇଂଲିଶ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଇତିହାସର ଦ୍ରୁତତମ ଗୋଲ ସ୍କୋର କରିଛନ୍ତି। 

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଓ୍ବାଟସନ୍‌ଙ୍କ ପୁଅ ଏହି ଭାରତୀୟ କ୍ରିକେଟରଙ୍କ ବଡ ଫ୍ୟାନ

ଚେନ୍ନାଇ, ୨୪।୪: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ସେନ୍‌ ଓ୍ବାଟସନ୍‌ ଫର୍ମକୁ ଫେରିଛନ୍ତି।

 ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଅବସର ପରେ ମୋ ସଫଳତାର ରହସ୍ୟ ପ୍ରକାଶ କରିବି - ଧୋନୀ

ଚେନ୍ନାଇ,୨୪ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏକମାତ୍ର ଦଳ ଭାବେ ଆଇପିଏଲ ପ୍ରଥମ ସଂସ୍କରଣରୁ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରୁଛି। 

ନର୍ଭସ ନାଇନ୍‌ଟିଜ ରେକର୍ଡ

ନର୍ଭସ ନାଇନ୍‌ଟିଜ ରେକର୍ଡ

ମୁମ୍ବାଇ,୨୪ା୪-ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏକ ଦୁଃଖଦ ଓ ଅଜଣା ରେକର୍ଡ। 

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା।

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ନୂଆଦିଲ୍ଲୀ, ୨୪।୪: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ବୁଧବାର ୪୬ବର୍ଷରେ ପାଦ ଥାପିଛନ୍ତି।

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri