ଖେଳ |

ରାଜ୍ୟ ଓପନ ଚେସ୍‌: ସମ୍ବିତ ଚାମ୍ପିୟନ, ବୈଭବ ରନର୍ସଅପ୍‌

ରାଜ୍ୟ ଓପନ ଚେସ୍‌: ସମ୍ବିତ ଚାମ୍ପିୟନ, ବୈଭବ ରନର୍ସଅପ୍‌

ଭୁବନେଶ୍ୱର, ୧୫।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୨ସ୍ଥିତ ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଦିନଧରି ଅନୁଷ୍ଠିତ ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ୮ ପଏଣ୍ଟ ଲେଖାଏ ହାସଲ କରି ଭୁବନେଶ୍ୱରର ସମ୍ବିତ ପଣ୍ଡା ଚାମ୍ପିୟନ ଓ ପୁରୀର ବୈଭବ ମିଶ୍ର ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର କୁମାର ସାହୁ, ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର, ଜଗଦୀଶ ବାରିକ, ତନ୍ମୟ କୁମାର, ଅମିତ ମହାନ୍ତି, ପ୍ରିୟବ୍ରତ ସାମନ୍ତ, ହର୍ଷିତ ରଞ୍ଜନ ସାହୁ, ଶାଶ୍ୱତ ମଲିକ(ସମସ୍ତେ ୭ ପଏଣ୍ଟ ଲେଖାଏ) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ପ୍ରଦର୍ଶନ ଆଧାରରେ ୨୫ ଜଣଙ୍କୁ ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧, ୧୩, ୧୫ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ୫ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଥିଲା। ସ୍ନେହାଞ୍ଜଳି ପ୍ରଧାନ ଶ୍ରେଷ୍ଠ ମହିଳା, ବଂଶୀଧର ଭୋଇ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଥିଲେ। ୫ ଖେଳାଳିଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ ଦିଆ ଯାଇଥିଲା। ଓଏସସିଏ ସମ୍ପାଦକ ସ୍ମୃତି ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରାଜକିଶୋର ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଓଏସସିଏ ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ, କୋଷାଧ୍ୟକ୍ଷ ବଂଶୀଧର ଭୋଇ ଓ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଖେଳ |

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ଦିଲ୍ଳୀ- ପଞ୍ଜାବ ଫାଇଟ୍‌

ନୂଆଦିଲ୍ଲୀ,୧୯।୪(ପି.ଟି.)- ଆଇପିଏଲର ୩୭ତମ ମ୍ୟାଚରେ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ମୁହଁାମୁହିଁ ହେବେ। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ପଏଣ୍ଟ ତାଳିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ ପାଇଁ ଏକାଧିକ ସମସ୍ୟା ରହିଛି। 

   ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି :    ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି : ୭ ଭାରତୀୟ ଖେଳିବେ କାଉଣ୍ଟି କ୍ରିକେଟ

ନୂଆଦିଲ୍ଲୀ, ୧୯ା୪ (ପି.ଟି.)-ଉଦ୍‌ଘାଟନୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜ ଜୁଲାଇ ଓ ଅଗଷ୍ଟରେ ଖେଳାଯିବ। ଏଥିଲାଗି ପ୍ରସ୍ତୁତି ପାଇଁ ଭାରତର ୭ ଟେଷ୍ଟ ସ୍ପେଶାଲିଷ୍ଟ  ବିଭିନ୍ନ ଇଂଲିଶ କାଉଣ୍ଟି ଦଳ ସହିତ କେତୋଟି ଗେମ୍‌ ଖେଳିପାରନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନଜରରେ ଥିବା ଏହି ଖେଲାଳିମାନେ ହେଲେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ’, ହନୁମା ବିହାରୀ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଈଶାନ୍ତ ଶର୍ମା। ବିସିସିଆଇର ଜଣେ ସିନିୟର ଅଫିସିଆଲଙ୍କ କହିବା ଅନୁସାରେ ପୂଜାରାଙ୍କ ୟର୍କଶାୟାର ଦଳ ସହିତ ୩ବର୍ଷିଆ ଚୁକ୍ତି ହୋଇ ସାରିଛି। ତେଣୁ ସେ ୟର୍କଶାୟାର ଦଳରୁ ଖେଳିବେ।

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରଙ୍କ ସମଲିଙ୍ଗୀ ବିବାହ

ମେଲବୋର୍ନ, ୧୯।୪- ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇଜଣ ମହିଳା କ୍ରିକେଟର। ଏହି ୨ଜଣ କ୍ରିକେଟର ହେଲେ ନ୍ୟୁଜିଲାଣ୍ଡ ଜାତୀୟ ମହିଳା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ହେଲୀ ଜେନସେନ ଓ ଅଷ୍ଟ୍ରେଲିଆର ନିକୋଲାସ ହାନକକ୍‌। ନିକୋଲାସ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁ ନ ଥିଲେ ମଧ୍ୟ ଘରୋଇ ପ୍ରତିଯୋଗିତା ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ମେଲବୋର୍ନ ଷ୍ଟାରସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। 

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ଏସିଆନ ଚାମ୍ପିୟନଶିପ୍‌ ପ୍ରି-କ୍ୱାର୍ଟରରେ ୨ ଭାରତୀୟ ବକ୍ସର

ବ୍ୟାଙ୍କକ୍‌, ୧୯।୪(ପି.ଟି.)- ଏସିଆନ ଚାମ୍ପିୟନଶିପ୍‌ରେ ଦୁଇ ଭାରତୀୟ ବକ୍ସର ଦୀପକ ଓ ରୋହିତ୍‌ ଟୋକସ ଭଲ ଆରମ୍ଭ କରି ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ସନ୍ତୋଷ ଟ୍ରଫି ଫାଇନାଲରେ ପଞ୍ଜାବ

ଲୁଧିଆନା, ୧୯।୪(ପି.ଟି.)- ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲରେ ପଞ୍ଜାବ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ଗୋଆକୁ ପରାସ୍ତ କରିଛି।

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ସ୍କଟ୍‌ଲାଣ୍ଡ୍‌ କ୍ରିକେଟର ଲାଙ୍ଗ୍‌ଙ୍କ ଅକାଳ ବିୟୋଗ

ଏଡିନବର୍ଗ, ୧୯।୪- ସ୍କଟ୍‌ଲାଣ୍ଡ କ୍ରିକେଟ ଦଳର ଅଲ୍‌ରାଉଣ୍ଡର କନ୍‌ ଡେ ଲାଙ୍ଗ୍‌ଙ୍କ ଗୁରୁବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଏକବର୍ଷ ହେବ ବ୍ରେନ ଟ୍ୟୁମରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ନୂଆ  ଇତିହାସର  ପୁରୁଣା  ପୃଷ୍ଠା

ନୂଆ ଇତିହାସର ପୁରୁଣା ପୃଷ୍ଠା

ଜଣେ ବହୁମୁୀ ପ୍ରତିଭାର ଅଧିକାରୀ ତଥା କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଜେ.ଏମ. ଜୋଆରଦାରଙ୍କ ପ୍ରୟାସରୁ ଆରମ୍ଭ ହୋଇଥିଲା ଓଡ଼ିଶା ଚେସ୍‌ର ପୁରୁଣା ପୃଷ୍ଠା ।

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

ଗୁଡ୍‌ଲକ୍‌ ଟିମ୍‌ ଇଣ୍ଡିଆ

୨୦୧୯ ଆଇସିସି ବିଶ୍ୱକପ୍‌ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଭାରତୀୟ ଦଳ ନିକଟରେ ଘୋଷିତ ହୋଇଛି। ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। 

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ସିଡନୀ, ୧୯।୪:  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା କ୍ରିକେଟର। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍‌ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। 

ମୁମ୍ବାଇ ୪୦ ରନରେ ବିଜୟୀ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। 

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri