ବାଣିଜ୍ୟ |

ଲୋକ ସଙ୍ଗୀତର ସଂରକ୍ଷଣ ଦେଲା ପରିଚୟ

ଲୋକ ସଙ୍ଗୀତର ସଂରକ୍ଷଣ ଦେଲା ପରିଚୟ

ନୂଆଦିଲ୍ଲୀ, ୧୪-୪: ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶ ପାଉଥିବା ଅଣ୍ଡର-୩୦ ଏସିଆ ୟଙ୍ଗ ଆଚିଭର୍ସ ୨୦୧୯ ତାଲିକାରେ ଗ୍ରେଟର ନଏଡା ନିବାସୀ ଅଭିନବ ଅଗ୍ରଓ୍ବାଲ ସ୍ଥାନିତ ହୋଇଛନ୍ତି। କଳା କ୍ଷେତ୍ରରେ ଅବଦାନ ଲାଗି ତାଙ୍କୁ ଏହି ସଫଳତା  ମିଳିଛି। ଚଳିତ ବର୍ଷ ତାଲିକାରେ ବିଭିନ୍ନ ବର୍ଗ ଲାଗି ୫୯ ଯୁବ ଭାରତୀୟଙ୍କୁ ସାମିଲ କରାଯାଇଛି। ଦେଶ ମଧ୍ୟରେ ଥିବା ବିଭିନ୍ନ ଆଦିବାସୀ ଅଞ୍ଚଳର ଲୁପ୍ତ ଲୋକ ସଙ୍ଗୀତର ସଂରକ୍ଷଣ ତଥା ଲୋକପ୍ରିୟତା ବଢାଇବା ଦିଗରେ ତାଙ୍କର ଯୋଗଦାନକୁ ବିଚାର କରି ଫୋର୍ବସ ତାଙ୍କୁ ତାଲିକାରେ ସାମିଲ କରିଛି। ୨୬ ବର୍ଷୀୟ ଅଗ୍ରଓ୍ବାଲ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଲୋକ ସଙ୍ଗୀତର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛନ୍ତି। ବର୍କଲେ କଲେଜ ଅଫ ମ୍ୟୁଜିକରୁ ଶିକ୍ଷା ଗ୍ରହଣ କରିଥିବା ଅଭିନବ ଅନହଦ ଫାଉଣ୍ଡେଶନ ନାମକ ଏନ୍‌ଜିଓର ପ୍ରତିଷ୍ଠା ମଧ୍ୟ କରିଛନ୍ତି।  ଅନହଦ ଜରିଆରେ ସେ ୟୁଟୁବରେ ଏହି ସଂଗୀତ ପ୍ରକଳ୍ପକୁ ଲଞ୍ଚ କରିବା ସହ ଆଇରିୟଲିଟିକୁ କଳାକାରଙ୍କ ନିକଟରେ ପହଞ୍ଚାଇବା କାମ କରୁଛନ୍ତି। 

କଳାକାରମାନେ କିଭଳି ଜିବିକା ପାଇ ପାରିବେ ସେ ଦିଗରେ ମଧ୍ୟ ତାଙ୍କର ଯୋଗଦାନ ରହିଛି। ୨୦୧୬ ଅକ୍ଟୋବରରେ ଗ୍ରାଜୁଏଶନ ସାରିବା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନ,ପଞ୍ଜାବ, ହିମାଚଳ ପ୍ରଦେଶ, ଝାଡଖଣ୍ଡ ଏବଂ କର୍ନାଟକର ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ କଳାକାରଙ୍କ ସହ କାମ କରି ସାରିଛନ୍ତି। କଳାକାରଙ୍କୁ ଖୋଜିବା  ଲାଗି ଅଭିନବ ଜୟସାଲମେର, ବଡମେର, ଯୋଧପୁର, ପଟିଆଲା, ସଙ୍ଗପୁର, ଚଣ୍ଡୀଗଡ, ଚମ୍ବା,ଧର୍ମଶାଳା,କୁଲୁ ଭଳି ବିଭିନ୍ନ ସ୍ଥାନ ଯାଇ ମ୍ୟୁଜିକ ରେକର୍ଡ କରିଛନ୍ତି। ଏହି ମ୍ୟୁଜିକକୁ ଗ୍ରେଟର ନୋଏଡାସ୍ଥିତ ନିଜ ଷ୍ଟୁଡିଓରେ ମିକ୍ସ ସହ ପ୍ଲାଟଫର୍ମ ପ୍ରଦାନ କରିଥାନ୍ତି। ଲୋକ ସଙ୍ଗୀତର ସଂରକ୍ଷଣ ଦିଗରେ ଏତେଟା କାର୍ଯ୍ୟ ହୋଇ ନ ଥିବାରୁ ଏ ଦିଗରେ ନିଜର ଯୋଗଦାନ ରଖିଥିବା ଅଭିନବ କହିଛନ୍ତି। 

All Right Reserved By

ବାଣିଜ୍ୟ |

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। 

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri