ଫୁରସତ |

ଆଜି ଭିମରାଓ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ: ଜାଣନ୍ତୁ ସମ୍ବିଧାନ ନିର୍ମାତାଙ୍କ ସହ ଜଡିତ କିଛି ଅଜଣା କଥା

ଆଜି ଭିମରାଓ ଆମ୍ବେଦକରଙ୍କ ୧୨୮ତମ ଜୟନ୍ତୀ: ଜାଣନ୍ତୁ ସମ୍ବିଧାନ ନିର୍ମାତାଙ୍କ ସହ ଜଡିତ କିଛି ଅଜଣା କଥା

ଡା. ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ଆଜି ୧୨୮ତମ ଜୟନ୍ତୀ। ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ମନେ ପକାଇବା ସହ ତାଙ୍କ ଅବଦାନକୁ ଦେଶର ପ୍ରତ୍ୟେକ ଜନତା ଚିରକାଳ ଲାଗି ମନେ ରଖିବେ ବୋଲି କହିଛନ୍ତି। ତେବେ ସମଗ୍ର ବିଶ୍ୱରେ ଆମ୍ବେଦକରଙ୍କ ଜୟନ୍ତୀକୁ ଧୁମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତୁ ଜାଣିବା ସମ୍ବିଧାନ ପ୍ରଣେତାଙ୍କୁ ନେଇ କିଛି ଅଜଣା କଥା।

-୧୮୯୧ ମସିହା ଏପ୍ରିଲ ୧୪ତାରିଖରେ ମଧ୍ୟପ୍ରଦେଶର ମହୁରେ ଜନ୍ମଗ୍ରହଣ କରିଥିଲେ ଆମ୍ବେଦକର। ସେ ଥିଲେ ମରାଠି ପରିବାରର। ତାଙ୍କ ବାପା ଥିଲେ ରାମଜୀ ମାଲୋଜି ଓ ମା ଥିଲେ ଭୀମାବାଇ। ସେ ମହାର ଜାତିର ଥିବା ଯୋଗୁ ତାଙ୍କୁ ଅନେକ ଅସ୍ପୃଶ୍ୟ ବୋଲି ଭାବୁଥିଲେ। 

-ପିଲାଦିନୁ ବେଶ ବୁଦ୍ଧିଆ ଥିଲେ ସେ।  ଛୁଆଁ ଅଛୁଆ ଭେଦଭାବକୁ ନେଇ ତାଙ୍କୁ ପ୍ରାରମ୍ଭରେ ଅନେକ କଠିନ ସମୟର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ତାଙ୍କର ବିଚକ୍ଷଣ ବୁଦ୍ଧିକୁ ଦେଖି ଜଣେ ଶିକ୍ଷକ ବେଶ ଭଲ ପାଉଥିଲେ। ସେ ବାବା ସାହେବଙ୍କ ନାମକୁ ଆମ୍ବେଦକର କରିଥିଲେ।

-୧୯୧୩ରେ ସେ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥିଲେ। ସେଠାରେ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାଠପଢ଼ା ଶେଷ କରିଥିଲେ। ପରେ ୧୯୧୬ରେ ସେ ପିଏଚ୍‌ଡି ସମ୍ମାନ ଲାଭ କରିଥିଲେ।

-ସେ ଲଣ୍ଡନରେ ଅର୍ଥଶାସ୍ତ୍ରରେ ଡକ୍ଟରେଟ କରିବାକୁ ଇଚ୍ଛୁକ ଥିଲେ। ମାତ୍ର ତାହା ହୋଇପାରି ନ ଥିଲା। ପରେ ସେ ଟିଉସନ କରିବା ସହ ଅନେକ କାମ କରିଥିଲେ। ମାତ୍ର ସାମାଜିକ ଭେଦଭାବ ତାଙ୍କ ବାଟ ଓଗାଳି ଥିଲା। ସେ ବମ୍ବେର ସିଡନେମ୍‌ କଲେଜରେ ଅଧ୍ୟାପକ ଭାବେ କାମ କରିଥିଲେ। ୧୯୨୩ରେ ତାଙ୍କୁ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଡକ୍ଟର୍‌ସ ଅଫ୍‌ ସାଇନ୍ସ ଉପାଧିରେ ସମ୍ମାନିତ କରାଯାଇଥିଲେ। ପରେ ୧୯୨୭ରେ ତାଙ୍କୁ ପିଏଚ୍‌ଡି ଡିଗ୍ରୀ ମିଳିଥିଲା।  

- ସେ ସମାଜର ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ସମାନ ସୁବିଧା ଦେବା ଲାଗି ସଂଘର୍ଷ କରିଥିଲେ। 

- ତାଙ୍କୁ ଛୁଆ ଅଛୁଆଁ ଭେଦ ଭାବ ଅନ୍ୟ ପାଖରେ କାମ କରିବା ଠାରୁ ଆହୁରୀ ଯନ୍ତ୍ରଣା ଦାୟକ ମନେ ହେଉଥିଲା। ତାଙ୍କୁ ମହାରାଜା ଗାୟକଓ୍ବାଡ ସମୟରେ ସୌନ୍ୟ ସଚିବ ଭାବେ ନିଯୁକ୍ତି ମିଳିଥିଲା। ମାତ୍ର ଜାତିଗତ ଭେଦଭାବ ଯୋଗୁ ସେ ଚାକିରି ଛାଡ଼ି ଦେଇଥିଲେ। 

- ଆମ୍ବେଦକର ଲେଖିଥିବା ଅନେକ ବହି ବିବାଦୀୟ ହୋଇଥିଲା। ସେଥିମଧ୍ୟରୁ କିଛି ଥିଲା, ‘ଥଟ୍‌ସ ଅଫ୍‌ ପାକିସ୍ତାନ, ହ୍ବାଟ୍‌ କଂଗ୍ରେସ ଆଣ୍ଡ ଗାନ୍ଧୀ ହାଭ୍‌ ଡନ୍‌ ଟୁ ଦ ଅନ୍‌ଟଚେବୁଲ୍ସ’ । 

-ସେ ଦେଶର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ପରେ ସେ ଦେଶର ସମ୍ବିଧାନ ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇଥିଲେ।

-୧୯୫୬ ଅକ୍ଟୋବର ୧୪ରେ ସେ ନାଗପୁରରେ ଔପଚାରିକ ଭାବେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ‘ ଦ ବୁଦ୍ଧ ଆଣ୍ଡ ହିଜ୍‌ ଧମ୍ମ’ ତାଙ୍କ ଲିଖିତ  ଶେଷ ପୁସ୍ତକ। ଯାହାକି ୧୯୫୭ରେ ତାଙ୍କ ମୃତ୍ୟୁ ପରେ ପ୍ରକାଶିତ ହୋଇଥିଲା। 


All Right Reserved By

ଫୁରସତ |

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ଏଥର କମ୍ପାନୀ ଦେବ ଡେଟିଂ ପାଇଁ ଛୁଟି

ବିଭିନ୍ନ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ଛୁଟି ମିଳିବା କାଠିକର ପାଠ। ହେଲେ ଏବେ ଚାଇନାର ୨ଟି କମ୍ପାନୀ କେବଳ ତା’ର ମହିଳା କର୍ମଚାରୀଙ୍କୁ ଡେଟିଂ ଲିଭ୍‌ ଦେବ ବୋଲି ଯୋଜନା କରିଛି। 

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି।

ଛୁଇଁଦେଲେ ଦେବେ ଜରିମାନା...

ଛୁଇଁଦେଲେ ଦେବେ ଜରିମାନା...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହା ସମ୍ପର୍କରେ ଜାଣି ନ ଥିବା ବିଦେଶୀ ଲୋକଙ୍କୁ ବେଳେ ବେଳେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହିମାଚଳପ୍ରଦେଶରେ ଥିବା ମଲାଣା ଗାଁ  ବେଶ୍‌ ରହସ୍ୟମୟ। 

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ  କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ  ହୋଇଗଲା’

କଟକଣା ପରେ ଟୁଇଟରରେ ଟ୍ରେଣ୍ଡ କରୁଛି #tiktokban: ବ୍ୟବହାରକାରୀ କହିଲେ ‘ଜୀବନ ବର୍ବାଦ ହୋଇଗଲା’

ନୂଆଦିଲ୍ଲୀ: ଭାରତରେ ଆଧିକାରୀକ ଭାବେ ‘ଟିକଟକ୍‌’ ଭିଡିଓ ଆପ୍‌କୁ ଡାଉନଲୋଡ୍‌ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପ୍‌କୁ ଗୁଗୁଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ହଟାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ପକ୍ଷୀ ନେଲା ମାଲିକଙ୍କ ଜୀବନ

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି। ପକ୍ଷୀଟି ରାଗିଯିବାରୁ ତା’ ମାଲିକଙ୍କ ଜୀବନ ନେଇଗଲା। 

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁଠି ପିଆଯାଏ ସାପ ରକ୍ତ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି। ଏହା ପଛରେ କାରଣ ମଧ୍ୟ ରହିଛି। 


Model This Week

କ୍ରିଷ୍ଣା
Why Dharitri