ଅପରାଧ | ବ୍ରହ୍ମପୁର

ଜି. ଉଦୟଗିରିରେ ଏଟିଏମ୍‌ ମେଶିନ ଭାଙ୍ଗିଲେ ଦୁର୍ବୃତ୍ତ

ଜି. ଉଦୟଗିରିରେ ଏଟିଏମ୍‌ ମେଶିନ ଭାଙ୍ଗିଲେ ଦୁର୍ବୃତ୍ତ

ଜି. ଉଦୟଗିରି,୧୪।୪(ଡି.ଏନ୍‌ଏ.): ଜି. ଉଦୟଗିରି ବନ୍ଧ ଛକ ନିକଟରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାଉଣ୍ଟରର ମେଶିନକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଖବରପାଇ ରବିବାର ସକାଳୁ ଜି. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଇଆଇସି ଜୀବନାନନ୍ଦ ଜେନା ଦୁର୍ବୃତ୍ତ ଟଙ୍କା ନେଇ ପାରି ନ ଥିବା କହିଛନ୍ତି। ଦ୍ୱିତୀୟ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବା ଜାଣି ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିବାକୁ ଯୋଜନା କରିଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ  ଆଲୋଚନା ହେଉଛି । ସିସି ଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯିବା ଅଧିକ ସହଜ ହେବ ବୋଲି ପୋଲିସ କହିଛି।

All Right Reserved By

ଅପରାଧ | ବ୍ରହ୍ମପୁର

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୩ ଗିରଫ

ଯାଜପୁରରୋଡ଼ ୧୯।୪(ନି.ପ୍ର.): ଯାଜପୁରରୋଡ କେନ୍ଦୁଝର ରେଳଷ୍ଟେଶନ ସାଇ ମନ୍ଦିର ଲେଭଲକ୍ରସିଂ ନିକଟରୁ ଯାଜପୁରରୋଡ଼ ପୋଲିସ ଚଢାଉକରି ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଝାରପଡ଼ା ଜେଲକୁ ଆସିଛନ୍ତି  ଟିଟୋ।

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

 ମଦ ଜବତ, ୪ ଗିରଫ

ମଦ ଜବତ, ୪ ଗିରଫ

ରାୟଗଡା ଅଫିସ୍‌, ୧୮।୪-  ରାୟଗଡା ପୋଲିସ  ୨ଟି ସ୍ଥାନରେ ଚଢ଼ାଉ କରି ୭୦ଲିଟର ବିଦେଶୀ ମଦ ଜବତ କରିିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ନାୟକ, ପି.ରାବଣା, ରଞ୍ଜିତ ସାହୁ ଏବଂ ଜଗନ୍ନାଥ ସାହୁ ।

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l

୨୧୬ ଲିଟର ମଦ ଜବତ : ୩ ଗିରଫ

୨୧୬ ଲିଟର ମଦ ଜବତ : ୩ ଗିରଫ

ବ୍ରହ୍ମପୁର ଅଫିସ,୧୮ା୪: ବୈଦ୍ୟନାଥପୁର ଥାନା ପୋଲିସ  ବୁଧବାର ରାତିରେ ଖୋଦାସିଙ୍ଗି ହଂସିକା  ମଦ ଦୋକାନ ନିକଟରେ ଥିବା ଏକ ରୁମ ଭିତରୁ ୨୧୬ ଲିଟର ବିଦେଶୀ ମଦ ଜବତ କରିବା ସହ  ଉକ୍ତ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି।

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିତିଆ ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି l ନାବାଳିକାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲେ ଅଭିଯୁକ୍ତ।

ଭାଜପା ସମର୍ଥକଙ୍କୁ ହତ୍ୟା

ଭାଜପା ସମର୍ଥକଙ୍କୁ ହତ୍ୟା

ଭଞ୍ଜନଗର,୧୭।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନ ହେବ। ଏହାପୂର୍ବରୁ ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳୀଝଡା ଗ୍ରାମରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଭାଜପା ସମର୍ଥକ ସନ୍ତୋଷ ପତି (୩୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଲାଠିପଡା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଲାଠିପଡାଠାରେ ରାସ୍ତାରୋକୋ କରିଛନ୍ତି। ଫଳରେ ଭଞ୍ଜନଗର-ସୋରଡା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି।

ପୃଥକ୍‌ ଦୁର୍ଘଟଣା: ୨ ମୃତ, ୮ ଆହତ

ପୃଥକ୍‌ ଦୁର୍ଘଟଣା: ୨ ମୃତ, ୮ ଆହତ

ସୋରଡା,୧୭।୪(ଡି.ଏନ.ଏ.)- ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଦୁର୍ଘଟଣା ଘଟି ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ  ଆହତ  ହୋଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସକାଳ ୧୦ଟାରେ ସନ୍ଧିକେନ୍ଦୁ ଗ୍ରାମର ସାଗର ନାୟକ ୩୫ ଏବଂ ସ୍ତ୍ରୀ ରଶ୍ମିତା ନାୟକ, ଝିଅ ପୂର୍ଣ୍ଣିମା ନାୟକ ବାଇକ ଯୋଗେ ଆସିକାରୁ ସୋରଡା ଅଭିମୁଖେ ଆସୁଥିଲେ। କରଡାବାଡି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବାଇକ ଛିଟିକି ପଡିଥିଲା।

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ,୧୭ା୪ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଙ୍ଗୁନିପଦର ବୁଥ୍‌କୁ ପୋଲିଂ କର୍ମଚାରୀମାନେ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ବାହାରକୁ ଡାକି ଗାଡ଼ି ଜାଳି ଦେଇଛନ୍ତି।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକରୋଡ଼,୧୭।୪(ଡି.ଏନ୍‌.ଏ): ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ବୁଧବାର ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ଚଢ଼ାଉ କରି ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। 


Model This Week

କ୍ରିଷ୍ଣା
Why Dharitri