ମେଟ୍ରୋ |

ଜଟଣୀ ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା: ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ଗ୍ରହଣ କଲା ପୋଲିସ

ଜଟଣୀ ଶିଶୁକନ୍ୟା ବଳାତ୍କାର, ହତ୍ୟା ମାମଲା: ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ଗ୍ରହଣ କଲା ପୋଲିସ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ)- ଚର୍ଚ୍ଚିତ ଜଟଣୀ ଶିଶୁକନ୍ୟା ବଳାତ୍କାର ଓ ହତ୍ୟା ଘଟଣାରେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଦନାମକୁ ଏଡାଇବାକୁ ଯାଇ ପୋଲିସ ଏହି ଘଟଣାକୁ  ରେଡ୍‌ ଫ୍ଲାଗ୍‌ (ସମ୍ବେଦନଶୀ ମାମଲା) ମାମଲା ଭାବେ ଗ୍ରହଣ କରିଛି। ଜଣେ ଅତିରିକ୍ତ ଡିସିପି ପାହ୍ୟାର ପୋଲିସ ଅଫିସର ମାମଲାର ତଦନ୍ତ କରୁଛନ୍ତି। କେଉଁ ପରିସ୍ଥିତିରେ ଏହି ସ୍ପର୍ଶକାତର ଘଟଣା ଘଟିଲା ଓ ଅଭିଯୋଗ କରିବାକୁ ଯାଇଥିବା ମୃତ ଶିଶୁକନ୍ୟାଙ୍କ ବାପାଙ୍କୁ ସରପଞ୍ଚ ଥାନାରେ ମାଡ଼ ମାରିବା ଆଦିର ତଦନ୍ତ କରି ସେ ପୋଲିସ କମିଶନରଙ୍କୁ ରିପୋର୍ଟ ଦେବେ। ଶନିବାର ଅତିରିକ୍ତ ଡିସିପିମୃତ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକ ଓ ଥାନା ଅଧିକାରୀଙ୍କୁ ପଚରାଉଚରା କରାଯାଇଛି। ସେହିଭଳି ରାଜ୍ୟ ଫରେନସିକ୍‌ ଲ୍ୟାବ୍‌ ଡାକ୍ତର ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତର ଡିଏନ୍‌ଏ ନମୁନା ସଂଗ୍ରହ କରିଛନ୍ତି।  ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବା ଲାଗି ଏହି ନମୁନା ସବୁଠୁ ବଡ଼ ପ୍ରମାଣ ଭାବେ ଗ୍ରହଣ କରାଯାଇଥାଏ। ଅନ୍ୟପକ୍ଷରେ ଲୋକଙ୍କ ମାଡ଼ରେ ଆହତ ହୋଇ ଅଭିଯୁକ୍ତ ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି। ତାଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଏହି ଘଟଣାକୁ ପୋଲିସ ଅତି ଗମ୍ଭୀରତାର ସହ ନେଇଛି। ରେଡ୍‌ ପ୍ଲାଗ୍‌ ମାମଲା ଭାବେ ଗ୍ରହଣ କରାଯାଇଛି।

ଥାନା ଅଧିକାରୀଙ୍କ ନାଁରେ ଗୁରୁତର ଅଭିଯୋଗ: ଆନ୍ଦୋଳନ ଚେତବାନୀ ଦେଲେ ସ୍ଥାନୀୟ ଲୋକେ

ଜଟଣୀ ଥାନା ଅଞ୍ଚଳରେ ଏବେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି। ଥାନା ଅଧିକାରୀ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୁଣ୍ଡା ଓ ବିଲ୍ଡରଙ୍କ ସହ ମଧୁଚନ୍ଦ୍ରିକା ରଖିଛନ୍ତି। ବିଳମ୍ବିତ ରାତି ହେଲେ ଥାନାରେ ବସୁଛି ଗୁପ୍ତ ବୈଠକ। ଅଭିଯୋଗ ଆଣିଲେ ଥାନା ଭିତରେ ମାଡ଼ ମାରି ପାଟି ଚୁପ୍‌ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ରାତିରେ ଜଣେ ୫ବର୍ଷର ଶୁଶୁ କନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗ ନେଇ ଆସିଥିବା ବାପାଙ୍କୁ ଥାନାରେ ମାଡ଼ ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି।  ଖୋଦ୍‌ ଥାନା ଅଧିକାରଙ୍କ ଉପସ୍ଥିତିରେ ମୃତ ଶିଶୁର ବାପାଙ୍କୁ ଜାମୁକୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡା ମାଡ଼ମାରି ତଡ଼ି ଦେଇଥିଲେ। ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା ପାଇଁ ଥାନା ବାବୁ ସୁରକ୍ଷା ଓ ସାହସ ଯୋଗାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଆନ୍ଦୋଳନ ଓ ଚାପରେ ପଡ଼ି ପୋଲିସ ତାଙ୍କୁ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇଥିବାରୁ ସେ ସହଜରେ ଖସି ଆସିବେ। ସେହିଭଳି ଥାନା ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ ଆଉ କେତେକ ଗୁରୁତର ଅଭିଯୋଗ ଆଣିଛନ୍ତି।  ନିଶା ମାଫିଆଙ୍କଠାରୁ ମାସିକ ବଟି ନେଇ ଧଡପଗଡ କରୁ ନ ଥିବାରୁ ଜଟଣୀର ଗଳି କନ୍ଦିରେ ବ୍ରାଉନ ସୁଗାର, ହିରୋଇନ ଆଦି ମାରାତ୍ମକ ନିଶା କାରବାର ବଢ଼ି ଚାଲିଛି। ଶିଶୁ କନ୍ୟାକୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ବ୍ରାଉନ ସୁଗାର ସେବନ କରିବା ପରେ ଏଭଳି କାଣ୍ଡ ଭିଆଇଥିଲେ। ତେଣୁ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଓ ଗିରଫ କରାଯାଉ।  ନଚେତ ଥାନା ଓ ପୋଲିସ କମିଶନରଙ୍କ ଅଫିସ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ତେବେ ଏ ସଂକ୍ରାନ୍ତରେ ଥାନା ଅଧିକାରୀଙ୍କ ମତାମତ ମିଳିପାରି ନ ଥିବାବେଳେ ପୋଲିସ କମିଶନର ମହାନ୍ତି କହିଛନ୍ତି, ପୋଲିସ ଉପରେ ଯେଉଁ ଅଭିଯୋଗ ଆସୁଛି ତାହାର ତଦନ୍ତ କରାଯାଉଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

All Right Reserved By

ମେଟ୍ରୋ |

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ଟିଟୋ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଝାରପଡ଼ା ଜେଲକୁ ଆସିଛନ୍ତି  ଟିଟୋ।

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୧୯ା୪: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ବାହାର ଚନ୍ଦନଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। 

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ନିମାପଡ଼ା,୧୯ା୪(ଡି.ଏନ୍‌.ଏ.):ପୁରୀ ଜିଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଂଶାଲୋ, କାହ୍ନପୁର, ନଢ଼ଣା ଗ୍ରାମର କେନ୍ଦ୍ରସ୍ଥଳିରେ ଥିବା ପ୍ରଭୁ ବଟ ଗୋସାଇଁଙ୍କ ମାଇପି ମେଳା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଦୟଣା ଲାଗି ହେଲେ ମହାପ୍ରଭୁ

ଦୟଣା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୯ା୪:ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ରାମକୃଷ୍ଣ ଦୟଣା ଚୋରି କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଭୋଗମଣ୍ଡପ ଘରେ ବନ୍ଧା ପଡ଼ିିଥିଲେ। 

 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

କଟକ ଅଫିସ୍‌/ ପୁରୀ ଅଫିସ, ୧୯ା୪:ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଇଥିଲା।

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ଯୁବତୀଯୁବକଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡିର ନେତା ଓ ଗୁଣ୍ଡାମାନେ ଭାଜପା ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି ା ରାଜନୈତିକ ହତ୍ୟାକାଣ୍ଡ  ମଧ୍ୟ ରାଜ୍ୟରେ ହୋଇସାରିଲାଣି ା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା :  ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଦଣ୍ଡିତ

କଟକ ଅଫିସ୍‌, ୧୯।୪- ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରି ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ଅବସରପ୍ରାପ୍ତ କନିଷ୍ଠଯନ୍ତ୍ରୀ ନିର୍ମଳ କୁମାର ବେଉରା। ସେ ନୂଆପଡ଼ା ଜିଲା କୋମନା ବ୍ଲକରେ କାର୍ଯ୍ୟ କରୁଥିଲେ। 

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା :  ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। 

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା :  ଓଏଚ୍‌ଆର୍‌ସିରେ ଅଭିଯୋଗ

ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା : ଓଏଚ୍‌ଆର୍‌ସିରେ ଅଭିଯୋଗ

କଟକ ଅଫିସ, ୧୯।୪- ବାଙ୍କୀ ଥାନା ଅଧୀନ ବାଉଁଶପୁଟ ପଞ୍ଚାୟତ ପାଳପୁଟ ଗଁାଦାଣ୍ଡର ଏକ ନଡ଼ିଆଗଛରେ ଗତ ମାର୍ଚ୍ଚ ୨୪ ତାରିଖରେ କେତେଜଣ ଯୁବକ ଟିଲୁ ପାତ୍ର(୧୮)ଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। ଲୁହାଛଡ଼ରେ ଟିଲୁଙ୍କୁ ଅମାନୁଷିକ ଭାବେ ପିଟିବା ସହିତ ତାଙ୍କ ପାଦରେ ଶାବଳ ପକାଇ ଚଢିଯାଇଥିଲେ।

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା :  ଖାତିର କଲେନି ଘରୋଇ ବିଦ୍ୟାଳୟ

ସରକାରଙ୍କ ସ୍କୁଲ ଛୁଟି ନିର୍ଦ୍ଦେଶନାମା : ଖାତିର କଲେନି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି କରିବାକୁ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ଗୁରୁବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Model This Week

କ୍ରିଷ୍ଣା
Why Dharitri