ସମ୍ପାଦକୀୟ |

ସମ୍ପାଦକୀୟ/ସମ୍ଭାଳି ପାରିବେ କି

 ସମ୍ପାଦକୀୟ/ସମ୍ଭାଳି ପାରିବେ କି
୨୦୧୭ ଜୁନ୍‌ ୩୦ ମଧ୍ୟରାତ୍ରରେ ପାର୍ଲାମେଣ୍ଟର ବିଶେଷ ଅଧିବେଶନ ଆହ୍ବାନ କରି ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ଦେଶରେ ଏକକ ଟିକସ ବ୍ୟବସ୍ଥା ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପ୍ରଚଳନର ଶୁଭାରମ୍ଭ କଲେ। ଜୁଲାଇ ପହିଲାରୁ ଜିଏସ୍‌ଟି  ସମଗ୍ର ଦେଶରେ ଲାଗୁ ହୋଇଗଲା। କେନ୍ଦ୍ର ସରକାର ଏହାକୁ ପରୋକ୍ଷ ଟିକସ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି। ଇତିମଧ୍ୟରେ ଜିଏସ୍‌ଟି ପ୍ରଚଳନକୁ ସାଢେ ୪ ମାସ ପୂରିବାକୁ ଯାଉଛି। ମାତ୍ର ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର ହେଉନାହିଁ। ଜଣାପଡୁଛି ଯେ, ଜିଏସ୍‌ଟିକୁ ଉତ୍ତମ ଟିକସ ବ୍ୟବସ୍ଥା ବୋଲି ଦାବି କରୁଥିବା ମୋଦି ସରକାର ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଏପରି କି ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଜିଏସ୍‌ଟି ପରିଷଦ ମଧ୍ୟ ବାଉଳା ହେଉଛି। ଏହି ପରୋକ୍ଷ କର ଲାଗୁ ହେବା ପରେ ପରିଷଦର ୨୩ଥର ବୈଠକ ବସିଲାଣି। କିନ୍ତୁ ଚୂଡାନ୍ତ ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରୁନାହିଁ। ପ୍ରକୃତ କଥା ହେଉଛି ଜିଏସ୍‌ଟି ପାଇଁ ଭିତ୍ତିଭୂମିରେ ଦୁର୍ବଳତା ରହିଯାଇଥିବା କାରଣରୁ ସରଳ କୁହାଯାଉଥିବା ଏହି ବ୍ୟବସ୍ଥା କ୍ରମେ ଅଧିକ ଜଟିଳ ହେବାରେ ଲାଗିଛି। ପ୍ରଥମ କଥା ହେଉଛି ସରକାର ଜିଏସ୍‌ଟିକୁ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ବୋଲି କହୁଥିଲେ ମଧ୍ୟ ଏହାକୁ ଚାରିଗୋଟି ସ୍ଲାବ୍‌ରେ ବିଭକ୍ତ କରିଛନ୍ତି। ଏଥିରେ ସର୍ବୋଚ୍ଚ ଟିକସ ହାରକୁ ୨୮ ପ୍ରତିଶତ ରଖାଯାଇଛି । ତା’ ଉପରେ ମଧ୍ୟ ଉପକର ଲଗାଇବାର କ୍ଷମତା ସରକାର ନିଜ ହାତରେ ରଖିଛନ୍ତି । ଜିଏସ୍‌ଟିର ସର୍ବନିମ୍ନ ହାର ରହିଛି ୫ ପ୍ରତିଶତ। କେତେକ ସାମଗ୍ରୀ ଓ ସେବାକୁ ଟିକସମୁକ୍ତ କରାଯାଇଛି। ଆଉ କେତେକ କ୍ଷେତ୍ରରେ ଶୂନ୍ୟ ପ୍ରତିଶତ ରଖାଯାଇଛି। ଏହାର ଅର୍ଥ ହେଉଛି ଶୂନ୍ୟ ପ୍ରତିଶତ ରଖାଯାଇଥିବା ବ୍ୟବସ୍ଥାକୁ କୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ଟିକସ ହାରରେ ପରିବର୍ତ୍ତିତ କରିଦିଆଯାଇପାରେ। ଅନେକ ଦେଶରେ ଜିଏସ୍‌ଟି ପ୍ରଚଳନ ରହିଛି। ମାତ୍ର ସେହିସବୁ ଦେଶ ଏହି ପରୋକ୍ଷ ଟିକସକୁ ଗୋଟିଏ ନିର୍ଦ୍ଦିଷ୍ଟ ହାରରେ ସୀମିତ ରଖିଛନ୍ତି। ଅର୍ଥାତ୍‌ ଏଥିରେ କୌଣସି ଦ୍ୱନ୍ଦ୍ୱର ଅବକାଶ ରହିବ ନାହିଁ। ମୋଦି ସରକାର ଜିଏସ୍‌ଟିକୁ ଏକାଧିକ ସ୍ଲାବ୍‌ରେ ପରିଣତ କରି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି। ଏପରି କି ଏନେଇ ତରବରିଆ ଭାବେ ନିଷ୍ପତ୍ତି ନେଇଥିବାରୁ ଏକ ବିଧିବଦ୍ଧ ସଫ୍ଟଓ୍ବେର୍‌ ମଧ୍ୟ ବିକଶିତ କରାଯାଇ ପାରିନାହିଁ। ଅନେକ ମହଲରୁ ବିରୋଧ ହେବା ପରେ ସରକାର ବିଭିନ୍ନ ସାମଗ୍ରୀ ଓ ସେବା ଉପରୁ ଟିକସ ହ୍ରାସ କରିବା ସକାଶେ ବାରମ୍ବାର ପରିଷଦର ବୈଠକ ଡକାଉଛନ୍ତି। ନଭେମ୍ବର ୯ ତାରିଖରେ ଗୁଆହାଟୀଠାରେ ବସିଥିବା ପରିଷଦର ୨୩ତମ ବୈଠକରେ ଏକାଥରକେ ୨୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀକୁ ସର୍ବୋଚ୍ଚ ୨୮ ପ୍ରତିଶତ ସ୍ଲାବ୍‌ରୁ ୧୮ କିମ୍ବା ୧୨ ପ୍ରତିଶତ ସ୍ଲାବ୍‌କୁ ଖସାଇ ଦିଆଯାଇଛି। ଏବେ ମାତ୍ର ୫୦ଟି ସାମଗ୍ରୀ ସର୍ବୋଚ୍ଚ ସ୍ଲାବ୍‌ରେ ରହିଛି। ଜିଏସ୍‌ଟି  ହ୍ରାସ ହେଲା, ଆମେ ସାଧାରଣ ଜନତା ଭାବେ ନିଶ୍ଚିତ ଖୁସି। କିନ୍ତୁ ଏହାର ପରିଣତି କ’ଣ ହେବ ସେ ସମ୍ପର୍କରେ ସରକାର କିଛି ଜଣାଉ ନାହାନ୍ତି। ଅଭିଯୋଗ ଉଠୁଛି ଯେ, ସରକାର ହଠାତ୍‌ ଏଭଳି ଟିକସ ହ୍ରାସ ନିଷ୍ପତ୍ତି ନେବା ପଛରେ ଗୁଜରାଟ ବ୍ୟବସାୟୀଙ୍କ ବିରୋଧ ମୂଳ କାରଣ। ଗୁଜରାଟରେ ଆସନ୍ତା ଡିସେମ୍ବରରେ ବିଧାନସଭା ନିର୍ବାଚନ। ସେହି ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ଦୀର୍ଘ କାଳ ଧରି ମୁଖ୍ୟତଃ ବ୍ୟବସାୟୀ ଗୋଷ୍ଠୀଙ୍କ ସମର୍ଥନରେ କ୍ଷମତାରେ ରହି ଆସିଛି। ଏବେ ସେହି ଗୋଷ୍ଠୀ ନୂଆ ଟିକସ ବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଥିବାରୁ ମୋଦି ନିଜ ରାଜ୍ୟରେ କ୍ଷମତା ବଞ୍ଚାଇବା ସକାଶେ ଜିଏସ୍‌ଟିକୁ ଅନ୍ୟତମ ଥୋପ ଭାବେ ବ୍ୟବହାର କଲେ। ଅର୍ଥାତ୍‌ ଦେଶର ଅର୍ଥନୀତିକୁ ନେଇ କେନ୍ଦ୍ର ସରକାର ରାଜନୈତିକ ଖେଳ ଖେଳୁଛନ୍ତି। ଏବେ ଗୁଜରାଟ ନିର୍ବାଚନ ଥିବାରୁ ଜିଏସ୍‌ଟି ହ୍ରାସ କରିଦେଲେ। ଗୁଜରାଟ ପରେ ଅନ୍ୟ କୌଣସି ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଦେଖି ଏହି ଟିକସରେ ବୃଦ୍ଧି ମଧ୍ୟ କରି ଦିଆଯାଇପାରେ । କାରଣ ହ୍ରାସ ବୃଦ୍ଧିର ସମସ୍ତ ବିକଳ୍ପ ସରକାର ଖୋଲା ରଖିଛନ୍ତି। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ କରାଇ ଭାରତୀୟ କାଗଜ ଟଙ୍କା ସହିତ ଯେଉଁ ଭଳି ରାଜନୈତିକ ଖେଳ ଖେଳାଗଲା ତାହାର କୁଫଳ କ୍ରମଶଃ ଲୋକଲୋଚନକୁ ଆସୁଛି । ସନ୍ଦେହ କରାଯାଉଛି ଯେ, ସେହି ମାଡ ଗରିବ ଭାରତୀୟଙ୍କୁ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ କଷ୍ଟ ଦେଇ ଚାଲିବ । ବିମୁଦ୍ରୀକରଣର ବର୍ଷେ ନ ଯାଉଣୁ ଅପ୍ରସ୍ତୁତ ହୋଇ ଜିଏସ୍‌ଟି ଲାଗୁ କରାଇଦେବା ଅନ୍ୟ ଏକ ସାଂଘାତିକ ପଦକ୍ଷେପ ଯାହାକି କର ଆଦାୟ ଏବଂ ବ୍ୟବସ୍ଥା ଉପରେ ଘୋର ଆଘାତ ପହଞ୍ଚାଇଛି । କୌଣସି ପ୍ରସ୍ତୁତି ବିନା ଏତେବଡ ଅର୍ଥନୈତିକ ନିଷ୍ପତ୍ତି କେବଳ ଜନସାଧାରଣଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇନାହିଁ, ଦେଶର ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଲାଣି। ସମ୍ଭବତଃ ଏହି ନକାରାତ୍ମକ ପ୍ରଭାବ ଯୋଗୁ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସହଯୋଗୀ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ ହେଉଛନ୍ତି । ଓଡ଼ିଶାରେ ବସି ଗୁଜରାଟ ନିର୍ବାଚନ ସମ୍ପର୍କରେ  ମତାମତ ଦେବା ଅନୁଚିତ। ଗୁଜରାଟ ଗଣମାଧ୍ୟମ ରିପୋର୍ଟରୁ ମତ ସଂଗ୍ରହ କରି ଜଣାପଡୁଛି ଯେ, ଭାଜପା ଆସନ୍ତା ନିର୍ବାଚନରେ ପୁନର୍ବାର ଜିତିବ। ତଥାପି ଭୟ କାହିଁକି ବୁଝାପଡୁନାହିଁ। ଭୟ ସୃଷ୍ଟି ହୋଇଛି ବୋଲି ଅନ୍ୟ ଏକ ବଡ ଦୃଷ୍ଟାନ୍ତ ହେଉଛି ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନର ଡାକରା (ସମନ) ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କଠାରୁ ଜାରି କରାଯାଇନାହିଁ। ବିଗତ  ବର୍ଷମାନଙ୍କରେ ଏହି ଡାକରା ନଭେମ୍ବର ପ୍ରଥମ ସପ୍ତାହରେ ଆସୁଥିଲା ଏବଂ ଅଧିବେଶନ ସେହି ମାସର ମଧ୍ୟଭାଗରୁ ଆରମ୍ଭ ହେଉଥିଲା । ଜାତୀୟ ସ୍ତରର ପର୍ଯ୍ୟବେକ୍ଷକଙ୍କ ମତରେ ଏହି ବିଳମ୍ବ ଯୋଗୁ ସମ୍ପୂର୍ଣ୍ଣ ଶୀତ ଅଧିବେଶନ ବାତିଲ କରି ଦିଆଯାଇପାରେ । ତାହା କରାଗଲେ ଭାରତୀୟ ଗଣତନ୍ତ୍ର ପ୍ରତି କୁଠାରାଘାତ ହେବ । ମନେହେଉଛି ସତେ ଯେମିତି ଏ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। ଲୋକଙ୍କ ସହନଶୀଳତାର ଫାଇଦା ଉଠାଉଛନ୍ତି। ଲୋକେ ତେଜିଲେ ସରକାର ତାହାକୁ ସମ୍ଭାଳି ପାରିବେ କି।
All Right Reserved By

ସମ୍ପାଦକୀୟ |

ସଂସ୍କାର ପାଇଁ ତରତର ନାହିଁ

ସଂସ୍କାର ପାଇଁ ତରତର ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନୀତି ଆୟୋଗର ଷ୍ଟ୍ରାଟେଜି ଡକୁମେଣ୍ଟ ‘Strategy for New India@75’ରେ ଭାରତୀୟ ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ବହୁବିଧ ପଦକ୍ଷେପ ନେବା ଲାଗି ସୁପାରିସ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଅପାରଗ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା, ବର୍ତ୍ତମାନ ପ୍ରଚଳିତ ପ୍ରଶାସନିକ ସେବା ସଂଖ୍ୟା କମାଇଦେବା, ପ୍ରଶାସନିକ ସେବା ପରୀକ୍ଷା ଦେବା ଲାଗି ସାଧାରଣ ପ୍ରାର୍ଥୀମାନଙ୍କ ସର୍ବୋଚ୍ଚ ବୟସ ସୀମା ୩୨ରୁ ୨୭ ବର୍ଷକୁ ହ୍ରାସ କରିବା ଇତ୍ୟାଦି। ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରଶାସନିକ ସେବା ପାଇଁ ଗୋଟିଏ ସର୍ବଭାରତୀୟ ପରୀକ୍ଷା କରିବା ଲାଗି ମଧ୍ୟ ବିଶେଷଜ୍ଞମଣ୍ଡଳୀ ପ୍ରସ୍ତାବ ଦେଇଛନ୍ତି। ଆମ ରୁଗ୍ଣ ପ୍ରଶାସନିକ ସେବା ବ୍ୟବସ୍ଥାକୁ ସୁଧାରିବା ଲାଗି ଡାକ୍ତରଙ୍କ ବ୍ୟବସ୍ଥାପତ୍ର ଭଳି ବିଶେଷଜ୍ଞମାନେ ସିନା ସଂସ୍କାର-ପ୍ରସ୍ତାବମାନ ଦେଇଦେଲେ, ହେଲେ ମିଳିଥି..

ଆଧ୍ୟାତ୍ମିକତାର ମର୍ମ

ଆଧ୍ୟାତ୍ମିକତାର ମର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ଧର୍ମ ଓ ଆଧ୍ୟାତ୍ମିକତା ସମାର୍ଥବାଚକ ଶବ୍ଦ ଭାବରେ ବ୍ୟବହୃତ ହେଉଛି। ମାତ୍ର ସାମାଜିକ ଧର୍ମାନୁଷ୍ଠାନ ସହ ଆଧ୍ୟାତ୍ମିକତାର ବିଶେଷ ସମ୍ପର୍କ ନାହିଁ। ଆଜିକାଲି ଭଗବାନଙ୍କ ଉପରେ ଉପରଠାଉରିଆ ବିଶ୍ୱାସ। ମନ୍ଦିର, ମସ୍‌ଜିଦ ବା ଗୀର୍ଜାରେ ପହଞ୍ଚି ଉପାସନା କରିବାକୁ ଧର୍ମନିଷ୍ଠା କୁହାଯାଉଛି। ଏହା ସହ ଆଧ୍ୟାତ୍ମିକତାର ସିଧାସଳଖ କୌଣସି ସମ୍ପର୍କ ନାହିଁ। ବିଶେଷଣ ପଦ ରୂପେ ଅଧ୍ୟାତ୍ମ ଶବ୍ଦର ଅର୍ଥ ହେଲା ‘ଆତ୍ମ ବିଷୟକ’। ବିଶେଷ୍ୟ ପଦ ଭାବରେ ଏହାର ଅର୍ଥ ହେଲା ପରମାତ୍ମା ବା ବ୍ରହ୍ମ। ଆଧ୍ୟାତ୍ମିକ ମାନେ ‘ବ୍ରହ୍ମ ବା ପରମାତ୍ମା ବିଷୟକ’। ଏହି ବ୍ରହ୍ମ ବିଷୟକ ଭାବ ହେଉଛି ଆଧ୍ୟାତ୍ମିକତା। ଏଣୁ ଆଧ୍ୟାତ୍ମିକତାର ମର୍ମ..

ବାଂଲାଦେଶ ନିର୍ବାଚନ

ବାଂଲାଦେଶ ନିର୍ବାଚନ

ଶରତ ଚନ୍ଦ୍ର ମିଶ୍ର

ଡିସେମ୍ବର ୩୦, ୨୦୧୮ରେ ବାଂଲାଦେଶରେ ଏକାଦଶ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସଦ୍ୟ ସମାପ୍ତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌ ୩୦୦ରୁ ୨୬୭ଟି ସ୍ଥାନ ଅଧିକାର କରି ଅଭୂତପୂର୍ବ ସଫଳତା ହାସଲ କରିଛି। ତାଙ୍କର ସହଯୋଗୀ ଦଳ ଜାତୀୟ ପାର୍ଟି ୨୦ଟି ସ୍ଥାନ ପ୍ରାପ୍ତ ହୋଇଛି। ଜାତୀୟ ପାର୍ଟିର ନେତା ହେଉଛନ୍ତି ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ଏରସାଦ। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ଜାତୀୟ ଦଳ ଅନ୍ୟାନ୍ୟ ଛୋଟ ଛୋଟ ୧୦ଟି ଦଳ ସହିତ ମିଶି ଜାତୀୟ ମିଳିତ ସାମ୍ମୁଖ୍ୟ ଗଠନ କରି ପ୍ରମୁଖ ବିରୋଧୀ ଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ..

ଏଇ ଭାରତରେ

ଏଇ ଭାରତରେ

ବିବାହ ଏକ ପବିତ୍ର ବନ୍ଧନ। ଏହା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରେ। କାହିଁ କେଉଁ ଅନାଦି କାଳରୁ ଏହି ପରମ୍ପରା ଚଳିଆସୁଛି। ବିବାହ ପରେ ପୁରୁଷ-ସ୍ତ୍ରୀ ମଧ୍ୟରେ ଦୈହିକ ସମ୍ପର୍କ ପବିତ୍ର। କିନ୍ତୁ ରାଞ୍ଚତ୍ର ଜନଜାତି ସମ୍ପ୍ରଦାୟ ବିବାହ ନ କରି ଦୀର୍ଘବର୍ଷ ଧରି ଏକତ୍ର ରହି ଆସୁଛନ୍ତି। ଏହା ପଛର ଅସଲ କାରଣ ହେଉଛି ବିବାହ ଉତ୍ସବରେ ଖର୍ଚ୍ଚକରିବା ଲାଗି ସେମାନଙ୍କ ପାଖରେ ଟଙ୍କା ନାହଁ। ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ଏଠାରେ ସାମାଜିକ ସେବା ଜାରି ରଖୁଥିବା ଏକ ସଂଗଠନ ଅଭାବୀ ଲୋକମାନଙ୍କର ବିବାହ କରାଉଛି। କେତେକ ଲୋକ ଏଠାରେ ୪୦ବର୍ଷରୁ ଅଧିକ ହେଲା ଏକାଠି ରହି ଆସୁଛନ୍ତି। ପିଲା..

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ସାଧାରଣ ନିର୍ବାଚନ ଆଉ ଅଳ୍ପ କେଇମାସ ବାକି ରହିଲା। ନିର୍ବାଚନ ଆୟୋଗ ପକ୍ଷରୁ ଏ ନେଇ ଯଥାସମୟରେ ବିଜ୍ଞପ୍ତି ଜାରି ହେବ। ତେବେ ଏହି ନିର୍ବାଚନ ପୂର୍ବରୁ ସରକାର ଲେଖାନୁଦାନ ନା ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ, ତାହା ଜଣାପଡ଼ି ନାହିଁ। ବଜେଟ୍‌ ପାଇଁ ଆଉ ମାତ୍ର ପ୍ରାୟ ଦୁଇ ସପ୍ତାହ ବାକି ଥିବାବେଳେ ହଠାତ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥ ହୋଇପଡ଼ିବାରୁ ଏ ନେଇ ଅନିଶ୍ଚିତତା ଦେଖାଦେଇଛି। ଆମେ ଆଶା କରୁଛୁ ଓ ପ୍ରାର୍ଥନା କରୁଛୁ ଯେ, ଜେଟ୍‌ଲୀ ଖୁବ୍‌ଶୀଘ୍ର ସୁସ୍ଥ ହୋଇଉଠନ୍ତୁ ଓ ଫେବୃୟାରୀ..

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଡ. ରମେଶ ଚନ୍ଦ୍ର ପରିଡ଼ା

ବିଶ୍ୱ ସମ୍ମୁଖରେ ଏବେ ସବୁଠାରୁ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଜାଗତିକ ଉଷ୍ମତା ବୃଦ୍ଧି ଏବଂ ସେଥିସହିତ ସମ୍ପୃକ୍ତ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରା ନ ଗଲେ ତାହା ଯେ ଅଚିରେ ଏକ ପ୍ରଚଣ୍ଡ ଧ୍ୱଂସକାରୀ ଶକ୍ତିରୂପେ ଉଭା ହେବ ଏ କଥା ସ୍ବୀକୃତ ହୋଇସାରିଲାଣି। ତେଣୁ ଏହାର ପଥ ନିର୍ଦ୍ଧାରଣ ଲାଗି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଚାଲିଛି ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଏବଂ ସମ୍ପାଦିତ ହେବାରେ ଲାଗିଛି ନାନାଦି ଚୁକ୍ତି। ଏଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ‘ୟୁଏନ୍‌ ଫ୍ରେ..

ଆଧୁନିକ ବେଣ୍ଟ

ଆଧୁନିକ ବେଣ୍ଟ

ଦ୍ୱିତୀ ଚନ୍ଦ୍ର ସାହୁ

ଘର ସାମ୍ନା ଗେଟ୍‌ ଦେଇ ବଜାରକୁ ବାହାରିଲା ବେଳେ ନିକଟରେ ଥିବା କଲେଜକୁ ଯାଉଥିଲେ ପଞ୍ଝାଏ କଲେଜ ପଢୁଆ ପିଲା। ସମସ୍ତଙ୍କ ହାତରେ ମୋବାଇଲ। ମୋବାଇଲକୁ ଖେଳାଇ ଖେଳାଇ ଜଣେ କହିଲା ଆଜି ବେଣ୍ଟ (ଶିକାର) କରିବା। ପଛରୁ ଶୁଣି ଟିକେ ଚକିତ ହେଲି। ତା’ ପରେ ସେମାନଙ୍କ ବାର୍ତ୍ତାଳାପରୁ ଯାହା ଜାଣିଲି ସେମାନେ କଲେଜର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦଳଗତ ଭାବେ ଠିଆ ହେବେ। କଲେଜ ଭିତରକୁ ପ୍ରବେଶ କରୁଥିବା ଝିଅମାନଙ୍କୁ ଚାହିଁବେ। ସେମାନଙ୍କୁ ପରଖିବେ। ସେଥିରୁ ସୁନ୍ଦରୀ ଲଳନାଙ୍କୁ ବାଛିବେ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ନିରୋଧୀ ଆଇନ ୧୯୬୧ର ଧାରା ୩ ଅନୁସାରେ ଯୌତୁକ ନେବା କିମ୍ବା ଦେବା ଉଭୟ ଅପରାଧ। ସମ୍ପ୍ରତି ସମାଜରେ ଯୌତୁକ ଦାବିରେ ବହୁ ଅପରାଧ ଘଟୁଛି।  ଏନେଇ ବହୁ ମାମଲା ମଧ୍ୟ ଅଦାଲତରେ ବିଚାରାଧୀନ ରହିଛି। ବିଶେଷକରି ଯୌତୁକ ଦାବି ବିରୋଧରେ ମହିଳାମାନେ ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରୁଥିବା ଦେଖିବାକୁ ମିଳେ। ଏବେ କିନ୍ତୁ ..

ପ୍ରାଣୀଙ୍କ ଲାଟରାଲିଟି

ପ୍ରାଣୀଙ୍କ ଲାଟରାଲିଟି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଏ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କଠାରୁ ମଣିଷ ନିଜକୁ ଅଲଗା ଭାବେ। କିନ୍ତୁ ସମୟକ୍ରମେ ବୈଜ୍ଞାନିକମାନେ ପ୍ରମାଣ କଲେଣି ଯେ, ଯେଉଁସବୁ ବିଶେଷ ଗୁଣ ଓ ବୁଦ୍ଧିମତ୍ତାକୁ ନେଇ ମଣିଷ ନିଜକୁ ଶ୍ରେଷ୍ଠ ଭାବୁଛି, ସେସବୁ ଗୁଣ ପ୍ରାଣୀମାନଙ୍କଠାରେ ମଧ୍ୟ ଅଛି। ଉଦାହରଣସ୍ବରୂପ କୀଟପତଙ୍ଗ, ମାଛ, କୁଆ ଓ ବଣମଣିଷ ମଧ୍ୟ ବିଭିନ୍ନ ଉପକରଣର ଉପଯୋଗ କରନ୍ତି। ଏଥିମଧ୍ୟରୁ ଗୋଟି..

 ଉଚ୍ଚଶିକ୍ଷାରେ ପ୍ରତାରଣା

ଉଚ୍ଚଶିକ୍ଷାରେ ପ୍ରତାରଣା

ଡ. ସୁବାସ ଚନ୍ଦ୍ର ପାତ୍ର

ଜାତୀୟ ପରିପ୍ରେକ୍ଷୀରେ ଯାହାହେଉ ଆପାତତଃ ଓଡ଼ିଶାରେ ଉଚ୍ଚଶିକ୍ଷାର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ଶୈକ୍ଷିକ ବ୍ୟବସ୍ଥାର ପରିବର୍ତ୍ତନ ଚିନ୍ତା କେବଳ ଉଚ୍ଚାକାଂକ୍ଷାକୈନ୍ଦ୍ରିକ। ଉଚ୍ଚଶିକ୍ଷାକୁ କିପରି ଜାତୀୟ ଅବା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇଛି ଏବଂ ସେହି କ୍ରମରେ ପ୍ରାରମ୍ଭିକ ପଦକ୍ଷେପ ହିସାବରେ ପାଠ୍ୟକ୍ରମର କିପରି ବୈପ୍ଳବିକ ପରିବର୍ତ୍ତନ କରାଯାଇଛି, ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ସେ କଥାର ବହୁଳ ପ୍ରଚାର କରାଯାଏ। କିନ୍ତୁ ତା’ ପଛରେ ଲୁକ୍କାୟିତ ବିଫଳତାର କରୁଣ କାହାଣୀ ..

ଆଧୁନିକ ଶିକ୍ଷା ଓ ସମାଜ

ଆଧୁନିକ ଶିକ୍ଷା ଓ ସମାଜ

ଲଲାଟ କେଶରୀ ନାୟକ

ସ୍ବାମୀ ବିବେକାନନ୍ଦ ତାଙ୍କର ଶିକାଗୋ ଅଭିଭାଷଣରେ କହିଥିଲେ, କୋଟି କୋଟି ଅଦୃଶ୍ୟ ଶିଶିରବିନ୍ଦୁ ଯେମିତି ରାଶି ରାଶି ଗୋଲାପ କଢ଼ିକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେହିଭଳି ଜଣେ ବ୍ୟକ୍ତିର ମାନସିକତା ଏକ ସୁସ୍ଥ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳମନ୍ତ୍ର ହୋଇଥାଏ। ଆଇନଶୃଙ୍ଖଳାରେ ଯେତେ ବି ପରିବର୍ତ୍ତନ ହେଉ ନା କାହିଁକି ବା ଶାସନ ଖସଡା ଯେତେ କଠୋର ହେଉ ନା କାହିଁକି, ଯଦି ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ନ ହୋଇଛି ତେବେ ବିକାଶଶୀଳ ରାଷ୍ଟ୍ର ଗଠନ ଅସମ୍ଭବ। ..

ଏଇ ଭାରତରେ

ଏଇ ଭାରତରେ

ଭାଇ ଭଉଣୀ ମଧ୍ୟରେ ସାଧାରଣତଃ ସ୍ନେହ ମମତା ଅତୁଟ ଥାଏ। ଗୋଟିଏ ମା’ର ସନ୍ତାନ ହୋଇଥିବାରୁ ଦୁହିଁଙ୍କ ମନୋଭାବ ମଧ୍ୟ ପ୍ରାୟତଃ ଏକାପ୍ରକାର ହୋଇଥାଏ। କିନ୍ତୁ ଏକ ଘଟକ୍ରମରେ ଭାଇ ଭଉଣୀ ଗୋଟିଏ ଘରେ ଏକତ୍ର ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି ନାଗପୁରର ତାନ୍ତ୍ୟା ଟୋପେ ନଗର ଅଞ୍ଚଳରେ। ମୋହନ ଓଟଓ୍ବାନି ଏବଂ ..