ସମ୍ପାଦକୀୟ |

ଗଳ୍ପ ଗୋଲାପର

ଗଳ୍ପ ଗୋଲାପର
ପ୍ରକାଶ କୁମାର ସିଂହ କଣ୍ଟାର ଆଘାତ ସହିଯାଇ ହୁଏ ଗୋଲାପ ତୋଳିଲା ବେଳେ; ବିରହର କଷ୍ଟ ଭୁଲିଯାଇ ହୁଏ ପ୍ରିୟାକୁ ପାଇଲେ କୋଳେ।“ ଏ ଦୁଇ ମନଛୁଆଁ ଧାଡି କେଉଁ ଶାଏରୀର କେଜାଣି... କେଉଁ ଦରଦୀ ପ୍ରେମିକର ପ୍ରାଣ ପ୍ରେମିକାର ପ୍ରେମମନସ୍କ ହୋଇଉଠିଛି ଯେ ଲେଖିଦେଇଛି ଏମିତି ଅନାବନା ଗୀତଟିଏ। ସତରେ ଆଜ୍ଞା ଗୋଲାପର ସ୍ବର୍ଗୀୟ ସୁଷମା ମତୁଆଲା କରେ ସଭିଙ୍କୁ। ପ୍ରେମିକଟିଏ ହେଉ ବା ପ୍ରେମିକାଟିଏ କାହିଁକି ଯେ ଦୁର୍ବଳ ହୋଇପଡେ ଏଇ ପ୍ରୀତିଭରା ଏକ ଗୋଲାପ ପାଖରେ ମନସ୍ତତ୍ତ୍ୱବିତ୍‌ମାନେ ମଧ୍ୟ ତା’ର କାରଣ ଖୋଜି ପାଇନାହାନ୍ତି। ଏତେ ଫୁଲ ଥାଉ ଥାଉ ଦୁନିଆରେ କାହିଁକି ଏଇ ଗୋଲାପ ଲେଖିଚାଲିଛି ଗଳ୍ପ ହୃଦୟର, ପ୍ରଣୟର ଓ ପ୍ରୀତିର। କାହିଁକି ଗୋଲାପ କରୁଛି ଆନମନା? କାହିଁକି ଗୋଲାପଫୁଲର ଉପହାର ତିଆରି କରୁଛି ନୂଆ ସମ୍ପର୍କର ପରିଭାଷା, କାହିଁକି ଗୋଲାପ ପାଲଟୁଛି ମିଠା ମିଠା ଦୋସ୍ତିର ଦସ୍ତାବିଜ? ଆଉ କାହିଁକି ଗୋଲାପୀ ରଙ୍ଗର ଶାଢି, ଚୁଡି, କୁଙ୍କୁମ ପାଲଟୁଛି ପ୍ରେମିକାର ପେଡିସଜ। ଧନ୍ୟରେ ଗୋଲାପ... ଧନ୍ୟ ତୋର ଜନ୍ମ ଏ ମହୀରେ। ଗୋଲାପ ତା’ର ରଙ୍ଗର ରୋଶଣିରେ କାବୁ କରିଛି ସାଧାରଣ ମଣିଷକୁ, ହାଲ୍‌କା ମିଠା ସୁରଭିରେ ପ୍ରଲୋଭିତ କରିଛି ସମ୍ରାଟ୍‌କୁ। କିଏ ଫୁଲଦାନିରେ ରଖି ସୌନ୍ଦର୍ଯ୍ୟକୁ ଆସ୍ବାଦନ କରିଛି ତ କିଏ ଛାତି ପକେଟରେ ରଖି ସାଜିଛି ରସିକନାଗର। ଗୋଲାପପ୍ରେମୀ ଆମ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଗୋଲାପ କଢ ଭଳି ଛୋଟ ଛୋଟ ଶିଶୁଙ୍କୁ କୋଳେଇ ନେବାରେ ଅସୀମ ଆନନ୍ଦ ଲାଭ କରିଛନ୍ତି। ନିଜ ଜନ୍ମଦିନକୁ ଶିଶୁମାନଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି। ଚାଚା ନେହେରୁ ପିଲାମାନଙ୍କଠୁ ଏକ ଏକ ଗୋଲାପ ଫୁଲ ଗ୍ରହଣକରି ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ। ମାତ୍ର ସ୍ବାଧୀନତାର ସତୁରିବର୍ଷରେ ବି ଏଇ ଛୋଟ ଛୋଟ ଗୋଲାପ ଫୁଲମାନଙ୍କ ଜୀବନ ଦଳିହୋଇଯାଉଛି କେଉଁ କାମାତୁର ଲମ୍ପଟ ହାତରେ ତ ଆଉ କେଉଁ ନିଷ୍ଠୁର ମାନବିକତାହୀନ ଠିକାଦାରର କବ୍‌ଜାରେ। ମାତୃପିତୃହୀନ ଅନାଥ ଶିଶୁ କେଉଁଠି ଭୋଗୁଛି ଯମଯନ୍ତ୍ରଣା ବନ୍ଦୀ ହୋଇ କାହାର ନିବୁଜ କକ୍ଷରେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କିଏ ଦେଉଛି ଚେଙ୍କ ତ ଆଉ କିଏ ଚଢ଼ଉଛି ବଳି କୋଉ ମନ୍ଦିରରେ ନିଜ କାମନାବାସନାର ପରିପୂରଣ ପାଇଁ। ଗୋଟିଏ ପୁତ୍ରପ୍ରାପ୍ତି ଆଶାରେ ମାନବରୂପୀ ଦାନବ ନଷ୍ଟ କରୁଛି କେତେକେତେ କନ୍ୟାଭ୍ରୂଣ ଅମାନୁଷିକ ଭାବରେ। ଗୋଲାପ କଳି ତେଣୁ ଏବେ ଚିତ୍କାର କରୁଛି... ଖୋଜୁଛି ମୁକ୍ତି। ବିଳପି ବିଳପି କାନ୍ଦୁଛି। କେବଳ ଗୋଲାପର ବିନିମୟ ଯଥେଷ୍ଟ ନୁହେଁ। ଭଲପାଇବାକୁ ଶାଶ୍ୱତ କରିବା ପାଇଁ ପ୍ରେମୀଯୁଗଳଙ୍କ ମନରେ ପ୍ରତିବଦ୍ଧତା ରହିବା ଆବଶ୍ୟକ। ନଚେତ୍‌ ପ୍ରେମର ଗୋଲାପ ମଉଳିଯିବ। ଝଡିପଡିବ ତା’ର ସ୍ନିଗ୍ଧ ପାଖୁଡା ସବୁ। ପ୍ରେମର ଆରମ୍ଭ ବଡ କଥା ନୁହେଁ ଏହାକୁ ବଜାୟ ରଖିବା ବଡକଥା। ପ୍ରେମ ଗୋଲାପୀ ରଙ୍ଗରେ ମନକୁ ରଙ୍ଗିନ କରୁ, ପ୍ରେମ ମଧୁର ରସରେ ଜୀବନକୁ ମଧୁମୟ କରୁ। ‘ଲାଇଫ୍‌ ଇଜ୍‌ ନଟ୍‌ ଏ ବେଡ୍‌ ଅଫ୍‌ ରୋଜେସ୍‌’- ଜୀବନ ଗୋଲାପର ଶେଯ ନୁହେଁ। ଏ ଜୀବନରେ ଅନେକ ଦୁଃଖଯନ୍ତ୍ରଣା, ବାଧାବିଘ୍ନ, ଜୟ ପରାଜୟକୁ ସାମ୍ନା କରିବାକୁ ପଡେ। ପ୍ରତିକୂଳ ପରିସ୍ଥିତି ସାଙ୍ଗରେ ଲଢେଇ କରି ବିଜୟମୁକୁଟ ପିନ୍ଧିବାରେ ହିଁ ପ୍ରକୃତ ଆନନ୍ଦ ଥାଏ। ଗୋଲାପ ଜଗାଏନି କେବଳ ଭାବୁକ ମନରେ ମିଠା ଭାବନା, ଆଣିଦିଏ ବଞ୍ଚିବାର ନୂଆ ସମ୍ଭାବନା। ଆମ ରାଜ୍ୟର ଚାଷୀ ଧାନ ପଛରେ ଧାଇଁ ଧାଇଁ ବହୁ ସମୟରେ ହତାଶ ହୁଏ। ଆମ ପଡୋଶୀ ରାଜ୍ୟର ଚାଷୀ ଫୁଲପଛରେ ରହି ସମ୍‌ୃଦ୍ଧ ହୁଏ। ଗୋଲାପ ବାହାଘର ଗାଡି ସଜାଠାରୁ ମଧୁଶଯ୍ୟା ଯାଏ ଖୋଜାପଡେ। ଗୋଲାପ ପୁଣି ଲୋଡାହୁଏ ଶବାଧାରରେ। ଜୀବନର ଶେଷ ସମୟରେ। ଏହା କାହା ପାଇଁ ଶ୍ରଦ୍ଧାର ଫୁଲ ତ କାହା ପାଇଁ ବରମାଲ୍ୟ ଆଉ କାହା ପାଇଁ ଜୟମାଲ୍ୟ। ଆମକୁ ବୁଝିବାକୁ ହେବ ଏହାର ମୂଲ୍ୟ। ଗୋଲାପ ଜଳରେ ସ୍ନାନ ମନରେ ଆଣେ ସତେଜତା, ଜଗାଏ ସ୍ଫୂର୍ତ୍ତି, ତ୍ବଚାକୁ କରେ ନରମ ମୁଲାୟମ, ବଢାଏ ଆଖିର ଜ୍ୟୋତି। ଗୋଲାପ ଫୁଲର ଅତର ମନକୁ ଭିଜାଇଦିଏ ନୂଆ ସ୍ବପ୍ନରେ। ଗୋଲାପ ପାଲଟିଛି ଅନେକ ଦେଶର ଜାତୀୟ ପୁଷ୍ପ। ଆମ ଭାରତର ରାଜସ୍ଥାନର ଜୟପୁର ସହର ପିଙ୍କ୍‌ ସିଟି ବା ଗୋଲାପନଗରୀର ମାନ୍ୟତା ପାଇଛି। ଗୋଲାପକୁ ନେଇ କେତେ କାବ୍ୟ ଓ କବିତା। ଗୋଲାପରେ ଲେଖା କେତେ ପ୍ରେମୀ ହୃଦୟର କଥା। ଜୟ ହେଉ ଗୋଲାପର ଆଉ ତା’ର ଗୌରବର ଗାଥା। ସିମିନଈ, ଢେଙ୍କାନାଳ,ମୋ:୯୫୮୩୨୯୪୩୦୬
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...