ଖେଳ |

ଓଡ଼ିଶା ଦଳକୁ ୧୦ ସ୍ବର୍ଣ୍ଣ ପଦକ

ଓଡ଼ିଶା ଦଳକୁ ୧୦ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୮(ସ୍ପୋଟର୍ସ ବୁ୍ୟରୋ)- କଲିକତାର ନେତାଜୀ ଇନ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ୩ୟ ଅନ୍ତର୍ଜାତୀୟ ଓପନ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶା କରାଟେ ଦଳ ମୋଟ୍ ୧୪ଟି ପଦକ ଜିତିଛି ଏଥତ୍ରେ ୧୦ଟି ସ୍ବର୍ଣ୍ଣ ଏବଂ ୨ଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି ବିଭିନ୍ନ ବିଭାଗରେ ସ୍ବର୍ଣ୍ଣପଦକ ଜିତିଥତ୍ବା କରାଟେକାମାନେ ହେଲେ ତ୍ରିନାଥ ରଣା, ଦିବ୍ୟାରାଣୀ, ଅମ୍ଳାନ ପରିଡ଼ା, ମୋନାଲି ସାହୁ, ମଧୁପ୍ରିୟା, ଡି. ଭଗବାନ ରେଡ୍ଡୀ, ସଙ୍କେତ କୁମାର ନାୟକ, କ୍ରିଷ୍ଣା ଶିକାରୀ, ବିଶ୍ୱପ୍ରଭା ପତି ଓ ସୁସ୍ଲୀନି ପାଲଟାସିଂ ସେହିପରି ରାଜେଶ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାରଣା ରୌପ୍ୟ ପଦକ ହାସଲ କରିଥତ୍ବା ବେଳେ ବାଦଲ ଭୋଇ ଓ ଅନୁସ୍ପା ପ୍ରିୟଦର୍ଶିନୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏହି ସଫଳତା ଲାଗି ଓଡ଼ିଶା କରାଟେ ଅାସୋସିଏଶନ ଓ ଉତ୍କଳ କରାଟେ ସ୍କୁଲ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ଓଡ଼ିଶା ଦଳକୁ ୧୦ ସ୍ବର୍ଣ୍ଣ ପଦକ
All Right Reserved By

ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌:  ନାଡାଲ, ଫେଡେରର ୩ୟ ରାଉଣ୍ଡରେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଡାଲ, ଫେଡେରର ୩ୟ ରାଉଣ୍ଡରେ

ମେଲବୋର୍ନ, ୧୬।୧(ଏଏଫ୍‌ପି)- ଦୁଇ ଷ୍ଟାର୍‌ ଖେଳାଳି ରାଫାଲ ନାଡାଲ ଓ ରୋଜର ଫେଡେରର ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ୫ମ ସିଡ୍‌ କେଭିନ୍‌ ଆଣ୍ଡରସନ ପରାଜୟ ୩ୟ ଦିବସର ସବୁଠାରୁ ବଡ଼ ବିପର୍ଯ୍ୟୟ ଥିଲା। ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ କାରୋଲିନ ଓ୍ବଜନିଆକି, ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଆଞ୍ଜେଲିକ କେର୍ବର, ପେଟ୍ରା କ୍ୱିଟୋଭା, ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ ଓ ବେଲିଣ୍ଡା ବେନିକ ପ୍ରମୁଖ ୩ୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ମାଲେସିଆ ମାଷ୍ଟର୍ସ: ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

କୁଆଲାଲମ୍ପୁର,୧୬।୧(ପି.ଟି.)- ଅଲିମ୍ପିକ୍‌ ପଦକଧାରୀ ସାଇନା ନେହ୍ବାଲ, କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ୭ମ ସିଡ୍‌ ସାଇନା ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ୧୪-୨୧, ୨୧-୧୮, ୨୧-୧୮ ଗେମ୍‌ରେ ହଂକଂର ଜୟ ଜୁଆନ ଡେଙ୍ଗଙ୍କୁ ହରାଇ ଦେଇଛନ୍ତି।

ଭାରତୀୟ ଫୁଟ୍‌ବଲର ଆନସ ଇଦାଥୋଡିକାଙ୍କ ଅବସର

ଭାରତୀୟ ଫୁଟ୍‌ବଲର ଆନସ ଇଦାଥୋଡିକାଙ୍କ ଅବସର

ମୁମ୍ବାଇ,୧୬।୧- ଭାରତୀୟ ଫୁଟ୍‌ବଲ ଦଳର ସଦସ୍ୟ ଆନସ ଇଦାଥୋଡିକା ବୁଧବାର ଅନ୍ତର୍ଜାତୀୟସ୍ତରରୁ ଅବସର ନେଇଛନ୍ତି। ଏ ନେଇ ୩୧ ବର୍ଷୀୟ ଡିଫେଣ୍ଡର ସୋସିଆଲ ମିଡିଆରେ ଘୋଷଣା ଦେଇଛନ୍ତି। 

 ପୁରୁଷ ଡବଲ୍ସରେ ଭାରତର ଅଭିଯାନ ଶେଷ

ପୁରୁଷ ଡବଲ୍ସରେ ଭାରତର ଅଭିଯାନ ଶେଷ

ମେଲବୋର୍ନ,୧୬।୧(ପି.ଟି.)- ଭାରତର ପୁରୁଷ ଡବଲ୍ସ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନଙ୍କ ଯୋଡ଼ି ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। 

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

ଭାରତୀୟ କ୍ରିକେଟରମାନେ ପଡିଆ ଭିତରେ ଯେତିକି ପପୁଲାର୍‌ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ରୋଚକ। ବିବାହ ପୂର୍ବରୁ ପପୁଲାର କ୍ରିକେଟରମାନଙ୍କ ପତ୍ନୀ କ’ଣ କରୁଥିଲେ ତାହାକୁ ନେଇ ଉପସ୍ଥାପନା...

ଘରୁ ବାହାରୁ ନାହାନ୍ତି ହାର୍ଦ୍ଦିକ

ଘରୁ ବାହାରୁ ନାହାନ୍ତି ହାର୍ଦ୍ଦିକ

ମୁମ୍ବାଇ,୧୬।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପଣ୍ଡ୍ୟାଙ୍କ ବେଳା ଏବେ ଖରାପ ଚାଲିଛି, ଯାହା ସଭିଙ୍କୁ ଜଣା। ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ କରନ’ର ଏକ ଅଧ୍ୟାୟରେ ସେ ସାଥି ଖେଳାଳି ଲୋକେଶ ରାହୁଲଙ୍କ ସହ ମିଶି ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। 

ଧୋନୀଙ୍କ ତ୍ରୁଟିପୂର୍ଣ୍ଣ ରନ୍‌ ଅଣଦେଖା

ଧୋନୀଙ୍କ ତ୍ରୁଟିପୂର୍ଣ୍ଣ ରନ୍‌ ଅଣଦେଖା

ନୂଆଦିଲ୍ଲୀ,୧୬।୧- ମହେନ୍ଦ୍ର ସିଂ ଧୋନୀଙ୍କ ଦମଦାର ଇନିଂସ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜ୍‌କୁ ଭାରତ ଆଡିଲେଡ୍‌ଠାରେ ବରାବର କରିଛି। ମ୍ୟାଚ୍‌ ଓ୍ବିନିଂ ଇନିଂସ ପରେ ମଧ୍ୟ ପୂର୍ବତନ ଅଧିନାୟକ ଆଉ ଏକ କାରଣ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। 

ଫିଲ୍ଡରେ କ୍ରିକେଟରଙ୍କ ମୃତ୍ୟୁ

ଫିଲ୍ଡରେ କ୍ରିକେଟରଙ୍କ ମୃତ୍ୟୁ

କୋଲକାତା,୧୬।୧- ଉଦୀୟମାନ ଅଲରାଉଣ୍ଡର ଅଙ୍କିତ ଶର୍ମା ମଙ୍ଗଳବାର କ୍ରିକେଟ ଫିଲ୍ଡରେ ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ ଯୋଗୁ ସେ ପ୍ରାଣ ହରାଇଥିବା  ମେଡିକାଲ କର୍ମକର୍ତ୍ତା କହିଛନ୍ତି। 

ଅଷ୍ଟ୍ରେଲିଆନ ଓପନ: କେଭିନ ଆଣ୍ଡରସନ ଆଉଟ୍‌

ଅଷ୍ଟ୍ରେଲିଆନ ଓପନ: କେଭିନ ଆଣ୍ଡରସନ ଆଉଟ୍‌

ମେଲବୋର୍ନ,୧୬।୧- ଚଳିତ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରୁ କେଭିନ ଆଣ୍ଡରସନ ବିଦାୟ ନେଇଛନ୍ତି। ଫ୍ରାନ୍ସେସ ଟିଆଫୋ ୪-୬, ୬-୪, ୬-୪, ୭-୫ ସେଟ୍‌ରେ ୫ମ ସିଡ୍‌ ଆଣ୍ଡରସନଙ୍କୁ ହରାଇ ଦେଇଛନ୍ତି।

ଭାରତ ଫୁଟ୍‌ବଲ କୋଚ୍‌ କନ୍‌ଷ୍ଟାଣ୍ଟିନଙ୍କ ଇସ୍ତଫା

ଭାରତ ଫୁଟ୍‌ବଲ କୋଚ୍‌ କନ୍‌ଷ୍ଟାଣ୍ଟିନଙ୍କ ଇସ୍ତଫା

ଶାରଜା, ୧୬।୧(ପି.ଟି.)- ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ଏସିଆନ୍‌ କପ୍‌ରେ ଭାରତୀୟ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବାର ଗୋଟିଏ ଦିନ ପରେ ମଙ୍ଗଳବାର କନ୍‌ଷ୍ଟାଣ୍ଟିନ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। 

କଟକରେ ହେବ ଏସିଆ କପ୍‌ ସିନିୟର ରୋଇଂ

କଟକରେ ହେବ ଏସିଆ କପ୍‌ ସିନିୟର ରୋଇଂ

କଟକ ଅଫିସ,୧୬ା୧- କଟକ ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ହେବ ଏସିଆ କପ୍‌ ସିନିୟର ଏବଂ ଏସିଆନ ଜୁନିୟର ରୋଇଂ ଚାମ୍ପିୟନଶିପ । 

ହକି ଇଣ୍ଡିଆ ସିଲେକ୍ସନ କମିଟିରେ ସର୍ଦ୍ଦାର ସିଂ

ହକି ଇଣ୍ଡିଆ ସିଲେକ୍ସନ କମିଟିରେ ସର୍ଦ୍ଦାର ସିଂ

ନୂଆଦିଲ୍ଲୀ, ୧୬ା୧ (ପି.ଟି.)-ହକି ଇଣ୍ଡିଆ ମଙ୍ଗଳବାର ୧୩ ଜଣିଆ  ସିଲେକ୍ସନ କମିଟି ଗଠନ କରିଛି।