Dharitri News
ଅନ୍ତର୍ଜାତୀୟ |

ଜିମ୍ବାଓ୍ବେ ସୈନ୍ୟବାହିନୀ ନିୟନ୍ତ୍ରଣରେ ହାରାରେ

ଜିମ୍ବାଓ୍ବେ ସୈନ୍ୟବାହିନୀ ନିୟନ୍ତ୍ରଣରେ ହାରାରେ ହାରାରେ, ୧୫।୧୧: ଜିମ୍ବାଓ୍ବେ ରାଜଧାନୀ ହାରାରେ ଉପରେ ସୈନ୍ୟବାହିନୀ ନିୟନ୍ତ୍ରଣ ସୁଦୃଢ଼ କରିଛି। ତେବେ ସୈନ୍ୟବାହିନୀ ସରକାରଙ୍କ ବିରୋଧରେ ବିଦ୍ରୋହ କରି ନ ଥିବା ମେଜର ଜେନେରାଲ ଏସ୍‌.ବି.ମୋୟୋ ଜାତୀୟ ଚ୍ୟାନେଲ୍‌ରେ ବୁଧବାର ସୂଚିତ କରିଛନ୍ତି। ସୈନ୍ୟମାନେ ଜାତୀୟ ପ୍ରସାରଣ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ଆଣିଛନ୍ତି। ୯୩ ବର୍ଷ ବୟସ୍କ ରାଷ୍ଟ୍ରପ୍ରତି ରର୍ବଟ ମୁଗାବେ ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇ ତାଙ୍କ ସ୍ତ୍ରୀଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି କରାଇବାର ଯୋଜନା କରୁଥିବାରୁ ସୈନ୍ୟବାହିନୀ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ଉପରେ ବିପଦ ଥିବାରୁ ଏପରି କରାଯାଇଛି। ତାଙ୍କର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବା ପରେ ସୈନ୍ୟ ପୁଣି ରାଜଧାନୀରୁ ହଟିଯିବେ ବୋଲି ମୋୟୋ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ୧୯୮୦ରେ ଜିମ୍ବାଓ୍ବେ ବ୍ରିଟେନ୍‌ଠାରୁ ସ୍ବାଧୀନତା ହାସଲ କରିବା ପରେ ମୁଗାବେ ରାଷ୍ଟ୍ରପତି ପଦରେ ଅବସ୍ଥାପିତ ଅଛନ୍ତି।

ଅନ୍ତର୍ଜାତୀୟ |

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ପାକିସ୍ତାନରେ ଚାଇନା ବିରୋଧୀ ବିକ୍ଷୋଭ

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଚାଇନା ବିରୋଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେୟା ସିନ୍ଧ୍‌ ମୁତ୍ତାହିଦା ମାହାଜ୍‌(ଜେଏସ୍‌ଏମ୍‌ଏମ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ‘ନୋ ଚାଇନା ଗୋ ଚାଇନା’ ସ୍ଲୋଗାନ୍‌ ଦିଆଯାଇଛି।

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ହାଫିଜ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ: ଆମେରିକା

ଓ୍ବାଶିଂଟନ, ୧୯।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ହାଫିଜ୍‌ ସଇଦ୍‌ଙ୍କୁ କାଠଗଡ଼ାରେ ଠିଆ କରାଯିବା ଆବଶ୍ୟକ ବୋଲି ଆମେରିକା ସୂଚିତ କରିଛି।

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ୟେମେନ୍‌ ସଂଘର୍ଷରେ ୫ ହଜାର ଶିଶୁଙ୍କ ଜୀବନ ଯାଇଛି

ସାନା,୧୮।୧: ୟେମେନ୍‌ରେ ଜାରି ରହିଥିବା ସଂଘର୍ଷରେ ୫ ହଜାର ଶିଶୁଙ୍କର ମୃତ୍ୟୁ ଘଟିଥିବା ୟୁନିସେଫ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ଏଠାରେ ୧୧ ନିୟୁତରୁ ଅଧିକ ଶିଶୁ ସାଧାରଣ ଆବଶ୍ୟକତାରୁ ବଞ୍ଚିତ ରହିଛନ୍ତି।

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ: ୫୨ ଦଗ୍ଧ

ଆସ୍ତନା,୧୮।୧: କାଜକସ୍ତାନ ଆକଟୟୁ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟି ୫୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ତୁଷାରପାତ: ୧୦ ମୃତ

ପ୍ରବଳ ତୁଷାରପାତ: ୧୦ ମୃତ

ଆଟଲାଣ୍ଟା,୧୮।୧: ଦକ୍ଷିଣ ଆମେରିକାର ଆଟଲାଣ୍ଟା ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୦ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାଘାଟରେ ବରଫ ଜମି ରହିଥିବାରୁ ଯାତାୟାତ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

 ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ: ନିକ୍କି ହାଲେ

ଓ୍ବାଶିଂଟନ,୧୮।୧: ଆତଙ୍କବାଦ ବିରୋଧରେ ପାକିସ୍ତାନ ଏହାର ନୀତି ସ୍ପଷ୍ଟ କରିବା ଆବଶ୍ୟକ। ଏହି କାର୍ଯ୍ୟରେ ସଫଳତା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିବା ଉଚିତ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ମିଳୁନି ଧାର୍ମିକ ସ୍ବାଧୀନତା

ଇସଲାମାବାଦ୍‌, ୧୭।୧: ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ଧାର୍ମିକ ସ୍ବାଧୀନତା ମିଳୁ ନ ଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏଠାରେ ହିନ୍ଦୁ, ଖ୍ରୀଷ୍ଟଧର୍ମାବଲମ୍ବୀ ଓ ଅହମ୍ମଦିଆ ସମ୍ପ୍ରଦାୟଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରାଯାଉଛି।

 ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା: ଜାତିସଂଘ, ଆମେରିକାର ସ୍ବାଗତ

ଓ୍ବାଶିଂଟନ, ୧୭।୧: ରୋହିଙ୍ଗ୍ୟାଙ୍କ ଘରବାହୁଡ଼ା ନେଇ ବାଂଲାଦେଶ ଓ ମ୍ୟାନମାର ମଧ୍ୟରେ ହୋଇଥିବା ଆଲୋଚନାକୁ ଜାତିସଂଘ ତଥା ଆମେରିକା ପକ୍ଷରୁ ବୁଧବାର ସ୍ବାଗତ କରାଯାଇଛି।

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ହେଲିକପ୍ଟର ଦୁର୍ଘଟଣା: ୧୦ ମୃତ

ବୋଗୋଟା, ୧୭।୧: କଲମ୍ବିଆ ସୈନ୍ୟ ବାହିନୀର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏମ୍‌ଆଇ-୧୭ ହେଲିକପ୍ଟରଟି ଆଣ୍ଟିକ୍ୟୁୟୋ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟ ମୁକ୍ତ

ଅବୁଜା, ୧୭।୧: ନାଇଜେରିଆ ସୈନ୍ୟ ବାହିନୀ ୨୪୪ ସନ୍ଦିଗ୍ଧ ବୋକୋ ହାରାମ ସଦସ୍ୟଙ୍କୁ ମୁକ୍ତ କରିଛି। ସେମାନେ ପୂର୍ବରୁ ବୋକୋ ହାରମ ସଂଗଠନରେ ଥିଲେ। ତେବେ ସରକାରଙ୍କ ବିକାଶ ଯୋଜନା ଅନ୍ତର୍ଗତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ପାଇଁ ଇଛା ପ୍ରକଟ କରିଛନ୍ତି।

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ହାଫିଜ ସଇଦ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ: ଅବ୍ବାସୀ

ଇସଲାମାବାଦ୍‌, ୧୭।୧: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସଂସ୍ଥାପକ ତଥା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନରେ କୌଣସି ଅପରାଧୀକ ମାମଲା ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ୍‌ ଖକ୍ୱାନ୍‌ ଅବ୍ବାସୀ ସୂଚିତ କରିଛନ୍ତି।

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ଚାଇନା ନିର୍ମାଣ କଲା ବିଶ୍ୱର ସର୍ବବୃହତ୍‌ ବାୟୁ ବିଶୋଧକ

ବେଜିଂ,୧୬।୧: ବେଶ୍‌ କିଛିଦିନ ହେବ ଚାଇନା ବାୟୁ ପ୍ରଦୂଷଣର ଶିକାର ହୋଇଛି। ଏମିତିକି ଧୂଆଁର ପରିମାଣ ଏତେ ବଢିଯାଇଛି ଯେ ଘରୁ ବାହାରିବା ବିପଜ୍ଜନକ ବୋଲି କିଛିଦିନ ତଳେ ଚାଇନା ସରକାର ଘୋଷଣା କରିଥିଲେ। ଏ ଦିଗରେ ଏବେ ଚାଇନା ଏକ ବଡ ପଦକ୍ଷେପ ନେଉଛି।