Dharitri News
ଜୀବନଚର୍ଯ୍ୟା |

ମହିଳା ଓ ମଧୁମେହ

ମହିଳା ଓ ମଧୁମେହ ଆଜି ବିଶ୍ୱ ମଧୁମେହ ଦିବସ। ପ୍ରତିବର୍ଷ ଏହି ଅବସରରେ ଏକ ନିର୍ଦ୍ଦିଷ୍ଟ ଥିମ୍‌ ବଛାଯାଇଥାଏ। ଚଳିତ ବର୍ଷ ମହିଳାଙ୍କଠାରେ ମଧୁମେହ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି... ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ଆମ ଦେଶ ଏ କ୍ଷେତ୍ରରେ ଶୀର୍ଷସ୍ଥାନ ଅଧିକାର କରିଛି। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମଧୁମେହ ରୋଗରେ ବିଶେଷ ଭାବରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ୨୦୧୭ ମସିହା ବିଶ୍ୱ ମଧୁମେହ ଦିବସର ବାର୍ତ୍ତା ହେଉଛି, ”ମହିଳା ଓ ମଧୁମେହ ରୋଗ, ଏକ ସୁସ୍ଥ ଭବିଷ୍ୟତ ପାଇଁ ଆମର ଅଧିକାର“। ପ୍ରତ୍ୟେକ ମହିଳା ମଧୁମେହ ରୋଗୀ ନିଜ ନିଜର ଚିକିତ୍ସା ଏବଂ ଯନତ୍ପାଇଁ ସଚେତନ ହେବା ଏହି ଦିବସର ଲକ୍ଷ୍ୟ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୯.୯ କୋଟି ମହିଳା ମଧୁମେହ ରୋଗ ଭୋଗୁଛନ୍ତି। ୨୦୪୦ ମସିହା ସୁଦ୍ଧା ଏହା ୩୧.୩ କୋଟି ଛୁଇଁବ। ପ୍ରତ୍ୟେକ ୫ ଜଣ ମହିଳା ମଧୁମେହ ରୋଗୀଙ୍କ ମଧ୍ୟରୁ ଅନ୍ତତଃ ଦୁଇ ମହିଳା ମଧୁମେହ ରୋଗୀ ପ୍ରଜନନ ବୟସ ସୀମାମଧ୍ୟରେ ଥାଆନ୍ତି ଏବଂ ସେମାନଙ୍କର ସଂଖ୍ୟା ପ୍ରାୟ ୫କୋଟି। ବିଶ୍ୱରେ ମହିଳାଙ୍କ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ମଧୁମେହ ରୋଗ ଅନ୍ୟତମ, ଯେଉଁଥିରେ ବର୍ଷକୁ ୨୦ଲକ୍ଷ ମହିଳା ମୃତ୍ୟୁବରଣ କରିଥାନ୍ତି। ଟାଇପ୍‌ ୨ ମହିଳା ମଧୁମେହ ରୋଗୀ ତାଙ୍କ ସମବୟସ୍କ ମହିଳାଙ୍କଠାରୁ ୧୦ ଗୁଣ ଅଧିକ। ଏମାନେ ଅଧିକ କରୋନାରୀ ହାର୍ଟ ଡିଜିଜ୍‌ ବା’ ହୃତ୍‌ପିଣ୍ଡ ଧମନୀଜନିତ୍‌ ରୋଗରେ ପୀଡିତ ହୁଅନ୍ତି। ଟାଇପ୍‌ ୧ ମହିଳା ମଧୁମେହ ରୋଗୀଙ୍କର ଗର୍ଭନଷ୍ଟ ଓ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଅଧିକ ଥାଏ। ମଧୁମେହ ରୋଗ ଏକ କ୍ରନିକ୍‌ ରୋଗ। ବିଶେଷ କରି ଗର୍ଭାବସ୍ଥାରେ ମଧୁମେହ ରୋଗ ହେଲେ ଏହା ଉଭୟ ମା’ ଓ ଶିଶୁଙ୍କୁ ବିଶେଷ କ୍ଷତି ପହଞ୍ଚାଇଥାଏ। ଏହା ସାଧାରଣତଃ ଦୁଇ ପ୍ରକାରର ଥାଏ- ୧) ଆଗରୁ ମଧୁମେହ ରୋଗ ଭୋଗୁଥିବା ରୋଗୀଙ୍କର ଗର୍ଭଧାରଣ। ୨) ଗର୍ଭଧାରଣ ସମୟରେ ଗର୍ଭାବସ୍ଥା ଯୋଗୁ ମଧୁମେହ ରୋଗର ଉପତ୍ତ୍ତି। ଏହାକୁ ‘ଜେଷ୍ଟେସ୍‌ନାଲ୍‌ ଡାଇବେଟିସ’ କୁହାଯାଏ। ପ୍ରତ୍ୟେକ ୭ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ ଗର୍ଭାବସ୍ଥାରେ ମଧୁମେହ ରୋଗ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଭାରତରେ ମଧୁମେହ ରୋଗର ଆକଳନ ଅନୁଯାୟୀ ପ୍ରାୟ ୨୧୦ ଲକ୍ଷ ଶିଶୁଙ୍କର ମା’ମାନେ ଗର୍ଭାବସ୍ଥାରେ ମଧୁମେହ ରୋଗ ଭୋଗିଥାନ୍ତି। ତେବେ ଗର୍ଭାବସ୍ଥାରେ ମଧୁମେହ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ନିମ୍ନ ବା’ ନିମ୍ନ ମଧ୍ୟବିତ୍ତ ପରିବାରର, ଯେଉଁଠାରେ ମା’ର ଯନତ୍ ଠିକ୍‌ ଭାବେ ନିଆ ଯାଇପାରେ ନାହିଁ। ଯଦି ମା’ର ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ନ ଥାଏ ଏବଂ ଗର୍ଭାବସ୍ଥାର ପ୍ରଥମ ୩ ମାସରେ ରକ୍ତରେ ଶର୍କରାର ପରିମାଣ ବେଶି ଥାଏ, ତେବେ ଶିଶୁ ବିକଳାଙ୍ଗ ହୁଏ। ଏଥିରେ ମୁଣ୍ଡ ନ ଥିବା ଭୂତ ଶିଶୁ, ଛୋଟମୁଣ୍ଡ, ହୃତପିଣ୍ଡରେ ଛିଦ୍ର ଏବଂ ବୃକକ୍‌ ତଥା ଖାଦ୍ୟନଳୀରେ ଅସୁବିଧା ଥିବା ଶିଶୁ ଜନ୍ମ ହୋଇଥାଏ। ତେଣୁ ଗର୍ଭଧାରଣ ସମୟରେ ରକ୍ତରେ ଗ୍ଲାଇକୋସିଲେଟେଡ୍‌ ହିମୋଗ୍ଲୋବିନ୍‌ ଏବଂ ୧୪ରୁ ୧୮ ସପ୍ତାହ ମଧ୍ୟରେ ଆଲ୍‌ଫାଫିଟୋ ପ୍ରୋଟିନ୍‌ ଏଷ୍ଟିମେଶନ୍‌ କରାଯାଏ। ୧୧ରୁ ୧୪ ସପ୍ତାହ ମଧ୍ୟରେ ଏନ୍‌.ଟି. ସ୍କାନ କରାଯାଏ। ଏହାଛଡ଼ା ଗର୍ଭଧାରଣର ୨୦ ସପ୍ତାହ ବେଳକୁ ଅଲ୍‌ଟ୍ରାସାଉଣ୍ଡ କରି ବିକଳାଙ୍ଗତା ଦେଖାଯାଏ। ସାଧାରଣ ପ୍ରସବ ହେଲେ ଶିଶୁର ସ୍ନାୟୁ, ହାଡ ଓ ମାଂସପେଶୀରେ କ୍ଷତ ହୋଇଥାଏ। ଜନ୍ମପରେ ଶିଶୁରକ୍ତରେ ଶର୍କରା କମିଯାଏ ଏବଂ ନିଃଶ୍ୱାସ ନେବାରେ କଷ୍ଟହୁଏ । ଏମିତିକି ପ୍ରସବର ୭ ଦିନ ମଧ୍ୟରେ କିଛି କାରଣ ନ ଥାଇ ଶିଶୁର ମୃତ୍ୟୁ ବି ହୋଇଯାଏ। ତେଣୁ ମଧୁମେହ ପୀଡିତାଙ୍କର ସାଧାରଣ ପ୍ରସବ ନ ହୋଇ ସିଜରିଆନ୍‌ ସେକ୍‌ସନ୍‌ ହୁଏ। ଗର୍ଭଧାରଣ ପୂର୍ବରୁ ପରାମର୍ଶ: ପ୍ରତ୍ୟେକ ନାରୀ ଗର୍ଭଧାରଣ ପୂର୍ବରୁ ମଧୁମେହ ରୋଗ ଭୋଗୁଥିଲେ ନିଜର ରକ୍ତର ଶର୍କରାକୁ ନିୟନ୍ତ୍ରଣ କରିବା ସହ ଫଲିକ୍‌ ଏସିଡ୍‌ ଖାଇ ଗର୍ଭଧାରଣ କରିବା ଦରକାର। ଗର୍ଭାବସ୍ଥାରେ ମଧୁମେହ ରୋଗୀ ପ୍ରଥମ ୫ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଏବଂ ତା’ପରେ ପ୍ରତି ୧୫ ଦିନରେ ଚେକ୍‌ଅପ୍‌ କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଇନ୍‌ସୁଲିନ୍‌ ଇଞ୍ଜେକଶନ୍‌ ନେବା ଜରୁରୀ। ବଟିକା ଖାଇବା ଉଚିତ୍‌ ନୁହେଁ । ନିୟମିତ ରକ୍ତରେ ଗ୍ଲୁକୋଜ୍‌ ଓ ଗ୍ଲାଇକୋସିଲେଟେଡ୍‌ ହିମୋଗ୍ଳୋବିନ୍‌ ଏଷ୍ଟିମେଶନ କରିବା ସହିତ ସ୍ଥଳ ବିଶେଷରେ ଶିଶୁର ଜନ୍ମଗତ ହୃଦ୍‌ରୋଗର ବିକଳାଙ୍ଗତା ଜାଣିବା ପାଇଁ ଗର୍ଭସ୍ଥ ଶିଶୁର ‘ଇକୋ କାର୍ଡିଓଗ୍ରାମ୍‌’ କରିବା ଦରକାର। ୩୭ ସପ୍ତାହ ଶେଷ ହେବା ମାତ୍ରେ ପ୍ରସବ କରାଇ ଦେବା ଆବଶ୍ୟକ। କୌଣସି ପରିସ୍ଥିତିରେ ମଧୁମେହ ରୋଗୀକୁ ଏକ୍ସପେକ୍ଟେଡ୍‌ ଡେଟ୍‌ଅଫ୍‌ ଡେଲିଭରି ଗଡିଯିବାକୁ ଦେବା ଅନୁଚିତ। ତେଣୁ ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, ମଧୁମେହ ରୋଗ ବିଶେଷଜ୍ଞ ତଥା ଶିଶୁରୋଗ ବିଶେଷଜ୍ଞଙ୍କର ମିଳିତ ଚିକିତ୍ସାରେ ମା’ ଓ ଶିଶୁ ଉଭୟ ରହିବା ଆବଶ୍ୟକ। -ଡା. ସରୋଜିନୀ ଷଡ଼ଙ୍ଗୀ -ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ମୋ: ୯୪୩୭୦୫୫୦୦୭

ଜୀବନଚର୍ଯ୍ୟା |

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ଓ୍ବାଶିଂଟନ: ରକ୍ତ କର୍କଟ ବା ଆକ୍ୟୁଟ୍‌ ମାୟୋଲୋଏଡ୍‌ ଲ୍ୟୁକୋମିଆ (ଏଏମ୍‌ଏଲ୍‌)ର ଚିକିତ୍ସା ଏବେ ସହଜରେ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି। ରକ୍ତ କର୍କଟରେ ଶ୍ୱେତ ରକ୍ତ କୋଷିକା ସଂଖ୍ୟାରେ ଅନିମୟିତ ବୃଦ୍ଧି ଦୃଷ୍ଟି ଗୋଚର ହୋଇଥାଏ।

 ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ଓ୍ବାଶିଂଟନ: ପକ୍ଷୀର ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଥିବା ସମ୍ପର୍କରେ ବୈଜ୍ଞାନିକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଛି ଯେ, ପକ୍ଷୀଙ୍କ ରାବଯନ୍ତ୍ର ଓ ମନୁଷ୍ୟଙ୍କ ସ୍ବରଯନ୍ତ୍ର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସନ୍ତୁଳିତ ଜୀବନଶୈଳୀ ସୁସ୍ଥ ଓ ନୀରୋଗ ଜୀବନର ଆଧାର। ଏହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷାପାଇପାରିବେ। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟପେୟ କରିବା, ଶୋଇବା ନିତାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ସୁସ୍ଥ ରହିବାର କିଛି ଉପାୟ ସମ୍ପର୍କରେ:

ଏକାଗ୍ରତା ବଢ଼ାଏ ଚନ୍ଦନ

ଏକାଗ୍ରତା ବଢ଼ାଏ ଚନ୍ଦନ

ଭାରତୀୟ ପରମ୍ପରା ଅନୁଯାୟୀ ଚନ୍ଦନକୁ ଔଷଧୀୟ ଏବଂ ଧାର୍ମିକ ଭାବନା ସହ ଯୋଡାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଓ୍ବାଶିଂଟନ: ଆଗାମୀ ଦିନରେ ମଧୁମେହ ରୋଗ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଫୋନ୍‌ ପାନ୍‌କ୍ରିଜ୍‌କୁ ରକ୍ତରେ ଶର୍କରାସ୍ତରକୁ ସାଧାରଣ କରିବାକୁ ନିର୍ଦ୍ଦେଶ ଦେବ।

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।