ସମ୍ପାଦକୀୟ |

ଅଫିସ୍‌ ପଲିଟିକ୍ସ

ଅଫିସ୍‌ ପଲିଟିକ୍ସ
ସହଦେବ ସାହୁ ଆମ ଗଣତନ୍ତ୍ରରେ ରାଜନେତାମାନଙ୍କ ଦୁର୍ଗୁଣ ଦେଖୁଥିବା ଲୋକ ପାଇଁ ପଲିଟିକ୍ସ ଗୋଟିଏ ଗନ୍ଧିଆ ଶବ୍ଦ। ସେ ଥଟ୍ଟାରେ ଯେତେବେଳେ କହେ, ‘ଆଜିକାଲି ରାଜନୀତିରେ ପଲିଟିକ୍ସ ପଶିଗଲାଣି’, ସେ ‘ପଲିଟିକ୍ସ’ ଶବ୍ଦଟିକୁ ରାଜନୀତି ଶବ୍ଦର ଅପଭ୍ରଂଶ ବୋଲି ଭାବେ- ଅର୍ଥାତ୍‌ ପଲିଟିକ୍ସ ରାଷ୍ଟ୍ର ଚଳାଇବାର ବିଦ୍ୟା ନ ହୋଇ ବ୍ୟକ୍ତିର ସ୍ବାର୍ଥ ହାସଲ କରିବାର ବିଦ୍ୟା ହୋଇପଡିଛି। ୨୪୦୦ ବର୍ଷ ତଳେ ମଣିଷର ଆଚରଣ ଅନୁଧ୍ୟାନ କରି ଆରିଷ୍ଟଟଲ୍‌ (ଖ୍ରୀଷ୍ଟପୂର୍ବ ୩୮୪-୩୨୨) କହିଥିଲେ- ”ସ୍ବଭାବ ଦୃଷ୍ଟିରୁ ମଣିଷ ଗୋଟିଏ ରାଜନୈତିକ ପ୍ରାଣୀ (ପଲିଟିକାଲ୍‌ ଆନିମଲ)। ଆମେ ପଲିଟିକ୍ସରେ ଭାଗ ନେଉ କି ନ ନେଉ, ଆମକୁ ପଲିଟିକ୍ସ ଘେରି ରହିଛି।“ କିନ୍ତୁ ଆଜି ଭଳି ସର୍ବବ୍ୟାପୀ ପଲିଟିକ୍ସ କଥା ହୁଏତ ସେ ଭାବି ନ ଥିଲେ - ମା’ ପେଟରେ ସଞ୍ଚାର ହେଲା ଦିନୁ ଶ୍ମଶାନରେ ପୋତା ବା ପୋଡା ହେଲା ଯାଏ, ଆମେ କି କି ଘଟଣା ଦେଇ ଯାଉଛୁ, ଆମେ କି କି କାମ କରୁଛୁ, କ’ଣ କ’ଣ କଳ୍ପନା କରୁଛୁ, କି କି ଯୋଜନା କରୁଛୁ, ସହକର୍ମୀମାନେ କିପରି ଆମର ସହାୟତା ବା ହାନି କରୁଛନ୍ତି, ଏ ସବୁ ଏବେ ପଲିଟିକ୍ସ ଦ୍ୱାରା ନିୟନ୍ତ୍ରିତ। କିନ୍ତୁ ଅଫିସ୍‌ ପଲିଟିକ୍ସର ପରିସର ସଂକୀର୍ଣ୍ଣ- ଅଫିସ୍‌ ଭିତରେ ଓ ଅଫିସ୍‌ ସମ୍ବନ୍ଧିତ ହୋଇଥିବାରୁ ଏହା ବାହାରକୁ ଦିଶେ ନାହିଁ କି ଶୁଭେ ନାହିଁ। ଅଦୃଶ୍ୟ ଓ ନିଃଶବ୍ଦ ହେଲେ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ପ୍ରଭାବିତ କରେ। ଅଫିସ୍‌ ପଲିଟିକ୍ସର ଜନ୍ମ କର୍ପୋରେଟ୍‌ କଲ୍ଚର୍‌ (କମ୍ପାନୀ ସଂସ୍କୃତି)ରୁ। ସରକାରଙ୍କ ମଙ୍ଗ ଧରିଥିବା ନେତା ଓ ଅଧିକାରୀମାନଙ୍କୁ ଅଫିସ୍‌ରେ ମିଶି କାମ ଆଦାୟ କରିବାର ପ୍ରକ୍ରିୟା ହିଁ ଅଫିସ୍‌ ପଲିଟିକ୍ସ; ତୋଷାମୋଦିଆ ପୁଞ୍ଜିବାଦ ବା କ୍ରୋନି କ୍ୟାପିଟାଲିଜମ୍‌ ଏହିଥିରୁ ଜନ୍ମ। ଅଫିସ୍‌ ପଲିଟିକ୍ସରେ ଭାଗନେବାକୁ ସହଜ କରିବା ଲାଗି କମ୍ପାନୀମାନେ କାରଖାନାରେ ନୁହେଁ, ରାଜଧାନୀରେ ଲିଏଜନ (ଯୋଗସୂତ୍ର) ଅଫିସ୍‌ ଖୋଲିଥାନ୍ତି। କମ୍ପାନୀ ସଂସ୍କୃତି ଏବେ ଆମ ସଂସ୍କୃତିର ଅଙ୍ଗ ହୋଇଯାଇଛି। ସଂସ୍କୃତି ଏକ ଗାଲିଚା, କେତେଗୁଡିଏ ବଦ୍ଧ ଧାରଣା (ଆସମ୍ପସନ୍‌), ମୂଲ୍ୟବୋଧ, ବିଶ୍ୱାସ, ନିୟମ ଓ ଅଭ୍ୟାସ ଆଦିରେ ବୁଣା ଏକ ଗାଲିଚା। ଏଥିରେ ଭଲ ଅଛି, ମନ୍ଦ ଅଛି। ପଲିଟିକ୍ସ ଶବ୍ଦଟା ସଂସ୍କୃତିର ମନ୍ଦ ପାଖର କେତେକ ଗୁଣକୁ ବୁଝାଏ। ‘କିଏ’, ‘କ’ଣ’, ‘କେତେବେଳେ’ ଓ ‘କିପରି’ ପାଇବ, ତାହାକୁ ନିୟନ୍ତ୍ରଣ କରୁଥିବା ଅଲିଖିିତ ନିୟମମାନ ହିଁ ଅଫିସ୍‌ ପଲିଟିକ୍ସ। ପ୍ରମୋଶନ୍‌ଟିିଏ ମିଳୁ, ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ୍‌ ରହୁ, ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେଲାବେଳେ ମୋ କଥା ଶୁଣନ୍ତୁ - ଏ କଥା କେଉଁ କର୍ମଚାରୀ ନ ଚାହେଁ? ଏହା ହିଁ ଅଫିସ୍‌ ପଲିଟିକ୍ସ। ମୋତେ ଭୋଟ୍‌ ଦେଇଥିବା ବା ପଇସା ଦେଇଥିବା ଲୋକ ସୁବିଧା ପାଉ, ତାହା ଟଙ୍କିକିଆ ଚାଉଳ ହେଉ କି ଇନ୍ଦିରା ଆବାସ, ଏ କଥା କେଉଁ ମନ୍ତ୍ରୀ ନ ଚାହେଁ? ଏହା ତ ମନ୍ତ୍ରୀଙ୍କ ବା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପଲିଟିକ୍ସ। ପ୍ରାଇଭେଟ୍‌ ସେକ୍ରେଟାରୀ ଭଳି ଯିଏ କାନରେ କୁହେ ଓ ନିଷ୍ପତ୍ତି ନେବାବେଳେ ପାଖରେ ରହେ, ସିଏ ବେଶି ପ୍ରଭାବଶାଳୀ ବ୍ୟକ୍ତି ହୋଇପଡେ। ତାକୁ ସାଙ୍ଗ କରି ଅଫିସ୍‌ ପଲିଟିକ୍ସରେ ଭାଗ ନେଇପାରିଲେ ଭଲ ପଦବୀ ମିଳିବ, ଅବସର ପରେ ବି ସୁଖକର ପଦବୀ ମିଳିବ। ଯେଉଁ କର୍ମଚାରୀ ବା ଅଧିକାରୀ ଅଫିସ୍‌ ପଲିଟିକ୍ସରୁ ଦୂରରେ ରହେ, ସିଏ ଅପାରଗ ବା ଅନାଡିି। ଏବେ ପାଠକମାନେ ବୁଝୁଥିବେ - ମେରିଟ୍‌ ଗୋଟିଏ ଆଡେ ତ ଅଫିସ୍‌ ପଲିଟିକ୍ସ ଆଉ ଗୋଟିଏ ଆଡେ। ମେରିଟ୍‌ ପାଇଁ ନିୟମ ଅଛି, ତାହା ପାଇଁ ଲିଖିତ କାନୁନ ଲାଗୁ ହୁଏ। କିନ୍ତୁ ଭାଗ୍ୟ ତିଆରି ହୁଏ ଅଫିସ୍‌ ପଲିଟିକ୍ସରେ- ମୌଖିକ ଆଦେଶରେ। ତାକୁ ଲିଖିତ ନିୟମର ଗୁଳାରେ ପକାଇବାର ପ୍ରବନ୍ଧ କରନ୍ତି ‘ହାଁ ଜି’ କରୁଥିବା ଅଧିକାରୀମାନେ। ଯିଏ ଅଫିସ୍‌ ପଲିଟିକ୍ସରେ ପଶିନାହିଁ ତାକୁ ଲାଗିବ- ବ୍ୟବସ୍ଥା ଭିତରେ ଫନ୍ଦିଫିକର ଚାଲିଛି, ଜାଲିଆତି ଆଉ ଭଣ୍ଡାମି ଚାଲିଛି, ସବୁ କାମ ପକ୍ଷପାତ ଓ ମନମୁଖି, ଚିହ୍ନାପରଚରେ କାମ ଚାଲିଛି। ସଚିବାଳୟର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଥିବାରୁ କୌଣସି ସରକାରୀ କାମ ସରକାରଙ୍କ ଘୋଷିତ ନିୟମ ବିରୁଦ୍ଧରେ ଯାଉଥିଲେ ବୁଦ୍ଧିଜୀବୀଏ କହନ୍ତି ଏ ତୃତୀୟ ମହଲାର ପଲିଟିକ୍ସ। ଆମ ରାଜ୍ୟରେ କେହି ଯେତେବେଳେ କହେ ଅମୁକ କାମଟା ତୃତୀୟ ମହଲା କରିଛି, ସେ ପ୍ରକୃତରେ ଅଙ୍ଗୁଳି ଦେଖାଏ ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀମାନଙ୍କ ପଲିଟିକ୍ସକୁ। ଧରାଧରି କରି ପଦବୀରେ ଅବସ୍ଥିତ ହୋଇଥିବା ଲୋକେ ଅଫିସ୍‌ ପଲିଟିକ୍ସକୁ ସ୍ବାଗତ କରନ୍ତି, ରାଜନୀତିର ଖେଳ ଖେଳନ୍ତି, କେତେକେ ବି ବିବେକକୁ ବିକି ଦିଅନ୍ତି। ଗବେଷଣାରୁ ଜଣାଯାଏ, ଯେତେବେଳେ ଜଣେ କର୍ମଚାରୀ ଭାବିନିଏ ଯେ ସେ କାମକରୁଥିବା ଜାଗାଟା ପଲିଟିକ୍ସର ଜାଗା ହୋଇଛି, ସେ ଆଗଠାରୁ କମ୍‌ କାମ କରେ, ତା’ କାମ ଆଗଠାରୁ ବେଶି ଉପରଠାଉରିଆ ହୁଏ, ସେଭଳି ଅଫିସ୍‌କୁ ଛାଡିଦିଏ। ଖରାପ ପଲିଟିକ୍ସକୁ ଚିହ୍ନଟ କରିବା ବଡ଼ ସହଜ। ସେଥିରେ ଥାଏ ବିବଦମାନ ଉକ୍ତି, ଧନ୍ଦାବାଜି, କାନକୁହା କଥା, ବିରୋଧୀ ବା ପ୍ରତିଯୋଗୀ ବିରୁଦ୍ଧରେ ଗୁଜବ ପ୍ରଚାର, ଅନ୍ୟକୁ ପଛକୁ ପକାଇ ନିଜେ ଆଗକୁ ଉଠିବାର ଯାବତୀୟ ଉପାୟ- ପ୍ରତ୍ୟକ୍ଷ ହେଉ କି ପରୋକ୍ଷ। ଭଲ ପଲିଟିକ୍ସ ବି ନିଜର ସ୍ବାର୍ଥକୁ ଊର୍ଦ୍ଧ୍ୱରେ ରଖେ, କିନ୍ତୁ ଅନ୍ୟମାନଙ୍କ ଅଧିକାରକୁ ଦଳି ଦିଏ ନାହିଁ କିମ୍ବା ସଂସ୍ଥାର ବିଧିଗତ ସ୍ବାର୍ଥକୁ ଜଳାଞ୍ଜଳି ଦିଏ ନାହିଁ। ତୁମର ନିଜର କାମକୁ ଅନ୍ୟମାନଙ୍କ ଦ୍ୱାରା ସ୍ବୀକୃତିଯୋଗ୍ୟ କରିବା, ତୁମର ଧାରଣା ଓ କଳ୍ପନାକୁ ଅନ୍ୟମାନେ ଗୁରୁତ୍ୱର ସହ ଗ୍ରହଣ କରନ୍ତୁ ବୋଲି ଚେଷ୍ଟା କରିବା, ଅନ୍ୟମାନେ ତୁମ ବିଷୟରେ ଯେମିତି ଭାବୁଛନ୍ତି ତାକୁ ପ୍ରଭାବିତ କରିବା ଏବଂ ନିଷ୍ପତ୍ତି ଯେପରି ତୁମ ନିଜ ସପକ୍ଷରେ ଆସେ, ତହିଁର ଉପାୟ କରିବା- ଏ ସବୁ ଅଫିସ୍‌ ପଲିଟିକ୍ସର ଲକ୍ଷଣ। ସାମାଜିକ ବିଜ୍ଞାନ ସମସ୍ତଙ୍କୁ ଭଲ ପଲିଟିକ୍ସ କରିବାକୁ କହେ। ପଲିଟିକ୍ସର ଚାରିଟି ପରିସର ଅଛି: ୧. ସାମାଜିକ ଦକ୍ଷତା- ଅନ୍ୟମାନେ ଆମକୁ କିପରି ଦେଖୁଛନ୍ତି ତାକୁ ଜାଣି ନିଜର ଆଚରଣ ବଦଳାଇବା। ୨. ପରସ୍ପର ମଧ୍ୟରେ ପ୍ରଭାବ- ଅନ୍ୟମାନଙ୍କୁ ବୁଝି ସେମାନଙ୍କର କ’ଣ ଦରକାର, ସେମାନଙ୍କର ଏଜେଣ୍ଡା କ’ଣ ଜାଣି ତଦନୁଯାୟୀ ନିଜର ସ୍ବାର୍ଥକୁ ପ୍ରସାରିତ କରିବା। ୩. ନେଟ୍‌ୱର୍କିଂ- ଚିହ୍ନାପରିଚୟଙ୍କୁ ଧରି କାମ କରିନେବା, ମିଳାମିଶାକରି ଉଭୟର ଉପକାର ହେଲାଭଳି ସମ୍ପର୍କ ରଖିବା। ଚିହ୍ନାପରିଚୟରେ କାମ କରିନେବା ସହଜ। ସେଥିପାଇଁ ଲୋକେ ରୋଟାରୀ, ଲାୟନ୍ସ ଭଳି କ୍ଲବ୍‌ ବା ଅଫିସର୍ସ କ୍ଲବ୍‌ରେ ମେମ୍ବର ହୁଅନ୍ତି। ଆଉ କହନ୍ତି- କଣ୍ଟାକ୍ଟ ମାନେ ତ କଣ୍ଟ୍ରାକ୍ଟ। ୪. ନିଷ୍ଠା ପ୍ରଦର୍ଶନ- ମନ ଭିତରେ ଯାହା ଥାଉ ନା କାହିଁକି ନିଷ୍ଠାର ସହ କାମ କରୁଛ ବୋଲି ଦେଖାଇହେବା। କାମ ଯାହା କର ନା କାହିଁକି ସଚ୍ଚୋଟପଣିଆର ପ୍ରଦର୍ଶନ କର, ଲୋକେ ଯେମିତି ତୁମକୁ ସଚ୍ଚୋଟ ସାଧୁ ଓ ଦିଲଦାର ଭାବିବେ ସେଭଳି ପରିବେଶ ସୃଷ୍ଟି କର। ଏସବୁ ମିଶିଗଲେ ପଲିଟିକାଲ ସ୍କିଲ୍‌ ହୁଏ। ତୁମର ଦୋଷ ଲୁଚିଯାଏ, ତୁମ କ୍ୟାରିୟର ଭଲ ହୁଏ। ଏଭଳି ପଲିଟିକ୍ସ କରି ନ ପାରିଲେ ତୁମେ ପଛରେ ପଡିଯିବ। ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋ କହିଛନ୍ତି, ତୁମେ ଯଦି ପଲିଟିକ୍ସରେ ଭାଗ ନ ନେବ, ତୁମଠାରୁ ଅଳ୍ପ ଜ୍ଞାନ ଓ ଅଳ୍ପ ଦକ୍ଷତାର ଲୋକେ ତୁମ ଉପରେ ଶାସନ କରିବେ। ଏ ହେଉଛି ଅଫିସ ପଲିଟିକ୍ସର ଅଲିଖିତ ନିୟମ। ଇମେଲ୍‌ : sahadevas@yahoo.com
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...