ସମ୍ପାଦକୀୟ |

ବିଡ଼ମ୍ବିତ ଶୈଶବ

 ବିଡ଼ମ୍ବିତ ଶୈଶବ
ବିମଳ ପ୍ରସନ୍ନ ଦାସ ଆଜି ଶିଶୁ ଦିବସ। ଆଜିର ଦିନରେ ଦେଶରେ ଏବଂ ଆମ ରାଜ୍ୟରେ ଅନେକ ଲୋକଦେଖାଣିଆ ସଭାସମିତି, ସମାରୋହ ଏବଂ ଭାଷଣବାଜି ଦେଖିବାକୁ ମିଳିବ। କିନ୍ତୁ ଦୁଃଖର କଥା ହେଉଛି ଆଜି ମଧ୍ୟ ଦେଶରେ କ୍ଷୁଧା, ଦାରିଦ୍ର୍ୟ, ଅନାହାର, ଅପୁଷ୍ଟି ତଥା ସ୍ବାସ୍ଥ୍ୟସେବା ଅଭାବରୁ ଅତି କମ୍‌ରେ ପାଞ୍ଚହଜାର ଶିଶୁ ଦୁନିଆକୁ ଜାଣିବା, ଚିହ୍ନିବା ପୂର୍ବରୁ ବିଦାୟ ନେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେ ପ୍ରତିଭାଧର ଯଥା ବୈଜ୍ଞାନିକ, ଲେଖକ, ନେତା, କବି, ଦାର୍ଶନିକ, କ୍ରୀଡାବିତ୍‌ ସୃଷ୍ଟି ହୋଇ ନ ଥାନ୍ତେ ବୋଲି କିଏ କହିବ? ସବୁଠାରୁ ଦୁଃଖଦ ବିଷୟ ଶିଶୁମାନଙ୍କ ସ୍ଥିତି ଯେତିକି ନୈରାଶ୍ୟଜନକ ସେତିକି ହତାଶାରେ ପରିପୂର୍ଣ୍ଣ। ଆମ ରାଜ୍ୟର ନଗଡା ତା’ର କରୁଣ ପ୍ରତିନିଧି। ଆମେ ହେଜିବା ଉଚିତ ଯେ ଶିଶୁମାନେ ସ୍ବର୍ଗର ପାରିଜାତ, ଶିଶୁ ମନ ଦେବତାର ଘର। ସେ ସରଳ, ସୁନ୍ଦର, ନିଷ୍କପଟ ଓ ନିଷ୍ପାପ। ଈଶ୍ୱରଙ୍କ ପ୍ରତିରୂପ। ସେ ହିଁ ଆସନ୍ତା କାଲିର ନାଗରିକ। ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ କହିଥିଲେ ଦେଶର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ କୌଣସି ସୁପର କମ୍ପ୍ୟୁଟରର ଆବଶ୍ୟକତା ନାହିଁ। ଏହାର ପ୍ରକୃତ ମାପକାଠି ହେଉଛି ସେ ଦେଶର ଶିଶୁମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଅବସ୍ଥା। ଏହି ମାପକାଠିରେ ଆମ ଦେଶର ଆକଳନ ହେଲେ- ନିରାଶ ହେବା ହିଁ ନିଶ୍ଚିତ। ଏପରି ଦୁର୍ବଳ ଭିତ୍ତିଭୂମି ଉପରେ ଦୃଢନିଶ୍ଚିତ ଭବିଷ୍ୟତର ପରିକଳ୍ପନା ଦିବାସ୍ବପ୍ନ ବ୍ୟତୀତ ଆଉ କ’ଣ ବା ହୋଇପାରେ? ଶିଶୁଟିଏ ଏକ ସ୍ବୟଂସମ୍ପନ୍ନ ବ୍ୟକ୍ତିତ୍ୱ ଭାବରେ ପରିସ୍ଫୁଟିତ ହେବା ପାଇଁ ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ନୈତିକ ଓ ସର୍ବୋପରି ଆଧ୍ୟାତ୍ମିକ ବିକାଶ ଆବଶ୍ୟକ। କିନ୍ତୁ ଆଜିର ଦୁନିଆରେ ଏ ସବୁ ମରୀଚିକା ସଦୃଶ। ଆବଶ୍ୟକ ପରିମାଣର ଆଲୋକ, ଉତ୍ତାପ, ଜଳ, ମୃତ୍ତିକା, ପବନ ନ ପାଇଲେ ଯେପରି ବୀଜରୁ ଅଙ୍କୁରୋଦ୍‌ଗମ ହୁଏନାହିଁ, ସେହିପରି ଆମ ଦେଶରେ ଶୈଶବର କଢିଟିଏ ପ୍ରସ୍ଫୁଟିତ ହୋଇପାରୁ ନାହିଁ। ଦାରିଦ୍ର୍ୟ ରୂପକ ଶ୍ମଶାନରେ ଶୈଶବ ସମାଧି ନେଉଛି। ଜନୈକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରେ ଶିଶୁ ମୃତ୍ୟୁକୁ ଜାତୀୟ ଲଜ୍ଜା ଭାବରେ ଅଭିହିତ କରିଥିଲେ ମଧ୍ୟ ଏହାର ନିରାକରଣ ଦିଗରେ ଯଥୋଚିତ ପଦକ୍ଷେପ ନିଆଯାଇ ନାହିଁ। ୨୦୧୦ର ଏକ ପରିସଂଖ୍ୟାନ ଅନୁଯାୟୀ ଖାଦ୍ୟାଭାବ ଓ ପୁଷ୍ଟିହୀନତାରେ ପୀଡିତ ଶିଶୁମାନଙ୍କ ମୃତ୍ୟୁ ସଂଖ୍ୟା ୧୮୦ ମିଲିୟନ ହୋଇଥିବାବେଳେ ଏହାର ଏକ ତୃତୀୟାଂଶ କେବଳ ଭାରତର ଶିଶୁ। ଶିଶୁର ଭଲମନ୍ଦ ତା’ ମା’ ଉପରେ ଅଧିକ ନିର୍ଭରଶୀଳ ହୋଇଥିବା ବେଳେ ମାତୃ ମୃତ୍ୟୁହାର କମ୍‌ ଉଦ୍‌ବେଗଜନକ ନୁହେଁ। ନିଜ ଗର୍ଭସ୍ଥ ଶିଶୁଙ୍କୁ ଦେଖିବା ପୂର୍ବରୁ ବର୍ଷକୁ ପ୍ରାୟ ୭୮ ହଜାର ମାଆ ପ୍ରସବ ସମୟରେ ମୃତ୍ୟୁବରଣ କରିଥାନ୍ତି। ଅନୁରୂପ ଭାବରେ ଗୋଟିଏ ମାସ ପୂର୍ବରୁ ପ୍ରାୟ ୧୦ ଲକ୍ଷ ଶିଶୁ ଆଖି ବୁଜିଦିଅନ୍ତି। ମା’ମାନଙ୍କ ଶିକ୍ଷାର ଅଭାବ ଶିଶୁ ପାଇଁ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି । ଏହା କେବଳ ଗରିବ ଶ୍ରେଣୀର ପରିବାର ମଧ୍ୟରେ ସୀମିତ ନୁହେଁ, ଧନିକ ତଥା ଶିକ୍ଷିତ ପରିବାରରେ ବି ଶିଶୁମାନେ ଅବହେଳିତ ଓ ନିର୍ଯାତିତ। ଆମ ଦେଶରେ ଦୁଇତୃତୀୟାଂଶ ଶିଶୁ ଶାରୀରିକ ନିର୍ଯାତନା, ଅର୍ଦ୍ଧାଧିକ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି। ଫଳରେ ଶୈଶବ ଅନେକ କ୍ଷେତ୍ରରେ ବିଡମ୍ବିତ ହୋଇଯାଉଛି। ମା’ କୋଳରେ ଥାଇ ଅବୁଝା ଶିଶୁଟି ଜହ୍ନମାମୁକୁ ଧରିବାକୁ ସ୍ବପ୍ନ ଦେଖୁଥିବାବେଳେ ଦାରିଦ୍ର୍ୟର ତୀବ୍ର ଯନ୍ତ୍ରଣାରେ ଛଟପଟ ହୁଏ। ଧୂଳିମାଟିରେ ଖେଳିବାର ସ୍ବାଭାବିକ ଆନନ୍ଦ ତାଙ୍କ ପାଇଁ ନିଷେଧ। ବିଶେଷକରି ପରିବାରର ଉତ୍କଟ ଦାରିଦ୍ର୍ୟ, ଅଶିକ୍ଷା ଓ ସାମାଜିକ ବାଧ୍ୟବାଧକତା ତାଙ୍କ ହାତରୁ ସ୍କୁଲ ବ୍ୟାଗ୍‌ ଛଡାଇ ନେଇ ଧରାଇଦିଏ ହୋଟେଲର ଅଇଁଠା ବାସନ ଓ ଅଇଁଠାପତ୍ରର ବୋଝ। ବାଧ୍ୟ କରେ ଖଣିଖାଦାନ, ଗ୍ୟାରେଜ, ଦୋକାନ, ଏପରି କି ବାଣ କାରଖାନାରେ ନିୟୋଜିତ ହୋଇ ପେଟ ପୋଷିବା ପାଇଁ। କଠିନ ପରିଶ୍ରମ ସତ୍ତ୍ୱେ ଛୋଟିଆ ପେଟଟିକୁ ଆବଶ୍ୟକ ପରିମାଣର ଖାଦ୍ୟ ମିଳେନା। ଏଥିପାଇଁ ତ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ନେଇ ଦେଶ ଗର୍ବିତ। ବଚପନ ବଞ୍ଚୁ। ଅନ୍ୟପକ୍ଷରେ ଧନିକ ଶ୍ରେଣୀ, ଉଚ୍ଚଶିକ୍ଷିତ, ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ତାଙ୍କ ପିଲାଙ୍କ କୋମଳ ହୃଦୟ, ମାନସିକ ଶକ୍ତି ନ ବୁଝି ତାଙ୍କ କ୍ଷମତାବହିର୍ଭୂତ ସଫଳତା ହାସଲ କରିବା ପାଇଁ ପ୍ରବଳ ଚାପ ସୃଷ୍ଟି କରନ୍ତି। ଫଳରେ ୩ବର୍ଷ ବୟସରୁ କୋମଳମତି ଶିଶୁମାନେ ବସ୍ତାନି ବୋଝରେ ଚାପି ହୋଇଯାଉଛନ୍ତି। କିନ୍ତୁ ଏଇ ଶିଶୁମାନଙ୍କର କଅଁଳ କିଶୋର କାନ୍ଧରେ ଭରସା ରଖିଛି ଦେଶ- ଏ ସତ୍ୟକୁ ଏଡାଇ ଦିଆଯାଇ ନ ପାରେ। ଆଜି ପ୍ରକୃତରେ ଭଲ ମଣିଷଟିର ଅଭାବ, ଯେଉଁଥିପାଇଁ ସକ୍ରେଟିସ୍‌ ଦିନରେ ଲଣ୍ଠନ ଧରି ମଣିଷ ଖୋଜୁଥିଲେ। ଆଜି ମଧ୍ୟ ତାହା ପ୍ରାସଙ୍ଗିକ। କାରଣ ଆଜିର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସବୁ ମଣିଷ ତିଆରି କାରଖାନା ହେବା ପରିବର୍ତ୍ତେ ମନି ମେକିଂ କାରଖାନାରେ ପରିଣତ ହୋଇଛି। ପିଲାଟିଏ ଏଠି ପେଷିହୋଇଯାଉଛି। ଏଭଳି କାରଖାନାର ଉତ୍ପାଦ ଭାବରେ ଆଜିର ପିଲା ବାପା ମା’ଙ୍କୁ ଭୁଲି ଯିବାରେ ଅସ୍ବାଭାବିକତା ରହିଲା କେଉଁଠି? କଥାରେ ଅଛି ଚାଷୀ ହୁଡିଲେ ବରଷେ, ବିଦ୍ୟା ହୁଡିଲେ ପୁରୁଷେ। ଏଥିରେ ଶୈଶବ ଅନାହତ ରହିବ କିପରି- ଏହା ହିଁ ପ୍ରଶ୍ନ। (ଶିଶୁ ଦିବସ ଉପଲକ୍ଷେ) ମୋ-୯୪୩୮୧୮୬୨୨୬
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ରାୟର ରଙ୍ଗ

ସମ୍ପାଦକୀୟ/ରାୟର ରଙ୍ଗ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦେହରକ୍ଷୀ ବେୟନ୍ତ ସିଂ ଓ ସତ୍‌ଓ୍ବନ୍ତ ସିଂ ୧୯୮୪ ଅକ୍ଟୋବର ୩୧ରେ ଗୁଳିକରି ହତ୍ୟା କରିଥିଲେ। ଏହା ପରେ ଦିଲ୍ଲୀ ସମେତ ସମଗ୍ର ଦେଶରେ ଶିଖ୍‌ ବିରୋଧୀ ଦଙ୍ଗାରେ ୮,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ଅବଶ୍ୟ ବେସରକାରୀ ହିସାବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ଥିବା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଭଳି ଗଣହତ୍ୟା ସେହି ସମୟରେ ସମଗ୍ର ଦେଶରେ ଚହଳ ପକାଇ ଦେଇଥିଲା। ଦୀର୍ଘ ୩୪ ବର୍ଷ ପରେ ଦଙ୍ଗାର ...

ମାନବାଧିକାର ଓ ମୃତ୍ୟୁଦଣ୍ଡ

ମାନବାଧିକାର ଓ ମୃତ୍ୟୁଦଣ୍ଡ

ବୈକୁଣ୍ଠନାଥ ମିଶ୍ର

ଭାରତ ସମ୍ବିଧାନର ଧାରା ୨୧ ଭାରତୀୟ ନାଗରିକଙ୍କୁ ସ୍ବାଧୀନଭାବେ ବଞ୍ଚିବାର ଅଧିକାର ପ୍ରଦାନ କରିଛି। ବ୍ୟକ୍ତିର ସେହି ଅଧିକାର କ୍ଷୁଣ୍ଣ ହେଲେ ମାନବିକ ଅଧିକାର ବିପନ୍ନ ହେଲା ବୋଲି ବୁଝିବାକୁ ହେବ। ଆଧୁନିକ ଯୁଗରେ ମାନବାଧିକାର ଏକ ବିତର୍କିତ ପ୍ରସଙ୍ଗ। କାରଣ ମାନବାଧିକାରର ସଂଜ୍ଞା ଅସ୍ପଷ୍ଟ। ସମାନ ଅପରାଧ ପାଇଁ ଜଣେ ଫାଶୀ ଦଣ୍ଡାଦିଷ୍ଟ ହେଉଥିବା ବେଳେ ଆଉ ଜଣେ ଆଜୀବନ ଜେଲଦଣ୍ଡ ପାଏ। ଜଣେ ନ୍ୟାୟମୂର୍ତ୍ତିଙ୍କ ଦୃଷ୍ଟିରେ ଫାଶୀ ମାନବାଧିକାରର ପରିପନ୍ଥୀ ତ ଆଉ ଜଣେ ବିରଳରୁ ଅତି ବିରଳ ଅପରାଧ ପାଇଁ ଫାଶୀଦଣ୍ଡ ଏକମାତ୍ର ବିକଳ୍ପ ବୋଲି ବିବେଚନା କରନ୍ତି। କେତେକ ମାନବାଧିକାର କର୍ମୀଙ୍କ ମତରେ ଜଣଙ୍କର ଜୀବ..

ଶୀତ ପରେ ବସନ୍ତ

ଶୀତ ପରେ ବସନ୍ତ

ଉପେନ୍ଦ୍ର ବିଶ୍ୱାଳ

‘ଧାରେ ହସ’ ଶୀର୍ଷକ ମୋର ପ୍ରବନ୍ଧଟିଏ ପାଠକଲା ପରେ କଲ୍ୟାଣୀ ନାମ୍ନୀ ଶିକ୍ଷୟିତ୍ରୀ କହିଲେ ”ଭଗବାନ ଯାହା ଓଠରୁ ସବୁଦିନ ପାଇଁ ହସ ଲିଭାଇ ଦେଇଛନ୍ତି, ସେ ବା ହସିବ କେମିତି?“ ଅବଶ୍ୟ ବେଦନାଭରା ଥିଲା ତାଙ୍କ ଜୀବନ କାହାଣୀ। ଦୁର୍ଭାଗ୍ୟର କଳାବାଦଲ ଘୋଟିଆସିଛି ତାଙ୍କ ଜୀବନରେ। ପ୍ରଥମେ ମା’ଙ୍କୁ ଓ ପରେ ବାପାଙ୍କୁ ହରାଇ ଦିଗହରା ହେଲେ। ଏକମାତ୍ର ଭାଇ ହିଁ ସାହାରା ସାଜି ଭଉଣୀର ବିବାହ କରାଇଦିଏ। ମାତ୍ର ନିୟତି ନିଷ୍ଠୁର ସାଜିଥିଲା। ସ୍ବାମୀଙ୍କ ନିର୍ଯାତନା ଥିଲା ତାଙ୍କ ପାଇଁ ଆହୁରି ଅସହ୍ୟ। ଜୀବନ ବଞ୍ଚାଇବାକୁ ଯାଇ ଭଉଣୀଟି ଫେରିଆସେ ଭାଇର ଆଶ୍ରାରେ। ବିବାହ ପରେ ଭାଇ ମଧ୍ୟ ହାତ ଛାଡ଼ିଦିଏ। ତା’ପରେ ଚାରିଦି..

ଏଇ ଭାରତରେ

ଏଇ ଭାରତରେ

କେତେକେ ଜୀବନ ଧାରଣ ପାଇଁ ଯେଭଳି କଷ୍ଟ ବରଣ କରିଥାଆନ୍ତି ତାହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ତ୍ରିପୁରାର ରାଜଧାନୀ ଅଗରତାଲାରେ ରିକ୍‌ସା ଚଳାଉଥିବା ସୋମା ଚକ୍ରବର୍ତ୍ତୀ। ସେ ଝିଅକୁ କପଡାରେ ବାନ୍ଧି ଛାତିରେ ଧରିବା ସହିତ ପେଟ ପୋଷିବା ପାଇଁ ଦିନସାରା ରାଜରାସ୍ତାରେ ରିକ୍ସା ଟାଣନ୍ତି। ତାଙ୍କ ପ୍ରତି ସହାନୁଭୂତି ଦେଖାଇ ଅନେକେ ଅଧାବାଟରୁ..

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ। 

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ବାସକରନ୍ତି। ବିଭିନ୍ନ ଧର୍ମବିଶ୍ୱାସୀ ଲୋକଙ୍କ ପ୍ରଥା ଓ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ। ସେଥିପାଇଁ ଆମ ଦେଶରେ ମନ୍ଦିର, ମସ୍‌ଜିଦ୍‌, ଗିର୍ଜା ଓ ଗୁରୁଦ୍ୱାର ଭଳି ବିଭିନ୍ନ ଉପାସନା ପୀଠ ଦେଖିବାକୁ ମିଳେ। ବିଭିନ୍ନ ଧର୍ମୀୟ ପୀଠରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ଦୃଷ୍ଟିଗୋଚର ହୁଏ। ତାମିଲନାଡୁରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତ ଦେହରେ ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..