ଅନ୍ତର୍ଜାତୀୟ |

ନାସ୍ତ୍ରେଦମସ୍‌ଙ୍କ ଭବିଷ୍ୟବାଣୀ: ଭୟଙ୍କର ହେବ ୨୦୧୮

ନାସ୍ତ୍ରେଦମସ୍‌ଙ୍କ ଭବିଷ୍ୟବାଣୀ: ଭୟଙ୍କର ହେବ ୨୦୧୮
ପ୍ୟାରିସ୍‌,୧୪।୧୧: ନାସ୍ତ୍ରେଦମସ୍‌ ୨୦୧୮କୁ ନେଇ କରିଥିବା ଭବିଷ୍ୟବାଣୀ ଯଦି ସତ ହୁଏ ତେବେ ଏହା ସବୁଠାରୁ ଭୟାଳୁ ବର୍ଷ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏବେ ଏସିଆ ମହାଦେଶରେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଭାରତ-ପାକିସ୍ତାନ, ଉତ୍ତର କୋରିଆ-ଦକ୍ଷିଣକୋରିଆ, ଚାଇନା-ତାଇଓ୍ବାନ ଆଦି ଦେଶ ଛଡା ବର୍ମା, ବାଂଗଲାଦେଶ, ଶ୍ରୀଲଙ୍କା ଭଳି ଛୋଟ ଦେଶ ମଧ୍ୟ ଅଶାନ୍ତି ବାତାବରଣ ଦେଇ ଗତି କରୁଛନ୍ତି। ପୂର୍ବରୁ ଦିନିଆର ବିନାଶକୁ ନେଇ ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ଦେଇଥିବା ଅନେକ ଭବିଷ୍ୟବାଣୀ ସତ ହୋଇଛି। ତେଣୁ ୨୦୧୮କୁ ନେଇ ସେ ଦେଇଥିବା ଭବିଷ୍ୟବାଣୀ ସତ ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ନାସ୍ତ୍ରେଦମସ୍‌ ତାଙ୍କ ପୁସ୍ତକ ‘ଦ ପ୍ରୋଫେସିଜ୍‌’ରେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବ ଓ ପଶ୍ଚିମରେ ଥିବା ୨ଟି ଦେଶ ମଧ୍ୟରେ ହେବ। ଅନୁମାନ କରାଯାଉଛି ଏହି କ୍ରମରେ ଆମେରିକା ଓ କୋରିଆ ମଧ୍ୟରେ ଯୁଦ୍ଧ ହୋଇପାରେ। ଯାହା ଅତ୍ୟନ୍ତ ଭୟଙ୍କର ହେବ। ଶେଷକୁ ମାତ୍ର ଅଳ୍ପ କିଛି ଲୋକ ଏଥିରେ ବଞ୍ଚି ରହି ଶାନ୍ତି ଭୋଗ କରିବେ ବୋଲି କୁହାଯାଉଛି।
All Right Reserved By

ଅନ୍ତର୍ଜାତୀୟ |

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଲଣ୍ଡନ,୧୩।୧୨: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ ଅନାସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ହୋଇଥିବା ଭୋଟ ଗ୍ରହଣ ପରେ ଥେରେସା ମେ ୧୧୭ ପରିବର୍ତ୍ତେ ୨୦୦ ସିକ୍ରେଟ ବାଲଟ ବିଜୟିନୀ ହୋଇଛନ୍ତି।

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ନାପିଦ୍ୱ,୧୩।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମ୍ୟାନ୍‌ମାର ଗସ୍ତ ସମୟରେ ଏଠାରେ ଥିବା ୧୮୭ ବର୍ଷ ପୁରାତନ ମାତା କାଳୀଙ୍କ ମନ୍ଦିରରେ ଗୁରୁବାର ପୂଜାର୍ଚ୍ଚନା କରିଛନ୍ତି। 

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଡ୍ରେସଡେନ୍‌,୧୩।୧୨: ପୂର୍ବ ଜର୍ମାନୀରୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପରିଚୟ ପତ୍ର ମିଳିଛି। 

ତୁର୍କୀରେ ଟ୍ରେନ୍‌ ଦୁର୍ଘଟଣା

ତୁର୍କୀରେ ଟ୍ରେନ୍‌ ଦୁର୍ଘଟଣା

ଅଙ୍କାରା,୧୩।୧୨: ତୁର୍କୀର ଅଙ୍କାଲାରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

କାନ୍ଦିଲେ ପ୍ରଧାନମନ୍ତ୍ରୀ

କାନ୍ଦିଲେ ପ୍ରଧାନମନ୍ତ୍ରୀ

ଅକଲାଣ୍ଡ, ୧୨।୧୨: ନ୍ୟୁଜିଲାଣ୍ଡର ଏକ ହୋଟେଲରୁ ଜଣେ ବ୍ରିଟିଶ୍‌ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରେସ୍‌ ମିଲାନେ ନାମକ ଏହି ଛାତ୍ରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ। ଏକ ଶୋକ ବାର୍ତ୍ତାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କାନ୍ଦି ପକାଇଛନ୍ତି ଜେସିକା।

ହ୍ବାଟସ୍‌ଆପ୍‌ରେ ଇଡିୟଟ୍‌ ଲେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କୁ ୬୦ ଦିନ ଜେଲ ସହ ୪ ଲକ୍ଷ ଜରିମାନା

ହ୍ବାଟସ୍‌ଆପ୍‌ରେ ଇଡିୟଟ୍‌ ଲେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କୁ ୬୦ ଦିନ ଜେଲ ସହ ୪ ଲକ୍ଷ ଜରିମାନା

ରିୟାଦ,୧୨।୧୨: ସୌଦିରେ ଜଣେ ଯୁବକଙ୍କୁ ହ୍ବାଟସ୍‌ଆପ୍‌ରେ ଇଡ଼ିୟଟ୍‌ ଲେଖିବା ମହଙ୍ଗା ପଡ଼ିଛି। ଏନେଇ ସ୍ଥାନୀୟ ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬୦ ଦିନ ଜେଲଦଣ୍ଡାଦେଶ ସହିତ ପ୍ରାୟ ୪ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। 

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ/ମ୍ୟୁସକାଟ୍‌,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍‌ ବ୍ରେକ୍‌ ନେଇ ହନିମୁନ୍‌ ପାଇଁ ପ୍ରିୟଙ୍କା-ନିକ୍‌ ଓମାନ ଯାଇଛନ୍ତି। 

 ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ/ଆର୍ଜେଣ୍ଟିନା,୧୧।୧୨: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆର୍ଜେଣ୍ଟିନା ଯାଇଥିଲେ। ଏହି ଅବସରରେ ଫିଫା ଅଧ୍ୟକ୍ଷ ଜିୟାନୀ ଇନଫେଣ୍ଟିନୋ ଜି-୨୦ ତଥା ପ୍ରଧାନମନ୍ତ୍ରୀଙ୍କ ନାମ ଲେଖାଥିବା ଏକ ଜର୍ସି ଉପହାର ଦେଇଥିଲେ। 

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ବେଲଗ୍ରେଡ,୧୧।୧୨: ୟୁରୋପର ସର୍ବିୟାରେ ଦିନକୁ ଦିନ ଜସସଂଖ୍ୟା ଏତେ ପରିମାଣରେ କମି ଯାଉଛି ଯେ ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି। ଭାରତ ଓ ଚାଇନାରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଯୋଜନା ପ୍ରଚଳିତ ହେବା ବେଳେ ସର୍ବିୟାରେ କିନ୍ତୁ ଏହାର ଓଲଟା ଛବି ଦେଖିବାକୁ ମିଳିଛି।

ଆଣ୍ଟାର୍କଟିକାରେ ଭୂକମ୍ପ

ଆଣ୍ଟାର୍କଟିକାରେ ଭୂକମ୍ପ

ଓ୍ବାଶିଂଟନ,୧୧।୧୨: ଆଣ୍ଟାର୍କଟିକାରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ବୃହତ୍‌ ଡାଇନୋସର କଙ୍କାଳ ଠାବ

ବୃହତ୍‌ ଡାଇନୋସର କଙ୍କାଳ ଠାବ

ମସ୍କୋ,୧୧।୧୨:ରୁଷୀୟ ବୈଜ୍ଞାନିକମାନେ ନୂତନକରି ଏକ ତୃଣଭୋଜୀ ପ୍ରଜାତିର ବୃହତ୍‌ ଡାଇନୋସର୍‌ କଙ୍କାଳ ଠାବ କରିଛନ୍ତି। ଏହାର ବେକ ଓ ଲାଞ୍ଜ  ଲମ୍ବା। ୧୩୦ ନିୟୁତ ବର୍ଷ ତଳେ ଏଭଳି ପ୍ରକାଣ୍ଡ ଜୀବ ପୃଥିବୀରେ ତିଷ୍ଠି ରହିଥିଲେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି। 

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ଓସ୍‌ଲୋ,୧୧।୧୨:କଙ୍ଗୋ ଡାକ୍ତର ଡେନିସ ମୁକ୍ୱେଜ ଏବଂ ୟାଜିଦିର ବିଶିଷ୍ଟ ସାମାଜିକ କର୍ମୀ ନାଦିଆ ମୁରାଦ୍‌ଙ୍କୁ ସୋମବାର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମୁକ୍ୱେଜ୍‌ ଯୌନ ହିଂସା ପ୍ରପୀଡିତ ମହିଳାଙ୍କ ଚିକିତ୍ସା କରି ‘ଡକ୍ଟର ମିରାକଲ୍‌’ ଆଖ୍ୟା ଅର୍ଜନ କରିଥିବା ବେଳେ ମୁରାଦ କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ର ଯୌନଦାସତ୍ୱରୁ ମୁକ୍ତିପାଇ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ସେ ଅତି ସନ୍ତର୍ପଣରେ ଆଇଏସ୍‌ କବଳରୁ ଖସିଆସି ନିଜ ଜନ୍ମଭୂମି ୟାଜିଦି ବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛନ୍ତି।