ସମ୍ବଲପୁର

ସହରାଞ୍ଚଳ ସ୍କୁଲରେ ୭ ଛାତ୍ରୀଛାତ୍ରଙ୍କୁ ୩,ଗ୍ରାମାଞ୍ଚଳରେ ୫୦୬କୁ ୫ ଶିକ୍ଷକ

ସହରାଞ୍ଚଳ ସ୍କୁଲରେ ୭ ଛାତ୍ରୀଛାତ୍ରଙ୍କୁ ୩,ଗ୍ରାମାଞ୍ଚଳରେ ୫୦୬କୁ ୫ ଶିକ୍ଷକ

ଜୁନାଗଡ,୨୩।୮(ଡି.ଏନ୍‌.ଏ)-

କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଶିକ୍ଷା ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି। ଶିକ୍ଷକ ନିଯୁକ୍ତିରେ ସମାନୁପାତିକ ନୀତି ଅବଲମ୍ବନ କରାଯାଉ ନ ଥିବାରୁ କେଉଁଠି ଶିକ୍ଷକ ହାଉଯାଉ ହେଉଥିବାବେଳେ ଆଉ କେଉଁଠି ନାହାନ୍ତି। ବିଶେଷକରି ଜୁନାଗଡ ବ୍ଲକ ଗ୍ରାମାଞ୍ଚଳରେ ଥିବା ସ୍କୁଲରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବାବେଳେ ସହରରେ କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଏଠାରେ ଛାତ୍ରୀଛାତ୍ରଙ୍କ ତୁଳନାରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଜୁନାଗଡ ସହରରେ ଥିବା ଅରବିନ୍ଦ ପ୍ରାଥମିକ ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ବର୍ତ୍ତମାନ ୭ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ ଶିକ୍ଷୟିତ୍ରୀ ରହିଛନ୍ତି, ଯାହାକି ଶିକ୍ଷା ନୀତି ଅନୁସାରେ ଜଣେ ରହିବା କଥା। ଏହି ସ୍କୁଲରେ ଗତ ବର୍ଷ ୧୦ ଛାତ୍ରୀଛାତ୍ର ଥିବାବେଳେ ଚଳିତବର୍ଷ ଏହା କମି ୭ଜଣ ରହିଛନ୍ତି। ବର୍ତ୍ତମାନ ଉକ୍ତ ସ୍କୁଲରେ ପ୍ରଥମ ଶ୍ରେଣୀରେ କୌଣସି ଛାତ୍ରୀଛାତ୍ର ନ ଥିବାବେଳେ ଦ୍ୱିତୀୟରେ ୩, ତୃତୀୟରେ ୨, ଚତୁର୍ଥ ଓ ପଞ୍ଚମରେ ଜଣେ ଲେଖାଏଁ ଛାତ୍ର ଅଛନ୍ତି।
ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ଜୁନାଗଡ ସହରର ତାଳବନ୍ଦପଡା ପ୍ରାଥମିକ ସ୍କୁଲରେ ୧୧୯ ଛାତ୍ରୀଛାତ୍ରଙ୍କ ପାଇଁ ୬ ଶିକ୍ଷକ ରହିଛନ୍ତି, ଯାହାକି ଶିକ୍ଷା ନୀତି ନିୟମ ଅନୁସାରେ ୪ ଶିକ୍ଷକ ରହିବା କଥା। ସେହିପରି ଗନ୍ତାୟତ ପଡାରେ ୨୪୫ ଛାତ୍ରୀଛାତ୍ରଙ୍କ ପାଇଁ ୧୧ ଶିକ୍ଷକ ରହିଛନ୍ତି। ଏଠାରେ ୮ ଶିକ୍ଷକ ରହିବା କଥା। ସେହିପରି ଜୁନାଗଡ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କେନ୍ଦ୍ର ପ୍ରାଥମିକ ସ୍କୁଲରେ ୮୭ ଛାତ୍ରୀଛାତ୍ରଙ୍କ ପାଇଁ ୬ ଶିକ୍ଷକ ରହିଛନ୍ତି। ଯାହାକି ୩ ଜଣ ରହିବା କଥା। ଯୋଗେଶ୍ୱର ଉଚ୍ଚ ପ୍ରାଥମିକ ସ୍କୁଲରେ ୧୮୧ ଛାତ୍ରୀଛାତ୍ରଙ୍କ ପାଇଁ ୭ ଶିକ୍ଷକ ରହିଛନ୍ତି। ଏଠାରେ ୫ ଜଣ ରହିବା କଥା। ହିଙ୍ଗିଲିବାହାଲି ପ୍ରକଲ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୫୭ ଛାତ୍ରୀଛାତ୍ରଙ୍କ ପାଇଁ ୭ ଜଣ ଶିକ୍ଷକ ରହିଛନ୍ତି, ଯାହାକି ଅତିକମରେ ୬ ଜଣ ଶିକ୍ଷକ ରହିବା କଥା। ସେହିପରି ପଲସାପଡା ପ୍ରାଥମିକ ସ୍କୁଲରେ୧୫ ଛାତ୍ରୀଛାତ୍ରଙ୍କ ପାଇଁ ୨ଶିକ୍ଷକ ରହିଛନ୍ତି, ଯାହାକି ଜଣେ ରହିବା କଥା।
ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଥିବା ସ୍କୁଲଗୁଡିକର ଛାତ୍ରୀଛାତ୍ର ତାଲିକା ଅନୁଯାୟୀ ଶିକ୍ଷକ ଅନୁପାତ ଦେଖିଲେ ଅନେକ ଫରକ ଦେଖିବାକୁ ମିଳିଥାଏ। ଜୁନାଗଡ ବ୍ଲକର ଗୌଡଛେଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ବର୍ତ୍ତମାନ ୫୦୬ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷକ ରହିଛନ୍ତି। ଏଠାରେ ଶହେ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି, ଯାହାକି ଶିକ୍ଷା ନୀତି ନିୟମ ଅନୁଯାୟୀ ୧୫ ଜଣ ରହିବା କଥା। ଏଠାରେ ୧୦ ଜଣ ଶିକ୍ଷକ କମ ରହିଛନ୍ତି। ସେହିପରି ବ୍ଲକର ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ସ୍କୁଲରେ ୧୮୬ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୨ ଶିକ୍ଷକ ରହିଛନ୍ତି, ଯାହାକି ଅତିକମରେ ୫ ଶିକ୍ଷକ ରହିବା କଥା। ସେହିପରି ବ୍ଲକର ଚାରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୬ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି, ଯାହାକି ୬ ଜଣ ରହିବା କଥା। ସେହିପରି କୋଟେନ ଗଁରେ ୭୮ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି, ଯାହାକି ୨ ଶିକ୍ଷକ ରହିବା କଥା। ସେହିପରି ମିଚାଗଁ ପୁରୁଣାପଡା ପ୍ରାଥମିକ ସ୍କୁଲରେ ୧୨୨ ଛାତ୍ରୀଛାତ୍ରଙ୍କ ପାଇଁ ମାତ୍ର ୨ ଶିକ୍ଷକ ରହିଛନ୍ତି, ଯାହାକି ୪ ଜଣ ରହିବା କଥା। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ।
ତେବେ ପ୍ରତିବର୍ଷ ଶିକ୍ଷକଙ୍କ ବଦଳି, ଡେପୁଟେଶନ ପରେ ମଧ୍ୟ ଏହି ସମସ୍ୟା କେମିତି ରହୁଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ସତରେ କ’ଣ ବିଭାଗୀୟ ଅଧିକାରୀ ଏହି ସମସ୍ୟାଗୁଡିକ ଜାଣିପାରୁନାହାନ୍ତି ନା ଜାଣିଶୁଣି ଅନ୍ୟ କିଛି ଆଶାରେ ଆଖି ବନ୍ଦ କରିଦେଉଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପରିକି ଦୀର୍ଘଦିନ ହେବ ସହରରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷକ ସଂଖ୍ୟା ଅଧିକ ଥିବା ଆଲୋଚନା ହେଉଥିଲେ ମଧ୍ୟ ଏ ଯାଏଁ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ ନା ରାଜନେତାଙ୍କ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆଯାଇ ପାରିନାହଁ। କୁହାଯାଉଛି, ଏହି ଶିକ୍ଷୟିତ୍ରୀ ଶିକ୍ଷକ ବିଭାଗୀୟ ଅଧିକାରୀ ତଥା ରାଜନେତାଙ୍କ ଛତ୍ରଛାୟାରେ ଥିବାରୁ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏ ନେଇ ଜୁନାଗଡ ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁବାଳା ଦେବୀଙ୍କୁ ପଚାରିବାରୁ ୧୬ରୁ କମ୍‌ ଉପସ୍ଥାନ ଥିବା ଛାତ୍ରୀଛାତ୍ର ସ୍କୁଲଗୁଡିକ କିଛି ଦିନ ପରେ ବନ୍ଦ ହେବ। ସେଥିରେ ଥିବା ଶିକ୍ଷକମାନଙ୍କୁ ଆବଶ୍ୟକ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି କହିଥିଲେ। ଏ ନେଇ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଅତି ହାଲୁକା ଭାବରେ କଥାକୁ ନେଇ ସମାଧାନ କରାଯିବ ବୋଲି କହିଥିଲେ।

All Right Reserved By

ସମ୍ବଲପୁର

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର ଅଫିସ,୨୨। ୬: ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଲ୍‌ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ୍‌ (ଏଆଇଡିଏସ୍‌ଓ) ତରଫରୁ ସାର୍ଟିଫିକେଟ୍‌ ପ୍ରିଜର୍‌ଭେସନ୍‌ ବାବଦ ଫି’କୁ ବିରୋଧ କରି ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆରଏସପି ଠିକା ଶ୍ରମିକଙ୍କୁ ମିଳୁନି କେନ୍ଦ୍ରୀୟ ଧାର୍ଯ୍ୟ ଦରମା

ରାଉରକେଲା ଅଫିସ,୨୨।୬: ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ବେତନ ପ୍ରଦାନ କରାଯାଉନି। ଏ ନେଇ ରହିଥିବା ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଛନ୍ତି।

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ସୋହେଲା,୨୨।୬(ଡି.ଏନ.ଏ.): ସୋହେଲା ବ୍ଲକ ଟଙ୍ଗିବନ୍ଧଲୀ ଗ୍ରାମସ୍ଥିତ ଗିରି ଗୋବର୍ଦ୍ଧନ ପାହାଡ଼ ତଳେ ନବ ନିର୍ମିତ ସଙ୍କଟମୋଚନ ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲାୟନ୍ସ କ୍ଲବ ହୀରାକୁଦ ରୟାଲ ଉଦ୍‌ଘାଟିତ

ହୀରାକୁଦ,୨୨।୬(ଡି.ଏନ.ଏ.): ହୀରାକୁଦ ଲାୟନ୍ସ କ୍ଲବ ରୟଲ ନାମରେ ଏକ ନୂତନ କ୍ଲବର ଉଦ୍‌ଘାଟନ ଡ୍ରିଷ୍ଟିକ୍‌ ଗଭର୍ଣ୍ଣର ଲାୟନ୍ସ ବ୍ରଜମୋହନ ଅଗ୍ରୱାଲଙ୍କ ଦ୍ୱାରା ସମ୍ବଲପୁର ହୋଟେଲ କାବେରୀରେ ଶୁକ୍ରବାର ସମ୍ପାଦିତ ହୋଇଯାଇଛି ।

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ।,୨୨।୬(ଡି.ଏନ.ଏ.): ବଡଗଁ। ସ୍ଥିତ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଗୁରୁବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆଇଟିସିର ସ୍କାଉଟ୍‌, ଗାଇଡ ଓ ଲିଓ କ୍ଲବ, ଛାତ୍ରୀଛାତ୍ରଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏଥିରେ ଯୋଗଦେଇଥିଲେ ।

ଅଧ୍ୟାପକ ପଦ ଖାଲି ନେଇ ଉଦ୍‌ବେଗ

ରାଉରକେଲା ଅଫିସ,୨୨। ୬: ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲାରେ ଅଧାରୁ ଅଧିକ ଅଧ୍ୟାପକ ପଦ ଖାଲି ପଡିଛି। ଏହା ଦ୍ୱାରା ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ବରଗଡ଼ ଅଫିସ୍‌/ବିଜେପୁର,୨୨।୬: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ଼ଙ୍କ ଶୁକ୍ରବାର ଅସ୍ବାଭାବିକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ, ବିଜେପୁର ଥାନା ବାଉଁଶପୋଲା ଗ୍ରାମର ପ୍ରେମରାଜ ସୁନା(୩୯) ।

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ବରଗଡ଼ ଅଫିସ୍‌,୨୨।୬- ବରଗଡ଼ ବ୍ଲକ ଅନ୍ତର୍ଗତ ଧାଙ୍ଗେର ପଞ୍ଚାୟତର ୱାର୍ଡ଼ ନଂ-୫ ବିର୍ସାନଗର(ମୁଣ୍ଡାପଡ଼ା) ତଥା ବରଗଡ଼ ପୌର ପରିଷଦର ୱାର୍ଡ଼ ନଂ-୧୫ ନିକଟରେ ରହିଥିବା ଡମ୍ପିଂୟାର୍ଡ଼ ସ୍ଥାନାନ୍ତର ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଶୁକ୍ରବାର ବଳପୂର୍ବକ ହଟାଇ ଦିଆଯାଇଛି ।

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଲାଞ୍ଜିଗଡ,୨୨।୬(ଡି.ଏନ୍‌.ଏ.): ଦୀର୍ଘବର୍ଷ ବିତିଗଲା କମ୍ୟୁନିଟି ହଲ୍‌ଟିଏ ନ ଥିବାରୁ ଲାଞ୍ଜିଗଡ ବାସି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗଁ।ର କୌଣସି ବୈଠକ କିମ୍ବା ଗଁ।ର ଜାନିଯାତ୍ରା ପାଇଁ କୌଣସି ଗଛ ମୂଳ କିମ୍ବା ମନ୍ଦିର ପ୍ରାଙ୍ଗଣରେ ବୈଠକ ବସୁଥିଲା ।

ବୃଦ୍ଧଙ୍କୁ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଲେ ପ୍ରାଣୀ ଚିକିତ୍ସକ

ବୃଦ୍ଧଙ୍କୁ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଲେ ପ୍ରାଣୀ ଚିକିତ୍ସକ

ବଡ଼ଗଁ।,୨୨।୬(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗଁ। ବନଖଣ୍ଡ ଅଧୀନ କଟଙ୍ଗଝରିଆ ଗ୍ରାମରେ ଏକ ଆହତ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଶିଶୁପୁତ୍ରର ଚିକିତ୍ସାରେ ଅର୍ଥ ବାଧକ

ଶିଶୁପୁତ୍ରର ଚିକିତ୍ସାରେ ଅର୍ଥ ବାଧକ

ବରଗଡ଼ ଅଫିସ୍‌,୨୨।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଖୁଣ୍ଟପାଲି ଗ୍ରାମର ଦମ୍ପତି କୁମୁଦିନୀ ବଡ଼ଗୁଛିଆ ଓ କିଶୋରଙ୍କ ଏକମାତ୍ର ଶିଶୁପୁତ୍ର ପ୍ରିୟାଂଶୁ। ଶିଶୁପୁତ୍ରକୁ ୨ବର୍ଷ ୩ମାସ ହେଲାଣି।

Model This Week

ପ୍ରଭାତ