ସମ୍ବଲପୁର

ଖଣ୍ଡାରେ ହାଣି ହତ୍ୟା

ଖଣ୍ଡାରେ ହାଣି ହତ୍ୟା
ରାଉରକେଲା ଅଫିସ/ବେଦବ୍ୟାସ(ଡି.ଏନ୍‌.ଏ.)୨୩।୮-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କୁ ଅତି ବୀଭaତ୍ସ ଭାବେ ହତ୍ୟା କରାଯାଇଛି। ନିହତ ବ୍ୟକ୍ତିଙ୍କ ନାମ ମାଙ୍ଗତା କୁମାର(୫୫)। ସେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବୁରୁଟୋଲା ବାସିନ୍ଦା। ପୋଲିସ ମୃତଦେହ ଜବତ କରି ଆରଜିଏଚ୍‌ ମର୍ଗ ହାଉସରେ ରଖିଛି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ମାଙ୍ଗତା ଘର ପାଖ କ୍ଷେତରେ ମଇଁଷି ଚରାଉଥିଲେ। ଏହି ସମୟରେ ୩ ଜଣ ଯୁବକ ସେଠାରେ ପହଞ୍ଚତ୍ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମାଙ୍ଗତା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏତିକିରେ ବି ସଂପୃକ୍ତ ଯୁବକମାନଙ୍କ ରାଗ ଶାନ୍ତ ପଡି ନ ଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମାଙ୍ଗତାଙ୍କ ମୁଣ୍ଡ ଗଣ୍ଡିକୁ ଏକ ଖଣ୍ଡାରେ ଦି’ଗଡ଼ କରି ସେମାନେ ଫେରାର ହୋଇଯାଇଥିଲେ । ଏପରି ଘଟଣା ଦେଖିବା ପରେ ଜଣେ ଯୁବକ ମାଙ୍ଗତାଙ୍କ ସ୍ତ୍ରୀ ବାନ୍ଧନୀ(୪୯)ଙ୍କୁ ଜଣାଇଥିଲେ । ସେ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ସବୁ ଶେଷ ହୋଇସାରିଥିଲା। ଆକ୍ରମଣକାରୀମାନେ ବି ଫେରାର ହୋଇଯାଇଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରେ ବାନ୍ଧନୀ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ପାରିନି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ କହିଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଉପରୋକ୍ତ ୩ ଯୁବକ ମାଙ୍ଗତାଙ୍କୁ ଗଁ। ଦାଣ୍ଡରେ ଆକ୍ରମଣ କରିଥିଲେ। ଏପରି କି ତାଙ୍କୁ ଏକ ମିଛ କେସ୍‌ରେ ଫସାଇବାରୁ ସ୍ବାମୀଙ୍କୁ ଜେଲ ଯିବାକୁ ପଡିଥିଲା ବୋଲି ବାନ୍ଧନୀ କହିଛନ୍ତି ।
All Right Reserved By

ସମ୍ବଲପୁର

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ରେଢ଼ାଖୋଲ,୨୩।୯(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ରେଢ଼ାଖୋଲ ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ଅଧ୍ୟକ୍ଷ ତଥା ସବ୍‌ଜଜ୍‌ ବାସୁଦେବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଏସିଡ୍‌ ଆକ୍ରମଣର ପିଡିତା ଓ ସେମାନଙ୍କ ପାଇଁ ଥିବା ଆଇନଗତ ସାହାର୍ଯ୍ୟ ଓ କ୍ଷତିପୂରଣ ଉପରେ ସଚେତନ କରାଯାଇଥିଲା। 

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସମ୍ବଲପୁର,୨୩।୯(ବ୍ୟୁରୋ)- ସମ୍ବଲପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ଜଣ ତାଲିମଦାତାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ଭବାନୀପାଟଣା,୨୨।୯(ଡି.ଏନ୍‌.ଏ.)- ଭବାନୀପାଟଣା-ଛତିକୁଡା ମୁଖିଆ ରାସ୍‌ତା ମେଦିନୀପୁରଠାନେ ଥିବାର ପୁର୍‌ନା ବ୍ରିଜ ମଝିରେ ମରାମତି ଅଭାବୁ ଗୁଟେ ବଢ଼େ ଗାଡ୍‌ ହେଇଛେ। ଏନ୍‌ତା କି ବ୍ରିଜର ଦୁଇଫାଲେ ଥିବାର ବାଡା ବି ଭାଂଗିଯାଇଛେ। ବ୍ରିଜରେ ହେଇଥିବାର ଗାଡେ ପଡ଼ି ଝନ୍‌ ପଁାଚେ ସାତେ ଖଁଡ଼ିଆଖବରା ହେଇଥିବାର ବି ଜନାଯାଇଛେ। ଗଲା ୨୦ ତାରିଖ୍‌ ରାତି ବର୍‌ଷାରେ ବ୍ରିଜ୍‌ର କଂକ୍ରିଟ୍‌ ସିମେଟ ଧସି ବଢ଼େ ଗାଡ୍‌ ହେଇଛେ। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବରଗଡ଼ ସଦର ଥାନା ଅଧୀନ ବନବାସପାଲି ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାତବିଡ଼ା ଗ୍ରାମର କୁମର ରଣା(୩୩)। କୁମର ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢି ମରାମତି କରୁଥିଲେ। ସେତିକିବେଳେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ କେହି ଜଣେ ବିଦ୍ୟୁତ୍‌ ସଂଯୋଗ କରି ଦେବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବନବାସପାଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। 

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବରଗଡ଼ ଅଫିସ୍‌,୨୩।୯- ଦାନ୍ତ ଘଷିବା ପାଇଁ କାଠି ଭାଙ୍ଗିଯାଇ ଥିବାବେଳେ ରବିବାର ବରଗଡ଼ ଜିଲା ଭଟଲି ଥାନା ଖଜରିଆ ଗ୍ରାମର ସୀତାରାମ ରାଉତ(୫୫) ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କ ହାତ, ଗୋଡ଼ ସହିତ ଶରୀର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ବୃଦ୍ଧଜଣକ ନିହାତି ଗରୀବ ଶ୍ରେଣୀର ହୋଇଥିବା ଯୋଗୁ ତାଙ୍କୁ ଆବଶ୍ୟକ ଚିକିତ୍ସା ସମେତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ବରଗଡ଼ ଅଫିସ୍‌,୨୩।୯- ବରଗଡ଼ ଜିଲା ବହୁମୁଖୀ ପ୍ରତିଭା ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଗଙ୍ଗାଶ୍ରାଦ୍ଧ ଅବସରରେ ରବିବାର ସ୍ଥାନୀୟ ମିଳନ ମଣ୍ଡପରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଶିକ୍ଷାବିତ ଅଗ୍ନି ପ୍ରଧାନ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ନାରଦ ନୈଷ୍ଟିକ, ଗୋପାଳ ଅଗ୍ରୱାଲ, ଡା. ସରୋଜ କୁମାର ଯୋଶୀ, ଚାଷୀନେତା ଲିଙ୍ଗରାଜ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ରାଜ୍ୟ ଭାଜପା ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ସ୍ମୃତିସଭାରେ ମଞ୍ଚାସୀନ ଥିବାବେଳେ ବରଗଡ଼ ସାମ୍ବାଦିକ ସଂଘର ଯୁଗ୍ମ ସମ୍ପାଦକ ରମଣୀ ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ଅତାବିରା, ୨୩।୯ (ଡି.ଏନ.ଏ)- ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ ସହରାଟିକ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦୁର୍ଗାପ୍ରସାଦ ଛୁରିଆଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତି ରହି ନୂଆଁଖାଇ ଭେଟ୍‌ଘାଟ୍‌ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ରିଷିଡା,୨୩।୯(ଡି.ଏନ.ଏ)- କଳାହାଣ୍ଡି ଜିଲା ରିଷିଡ଼ାସ୍ଥିତ ଜ୍ୟୋତିବିକାଶ ଯୁବକ ସଂଘ ପକ୍ଷରୁ ରବିବାର ପୂର୍ବାହ୍ନରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ମାରାଥନ୍‌ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଯୁବନେତା ଶରତ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ।

ଦଧିବାମନ ମନ୍ଦିରରେ ଅନ୍ତମୁଖି ପୂଜା

ଦଧିବାମନ ମନ୍ଦିରରେ ଅନ୍ତମୁଖି ପୂଜା

ଭଟଲି,୨୩।୯(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭଟଲି ଦଧିବାମନ ମନ୍ଦିରରେ ରବିବାର ଅନ୍ତମୁଖି ପୂଜା ଅନୁଷ୍ଠିତ ହୋଇଯାଇଛି। ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା ପରେ ଦଧିବାମନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବ୍ରାହ୍ମଣ ବରଣ କରାଯାଇଥିଲା। ରୋହିତ ରଥ, ବିଷ୍ଣୁ କୁମାର ରଥ, ରାଜା ଦାଶ, ସୁବ୍ରତ ଷଡଙ୍ଗୀ, ବାଙ୍କି ବିହାରି ମିଶ୍ର, ନାରାୟଣ ଦାଶ, ସୁଦାମ ଶତପଥୀ ପ୍ରମୁଖ ଉପସ୍ଥିତ ରହି ୧୨ସ୍କନ୍ଦ ଗୀତା ପାଠ କରିଥିଲେ। ପରେ ଗ୍ରାମ ପରିକ୍ରମା ପୂର୍ବକ ଅନନ୍ତ ପୂଜା କରାଯାଇଥିଲା।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରେଢାଖୋଲ,୨୩।୯(ଡି.ଏନ୍‌.ଏ.)- ଭାଲୁ ଆକ୍ରମଣରେ ରେଢାଖୋଲ ଥାନା ଅଧୀନ କାଦୋବାହାଲ ଗ୍ରାମର ରଞ୍ଜିତ ନାଏକ(୨୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଜିଲା ପୋଲିସ ପକ୍ଷରୁ ସ୍ଥାପିତ ହେବ ଶହୀଦ ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି

ଜିଲା ପୋଲିସ ପକ୍ଷରୁ ସ୍ଥାପିତ ହେବ ଶହୀଦ ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି

ବୌଦ୍ଧ,୨୩।୯(ସ୍ବ.ପ୍ର.)- ଶହୀଦଙ୍କୁ ସମ୍ମାନ ଜଣାଇବା ପାଇଁ ଦୀର୍ଘ ୮ ବର୍ଷ ପରେ ଜିଲା ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ଗୋବିନ୍ଦ ପ୍ରଧାନ ସିଆର୍‌ପିଏଫ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବାବେଳେ ୨୦୧୦ରେ ଛତିଶଗଡ଼ ରାଜ୍ୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟରେ ଶହୀଦ ହୋଇଥିଲେ। ତାଙ୍କର ପ୍ରତିମୂତ୍ତି ସେହି ଗ୍ରାମର ବିଦ୍ୟାଳୟ ପରିସରରେ ସ୍ଥାପନ କରାଯିବାକୁ ଜିଲା ପୋଲିସ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

କରଞ୍ଜକଟା ପଞ୍ଚାୟତରେ ଦୁର୍ନୀତି: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଅଭିଯୋଗକାରୀ

କରଞ୍ଜକଟା ପଞ୍ଚାୟତରେ ଦୁର୍ନୀତି: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଅଭିଯୋଗକାରୀ

ତଳଗାଁ,୨୩।୯ (ଡି.ଏନ.ଏ)- ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ନୂତନ ଭାବେ  କରଞ୍ଜକଟା ପଞ୍ଚାୟତ ଗଠିତ ହୋଇଛି। ନୂତନ ପଞ୍ଚାୟତ ହେବାରୁ ପଞ୍ଚାୟତବାସୀ ଗାଁଗୁଡିକର ଉନ୍ନତି  ହେବା ନେଇ ଆଶା ରଖିଥିଲେ । କିନ୍ତୁ ଉନ୍ନତିକରଣ ହେବା ପରିବର୍ତ୍ତେ ବ୍ୟାପକ ଅର୍ଥ ତୋଷାରପାତ ହେବା ସହ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ  ଗତ ମେ ୨୩ତାରିଖରେ ଗ୍ରାମର କେତେଜଣ ସଚେତନ ବ୍ୟକ୍ତି  ହରଭଙ୍ଗା ବ୍ଳକ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ  ା