ଜାତୀୟ |

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୬।୩:କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି। ଆଜକୁ ୫ ବର୍ଷ ପୂର୍ବେ ୨୦୧୪ ମାର୍ଚ୍ଚ ୨୬ରେ ମାମଲା ଦାଏର ହୋଇଥିବା ବେଳେ  କେଉଁ କାରଣରୁ ତଦନ୍ତ ବିଳମ୍ବିତ ହୋଇଛି ସେ ସଂକ୍ରାନ୍ତରେ ଜାଣିବା ଲାଗି ଏ ସମ୍ପର୍କିତ ସମସ୍ତ ଫାଇଲ ନୋଟିଂ ଅଦାଲତରେ ଉପସ୍ଥାପନ କରିବାକୁ ଆବେଦନରେ ନିବେଦନ କରାଯାଇଛି। 

ଆବେଦନକାରୀ ବୈଭବ ବର୍ମା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ସିବିଆଇ କୋଇଲା ଆବଣ୍ଟନ ମାମଲାରେ ଜେରା କରିସାରିଛି। ଆର୍‌ସି/୨୦୧୪ ଇ ୦୦୦୭ ସମ୍ପର୍କିତ ମେସର୍ସ ସେଣ୍ଟ୍ରାଲ କୋଲିଆରିଜ କୋ.ଲିମିଟେଡ ଏବଂ ଅନ୍ୟମାନଙ୍କ(ନାଗପୁର) 

ବିରୋଧରେ ଆଜକୁ ୫ ବର୍ଷ ପୂର୍ବେ ମାମଲା ଦାଏର ହୋଇଥିବା ବେଳେ ଏହାର ତଦନ୍ତ ତ୍ୱରାନ୍ବିତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ନିବେଦନ କରାଯାଇଛି। ସେଣ୍ଟ୍ରାଲ କୋଲିଆରିଜ ମାମଲାରେ ଜାଲିଆତି, ଆପରାଧିକ ଆସ୍ଥା ତୁଟିବା ଏବଂ କୋଇଲା ଖଣିର କ୍ୟାପ୍ଟିଭ ବଣ୍ଟନ ନୀତି ବଦଳରେ ଖୋଲା ବଜାରରେ କୋଇଲା ବିକ୍ରି ଅଭିଯୋଗ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ, ୧୯୯୮ରେ  ପଞ୍ଜୀକୃତ ହେବା ପୂର୍ବରୁ ସେଣ୍ଟ୍ରାଲ କୋଲିଆରିଜକୁ ମହାରାଷ୍ଟ୍ରର ଟକଲି ଜେନା ବେଲ୍ଲୋରା କୋଇଲା ଖଣି ବଣ୍ଟନ କରାଯାଇଥିଲା। ସେହି ସମୟରେ ପଟ୍ଟନାୟକ କେନ୍ଦ୍ର ସରକାରରେ ଖଣି ମନ୍ତ୍ରୀ ଥିଲେ। ଏଥିରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କ ବିରୋଧରେ ଯାଞ୍ଚ ନ ଆଗେଇବାରୁ ଏହି ମାମଲାର ତଦନ୍ତ ଅହେତୁକ ଭାବେ ବିଳମ୍ବ ହୋଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ କି କ୍ଷମାଯୋଗ୍ୟ ନୁହେଁ। ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ୨୦୧୭ ନଭେମ୍ବର ୨୫ରେ ଜେରା କରାଯାଇଥିବା ଜଣାପଡିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ନବୀନଙ୍କୁ ଜେରା ପରେ ତଦନ୍ତରେ ବିଳମ୍ବ କରିବାର କୌଣସି କାରଣ ନାହିଁ। ଜେରାର ୨ ବର୍ଷ ବିତିଯିବା ପରେ ମଧ୍ୟ ତଦନ୍ତର ଚୂଡ଼ାନ୍ତ ପରିଣାମ ଆଜିଯାଏ ମିଳିପାରିନାହିଁ ବୋଲି ଆବେଦନକାରୀ ବର୍ମା କହିଛନ୍ତି। ସୂଚନାଥାଉ କି, ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିବିଆଇ ୧୯୯୩ରୁ ୨୦୧୦ ମଧ୍ୟରେ କ୍ୟାପ୍ଟିଭ କୋଇଲା ବ୍ଲକ ବଣ୍ଟନର ତଦନ୍ତ ଜାରି ରଖିଛି। 

All Right Reserved By

ଜାତୀୟ |

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜୁନାଗଡ଼,୨୩।୪: ଜଣେ ଭୋଟରଙ୍କ ଲାଗି ଭୋଟଦାନ କେନ୍ଦ୍ର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ନୂଆଦିଲ୍ଲୀ,୨୩।୪: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଙ୍ଗଳବାର ଦେଶର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୬ ଆସନରେ ମତଦାନ କରାଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ଭୋଟର ମତଦାନ ସାବ୍ୟସ୍ତ କରିଥିବା ସୂଚନା ମିଳିଛି। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି।

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଗାନ୍ଧୀନଗର, ୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। 

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

କନ୍ନୁର, ୨୩।୪: କେରଳର କନ୍ନୁର ଜିଲାର ଏକ ମତଦାନ କେନ୍ଦ୍ରରେ ଅଜବ ଘଟଣା ଦେଖିବାକୁ ମିଳିଛି।

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। 

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

ନୂଆଦିଲ୍ଲୀ,୨୩।୪: ୨୦୧୯ ଫେବୃୟାରି ପରେ ଶେୟାରଚାଟ୍‌ ପକ୍ଷରୁ ୪,୮୭୦୦୦ପୋଷ୍ଟ୍‌କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪:  ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। 

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୩।୪: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri