ଜାତୀୟ |

ଶେଷ ଦିନରେ ନାମାଙ୍କନ ଦାଖଲ

ଶେଷ ଦିନରେ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ,୨୬।୩(ପି.ଟି.):ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟସୀମା ଆଉ ଗୋଟିଏ ଦିନ ରହିଥିବାରୁ ବିଭିନ୍ନ ଦଳରେ ତତ୍ପରତା ଦେଖାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ କରିଥିବା ନେତାଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚଭନ, ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା, ଆର୍‌ଏଲ୍‌ଡି ଅଧ୍ୟକ୍ଷ ଚୌଧରୀ ଅଜିତ୍‌ ସିଂ ପ୍ରମୁଖ।

କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ ନାଗପୁର ଲୋକ ସଭା ଆସନରୁ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ, ଶକ୍ତିମନ୍ତ୍ରୀ ଚନ୍ଦ୍ରଶେଖର ବଓ୍ବାନକୁଲେ, ପରିବାର ସଦସ୍ୟ ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।  ୨୦୧୪ରେ ଗଡ଼କରୀ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ବିଳାସ ମୁତ୍ତେମ୍‌ଓ୍ବାରଙ୍କୁ ୨.୮୪ ଲକ୍ଷ ଭୋଟରେ ପରାଜିତ କରିଥିଲେ। ଏଥର ମଧ୍ୟ ସେ ବହୁ ବ୍ୟବଧାନରେ ବିଜୟୀ ହେବେ ବୋଲି ଫଡ୍‌ନବିସ କହିଛନ୍ତି। ଗଡକରୀଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ନାନା ପାଟୋଲେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ଶିବସେନାରୁ କୃପାଳ ତୁମାନେ ରାମଟେକ୍‌ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ କମିଟି ସଭାପତି ଅଶୋକ ଚଭନ ନାଣ୍ଡେଡ ଆସନରୁ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ଏନ୍‌ସିପି ନେତା କମଲ କିଶୋର କାଡାମ ଉପସ୍ଥିତ ଥିଲେ। ଭାଜପା ନେତୃତ୍ୱାଧୀନ ସରକାର ଉପରେ ଲୋକେ ଅତିଷ୍ଠ ହୋଇପଡିଲେଣି। ତେଣୁ ଏଥର ଦେଶରେ କଂଗ୍ରେସ ବିପୁଳ ଆସନରେ ବିଜୟୀ ହେବ ବୋଲି ଚଭନ କହିଛନ୍ତି। ତାଙ୍କ ବିରୋଧରେ ଶିବସେନା ପ୍ରତାପ ଚିଖ୍‌ଲିକରଙ୍କୁ ପ୍ରାର୍ଥୀ କରିଛି।  ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ମାନିକରାଓ ଥାକ୍‌ରେ ମଧ୍ୟ ଶେଷ ଦିନରେ ୟାଭାତମାଲ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

ତାମିଲନାଡୁର ଶିବଗଙ୍ଗା ଆସନରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ସୋମବାର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। କେନ୍ଦ୍ରରେ ଫାସୀବାଦୀ ଭାଜପା ନେତୃତ୍ୱାଧୀନ ସରକାରକୁ ଲୋକେ କ୍ଷମତାଚ୍ୟୁତ କରିବେ ବୋଲି ସେ କହିଛନ୍ତି। 

ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ ଅବଦୁଲା ସୋମବାର ଶ୍ରୀନଗର ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଅବଦୁଲ୍ଲାଙ୍କ ସହ ତାଙ୍କ ପୁଅ ତଥା ଏନ୍‌ସି ଉପାଧ୍ୟକ୍ଷ ଓମାର ଉପସ୍ଥିତ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ଅଧ୍ୟକ୍ଷ ଏଚ୍‌.ଡି. ଦେବେଗୌଡା ସୋମବାର ଟୁମକୁର ଆସନରୁ ଶାସକ ମେଣ୍ଟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସହଯୋଗୀ କଂଗ୍ରେସ ଦଳରୁ ଜଣେ ବିଦ୍ରୋହୀ ନେତା ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେବେଗୌଡାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସିକ୍କିମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏସ୍‌ଡିଏଫ) ଅଧ୍ୟକ୍ଷ ପଓ୍ବନ କୁମାର ଚାମ୍‌ଲିଙ୍ଗ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୧୯୯୪ରୁ କ୍ଷମତାରେ ଥିବା ଚାମ୍‌ଲିଙ୍ଗ ଏଥର ଅଷ୍ଟମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ସେ ନାମଚି-ସିଙ୍ଗିଥାଙ୍ଗ ଏବଂ ପୋକ୍‌ଲୋକ-କମ୍ରାଙ୍ଗ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୧୧ରେ ସିକ୍କିମରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। 

ସେହିପରି ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) ଅଧ୍ୟକ୍ଷ ଚୌଧରୀ ଅଜିତ ସିଂ ସୋମବାର ମୁଜାଫରନଗର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଏସ୍‌ପି-ବିଏସ୍‌ପି-ଆର୍‌ଏଲଡି ମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଭାଜପା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ। ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ (ପିଏସ୍‌ପି-ଏଲ୍‌) ଉକ୍ତ ଆସନରେ ଓମ୍‌ବୀର ସିଂଙ୍କୁ ପ୍ରାର୍ଥୀ ଦେଇଛି।

All Right Reserved By

ଜାତୀୟ |

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜୁନାଗଡ଼,୨୩।୪: ଜଣେ ଭୋଟରଙ୍କ ଲାଗି ଭୋଟଦାନ କେନ୍ଦ୍ର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ନୂଆଦିଲ୍ଲୀ,୨୩।୪: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଙ୍ଗଳବାର ଦେଶର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୬ ଆସନରେ ମତଦାନ କରାଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ଭୋଟର ମତଦାନ ସାବ୍ୟସ୍ତ କରିଥିବା ସୂଚନା ମିଳିଛି। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି।

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଗାନ୍ଧୀନଗର, ୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। 

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

କନ୍ନୁର, ୨୩।୪: କେରଳର କନ୍ନୁର ଜିଲାର ଏକ ମତଦାନ କେନ୍ଦ୍ରରେ ଅଜବ ଘଟଣା ଦେଖିବାକୁ ମିଳିଛି।

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। 

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

ନୂଆଦିଲ୍ଲୀ,୨୩।୪: ୨୦୧୯ ଫେବୃୟାରି ପରେ ଶେୟାରଚାଟ୍‌ ପକ୍ଷରୁ ୪,୮୭୦୦୦ପୋଷ୍ଟ୍‌କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪:  ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। 

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୩।୪: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri