ଜୀବନଚର୍ଯ୍ୟା |

ଡାଇବେଟିସ୍‌ର ଆୟୁର୍ବେଦୀୟ ଉପଚାର

ଡାଇବେଟିସ୍‌ର ଆୟୁର୍ବେଦୀୟ ଉପଚାର

ସମୟ ଥିଲା ଯେତେବେଳେ ଲୋକମାନେ ଡାଇବେଟିସ୍‌ ବା ମଧୁମେହ ଆଭିଯାତ୍ୟ ସମ୍ପନ୍ନ ବ୍ୟକ୍ତି ବା ଯେଉଁମାନେ ଶାରୀରିକ ପରିଶ୍ରମ କମ୍‌ କରନ୍ତି ସେମାନଙ୍କୁ ଆକ୍ରାନ୍ତ କରିବାର ଭାବୁଥିଲେ। ମାତ୍ର ଏବେ ସମୟ ବଦଳି ଯାଇଛି। ମଧୁମେହ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ମଧ୍ୟ ଗ୍ରାସ କରିଚାଲିଛି। ଏହା ଏକବିଂଶ ଶତାବ୍ଦୀର ଜୀବନଶୈଳୀ ପରିବର୍ତ୍ତନର ପରିଣାମ। କେବଳ ଯେ ମଧୁମେହ ତା’ ନୁହେଁ ଅନ୍ୟ ରୋଗ ଯଥା- ରକ୍ତଚାପ, ହୃଦ୍‌ରୋଗ, ଅସ୍ଥିସନ୍ଧି ରୋଗ ଏହି ଜୀବନ ଶୈଳୀ ପରିବର୍ତ୍ତନ ଯୋଗୁ ବ୍ୟାପିଚାଲିଛି। ମନୁଷ୍ୟର ତିନି ଏଷଣା ଯଥା - ପ୍ରାଣୈଷଣା, ଅନୈଷଣା, ପରରୋଲକଏଷଣା ମଧ୍ୟରୁ ବର୍ତ୍ତମାନ ଆଧୁନିକ ସଭ୍ୟମାନବ କେବଳ ଧନୈଷଣାରେ ବ୍ୟସ୍ତ। ତେଣୁ ଧନ ଉପାର୍ଜନ ପାଇଁ ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା ଓ ଋତୁଚର୍ଯ୍ୟାର ନିୟମାନୁସାରେ ପାଳନ ନ କରିବା ଯୋଗୁ ଏପରି ରୋଗ ଚିକିତ୍ସା ବିଜ୍ଞାନ ପାଇଁ ଚିନ୍ତାର କାରଣ ହୋଇଛି। ଆଶା କରାଯାଉଛି ୨୦୩୦ ସୁଦ୍ଧା ପୃଥିବୀର ମୋଟ ଜନସଂଖ୍ୟାର ୩୬ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ ହେବେ ଏବଂ ଆସନ୍ତା ଶତାବ୍ଦୀରେ ପ୍ରତି ୨୦ ଜଣରେ ଜଣେ ଏହି ରୋଗଗ୍ରସ୍ତ ହୋଇପାରନ୍ତି।
ଏହି ରୋଗ ଯେ ଏବେ ଦେଖାଯାଇଛି ତାହା ନୁହେଁ। ଏହାର ଆରମ୍ଭ କେବେ କହିବା ଅସମ୍ଭବ। ଏପରି କି ପୌରାଣିକ କଥା ଅନୁସାରେ ଭଗବାନ ଲମ୍ବୋଦର (Pot belly syndrome ଗ୍ରସ୍ତ) ଅତ୍ୟଧିକ ମୋଦକ ଖାଇବା ଏବଂ ପ୍ରାୟ ବସି ରହିବା କାରଣରୁ ମଧୁମେହରେ ଆକ୍ରାନ୍ତ ହୋଇଥିଲେ ଏବଂ ଭଗବାନ ଶିବ ତାଙ୍କ ପାଇଁ ଔଷଧ ଯୋଜନା କରିଥିଲେ (ଶିବା ଗୁଟିକା) ଏବଂ ତାଙ୍କ ରୋଗ ଲାଘବ କରିଥିଲେ। ଔଷଧ ସେବନ ସହ ସେ ତାଙ୍କର ପ୍ରିୟ ଖାଦ୍ୟ ମୋଦକରୁ ଜାମୁ, କଇଥ ପରି ଦ୍ରବ୍ୟ ଖାଇବାରେ ରୁଚି ରଖିଲେ। ଚରକ ସଂହିତା (୧୦୦୦ ବିସି), ସୁଶ୍ରୁତ ସଂହିତା (୧୦୦୦-୬୦୦ ବିସି)ରେ ମଧୁମେହର ବର୍ଣ୍ଣନା ସହ ଏହା ଅଷ୍ଟ ମହାଗଦ ମଧ୍ୟରେ ଅନ୍ୟତମ ବୋଲି କଥିତ ଅଛି। ଏଥିରୁ ଏହା କେତେ ପୁରାତନ ଅନୁମେୟ।
ଡାଇବେଟିସ୍‌ ବିଷୟରେ ଅଧିକା ଲେଖିବା ଅନାବଶ୍ୟକ କାରଣ ଏ ରୋଗ ବିଷୟରେ ସମସ୍ତେ ଅଳ୍ପେବହୁତେ ଜାଣିଛନ୍ତି । ଆୟୁର୍ବେଦ ଶାସ୍ତ୍ରରେ ନିମ୍ନ ଲକ୍ଷଣରୁ ଏହା ଭବିଷ୍ୟତରେ ଆକ୍ରମଣ କରିବା ଜାଣି ହେବ।
(ପୂର୍ବରୂପ)
-ଶରୀର ଅଠାଳିଆ ଲାଗିବା
-ହାତ ପାଦରେ ଜ୍ୱଳନ ଅନୁଭୂତ ହେବା
-ମୁଖ ଦୁର୍ଗନ୍ଧ ସହ ଅଧିକ ମଳ ବାହାରିବା
ଲକ୍ଷଣ
- ଅତ୍ୟଧିକ ପରିସ୍ରା ଲାଗିବା
-ଅତ୍ୟଧିକ ଶୋଷ ଏବଂ ଭୋକ ଲାଗିବା
-ଅଧିକ ଝାଳ ବାହାରିବା
-ବିନା କାରଣରେ ଥକା ଲାଗିବା
-ଆଖି ଜାଲୁଜାଲୁଆ ଦେଖାଯିବା
-ଓଜନ ହ୍ରାସ ପାଇବା
ଆୟୁର୍ବେଦ ମତାନୁସାରେ ଏହି ରୋଗ ୨ ପ୍ରକାର ଯଥା- ସହଜ (type - I), ଅର୍ଜିତ (type - II) ବା ସ୍ଥଳ ପ୍ରମେହୀ ଏବଂ କୃଷ ପ୍ରମେହୀ।
ଅତ୍ୟଧିକ କଫ କାରକ ଆହାର ଯଥା ମଧୁର ରସଯୁକ୍ତ ଖାଦ୍ୟ ଏବଂ ବିହାର ଯେପରି ଶାରିରୀକ କର୍ମ କରିବା ଓ ଅଧିକ ସମୟ ବସିବା ବା ଶୋଇ ରହିବା କାରଣରୁ କଫ ଜଠରାଗ୍ନିକୁ ମନ୍ଦ କରିଥାଏ (ଯାହାକି ଅଗ୍ନ୍ୟାଶୟରୁ ଉତ୍ପନ୍ନ କରିଥାଏ) ଫଳତଃ ଏହି ରୋଗ ଦେଖାଯାଇଥାଏ।
କେଉଁମାନଙ୍କୁଠାରେ ହେବାର ଅଶଙ୍କା ଥାଏ-
୪୫ ବର୍ଷରୁ ତଦୂର୍ଦ୍ଧ୍ୱ ବ୍ୟକ୍ତି, ମେଦ ବହୁଳ ରୋଗୀ, ପରିବାରରେ ଯଦି କାହାକୁ ହୋଇଥାଏ, ଯଦି ଗର୍ଭାଧାରଣ ସମୟରେ ଆକ୍ରାନ୍ତ ହୋଇଥାନ୍ତି, ଅଧିକ triglyceride ଏବଂ କମ୍‌ HDL କୋଲେଷ୍ଟରଲଯୁକ୍ତ ବ୍ୟକ୍ତି, ଗର୍ଭାଶୟରେ ଅଙ୍ଗୁରୀୟମାଳ ରୋଗୀ, ଯଦି କେବେ ଅତୀତରେ ରକ୍ତ ଶର୍କରା ଅସାମଞ୍ଜସ୍ୟ ଦେଖାଦେଇଥାଏ, ଯଦି ହୃଦୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ରୋଗ ହେବା ପୂର୍ବରୁ ଏହାକୁ ରୋକାଯାଇପାରେ। ତେଣୁ ନିମ୍ନୋକ୍ତ ପ୍ରକ୍ରିୟା ବା କର୍ମ ଆପଣେଇବା ଉଚିତ।
ଯଥା-ଅଧିକ ଶାରୀରିକ ପରିଶ୍ରମ କରିବା, ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବା, ଚୋପାଲଗା ବା ସମ୍ପୂର୍ଣ୍ଣ ଶସ୍ୟ ବା ମଞ୍ଜି ଖାଇବା, ଅତ୍ୟଧିକ ଓଜନ କମାଇଦେବା, ଅଧିକ ତୈଳଜାତୀୟ ଖାଦ୍ୟ ବା ପୂର୍ବ ପ୍ରସ୍ତୁତି ଖାଦ୍ୟ ନ ଖାଇବା, ଅତିକମ୍‌ରେ ୩୦ ମିନିଟ ପ୍ରତ୍ୟହ ଏବଂ ସପ୍ତାହକୁ ୫ ଦିନ ବ୍ୟାୟାମ।
ଚିକିତ୍ସା-ଯେହେତୁ ଆରମ୍ଭରୁ କୁହାଯାଇଛି ଯେ ଡାଇବେଟିସ୍‌ ମୁଖ୍ୟତଃ ଜୀବନଶୈଳୀ ପରିବର୍ତ୍ତନଜନିତ ବ୍ୟାଧି, ତେଣୁ ପ୍ରଥମେ ନିଜର ଜୀବନଶୈଳୀ ପରିବର୍ତ୍ତନ ବାଞ୍ଛନୀୟ। ଯେପରି ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟା ତ୍ୟାଗକରି ଅତିକମ୍‌ରେ ୫ କିମି ପ୍ରାତଃ ଭ୍ରମଣ କରିବା, ଭ୍ରମଣ ପରେ କିଛି ସମୟ ଶବାସନରେ ରହିବା ପରେ ଗୋମୁଖାସନ, ମକରାସନ, ନୌକାସନ ବା ମତ୍ସ୍ୟାସନ ମଧ୍ୟରୁ ଯାହା କରିପାରିବାକୁ ସକ୍ଷମ ହେବେ କରିପାରିବେ। ଅଧିକ ରାତ୍ର ଜାଗରଣ ଅନୁଚିତ ଏବଂ ରାତିରେ ଚିନ୍ତାମୁକ୍ତ ହୋଇ ଶୋଇବା ଆବଶ୍ୟକ। ଆୟୁର୍ବେଦରେ ଏହାର ଚିକିତ୍ସା ସଂଗଠିତ ଜୀବନଚର୍ଯ୍ୟା ସହ ଔଷଧ ସେବନର ବର୍ଣ୍ଣନା ମିଳେ। ଯେହେତୁ ଏଥିରେ ଦୀର୍ଘଦିନ ଧରି ଔଷଧ ସେବନ କରିବାକୁ ପଡେ ତେଣୁ ଆୟୁର୍ବେଦ ଔଷଧ ସେବନ ଦ୍ୱାରା ରୋଗୀ ଯେ କେବଳ ସୁସ୍ଥ ହୋଇ ନ ଥାଏ ରୋଗର ବିକାର ପ୍ରତିହତ ହେବା ସହ ରୋଗୀ ଦୀର୍ଘଜୀବନ ଲାଭ କରିଥାଏ। ସେଥିପାଇଁ WHO ମଧ୍ୟ ଆୟୁର୍ବେଦ ଔଷଧ ଅନୁସନ୍ଧାନକୁ ଅନୁମୋଦନ କରିଛି।

-ଡା. ତୀର୍ଥପ୍ରସାଦ ବରାଳ
-ଆୟୁର୍ବେଦିକ ମେଡିକାଲ ଅଫିସର, ଆମଣ,ସାଶୋଳ,କଟକ

All Right Reserved By

ଜୀବନଚର୍ଯ୍ୟା |

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।

ଆଖି ରଙ୍ଗରୁ  ବାରିହେବ ଶରୀରର ସୁସ୍ଥତା

ଆଖି ରଙ୍ଗରୁ ବାରିହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲାଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକତ୍ସକ ମତ ଦେଇଛନ୍ତି।

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି ।

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ।

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳେ ନିତ୍ୟକର୍ମ ସାରି ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ନିତ୍ୟକର୍ମ ପରେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ଯୁବତୀମାନେ ସମବୟସ୍କ ଯୁବକଙ୍କ ତୁଳନାରେ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ଆମେରିକା ନିୟୁ ଜର୍ସି ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛିି। ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ।

ଖରାରେ ବି ରହିବ ମେକ୍‌ଅପ୍‌

ଖରାରେ ବି ରହିବ ମେକ୍‌ଅପ୍‌

ବର୍ତ୍ତମାନ କିଛିଦିନ ହେବ ପ୍ରବଳ ଖରା ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଏମିତିରେ ଅଧିକାଂଶ ମହିଳାଙ୍କର ଚିନ୍ତା ରହିଥାଏ ନିଜ ମେକ୍‌ଅପ୍‌କୁ ନେଇ। କାରଣ ଏଭଳି ପାଗରେ କିଛି ସମୟ ମଧ୍ୟରେ ଏହା ଝାଳରେ ଧୋଇଯାଇଥାଏ। ତେଣୁ ଏ ଦିନେ କିପରି ମେକ୍‌ଅପ୍‌କୁ ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ...

Model This Week

ପ୍ରଭାତ