ସମ୍ବଲପୁର

ନବାନ୍ନ ଲାଗି ନୂଆଁ ଧାନ ଆସିଲା ଆଜି ସମଲେଇଙ୍କୁ ସିନ୍ଦୂର ଅର୍ପଣ

ନବାନ୍ନ ଲାଗି ନୂଆଁ ଧାନ ଆସିଲା ଆଜି ସମଲେଇଙ୍କୁ ସିନ୍ଦୂର ଅର୍ପଣ
ସମ୍ବଲପୁର,୨୩।୮ (ବ୍ୟୁରୋ)- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ କରିବାକୁ ପ୍ରସ୍ତୁତି ଲାଗିଛି । ଇଷ୍ଟଦେବୀ ସମଲେଇଙ୍କଠାରେ ନବାନ୍ନ ଭୋଗ ପ୍ରସ୍ତୁତ ଲାଗି ମଙ୍ଗଳବାର ଅପରାହ୍ନରେ ନୂଆଁଧାନ ପହଞ୍ଚତ୍ଛି । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ପରିବାର ନୂଆଁ ଧାନକୁ ବନ୍ଦାଣକରି ଘର ଭିତରକୁ ନେଇଥିଲେ । ଏହାପରେ ମହିଳାମାନେ ଧାନ କେଣ୍ଡାରୁ ଧାନ ସଂଗ୍ରହ କରିଛନ୍ତି । ଅପରପକ୍ଷେ ବୁଧବାର ସମଲେଶ୍ୱରୀ ମନ୍ଦିର ପରିସରସ୍ଥ ୧୧୫ ଦେବୀଦେବାଙ୍କୁ ସିନ୍ଦୂର ଅର୍ପଣ କରାଯିବ । ପୂଜକମାନେ ମଧ୍ୟାହ୍ନ ୧୨ଟାରେ ଦେବୀଙ୍କଠାରେ ସିନ୍ଦୂର ଅର୍ପଣ କରିବେ। ପ୍ରାତଃ ୫ଟାରେ ଜମାଦାରପାଲି ଲରଭଙ୍ଗା ଗ୍ରାମ କ୍ଷେତରେ ବଲବସପୁର ଚାଷୀ ସୁବାସ ବେହେରା ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହାପରେ କ୍ଷେତରୁ ଧାନ ସଂଗ୍ରହ କରି ସିଧାସଳଖ ମୁଖ୍ୟ ପୂଜକଙ୍କ ଘରେ ପହଞ୍ଚାଇଥିଲେ । ଆସନ୍ତା ୨୬ ତାରିଖ ଇଷ୍ଟଦେବୀ ସମଲେଇଙ୍କଠାରେ ଏହି ଧାନରୁ ନବାନ୍ନ ଭୋଗ ପ୍ରସ୍ତୁତ ହେବ।
All Right Reserved By

ସମ୍ବଲପୁର

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

କଣ୍ଟାବାଞ୍ଜି,୧୦।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା କଣ୍ଟାବାଞ୍ଜି କେ.ଭି. କଲେଜ ନିକଟରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ବାସୁଦେବପୁର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ବିଶ୍ୱାସ କାର୍ଯ୍ୟକ୍ରମର ଷଷ୍ଠ ଅଭିଯାନ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି।

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଓ ଲୁତୁରପଙ୍କ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)। 

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ 

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।