ରାଜ୍ୟ |

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସମ୍ବିତ୍‌ ଆରମ୍ଭ କଲେ ପ୍ରଚାର ଅଭିଯାନ

ପୁରୀ ଅଫିସ,୨୬ା୩: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଭିନ୍ନ ଦଳ ପକ୍ଷରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। କିପରି ଭୋଟରଙ୍କୁ ମନାଇବେ ତାହା ଉପରେ ରଖିଛନ୍ତି ଫୋକସ। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ସମ୍ବିତ୍‌ ପାତ୍ର ମଧ୍ୟ ଏହି ଦୌଡରେ ନିଜକୁ ସାମିଲ କରି ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି ତାଙ୍କ ପ୍ରଚାର ଅଭିଯାନ। ପୁରୀରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ରଖିଥିବା ଭାଜପାର ଏହି ଯୁବ ଚେହେରାଙ୍କୁ ନେଇ ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ଜାତୀୟସ୍ତରୀୟ ନେତା ପୁରୀରୁ ପ୍ରାର୍ଥୀ ହେବା ସେମାନଙ୍କ ପାଇଁ ଗୌରବର କଥା ବୋଲି କହିଛନ୍ତି।

ସୋମବାର ସନ୍ଧ୍ୟାରେ ସମ୍ବିତ୍‌ ପୁରୀରେ ପହଞ୍ଚତ୍ଥିଲେ। ବୀରହରେକୃଷ୍ଣପୁରଠାରୁ ତାଙ୍କୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବାଇକ୍‌ ଶୋଭାଯାତ୍ରାରେ ଆଣିଥିଲେ। ବଡ଼ଦାଣ୍ଡ ମାର୍କେଟ ଛକଠାରୁ ଚାଲି ଚାଲି ସିଂହଦ୍ୱାର ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ବ ନିକଟରେ ଆଳତି କରିବା ପରେ ସେ ଶ୍ରୀମନ୍ଦିରକୁ ଯାଇଥିଲେ। ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ପରେ ବେଢା ପରିସର ଅନ୍ୟାନ୍ୟ ମନ୍ଦିର ବୁଲିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ ଯେ, ପୁରୀ ହେଉଛି ପବିତ୍ର ମାଟି। ଏଠାରୁ ଦଳ ପ୍ରାର୍ଥୀ କରିବା ନିଶ୍ଚିତ ମୋ ପାଇଁ ଗୌରବର ବିଷୟ। ଏବେ ଏହି ମାଟିର ସେବା କରିବାର ସୁଯୋଗ ମିଳିଛି। ଏହା ମହାପ୍ରଭୁଙ୍କ ଇଚ୍ଛା। ଜଗନ୍ନାଥ ମହାପ୍ରଭୁଙ୍କ ଆଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ପଠାଇଛନ୍ତି। ପୁରୀ ଏକ ସାଧାରଣ ସହର ନୁହେଁ। ଏହା ଏକ ମହତ୍ତ୍ବପୂର୍ଣ୍ଣ ସହର। ଆଜି ଭାରତ ବର୍ଷରେ ବାରାଣସି ସମେତ ଅନ୍ୟାନ୍ୟ ତୀର୍ଥସ୍ଥଳର ଚର୍ଚ୍ଚା ହେଉଛି। କିନ୍ତୁ ପୁରୀ ବିଷୟରେ ଚର୍ଚ୍ଚା ନ ହେବା ନିଶ୍ଚିତ ଆମ ପାଇଁ ଦୁର୍ଭାଗ୍ୟର ବିଷୟ। ଏବେ ପୁରୀର ସାମଗ୍ରିକ ବିକାଶ ହେବା ଦରକାର। ଏଠାକାର ବେଳାଭୂମି ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ଥିଲେ ମଧ୍ୟ ଏହା ଅବହେଳିତ ଅବସ୍ଥାରେ ପଡିଛି। ଏହାର ବିକାଶ କରାଗଲେ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧି ପାଇବ। ଫଳରେ ରାଜ୍ୟର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ। ଶ୍ରୀମନ୍ଦିରରେ କେଉଁ ଆବହମାନ କାଳରୁ ରହି ଆସିଥିବା ପରମ୍ପରା, ରୀତିନୀତି ଭାଙ୍ଗିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଐତିହ୍ୟ ସମ୍ପନ୍ନ ପୁରୀ ସହରର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ଏଠାରେ ଭଲ ଖେଳ ପଡିଆଟିଏ ନାହିଁ କି ଭଲ ହସ୍ପିଟାଲଟିଏ ନାହିଁ। ଅଧିକାଂଶ ରୋଗୀଙ୍କୁ ଏସ୍‌ସିବି ମେଡିକାଲ ଯିବାକୁ ପଡୁଛି। ସିଦ୍ଧମହାବୀର ରେଳ ଫାଟକରେ ଓଭରବ୍ରିଜ୍‌ ନିର୍ମାଣ ଲାଗି ପୁରୀବାସୀଙ୍କ ଦୀର୍ଘଦିନର ଦାବି ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ତେଣୁ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀବାସୀଙ୍କ ପାଇଁ ଦୂତ ଭାବେ କାମ କରିବି। ପ୍ରଧାନମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଦାବି ଏବଂ ସମସ୍ୟା ଅବଗତ କରାଇବି। ପ୍ରଧାନମନ୍ତ୍ରୀ ଯାହା ସମାଧାନର ପନ୍ଥା ବାହାର କରିବେ ତାହା ଆଣି ପହଞ୍ଚାଇ ଦେବି ବୋଲି କହିଥିଲେ ସମ୍ବିତ୍‌।

ପୁରୀ ଆସିବା ବାଟରେ ସାକ୍ଷୀଗୋପାଳ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ ସମ୍ବିତ୍‌। ସାକ୍ଷୀଗୋପାଳସ୍ଥିତ ଭାଜପା କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ତାଙ୍କୁ ବାଇକ୍‌ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ମନ୍ଦିରକୁ ପାଛୋଟି ନେଇଥିଲେ।

All Right Reserved By

ରାଜ୍ୟ |

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri