ଜାତୀୟ |

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ମୋଦିଙ୍କ ଟୁଇଟର ଖେଳ:ଲୋକପ୍ରିୟତା ବଢ଼ାଇବା ପାଇଁ ଅମିତାଭ, ସଚିନଙ୍କୁ କରିଥିଲେ ଅସ୍ତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୩:ସୋସିଆଲ ମିଡିଆରେ ବିଶ୍ୱର ସର୍ବାଧିକ ଅନୁସୃତ ନେତାଙ୍କ ମଧ୍ୟରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ୨୦୦୯ରେ ଟୁଇଟ୍‌ କରିବା ଆରମ୍ଭ କରିଥିଲେ। ୨୦୧୨ ଅକ୍ଟୋବରରେ ମୋଦିଙ୍କୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁଜର୍ସ ଟୁଇଟରରେ ଫଲୋ କରୁଥିଲେ। ବର୍ତ୍ତମାନ ଏହି ସଂଖ୍ୟା ୪ କୋଟି ୬୦ ଲକ୍ଷରେ ପହଞ୍ଚତ୍ଛି। ତାଙ୍କର ଏହି ଲୋକପ୍ରିୟତା ବୃଦ୍ଧି ପଛର ଅସଲ କଥା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆଣିଛି ଆମେରିକାର ଏକ ଅଧ୍ୟୟନ। 

୨୦୧୪ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିର୍ବାଚନ ଲଢ଼ୁଥିଲେ। ସେତେବେଳେ ସେ ଟୁଇଟରରେ ନିଜ ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନେତା ଅମିତାଭ ବଚ୍ଚନ ଓ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଭଳି ଚର୍ଚ୍ଚିତ ତଥା ସଫଳ ବ୍ୟକ୍ତିତ୍ୱଙ୍କୁ ଅସ୍ତ୍ର କରିଥିଲେ। ସାଧାରଣ ନିର୍ବାଚନରେ ନିଜ ରାଜନୈତିକ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ଲାଗି ମୋଦି ସେମାନଙ୍କୁ ବ୍ୟବହାର କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ମିଚିଗାନ ୟୁନିଭର୍ସିଟିର ସହକାରୀ ପ୍ରାଧ୍ୟାପକ ଜୋୟୋଜିତ୍‌ ପଲ୍‌ ମୋଦିଙ୍କ ଟୁଇଟର ହ୍ୟାଣ୍ଡଲ @narendramodiର ୯,୦୦୦ରୁ ଊର୍ଦ୍ଧ୍ୱ ଟୁଇଟ୍‌କୁ ନେଇ ଯାଞ୍ଚ କରିଥିଲେ। ଭାରତୀୟ ସେଲିବ୍ରିଟିମାନଙ୍କ ସହ ନିର୍ବାଚନ ପୂର୍ବରୁ ଓ ପରେ ମୋଦିଙ୍କ ସମ୍ପର୍କକୁ ନେଇ ଗବେଷଣା କରିବା ଲାଗି ସେ ୨୦୦୯ ଫେବୃୟାରୀରୁ ୨୦୧୫ ଅକ୍ଟୋବର ମଧ୍ୟରେ କରାଯାଇଥିବା ଟୁଇଟ୍‌ଗୁଡ଼ିକୁ ପଢ଼ିଥିଲେ। ଏଥିରୁ ଜଣାପଡ଼ିଛି ଯେ, ଏକବିଂଶ ଶତାବ୍ଦୀର ପ୍ରଥମ ଦଶକର ଆଦ୍ୟ ଓ ମଧ୍ୟଭାଗରେ ଲୋକଙ୍କ ନିକଟରେ ପହଞ୍ଚତ୍ବା ପାଇଁ ମୋଦିଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିଲା। ୨୦୦୨ ଗୋଧ୍ରା ଦଙ୍ଗା ମୋଦିଙ୍କ ସମେତ କେତେଜଣ ନେତା ଓ ତାଙ୍କ ପ୍ରଶାସନକୁ ଦଙ୍ଗା ଅପରାଧୀ ଭାବେ କଳଙ୍କିତ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆର ବିସ୍ତାର ସଂଯୋଗବଶତଃ ମୋଦିଙ୍କ ରାଜନୈତିକ ନେତୃତ୍ୱର ଉତ୍‌ଥାନ ପାଇଁ ସହାୟକ ହୋଇଥିଲା ବୋଲି ପଲ୍‌ କହିଛନ୍ତି। ଗବେଷକମାନେ ଏପରି ୪୧୪ଟି ଦୃଷ୍ଟାନ୍ତ ପାଇଛନ୍ତି, ଯେଉଁଥିରେ ସେଲିବ୍ରିଟିମାନଙ୍କ ନାମ ଉଲ୍ଲେଖ କରାଯାଇଛି। ପଲ୍‌ଙ୍କ ଅନୁସାରେ ସେ ୬ ବର୍ଷ ଧରି ଅଧ୍ୟୟନ କରିଥିବା ମୋଦିଙ୍କ ଟୁଇଟ୍‌ଗୁଡ଼ିକରେ ତିନୋଟି ପର୍ଯ୍ୟାୟର ଯୋଗସୂତ୍ର ସାମ୍ନାକୁ ଆସିଛି। ପ୍ରଥମ ପର୍ଯ୍ୟାୟରେ ମୋଦିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଜଣେ ରାଜ୍ୟସ୍ତରୀୟ ନେତାଠାରୁ ଜାତୀୟ ସ୍ତରରେ ନିଜକୁ ଉପସ୍ଥାପିତ କରିବା। ତେଣୁ ସେ ଜାତୀୟ ସ୍ତରରେ ଗ୍ରହଣୀୟ ହେବା ଭଳି ନିଜର ଛବି ତିଆରି କରିଥିଲେ। ମୋଦି ଦ୍ୱିତୀୟ ପର୍ଯ୍ୟାୟରେ ଅଭିନେତା ଅମିତାଭ ବଚ୍ଚନ, ସୂଚନା ଓ ପ୍ରଯୁକ୍ତିବିଦ୍ୟାବିତ୍‌ ନାରାୟଣ ମୂର୍ତ୍ତି, କ୍ରିକେଟର ସଚିନ ତେନ୍ଦୁଲକର ଓ ଆଧ୍ୟାମତ୍ିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ଯାଏ ପହଞ୍ଚତ୍ଥିଲେ। ସେମାନଙ୍କୁ ବ୍ୟବହାର କରି ମୋଦି ଏଭଳି ଏକ ଧାରଣା ସୃଷ୍ଟି କଲେ ଯେ, ତାଙ୍କ ଦୃଢ଼ ସମର୍ଥକଙ୍କ ବାହାର ଲୋକ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚାହାନ୍ତି। ୨୦୧୩ ବେଳକୁ ସେ ନିଜ ଟୁଇଟ୍‌ଗୁଡ଼ିକ ଜରିଆରେ ବିଭିନ୍ନ ସେଲିବ୍ରିଟିଙ୍କ ନାମ ଉଲ୍ଲେଖ କରି ସେମାନେ ମୋଦିଙ୍କ ସହ ରହିଥିବା ଓ ତାଙ୍କର ପ୍ରଚାରକୁ ସମର୍ଥନ କରୁଥିବା ଭଳି ଧାରଣା ସୃଷ୍ଟି କରିବାରେ ସଫଳ ହେଲେ। ସେଲିବ୍ରିଟିଙ୍କ ସହ ତୃତୀୟ ପର୍ଯ୍ୟାୟ ଯୋଗସୂତ୍ର ୨୦୧୪ ସାଧାରଣ ନିର୍ବାଚନ ପରେ ହୋଇଥିଲା, ଯେତେବେଳେ ସେ ନିଜ ଅଭିଯାନଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କୁ ସେଥିରେ ଯୋଡ଼ିବାରେ ଲାଗିଥିଲେ। ଏଥିଯୋଗୁ ପ୍ରଧାନମନ୍ତ୍ରୀ ମୋଦି ସ୍ବଚ୍ଛ ଭାରତ ଅଭିଯାନକୁ ଏକ ଜାତୀୟ ଆନ୍ଦୋଳନର ରୂପ ଦେବାରେ ସଫଳ ହୋଇଥିଲେ। ମୋଦି ଯେଉଁ ସେଲିବ୍ରିଟିମାନଙ୍କ ନାମ ନିଜ ଟୁଇଟ୍‌ରେ ଉଲ୍ଲେଖ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୋଲାଖୋଲି ଭାବେ ତାଙ୍କୁ ନିର୍ବାଚନରେ ସମର୍ଥନ ଦେବା ପାଇଁ ଘୋଷଣା କରୁ ନ ଥିଲେ। ମୋଦି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବଡ଼ ଭୂମିକା ନେବା ପାଇଁ ପରାମର୍ଶ ଦେଉଥିଲେ। 

ମୋଦି ଟୁଇଟର୍‌ରେ ସେଲିବ୍ରିଟିଙ୍କୁ କିପରି ବ୍ୟବହାର କରୁଥିଲେ ପଲ୍‌ ତା’ର ଏକ ଉଦାହରଣ ଦେଇଛନ୍ତି। ସେ @deepikapadukone ହାସ୍‌ଟ୍ୟାଗ୍‌କୁ ବ୍ୟବହାର କରି ମତଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲାଗି ଦୀପିକା ପାଦୁକୋନଙ୍କୁ କହୁଥିଲେ। ମୋଦି ଦୀପିକାଙ୍କୁ ଜାଣନ୍ତି କି ନାହିଁ ସେନେଇ ସୋସିଆଲ ମିଡିଆ ୟୁଜର୍ସମାନେ ଜାଣିଥାଇ ନ ପାରନ୍ତି। କିନ୍ତୁ ତାଙ୍କର ଟୁଇଟ୍‌ଗୁଡ଼ିକରୁ ବୁଝାପଡ଼େ ଯେ, ମୋଦି ତାଙ୍କୁ ଜାଣନ୍ତି। 

All Right Reserved By

ଜାତୀୟ |

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବ ପ୍ରକୃତରେ ଜଣେ ପଛୁଆ ବର୍ଗର ନେତା।

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୯।୪: ବିବାହ ବେଳର ପ୍ରତିଟି ମୁହୂର୍ତ୍ତକୁ ସାଇତି ରଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାଆନ୍ତି। ବିଶେଷ କରି ଏହି ସମୟର କିଛି ଫଟୋ ଓ ଭିଡିଓ ପ୍ରାୟ ସବୁ ଦମ୍ପତି ସାଇତି ରଖିଥାଆନ୍ତି। 

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। 

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। 

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍‌ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଶିବସେନା ହାତ ଧରିବେ ପ୍ରିୟଙ୍କା

ଶିବସେନା ହାତ ଧରିବେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୯।୪: କଂଗ୍ରେସ ଛାଡିବା ପରେ ଶିବସେନା ହାତ ଧରିବେ ପ୍ରିୟଙ୍କା ଚତୁର୍ବେଦୀ। ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ।

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନୀ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ବାଲାକୋଟ ଆକ୍ରମଣରେ କୌଣସି ପାକିସ୍ତାନୀ ସେନା ଅବା ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ସୁଷମା

ଅହମ୍ମଦାବାଦ,୧୯।୪: ପାକିସ୍ତାନର ବାଲାକୋଟରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ କୌଣସି ପାକିସ୍ତାନ ଯବାନ ଅବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇ ନ ଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତ୍ରୀ ସୁଷମା ସ୍ବରାଜ। 

କାର୍ଯ୍ୟରତ ନୋଡାଲ ନିର୍ବାଚନ ଅଧିକାରୀ ନିଖୋଜ

କାର୍ଯ୍ୟରତ ନୋଡାଲ ନିର୍ବାଚନ ଅଧିକାରୀ ନିଖୋଜ

କୋଲକତା, ୧୯।୪: ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ନୋଡାଲ ନିର୍ବାଚନ ଅଧିକାରୀ ଗୁରୁବାରଠାରୁ ନିଖୋଜ ଅଛନ୍ତି। ନିଖୋଜ ଥିବା ଅଧିକାରୀ ଜଣଙ୍କ ହେଲେ ଅର୍ଣ୍ଣବ ରାୟ। 

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର କୋକେଇ ଉଠିଛି। 

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ହାର୍ଦ୍ଦିକଙ୍କୁ ଚାପୁଡା ମାରିଲେ ଅଜଣା ବ୍ୟକ୍ତି

ସୁରେନ୍ଦ୍ରନଗର, ୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିଲାବେଳେ ଜନଅସନ୍ତୋଷର ଶିକାର ହେଉଛନ୍ତି କିଛି ନେତା।

କଂଗ୍ରେସ ଛାଡିଲେ ପ୍ରିୟଙ୍କା

କଂଗ୍ରେସ ଛାଡିଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୯।୪: କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଶୁକ୍ରବାର ଦଳରୁ ଇସ୍ତଫା  ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି।


Model This Week

କ୍ରିଷ୍ଣା
Why Dharitri