ବାଣିଜ୍ୟ |

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ନୂଆଦିଲ୍ଲୀ,୨୬-୩: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ରକ୍ଷା କରିବା ଲାଗି ପ୍ରମୋଟର ନରେଶ ଗୋୟଲ ଦୀର୍ଘ ୨୬ ବର୍ଷ ପରେ ସୋମବାର ବୋର୍ଡ ତଥା ଅଧ୍ୟକ୍ଷ ପଦରୁ ହଟିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅନୀତା ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇଜଣଙ୍କ ସହ ବୋର୍ଡରେ ଥିବା କମ୍ପାନୀର ଅନ୍ୟତମ ଅଂଶୀଦାର ଏଟିହାଦର ଜଣେ ସଦସ୍ୟ ମଧ୍ୟ ଓହରି ଯାଇଛନ୍ତି। ଏଥିପୂର୍ବରୁ ଗୋୟଲ ନିଜ ଆଡୁ ଇସ୍ତଫା ଦେବାର ପ୍ରସ୍ତାବ ଦେଇଥିଲେ। ୫୧% ଅଂଶଧନ ରଖିଥିବା ନରେଶ କମ୍ପାନୀର ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଏକ ଭାବବିହ୍ବଳ ପତ୍ର ଲେଖି ସେମାନଙ୍କ ସହାୟତା ମାଗିବା ସହ କମ୍ପାନୀକୁ ବଞ୍ଚାଇବା ଲାଗି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

ଷ୍ଟକ୍‌ ଏକ୍ସଚେଞ୍ଜକୁ ସୂଚନା ଦେଇ ଜେଟ୍‌ ଏୟାରଓ୍ବେଜ କହିଛି ଯେ, ରିଜଲ୍ୟୁଶନ ଯୋଜନାନୁଯାୟୀ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ କମ୍ପାନୀର ଋଣପ୍ରଦାନକାରୀମାନେ ଏହାର ପରିଚାଳନା ଭାର ନିଜ ହାତକୁ ନେବା ସହ ଡେଟ୍‌ ଇନଷ୍ଟ୍ରୁମେଣ୍ଟସ ଜରିଆରେ ତତ୍କାଳ ୧୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ଋଣପ୍ରଦାନକାରୀଙ୍କ ନେତୃତ୍ୱରେ ଏକ ‘ଅନ୍ତରୀଣ ମ୍ୟାନେଜମେଣ୍ଟ କମିଟି’ ଗଠନ କରାଯିବ,ଯାହା ମାଧ୍ୟମରେ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଆର୍ଥିକ ବ୍ୟାପାର ପରିଚାଳନା କରାଯିବ। କମ୍ପାନୀ ପାଇଁ ଏକ ନୂଆ ରଣନୈତିକ ପାର୍ଟନର ଖୋଜିବା ଲାଗି ଖୁବଶୀଘ୍ର ଏକ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଋଣପ୍ରଦାନକାରୀମାନେ ଜେଟ୍‌ର ୫୦.୫% ଅଂଶଧନ ପାଇବେ। ଅନ୍ୟପକ୍ଷରେ ଗୋୟଲଙ୍କ ଅଂଶଧନ ୫୦.୧ପ୍ରତିଶତରୁ ୨୫.୫%କୁ ହ୍ରାସ ପାଇବ। ତାଙ୍କ ଇସ୍ତଫା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ଜେଟ୍‌ ଏୟାରଓ୍ବେଜ ଶେୟାର ମୂଲ୍ୟ ସୋମବାର ୧୨.୬୯% ବୃଦ୍ଧି ପାଇ ୨୫୪.୫୦ରେ ବନ୍ଦ ହୋଇଛି। ଉଲ୍ଲେଖଥାଉ କି, ବିଭିନ୍ନ କାରଣରୁ ଜେଟ୍‌ ଏୟାରଓ୍ବେଜ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। କମ୍ପାନୀକୁ ବିମାନ ଲିଜ୍‌ରେ ଦେଇଥିବା କମ୍ପାନୀମାନେ ବକେୟା ନ ପାଇବାରୁ ବହୁ ସଂଖ୍ୟାରେ ବିମାନ ଉଡ଼ାଣ ରଦ୍ଦ କରିଛନ୍ତି। କର୍ମଚାରୀଙ୍କୁ ଦରମା ମିଳୁ ନାହିଁ। ଗୋୟଲଙ୍କ ଇସ୍ତଫା ପରେ ଋଣପ୍ରଦାନକାରୀମାନେ ଆଗାମୀ ଦିନରେ ନୂଆ କ୍ରେତା ଖୋଜିବା ଆରମ୍ଭ କରିବେ। ନରେଶଙ୍କ ଅନୁପସ୍ଥିତିରେ ସିଇଓ ବିନୟ ଦୁବେ କମ୍ପାନୀକୁ ସଙ୍କଟମୁକ୍ତ କରିବା ଲାଗି ଯଥାସମ୍ଭବ ପ୍ରୟାସ କରିବେ ବୋଲି କହିଛନ୍ତି। ଅନ୍ୟ ଏକ ସୂଚନାରୁ ଜଣାପଡିଛି ଯେ, ଜେଟ୍‌କୁ ଜରୁରୀକାଳୀନ ଫଣ୍ଡ ମିଳିବା ଏବେ ସମ୍ଭବ ହେବ। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଓ ଏସ୍‌ବିଆଇ ୨୬ ବର୍ଷ ପୁରୁଣା ଏହି ଏୟାରଲାଇନ୍ସକୁ ପ୍ରାଥମିକତା ଭିତ୍ତିରେ ଜରୁରୀକାଳୀନ ଫଣ୍ଡ ଦେବାକୁ ରାଜି ହୋଇଛିି। କମ୍ପାନୀକୁ ବଞ୍ଚାଇବା ଲାଗି ନୂଆ ଯୋଜନା ହାତକୁ ନିଆଯିବା ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଜାରି ରହିବ। ପୂର୍ବରୁ ଏସ୍‌ବିଆଇ ଏଭଳି ଫଣ୍ଡ ଦେବାକୁ ବିରୋଧ କରିଆସୁଥିଲା। ବ୍ୟାଙ୍କ ଏହି ସମସ୍ୟାର ଉଚିତ୍‌ ସମାଧାନ ଚାହୁଁଥିଲା। ଜେଟ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଗଲେ ବ୍ୟାଙ୍କକୁ ଏଥିରୁ ଫାଇଦା ମିଳିବ ନାହିଁ ବୋଲି ଏସ୍‌ବିଆଇ ଅନୁଭବ କରି ଫଣ୍ଡ ଦେବାକୁ ଏବେ ରାଜି ହୋଇଛି। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜ ଉପରେ ଏବେ ମୋଟ ୨୬ ବ୍ୟାଙ୍କର ଋଣ ରହିଛି। ଏଥିରେ କେତେକ ଘରୋଇ ଓ ବିଦେଶୀ ବ୍ୟାଙ୍କ ରହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଭିତରେ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ସିଣ୍ଡିକେଟ ବ୍ୟାଙ୍କ,ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଆଲ୍ଲାହାବାଦ ବ୍ୟାଙ୍କ ରହିଛି। ଏବେ ଏହି ତାଲିକାରେ ଏସ୍‌ବିଆଇ ଓ ପିଏନ୍‌ବି ସାମିଲ ହୋଇଛନ୍ତି। ଏହି ଘରୋଇ ଏୟାରଲାଇନ୍ସ ଉପରେ ଏବେ ୮,୨୦୦ କୋଟି ଟଙ୍କାର ଋଣ ରହିଛି ଏବଂ ମାର୍ଚ୍ଚ ସୁଦ୍ଧା ୧୭୦୦ କୋଟି ଟଙ୍କା ବକେୟା ବାବଦରେ ଦେବାକୁ ହେବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଜେଟ୍‌ ଏୟାରଓ୍ବେଜକୁ ବଞ୍ଚାଇବା ଲାଗି କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେବା ପରେ ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲାଙ୍କୁ ଭେଟିଥିଲେ। 

ନୀତି ନିର୍ଦ୍ଧାରକଙ୍କ ଲାଗି ସତର୍କଘଣ୍ଟି: ସ୍ପାଇସଜେଟ ମୁଖ୍ୟ

ଜେଟ୍‌ ଏୟାରଓ୍ବେଜ ବୋର୍ଡରୁ ପ୍ରମୋଟର ନରେଶ ଗୋୟଲଙ୍କ ଇସ୍ତଫା ଖବର ପ୍ରଚାରିତ ହେବା ପରେ ସ୍ପାଇସଜେଟ ମୁଖ୍ୟ ଅଜୟ ସିଂହ ଏହାକୁ ଭାରତୀୟ ବିମାନ କ୍ଷେତ୍ର ଲାଗି ଏକ ଦୁଃଖଦ ଦିନ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଗୋୟଲଙ୍କ ଇସ୍ତଫା ନୀତି ନିର୍ଦ୍ଧାରକଙ୍କ ଲାଗି ଏକ ସତର୍କଘଣ୍ଟି କୁହାଯାଇପାରେ। ଘରୋଇ ବିମାନ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା କମାଇବାକୁ ହେଲେ ଢାଞ୍ଚାଗତ ଆହ୍ବାନକୁ ଦୂର କରିବାକୁ ହେବ। ନୀତି ନିର୍ଦ୍ଧାରକଙ୍କୁ ଏଥିପାଇଁ ସଜାଗ ହେବାକୁ ପଡିବ। ନରେଶ ଓ ଅନୀତା ଗୋୟଲ ବିଶ୍ୱସ୍ତରୀୟ ବିମାନ କମ୍ପାନୀ ଆରମ୍ଭ କରି ଦେଶକୁ ଗୌରବାନ୍ବିତ କରିଥିଲେ ବୋଲି ସେ କହିଛନ୍ତି।

୩୧ ମେ ସୁଦ୍ଧା ନୂଆ କ୍ରେତା ମିଳିଯିବ: ରଜନୀଶ କୁମାର

ଜେଟ୍‌ ଏୟାରଓ୍ବେଜରୁ ପ୍ରମୋଟର ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ହଟିଯିବା ପରେ ନିଜ ପ୍ରତିକ୍ରିୟାରେ ଏସ୍‌ବିଆଇ  ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତ ଯେ, ଏହି ଏୟାରଲାଇନ୍ସ କମ୍ପାନୀ ପାଇଁ ଆସନ୍ତା ମେ’ ୩୧ ସୁଦ୍ଧା ନୂଆ କ୍ରେତା ମିଳିଯିବ ବୋଲି ତାଙ୍କର ଆଶା। ଯେକୌଣସି ବ୍ୟକ୍ତି ଏଥିପାଇଁ ଆଗେଇ ଆସିପାରିବେ। ଏଥିପାଇଁ ବିଡ଼୍‌ ଆହ୍ବାନ କରାଯିବ। କମ୍ପାନୀର ନିୟନ୍ତ୍ରଣ ପାଇବା ଲାଗି କୌଣସି କଟକଣା ନାହିଁ। 

All Right Reserved By

ବାଣିଜ୍ୟ |

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ନୂଆଦିଲ୍ଲୀ, ୨୩।୪:୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ସବୁଠୁ ଆଗରେ ରହିଛି। ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଏହା ଦର୍ଶାଯାଇଛି।

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି।

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି।

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। 

ଆଇବିସି ଯାଞ୍ଚରୁ ଖୁଲାସା;୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟିରୁ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୩-୪: ଦେଶର ଉଦ୍ୟୋଗ ଜଗତରେ ଦୁର୍ନୀତି ଛାଇଯାଇଛି। ଦେବାଳିଆ ଆଇନ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ ଯାଞ୍ଚ ବେଳେ ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ଫରେନ୍ସିକ ଅଡିଟ୍‌ ବେଳେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଧରାପଡିଛି। ଆଇବିସି ଅଧୀନରେ ଇନ୍‌ସଲଭେନ୍ସି ରିଜଲ୍ୟୁଶନର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ପାଣ୍ଠି ସ୍ଥାନାନ୍ତର କରିଥିବା ଆଶଙ୍କା କରାଯାଉଛି। ଆଇବିସି ଅଧୀନରେ ରିଜଲ୍ୟୁଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ହାଇପ୍ରୋଫାଇଲ ମାମଲା ସୁପାରିସ କରିଥିଲା, ସେଥିରେ ସର୍ବାଧିକ ଦୁର୍ନୀତି ଧରାପଡିଛି। 

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି।

ଆର୍‌ବିଆଇ ବଳକା ଅର୍ଥକୁ ନେଇ ଜଲାନ କମିଟି ରିପୋର୍ଟ ଶୀଘ୍ର

ନୂଆଦିଲ୍ଲୀ,୨୩-୪: ଆର୍‌ବିଆଇର ବଳକା ଅର୍ଥ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ ଲାଗି ଗଠନ ହୋଇଥିବା ଜଲାଲ କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି ଜଣାପଡିଛି। କମିଟିର ଅଧ୍ୟକ୍ଷ ପୂର୍ବତନ ଆରିବଆଇ ଗଭର୍ନର ବିମଳ ଜଲାନ କାର୍ଯ୍ୟ କରୁଛନ୍ତି।  କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପ୍ରାୟ ୧-୩ ଲକ୍ଷ କୋଟି ଟଙ୍କାର ବଳକା ଅର୍ଥ ସଂକ୍ରାନ୍ତରେ କମିଟି ରିପୋର୍ଟ ଦେଇପାରନ୍ତି ବୋଲି ବିଦେଶୀ ବ୍ରୋକରେଜ ଫାର୍ମ ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ କହିଛି। ଏହା ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆର୍‌ବିଆଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥକୁ ସରକାର ଯଦି ବ୍ୟାଙ୍କର ପୁଞ୍ଜୀକରଣ କ୍ଷେତ୍ରରେ ଖର୍ଚ୍ଚ କରନ୍ତି ତେବେ ଏହା ଲିକ୍ୟୁଡିଟି କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏହା କହିଛି।

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୨-୪: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ରିୟଲମି ୩ ପ୍ରୋ ଏବଂ ଏଣ୍ଟ୍ରିଲେଭଲ ସି୨ ମଡେଲର ବଜାର ପ୍ରବେଶ ହୋଇଛି।

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ଭୁବନେଶ୍ୱର,୨୨-୪: ଗ୍ରୀଷ୍ମକାଳୀନ ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସିଆଲଦା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଏସି ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି।

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ମୁମ୍ବାଇ,୨୧-୪: ଭାରତର ଷ୍ଟାର୍ଟଅପ୍‌ ଏବଂ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ ମଡେଲ ପ୍ରତି କାଜାକିସ୍ତାନ ଆକୃଷ୍ଟ ହୋଇଛି। 

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ନୂଆଦିଲ୍ଲୀ,୨୨।୪: ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ପକ୍ଷରୁ ବଜାରକୁ ଆସିଛି ନୂଆ ସିବିଆର ୬୫୦ ଆର । 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri