ରାଜ୍ୟ |

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ରାଜ୍ୟର ଉପାନ୍ତ ଅଞ୍ଚଳରେ ଗମନାଗମନର ଅସୁବିଧା ତଥା ପକ୍କା ରାସ୍ତା ନ ଥିବାରୁ ଗତ ୫ ବର୍ଷ ମଧ୍ୟରେ ଅନେକ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆ ଓ ଭେଳାରେ ବୋହି ହସ୍ପିଟାଲକୁ ନେବା ଘଟଣା ଚର୍ଚ୍ଚାରେ ରହିଆସିଛି। ବିଶେଷକରି ନବରଙ୍ଗପୁର ଓ କଳାହାଣ୍ଡି ଜିଲାରେ ଏଭଳି ଘଟଣା ନିତିଦିନିଆ ହୋଇଯାଇଛି। ଏହା କେବଳ ଉପାନ୍ତ ଅଞ୍ଚଳ ନୁହେଁ, ରାଜ୍ୟ ରାଜଧାନୀ ନିକଟସ୍ଥ ଜିଲାରେ ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ଲୋକେ ପକ୍କା ରାସ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ରାଜଧାନୀଠାରୁ ମାତ୍ର ୧୦୦ କିମି ଦୂରତା ମଧ୍ୟରେ ଥିବା ନୟାଗଡ଼ ଜିଲା ରଣପୁର ବ୍ଲକ ଅଧୀନ ଡେଙ୍ଗାଝରି ଆଦିବାସୀ ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ସଂଯୋଗ ହୋଇପାରି ନାହିଁ। ସ୍ଥାନୀୟ ବାସିନ୍ଦା ଭାଗ୍ୟଲକ୍ଷ୍ମୀଙ୍କ କହିବା ମୁତାବକ, ରାଜଧାନୀ ଠାରୁ ଅଳ୍ପ ଦୂରରେ ହୋଇଥିଲେ ହେଁ ଗ୍ରାମରେ ପକ୍କା ରାସ୍ତା ନାହିଁ। ଯେଉଁ କଚ୍ଚା ରାସ୍ତା ଅଛି ତା’ର ଅବସ୍ଥା ବର୍ଷାଦିନେ ଅତି ଶୋଚନୀୟ ହୋଇପଡ଼େ। ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗ କରନ୍ତି। ସେହିପରି ନୂଆପଡ଼ା ଜିଲା ବୋଡେନ ବ୍ଲକ ଅଧୀନ ଖୋଲିବିଥାର ଗ୍ରାମର ସମାନ ଅବସ୍ଥା। ଗ୍ରାମର ରୀନା ଚିଣ୍ଡା କୁହନ୍ତି, ଗଁାକୁ ଯିବା ପାଇଁ ଏକ ଅଣଓସାରିଆ ରାସ୍ତା ରହିଛି। ଏହାଛଡ଼ା ପାଦରେ ଚାଲିଚାଲି ଏକ ଝରଣା ପାର ହୋଇ ମଧ୍ୟ ଯିବାକୁ ପଡ଼ିଥାଏ। ବର୍ଷାଦିନେ ଝରଣାରେ ଜଳସ୍ତର ବୃଦ୍ଧି ପାଇବାରୁ ନୂଆପଡ଼ା ସହ ଗଁାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ।

ବିଜେଡିର ୨୦୧୪ ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା ଯେ, ଗ୍ରାମାଞ୍ଚଳ ଯୋଗାଯୋଗ ଉପରେ ଅଧିକ ଧ୍ୟାନ ଦିଆଯିବ। ଆସନ୍ତା ୫ବର୍ଷ ମଧ୍ୟରେ ସବୁ ଗଁାକୁ କଂକ୍ରିଟ ପକ୍କା କିମ୍ବା ପିଚୁ ରାସ୍ତା ସହ ସଂଯୋଗ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଆରମ୍ଭ କରାଯିବ। ୧୦୦ କିମ୍ବା ଏହାଠାରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ଗାଁକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସଡ଼କ ସଂଯୋଗ କରାଯିବ। ମାତ୍ର ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। 

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା (ପିଏମଜିଏସଓ୍ବାଇ) ସହ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୬୦:୪୦ ସହଭାଗିତା ଅନୁପାତରେ କାର୍ଯ୍ୟ କରୁଥିଲେ ହେଁ ଅନେକ ଗାଁ ଏହି ସୁବିଧା ପାଇବାରୁ ବଞ୍ଚତ୍ତ ରହିଛି। ଗତ ଫେବୃୟାରୀ ୯ରେ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ଦିଆଯାଇଥିବା ଉତ୍ତର ଅନୁଯାୟୀ, ପିଏମଜିଏସଓ୍ବାଇ ଅଧୀନରେ ଥିବା ଓଡ଼ିଶାର ୭,୬୮୭.୫୬ କିମି ଗ୍ରାମାଞ୍ଚଳ ରାସ୍ତା ଅଦ୍ୟାବଧି ଶେଷ ହୋଇପାରି ନାହିଁ। ଅପରପକ୍ଷରେ ଗତ ୧ ବର୍ଷ ଧରି ୩୨୫୧ କିମି ରାସ୍ତା ନିର୍ମାଣ ଝୁଲି ରହିଛି। ମନ୍ତ୍ରଣାଳୟ ତଥ୍ୟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ୨୦୧୪ରେ ପିଏମଜିଏସଓ୍ବାଇରେ ମଞ୍ଜୁର ହୋଇଥିବା ୨୮୭୨ କିମି ରାସ୍ତା ମଧ୍ୟ ଶେଷ ହୋଇପାରି ନାହିଁ। ୨୦୧୮ ଡିସେମ୍ବରରେ ଅନ୍ୟ ଏକ ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ନଭେମ୍ବର ସୁଦ୍ଧା ପଛୁଆ ଅଞ୍ଚଳ ପାଇଁ ପିଏମଜିଏସଓ୍ବାଇରେ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲା ଲାଗି ୧୯୭୮ଟି ରାସ୍ତା ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୭୬୮ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। 

ଅପରପକ୍ଷରେ ଏହି ପ୍ରୋଜେକ୍ଟରେ କାର୍ଯ୍ୟରତ ଅଧିକାରୀଙ୍କ କହିବା ମୁତାବକ, ବିଳମ୍ବିତ ଟେଣ୍ଡର ପ୍ରକ୍ରିୟା, ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ପାଇଁ ଜଙ୍ଗଲ ଓ ପରିବେଶ ଅନୁମତିରେ ବିଳମ୍ବ, ଠିକାଦାରଙ୍କ ଉଦାସୀନତା ଓ ଅନ୍ୟାନ୍ୟ ବିବାଦ ପାଇଁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି।

All Right Reserved By

ରାଜ୍ୟ |

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri