ବାଲେଶ୍ୱର

ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

ପାଟଣା,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବେଗନା ପଞ୍ଚାୟତ ସୁହାଗପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର ଯୁବକଙ୍କୁ  ପାଟଣା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନୋରଞ୍ଜନ ମହାନ୍ତ। ଅଭିଯୋଗ ଅନୁଯାୟୀ ଗତ ଗୁରବାର ରାତିରେ ବିବାହିତା ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମନୋରଞ୍ଜନ ଘରେ ପଶି ମହିଳାଙ୍କୁ ଟଣା ଓଟରା କରିବା ସହ ର୍ଦୁବ୍ୟବହାର କରିଥିଲେ। ଏନେଇ ପାଟଣା ପୋଲିସ ଏକ ମାମଲା (ନଂ.୩୬/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

All Right Reserved By

ବାଲେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ଯୋଡାରେ ବିଳମ୍ବରେ ଭୋଟଦାନ ଆରମ୍ଭ

ଯୋଡାରେ ବିଳମ୍ବରେ ଭୋଟଦାନ ଆରମ୍ଭ

ଯୋଡା,୨୩।୪(ଡି.ଏନ.ଏ): ବଡ଼ବିଲର ଯୋଡା ସହରର ୱାର୍ଡ ନଂ ୯ରେ ଥିବା ୧୦୧ ବୁଥରେ ସକାଳୁ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ଭୋଟକେନ୍ଦ୍ରରେ ଏକ ଘଣ୍ଟା ବିଳମ୍ବରେ ଭୋଟଦାନ ଆରମ୍ଭ ହୋଇଛି। 

ଇଭିଏମ୍‌ରେ ଅବ୍ୟବସ୍ଥା: ମତଦାତାଙ୍କ ଅସନ୍ତୋଷ

ଇଭିଏମ୍‌ରେ ଅବ୍ୟବସ୍ଥା: ମତଦାତାଙ୍କ ଅସନ୍ତୋଷ

ବଡ଼ବିଲ୍‌,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡ଼ବିଲ ପୌରାଞ୍ଚଳ ୧୫ ନଂ. ୱାର୍ଡର ୪୦ ନମ୍ବର ବୁଥରେ ମଙ୍ଗଳବାର ମତଦାନ ହେବାକୁ ଥିଲା। 

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ ଭଙ୍ଗାରୁଜା କରାଯାଇଛି। ଏହାକୁ ନେଇ ଘଣ୍ଟେଶ୍ୱର ଅଞ୍ଚଳରେ ରାସ୍ତାରୋକୋ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ରୋଡ୍‌ଶୋ ବେଳେ  ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରୋଡ୍‌ଶୋ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ସୋମବାର ପୂର୍ବାହ୍ନରେ ପ୍ରଦୀପ ଦୀକ୍ଷିତ(୨୭) ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶହୀଦ ଭଗତସେନା ପକ୍ଷରୁ ଜଳଙ୍ଗା ନିକଟରେ ପ୍ରଦୀପଙ୍କ ନେତୃତ୍ୱରେ ଏକ ଜଳଛତ୍ର ଖୋଲାଯାଇଛି। ସୋମବାର ବିଜେଡି ପକ୍ଷରୁ ଉକ୍ତ ରାସ୍ତା ଦେଇ ରୋଡ୍‌ଶୋ ଯିବା ସମୟରେ ଜଳଛତ୍ର ସମ୍ମୁଖରେ କୌଣସି ଏକ ବିବାଦକୁ ନେଇ କିଛି ସମୟ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଦୀପ ଗଣ୍ଡଗୋଳକାରୀଙ୍କୁ ଜଳଛତ୍ର ସମ୍ମୁଖରେ ଗଣ୍ଡଗୋଳ ନ କରି ଅନ୍ୟତ୍ର ଯିବାକୁ କହିଥିଲେ। ଫଳରେ ନିର୍ଦ୍ଦିଷ୍ଟ କେତେକ ଲୋକ ସଂଘବଦ୍ଧ ଭାବେ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ପ୍ରଦୀପଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଶହୀଦ ଭଗତସେନାର ଆବାହକ ସୀତାଂଶୁ ମହାପାତ୍ର ଓ ଅନ୍ୟ ସଦସ୍ୟମାନେ ଜିଲା ଚିକିତ୍ସାଳୟରେ ପହଞ୍ଚି ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।


ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଆକ୍ରମଣର ଶିକାର ହୋଇଥିବା ନିରାକର ଯେନା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ସୂଚନା ମୁତାବକ ଉକ୍ତ ଗଁାର ୪ ଜଣ ବ୍ୟକ୍ତି ଏକତ୍ର ହୋଇ ନିରାକରଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇବାକୁ ଚାହୁଁଥିଲେ। ତାଙ୍କ ମା’ ପାକ ଓ ଭାଇ ନିର୍ମଳ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ସଂଘବଦ୍ଧ ଭାବେ ୪ ଜଣ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ନିରାକର ଘରେ ପହଞ୍ଚି ଆକ୍ରମଣକାରୀଙ୍କୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ମା’ ଓ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସେ କହିଛନ୍ତି। 

ବିଏସ୍‌ପି କର୍ମୀଙ୍କୁ ଗାଳିଗୁଲଜ: ପ୍ରଚାର ଗାଡ଼ିକୁ ଅଟକାଇ ଧମକ ଅଭିଯୋଗ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ./ସ୍ବ.ପ୍ର.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରଚାର ଚାଲିଥିବାବେଳେ କଂଗ୍ରେସର କେତେକ ସମର୍ଥକ ପ୍ରଚାର ଗାଡ଼ିକୁ ଅଟକାଇ କର୍ମୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି। ଏନେଇ ବହୁଜନ ସମାଜ ପାର୍ଟିର ବିଧାୟକ ପ୍ରାର୍ଥୀ ରାଜୀବ ଲୋଚନ ଜେନା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। 

ପ୍ରଚାର ବେଳେ ଉତ୍ତେଜନା

ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା। ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ସମର୍ଥକଙ୍କ ସହ କୁଦକାନ୍ଥି ନିକଟରୁ ଶୋଭାଯାତ୍ରାରେ ବାହାରି ଯଶୀପୁର ବଜାର ନିକଟରେ ପହଞ୍ଚିଥିଲେ। ତେବେ ଏଠାରେ କେତେକ ସ୍ଥାନୀୟ ଲୋକ ବିଧାୟକଙ୍କ ଗସ୍ତକୁ ବିରୋଧ କରିବା ଦେଖାଯାଇଥିଲା।

ମିଳୁନି ପ୍ରୋତ୍ସାହନ  ଓ ସହାୟତା  ସଙ୍କଟରେ କୌଳିକ ବୃତ୍ତି

ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ। ଆଧୁନିକ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ବାସନ ଯୁଗରେ ଏହି ବେଉସା ବୁଡିଯିବାକୁ ବସିଥିଲେ ହେଁ ଅନେକ ଅଭାବ ସତ୍ତ୍ୱେ ବି କେତେଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ସେମାନଙ୍କ ସମସ୍ୟା କେହି ବୁଝୁ ନାହାନ୍ତି କିମ୍ବା ସହାୟତା ମିଳୁନାହିଁ ା ଅନେକେ ଅନ୍ୟ କାମ ଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି।  ରବିବାର ହେଲେ କେନ୍ଦୁଝର ସହର ରାସ୍ତାକଡରେ ଖରାରେ ହାଣ୍ଡି, କଳସୀ ଆଦି ଧରି ଗ୍ରାହକ ଅପେକ୍ଷାରେ ରହିଥାନ୍ତି। 

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା:  ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ

ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍‌ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି ଅଞ୍ଚଳକୁ ପମ୍ପ ଯୋଗେ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ ସୋମବାର ହାଣ୍ଡି, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ଥାନା ଆଇଆଇସି ସୁଶାନ୍ତ ଦାଶ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାଶୁଝା କରିଥିଲେ। ପିଏଚଡି ପାନୀୟ ଜଳଯୋଗାଣ ଟାଙ୍କି ପହଞ୍ଚିଥିଲା। ତଥାପି ଲୋକେ ଆନ୍ଦୋଳନରୁ ହଟି ନ ଥିଲେ। ନିରବଚ୍ଛିନ୍ନ ଭାବେ ପାନୀୟ ଜଳଯୋଗାଣ ନିମନ୍ତେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ କରିବାକୁ ଦାବି କରିଥିଲେ। ପୌରନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଦାବି ପୂରଣ ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। 

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

କେନ୍ଦୁଝର, ୨୩ା୪(ସ୍ବ.ପ୍ର.)-ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ମାମଲାର ବିଚାର କରି ସ୍ଥାନୀୟ ସିଜେଏମ ତିରନ ପାତ୍ର ଅଭିଯୁକ୍ତ ରଇଦାସ ମୋଦି (୨୮)ଙ୍କୁ ୧୦ବର୍ଷ ଜେଲଦଣ୍ଡ ସହ ୧୭ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୧୦ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri