ବ୍ରହ୍ମପୁର

ଛୁଟି ପରେ ହେଲା ନାମାଙ୍କନପତ୍ର ଦାଖଲ

ଛତ୍ରପୁର,୨୬ା୩(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧୀନ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ସୋମବାର ଶେଷ ହୋଇଛି। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକସଭା ଅଧୀନ ଭଞ୍ଜନଗର ବିଧାନସଭା ଆସନ ପାଇଁ ମଙ୍ଗଳବାର ପ୍ରାଥିର୍ର୍ପତ୍ର ଦାଖଲ ଶେଷ ଦିବସ ରହିଛି। ୩ ଦିନ ଛୁଟି ପରେ ସୋମବାର ପୁଣି ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବାରୁ ଛତ୍ରପୁରରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏପରିକି ଛୋଟ ବଡ ଯାନବାହନ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ୱ ଏବଂ ବିଭିନ୍ନ ଛକ ଓ ରାସ୍ତାର ଦୁଇ ପାର୍ଶ୍ୱରେ ପାର୍କିଂ ହୋଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସିକା ଲୋକସଭା ଆସନ ପାଇଁ  ବିଜେଡିରୁ ପ୍ରମିଳା ବିଷୋୟୀ  ଓ ଛତ୍ରପୁର ବିଧାନସଭା ଆସନ ପାଇଁ ସୁବାସ ଚନ୍ଦ୍ର ବେହେରା ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରମିଳା ରିଟର୍ନିଂ ଅଫିସର ତଥା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଠାରେ ଏବଂ ସୁବାସ ଛତ୍ରପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ପ୍ରିୟ ରଞ୍ଜନ ପୃଷ୍ଟିଙ୍କଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ସହ ପ୍ରଦୀପ ପାଣିଗ୍ରାହୀ, ସୁବର୍ଣ୍ଣମାଳା ବିଷୋୟୀ, ଜି. ପାପା ରାଓ, ଚନ୍ଦ୍ର ଶେଖର ରାଓ, କିଶୋର ସେନାପତି ପ୍ରମୁଖ ଆସିଥିଲେ।  

ସେହିପରି ଭାଜପା  ପକ୍ଷରୁ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ  କର ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଡିଆରଡିଏ ପିଡି ତଥା ରିଟର୍ନିଂ ଅଫିସର ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କଠାରେ ଭୃଗୁ ଓ ଛତ୍ରପୁର ଉପଜିଲାପାଳଙ୍କ ଠାରେ ପ୍ରଶାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏମାନଙ୍କ ସହ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କର, ଛତ୍ରପୁର ନଗର ଭାଜପା ସଭାପତି ପ୍ରଦୀପ ପାଢୀ, ଚୈତନ୍ୟ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ସିପିଆଇରୁ ଆସିକା ଲୋକସଭା ଆସନ ପାଇଁ ରାମକୃଷ୍ଣ ପଣ୍ଡା ଓ ଛତ୍ରପୁର ବିଧାନସଭା ଆସନ ପାଇଁ ପ୍ରଦୀପ ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। 

ବ୍ରହ୍ମପୁର ଲୋକସଭା ଆସନ ପାଇଁ ତିରୁପତି ରାଓ କର୍‌ନମ୍‌ (ବିଏସପି), ଶ୍ରୀହରି ପଟ୍ଟନାୟକ (ଓଡିଶା ପ୍ରଗତି ଦଳ) ଓ ଚନ୍ଦ୍ର ଶେଖର ନାଇଡୁ (କଂଗ୍ରେସ), ଆସିକା ଲୋକସଭା ଆସନ ପାଇଁ କେ. ଶ୍ୟାମବାବୁ ସୁବୁଦ୍ଧି (ସ୍ବାଧୀନ), ରାଜୀବ ଚନ୍ଦ୍ର ଖାଡଙ୍ଗା (ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ), ଅନୀତା ଶୁଭଦର୍ଶନୀ (ଭାଜପା) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  ସେହିପରି  ଛତ୍ରପୁର ବିଧାନସଭା ଆସନ ପାଇଁ  ମନୋଜ କୁମାର ଦାସ (ନ୍ୟାଶନାଲ ଆମ୍ବେଡକର), ନଟବର ବେହେରା (ରାଷ୍ଟ୍ରୀୟ ସ୍ବାଧୀନ ମୋର୍ଚ୍ଚା), ସ୍ବାଧୀନ ଭାବେ ସୁରେନ୍ଦ୍ର ବେହେରା, ଚୈତନ୍ୟ ପ୍ରଧାନ ଓ ସସ୍ମିତା କର, ଚିକିଟି ବିଧାନସଭା ଆସନ ପାଇଁ ବିଭୁଦେନ୍ଦ୍ର୍ର ପାଢୀ (ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ), ମନୋରଞ୍ଜନ ଦ୍ୟାନସାମନ୍ତରାୟ (ଭାଜପା), ସରୋଜ କୁମାର ପଣ୍ଡା (ଭାଜପା) ଓ ସୁବାସ ରାଉତ (କଂଗ୍ରେସ), ପୋଲସରା ବିଧାନସଭା ଆସନ ପାଇଁ ଶ୍ରୀକାନ୍ତ ସାହୁ (ବିଜେଡି), ଗୋଲାପ ସାହୁ (ବିଜେଡି), ହରିଚରଣ ସ୍ବାଇଁ (କଂଗ୍ରେସ), ସମୀରଜିତ୍‌ ମହାନ୍ତି (ଫରୱାଡ୍‌ ବ୍ଲକ) ଓ ଗୋକୁଳାନନ୍ଦ ମଲ୍ଲିକ (ଭାଜପା), ହିଞ୍ଜିଳି ବିଧାନସଭା ଆସନ ପାଇଁ ରାମକୃଷ୍ଣ ପଣ୍ଡା (କଂଗ୍ରେସ), ବାବୁଲା ସାହୁ (ସ୍ବାଧୀନ), କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ରଞ୍ଜନ ପଲାଇ (ଭାଜପା), ବିଜୟ ସାହୁ (କଂଗ୍ରେସ), ଖଲ୍ଲିିକୋଟ ବିଧାନସଭା ଆସନ ପାଇଁ ସୂର୍ଯ୍ୟମଣି ବୈଦ୍ୟ (ବିଜେଡି), ଭୋକାଲି ସେଠୀ (କଂଗ୍ରେସ) ଓ ଭାରତୀ ବେହେରା (ଭାଜପା) ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।


All Right Reserved By

ବ୍ରହ୍ମପୁର

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୨।୪: ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ଏବଂ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସୋମବାର ଗଞ୍ଜାମ କଳା ପରିଷଦଠାରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଚାଷ ନିମନ୍ତେ ଦେଶୀ ବିହନର ବ୍ୟବହାର ପାଇଁ ଏହି ଅବସରରେ ଚାଷୀଙ୍କୁ ଆହ୍ବାନ ଦିଆଯାଇଥିଲା।

ରଞ୍ଜିତାଙ୍କୁ ଦୁଇଟି ପଦକ

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି।

ଖରାଦିନେ ବରଡ଼ା ଶାଗ ଚାହିଦା

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ।

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୨ା୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ।

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଛତ୍ରପୁର,୨୨ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ରାଜୀବ ଆବାସ ଯୋଜନାରେ ଖଳାସାହିରୁ ଉଚ୍ଛେଦ ୭ ପରିବାର ସାମିଲ ହୋଇନାହାନ୍ତି। ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। 

ବାଇକ୍‌ ଦୁର୍ଘଟଣାରେ ୨ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୨ ଗୁରୁତର

ବୁଗୁଡା,୨୧ା୪(ଡି.ଏନ୍‌.ଏ.)- ବୁଗୁଡା ସହର ମୁଖ୍ୟସଡକ ସାନ୍ତରାଶଙ୍ଖଠାରେ ରବିବାର ରାତି ପ୍ରାୟ ସାଢେ ୯ଟାରେ ବାଇକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୁରୁତରମାନେ ହେଲେ ବୁଗୁଡାଥାନା ବି.ବ୍ରହ୍ମପୁର ଗ୍ରାମର ସୁଶାନ୍ତ କୁମାର ପାତ୍ର ଓ ବରଗଡ ଜିଲା ଅତାବିରା ଥାନା ଗମ୍ଭାରୀପଲ୍ଲୀର ଚନ୍ଦନ କାଣ୍ଡି। ଭୋଜିଖାଇ ସୁଶାନ୍ତ ଓ ପୁଅ ଶୁଭମ୍‌ ବାଇକରେ ଆସୁଥିବାବେଳେ ସାନ୍ତରାଶଙ୍ଖ ନିକଟରେ ରାତି ସାଢେ ୯ଟାରେ ଅନ୍ୟଏକ ବାଇକରେ ଆସୁଥିବା ଚନ୍ଦନ ଓ ଚିକୁଙ୍କ ବାଇକ ସହ ଧକ୍କା ହୋଇଥିଲା।

ବଜ୍ରପାତରେ ନେଲା ଜୀବନ

ବଜ୍ରପାତରେ ନେଲା ଜୀବନ

ଶଙ୍କରାଖୋଲ,୨୧।୪(ଡି.ଏନ୍‌.ଏ.)- ଟିକାବାଲି ଥାନା ଚକାପାଦ ବ୍ଲକ (ବି) ବପଲମେଣ୍ଡି ପଞ୍ଚାୟତ ତେନ୍ତୁଳିସାହିରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୬୫)। ଟିକାବାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ନଂ.୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି। ବୃଦ୍ଧ ଜଣକ ସନ୍ଧ୍ୟାରେ ଗାଈ ଆଣିବାକୁ ବାହାରକୁ ଯାଇଥିବା ବେଳେ ବଜ୍ରପାତର ଶୀକାର ହୋଇଥିଲେ।

ବାଇକ୍‌ ମୁହଁ।ମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ବାଇକ୍‌ ମୁହଁ।ମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୨୧।୪ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିଥାନା ବରପଲୀ ଗ୍ରାମରେ ରବିବାର ସନ୍ଧ୍ୟାରେ ୨ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକହେଲେ ବ୍ରହ୍ମପୁର ସଦର  ଥାନା ଶିକୁଳିପଲ୍ଲୀ ଗ୍ରାମର ଏ. ସୁନିଲ ପାତ୍ର(୩୮) ଓ  ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଜି. ଗୁଜରି ମୋହନ (୪୨)। ଗୁରୁତର ଆହତ ଜଣକ ବ୍ରହ୍ମପୁର ସଦର ଥାନା ଲକ୍ଷ୍ମୀ ନାରାୟଣପୁର ଗ୍ରାମର  ଏସ. ଆଶିଷ (୧୪)।

ଗାଈକୁ ଧକ୍କା ଦେଲା ବାଇକ୍‌:ଜଣେ ମୃତ, ୨ ଆହତ

ଗାଈକୁ ଧକ୍କା ଦେଲା ବାଇକ୍‌:ଜଣେ ମୃତ, ୨ ଆହତ

ଆସିକା,୨୧ା୪(ଡି.ଏନ୍‌.ଏ.)- କଣ୍ଟେଇପଲ୍ଲୀ-ସୋରଡା ରାସ୍ତର ଗାଙ୍ଗପୁର ଥାନା କୁଲାଙ୍ଗି ପୋଲ ନିକଟରେ ରବିବାର ଅପରାହ୍ନ ପ୍ରାୟ ୧ରେ ଗାଈକୁ ଧକ୍କା ଦେଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ୨ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଶଙ୍କର ପାତ୍ର (୪୯)। ଆହତମାନେ ହେଲେ ଶଙ୍କରଙ୍କ ପୁଅ ବିଚିତ୍ର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଚନ୍ଦ୍ରଶେଖର ପରିଡା। ମୃତ ଓ ଆହତଙ୍କ ଘର ବଡଗଡ ଥାନା କୁମ୍ଭାରପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି।

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ଫିରିଙ୍ଗିଆ, ୨୧।୪-ନର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ ଚେକିଂ ପାର୍ଟିର ମେସେଞ୍ଜର ତଥା ଗ୍ରାମ ରୋଜଗାର ସେବକ(ଜିଆରଏସ) ସଂଯୁକ୍ତା ଦିଗାଲଙ୍କ ପରିବାର ଲୋକଙ୍କୁ ଶନିବାର ଜିଲା ପ୍ରଶାସନ ଭେଟିଛି।କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି, ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। 

କୈବର୍ତ୍ତ ସମାଜର ଚଇତି ପର୍ବ

କୈବର୍ତ୍ତ ସମାଜର ଚଇତି ପର୍ବ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ଘୁମୁସର ଦେଶ କୈବର୍ତ୍ତ ସମାଜ ଚଇତିପର୍ବ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମାରୁ  ଆରମ୍ଭ ହୋଇ ଏହା ୯ଦିନ ଧରି ଚାଲିବ। ଏଥିରେ ମା’ ମଙ୍ଗଳାଙ୍କ କୁମ୍ଭସହ ୨ଚଇତି ଘୋଡାକୁ ସୁସଜ୍ଜିତ କରି ଗାଁ ଗାଁ ବୁଲି ମା’ଙ୍କ ମହିମା ପ୍ରଚାର କରୁଛନ୍ତି। ବେଗୁନିଆପଡା ବ୍ଲକର ବେଗୁନିଆପଡା ଓ କେ. ବରିଡା ଗ୍ରାମର ମଙ୍ଗଳାଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଶେଷଦିନ ମା’ଙ୍କ ପୀଠରେ ବିରାଟ ପର୍ବ ପାଳନ କରାଯାଏ। ଏଥିରେ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। ବେଗୁନିଆପଡାରେ ସଭାପତି ସରୋଜ କୁମାର ମାଝୀ ଓ ଯୋଗେନ୍ଦ୍ର ବେହେରା, କେ. ବରିଡାରେ ଦେବବ୍ରତ ମାଝୀ ଓ ହୀନ ମାଝୀଙ୍କ ନେତୃତ୍ୱରେ ଏହି ପର୍ବ ପାଳନ କରାଯାଉଛି।

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ:  ଖଇରଖମା ଚାମ୍ପିୟନ

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖଇରଖମା ଚାମ୍ପିୟନ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଞ୍ଚାୟତ ଶଙ୍ଖଭୂମିଠାରେ ଅୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ଖଇରଖମା ଚାମ୍ପିୟନ ହୋଇଥିବାବେଳେ କୁମାରିପାରି ରନର୍ସଅପ୍‌ ଟାଇଟଲ ହାସଲ କରିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri