ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ଜଗନ୍ନାଥ ମହୋତ୍ସବ ଓ ପାଞ୍ଚରାତ୍ର ଉତ୍ସବ ଉଦ୍‌ଘାଟନ କଲେ ଗଜପତି

ବଅଁରପାଳ, ୨୬।୩ (ଡି.ଏନ୍‌.ଏ)ଅନୁଗୋଳ ନାଲ୍‌କୋ ସ୍ଥିତ ମୀନାବଜାର ପଡ଼ିଆରେ ସୋମବାର ଶ୍ରୀ ଜଗନ୍ନାଥ ମହେତ୍ସବ ଓ ପାଞ୍ଚରାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହି ଅବସରରେ ଗଜପତି କହିଥିଲେ ଯେ, ଆଧ୍ୟାତ୍ମିକ ଚିନ୍ତାଧାରା ମନରେ ରହିଲେ ଜଣେ ନିଶ୍ଚିନ୍ତ ଆଗକୁ ବଢିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନାର ଅଭାବ ପରିଲକ୍ଷିତ ହେଉଛି। ସେମାନଙ୍କ ଚିନ୍ତାଧାରା କି ମନୋଭାବ ପୂର୍ବ ପରି ଦେଖିବାକୁ ମିଳୁନାହିଁ। ଫଳରେ ବ୍ୟକ୍ତିଗତ, ପାରିବାରିକ ଓ ବିଶ୍ୱ ଜୀବନରେ ବିଭିନ୍ନ ସମସ୍ୟା ଓ ଦ୍ୱନ୍ଦ୍ୱ ଉପୁଜୁଛି। ବର୍ତ୍ତମାନ କଳିଯୁଗରେ ଆମେ ନିଜକୁ ଭୌତିକ ଜୀବନରେ ନିୟୋଜିତ କରୁଛୁ। ଯାହା ଦ୍ୱାରା ଆଧ୍ୟାତ୍ମିକ ଚିନ୍ତାଧାରା ଉଭେଇ ଯାଉଛି। କିନ୍ତୁ ଇତିହାସକୁ ଲକ୍ଷ୍ୟ କଲେ ଭାରତ ହେଉଛି ଏକ ପବିତ୍ର ଭୂମି, ଯେଉଁଠାରେ ଆଧ୍ୟାତ୍ମିକ ସଂସ୍କୃତି ଭରି ହୋଇ ରହିଛି। ପୂର୍ବରୁ ବିଦେଶରୁ ଲୋକେ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଭାରତକୁ ଆସୁଥିଲେ। ଭାରତ ଋଷି ମୁନିଙ୍କ ଦେଶ ସହ ବେଦ ବେଦାନ୍ତର ଦେଶ ମଧ୍ୟ ଥିଲା ବୋଲି ଗଜପତି ମହାରାଜା ନିଜ ଅଭିଭାଷଣରେ କହିଥିଲେ। ତେଣୁ ମନୁଷ୍ୟ ଭୌତିକ ଭାବନାକୁ ଦୂରରେ ରଖି ଆଧ୍ୟାତ୍ମିକତା ପ୍ରତି ମନ ବଳାଇଲେ ଶାନ୍ତିରେ ରହିପାରିବ ବୋଲି ମହାରାଜ ମତବ୍ୟକ୍ତ କରିଥିଲେ। 

ଜଗନ୍ନାଥ ସଂସ୍କୃତି ଜଗତର କଲ୍ୟାଣ ପାଇଁ। ଜଗନ୍ନାଥଙ୍କ କୃପାରୁ ବିଶ୍ୱ ବଜାରରେ ମାନ୍ଦା ପରିସ୍ଥିତି ଥିଲେ ବି ନାଲ୍‌କୋର ଦୁଇ ଗୁଣରୁ ତିନି ଗୁଣ ଲାଭ ହୋଇଥାଏ ବୋଲି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ନାଲ୍‌କୋର ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ କହିଛନ୍ତି। ଗତ ବର୍ଷ ୧୩ ଶହ ୪୨ କୋଟି ଲାଭ ହୋଇଥିବାବେଳେ ଚଳିତ ବର୍ଷ ୧୬ ଶହ ୫୦ କୋଟି ଟଙ୍କାର ଅଧିକ ଲାଭ ହୋଇଛି ବୋଲି ସେ କହିଥିଲେ। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଅନୁଗୋଳ ଜଗନ୍ନାଥ କମିଟିର କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ସ୍ବାମୀ ମାଧବାନନ୍ଦ ସରସ୍ବତୀ ମହାରାଜ ଓ ସମ୍ମାନିତ ଅତିଥି ଭାବେ ନାଲକୋର ଇଡି ରାଜକିଶୋର ମିଶ୍ର, ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାଶ, ଜଗନ୍ନାଥ ପରିଷଦ ସଭାପତି ଗୋପୀନାଥ ମହାନ୍ତି, ଉପସଭାପତି ପୀତବାସ ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ନାଲକୋ ମାନବ ସମ୍ବଳ ମହାପ୍ରବନ୍ଧକ ମନ୍‌ସା ମିଶ୍ର ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ନାଲ୍‌କୋ ସ୍ଥିତ ମନ୍ଦିର ପରିଦର୍ଶନ କରିବା ପରେ ମୀନା ବଜାରକୁ ଆସି ଠାକୁରଙ୍କର ଚତୁର୍ଦ୍ଧା ବିଗ୍ରହଙ୍କର ଲୀଳାକ୍ଷେତ୍ର ଫଟୋ ପ୍ରଦର୍ଶନୀ, ଶ୍ରୀ ମହାପ୍ରଭୁଙ୍କର ଚବିଶି ଗୋଟି ବେଶ ପ୍ରଦର୍ଶନୀ, ଶ୍ରୀ ମନ୍ଦିରର ୫୬ ଭୋଗ ପ୍ରଦର୍ଶନୀ, ଶ୍ରୀ ଚତୁର୍ଦ୍ଧା ବିଗ୍ରହଙ୍କର ନବକଳେବର ଫଟୋ ଓ ଭିଡିଓ ପ୍ରଦର୍ଶନୀ ଓ ଶ୍ରୀ ଜଗନ୍ନାଥଙ୍କ ପୁସ୍ତକ ମେଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏଥିରେ ନାଲକୋର ଜଗନ୍ନାଥ ସଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶ୍ରୀ ଜଗନ୍ନାଥ ମହୋସତ୍ବ ଓ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟ ଉପରେ ଏଠାରେ ଆଲୋଚନା ହେବା ସହ ବିଭିନ୍ନ ପ୍ରଦର୍ଶନୀ ହେବ।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri