ଖେଳ |

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌  : ଡବଲ ବିଜୟ ସହ ଦେବାଶିଷଙ୍କ ଅଭିଯାନ

ଭୁବନେଶ୍ୱର, ୨୬।୩ (କ୍ରୀଡ଼ା ପ୍ରତିନିଧି)-ଶାରଜାଠାରେ ଆରମ୍ଭ ହୋଇଛି ୩ୟ ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ ଚାମ୍ପିୟନଶିପ୍‌। ଏଥିରେ ୩୫ ଗ୍ରାଣ୍ଡମାଷ୍ଟର, ୨ ମହିଳା ଗ୍ରାଣ୍ଡମାଷ୍ଟର, ୩୫ ଅନ୍ତର୍ଜାତୀୟ ମାଷ୍ଟର, ୭ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ କ୍ୟାଣ୍ଡିଂଡେଟ ମାଷ୍ଟର ଓ ୪ ମହିଳା କ୍ୟାଣ୍ଡିଂଡେଟ ମାଷ୍ଟରଙ୍କୁ ମିଶାଇ ୧୧୧ ଟାଇଟଲଧାରୀଙ୍କ ସହ ମୋଟ ୧୭୮ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଡବଲ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସମ୍ପ୍ରତି ୨୫୩୨ ର଼୍ୟାଙ୍କିଙ୍ଗ୍‌ରେ ଥିବା ଦେବାଶିଷ ପ୍ରଥମ ରାଉଣ୍ଡରେ ଭାରତର ମହିଳା କ୍ୟାଣ୍ଡିଡେଟ ମାଷ୍ଟର ମୃଦାଲ ଦେହଙ୍କର(୨୦୭୮) ଓ ଦ୍ୱିତୀୟ ରାଉଣ୍ଡରେ ଆମେରିକା ଅନ୍ତର୍ଜାତୀୟ ମାଷ୍ଟର ଓମାନ ନୋଆମାନ(୨୩୫୬)ଙ୍କୁ ପରାସ୍ତ କରିଛନ୍ତି। ତୃତୀୟ ରାଉଣ୍ଡରେ ଏହି ଚେସ୍‌ ତାରକା ଭାରତର କୁନାଲ ଏମ.(୨୨୫୮)ଙ୍କ ସହ ମ୍ୟାଚ ଡ୍ର ରଖି ଆଗକୁ ବଢ଼ିଛନ୍ତି। ୪ର୍ଥ ରାଉଣ୍ଡରେ ସେ ରୁଷିଆର ସୁପର ଗ୍ରାଣ୍ଡମାଷ୍ଟର ଭ୍ଲାଡିମିର ଫେଡୋସିଭ୍‌(୨୭୧୫)ଙ୍କୁ ଭେଟୁଛନ୍ତି। ଟୁର୍ନାମେଣ୍ଟରେ ଚାଇନା ଗ୍ରାଣ୍ଡମାଷ୍ଟର ଓ୍ବାଙ୍ଗ ହାଓ(୨୭୧୮) ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତା ୩୦ ତାରିଖରେ ଉଦ୍‌ଯାପିତ ହେବ। ଏହାପରେ ଦେବାଶିଷ ୨୧ତମ ଦୁବାଇ ଓପନ ଚେସ୍‌ରେ ଅଂଶଗ୍ରହଣ କରିବେ। ଏହା ଏପ୍ରିଲ ୧ରୁ ୯ ପର୍ଯ୍ୟନ୍ତ ଚାଲିବ। ଶାରଜା ମାଷ୍ଟର୍ସ ଅନ୍ତର୍ଜାତୀୟ ଚେସ୍‌ରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଆ ଖେଳାଳି ଅନ୍ତର୍ଜାତୀୟ ମାଷ୍ଟର ସିଦ୍ଧାନ୍ତ ମହାପାତ୍ର (୨୩୪୮) ପ୍ରଥମ ରାଉଣ୍ଡରେ ଆମେରିକାର ଲାଢ଼ା ଶୁଭ୍‌ ଜୟେଶ(୧୫୬୫)ଙ୍କୁ ହରାଇଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ଇଣ୍ଡୋନେସିଆ ଗ୍ରାଣ୍ଡମାଷ୍ଟର ମେଗାରାନ୍ତୋ ସୁଶାନ୍ତୋ(୨୫୨୬)ଙ୍କ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଛନ୍ତି। ତେବେ ସେ ତୃତୀୟ ରାଉଣ୍ଡରେ ଉଜବେକିସ୍ତାନ ଅନ୍ତର୍ଜାତୀୟ ମାଷ୍ଟର ସିଣ୍ଡାରୋଭ ଜାଭୋଖିର(୨୫୦୫)ଙ୍କଠାରୁ ହାରି ଯାଇଛନ୍ତି। ୪ର୍ଥ ରାଉଣ୍ଡରେ ସେ ରୁଷିଆ ଗ୍ରାଣ୍ଡମାଷ୍ଟର ମାଟଲାକୋଭ ମାକ୍ସିମ(୨୬୯୨)ଙ୍କୁ ଭେଟୁଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ସମ୍ବିତ ପଣ୍ଡା (୨୨୧୮) ପ୍ରଥମ ରାଉଣ୍ଡରେ ରୁଷିଆ ଗ୍ରାଣ୍ଡମାଷ୍ଟର ଇନାରକେଭ ଏର୍ନେଷ୍ଟୋ(୨୬୯୨)ଙ୍କଠାରୁ ହାରି ଯାଇଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ଭାରତର ରକ୍ଷିତ ଶ୍ରୀନିବାସନ(୧୯୨୩)ଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି। ତୃତୀୟ ରାଉଣ୍ଡରେ ସେ ଆର୍ଜେଣ୍ଟିନା ଗ୍ରାଣ୍ଡମାଷ୍ଟର ମାର୍କୋ ସାଣ୍ଡ୍ରୋ(୨୬୬୬)ଙ୍କ ବିପକ୍ଷ ମ୍ୟାଚ ଡ୍ର ରଖି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ୪ର୍ଥ ରାଉଣ୍ଡରେ ସେ ଆୟର୍ଲାଣ୍ଡ ଅନ୍ତର୍ଜାତୀୟ ମାଷ୍ଟର ଅସଗରିଜାଦେ ଅହମଦ(୨୪୩୪)ଙ୍କୁ ଭେଟୁଛନ୍ତି। ୩ ରାଉଣ୍ଡ ଶେଷରେ ଦେବାଶିଷ ୨.୫ ଏବଂ ସିଦ୍ଧାନ୍ତ ଓ ସମ୍ବିତ ୧.୫ ପଏଣ୍ଟ ଲେଖାଏ ପାଇଛନ୍ତି।

All Right Reserved By

ଖେଳ |

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ଚେନ୍ନାଇ,୨୩।୪(ପିଟି)- ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଅଧିନାୟକ କେନ ଓ୍ବିଲିୟମ୍‌ସନ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ।

ଭାରତକୁ ମିଳିଲାନି ରୌପ୍ୟ ପଦକ

ଭାରତକୁ ମିଳିଲାନି ରୌପ୍ୟ ପଦକ

ଦୋହା,୨୩।୪- ଏଠାରେ ଚାଲିଥିବା ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭାରତୀୟ ଦଳ  ଏକ ରୌପ୍ୟ ପଦକରୁ ବଞ୍ଚତ୍ତ ରହିଛି। 

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। 

ଭୋଟ ଦେଲେ ପୂଜାରା

ଭୋଟ ଦେଲେ ପୂଜାରା

ରାଜକୋଟ,୨୩।୪- ଚଳିତ ବର୍ଷର ଲୋକ ସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ଏଥିରେ ଦେଶର କ୍ରୀଡ଼ାବିତମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

୨୫ ବଲରୁ ଟି୨୦ ଶତକ

୨୫ ବଲରୁ ଟି୨୦ ଶତକ

ଲଣ୍ଡନ,୨୩।୪- ଟି୨୦ କ୍ରିକେଟରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି। ସ୍କଟଲାଣ୍ଡ ବ୍ୟାଟ୍ସମ୍ୟାନ ଜର୍ଜ ମୁନ୍‌ସେ ଟି୨୦ କ୍ରିକେଟରେ ୨୫ ବଲରୁ ଶତକ ଲଗାଇଛନ୍ତି।

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୪- ଆଶ୍‌ଟନ ଟର୍ନର ଏଭଳି ଏକ ରେକର୍ଡ ଅଧିକାରୀ ହୋଇଛନ୍ତି, ଯାହାକୁ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ନିଜ ନାମରେ କରିବାକୁ ଚାହିଁବେ ନାହିଁ। 

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri