ଖେଳ |

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

କିଙ୍ଗ୍ସ ଇଲେଭେନର ବିଜୟ ଅଭିଯାନ

ଜୟପୁର, ୨୫।୩- କ୍ରିସ୍‌ ଗେଲ୍‌ ଓ ସର୍ଫରାଜ ଖାଁଙ୍କ ବିସ୍ଫୋରକ  ବ୍ୟାଟିଂ ପରେ ଡେଥ୍‌ ଓଭରରେ ବୋଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ଯୋଗୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। କିଙ୍ଗ୍ସ ଇଲେଭେନ ପକ୍ଷରୁ ଧାର୍ଯ୍ୟ ୧୮୫ ରନ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ଏକଦା ଦୃଢ଼ ସ୍ଥିତିରେ ଥିଲେ ହେଁ ୨୦ ଓଭରରେ ୯ ଉଇକେଟ ହରାଇ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା।  ଗେଲ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଇପିଏଲରେ ରାଜସ୍ଥାନଠାରୁ କ୍ରମାଗତ ୫ ପରାଜୟ ପରେ ପଞ୍ଜାବର ଏହାଥିଲା ପ୍ରଥମ ବିଜୟ। 

ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଜୋସ ବଟଲର ଓପନିଂ ଯୋଡ଼ିରେ ୭୮ ରନ ଭାଗୀଦାରି ଗଢ଼ି ଦଳର ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। କେତୋଟି ଦର୍ଶନୀୟ ଷ୍ଟ୍ରୋକ୍‌ ସହ ଆଗକୁ ବଢ଼ୁଥିବାବେଳେ ରାହାନେ ବ୍ୟକ୍ତିଗତ ୨୭(୨୦ ବଲ, ୪ ଚୌକା) ରନ କରି ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ କିଙ୍ଗ୍ସ ଇଲେଭେନକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ମାତ୍ର ଅନ୍ୟତମ ଓପନର ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରି ପଞ୍ଜାବ ବୋଲରଙ୍କୁ ନିରାଶ କରିଥିଲେ। ୪୩ ବଲ୍‌ରୁ ୧୦ ଚୌକା ଓ ୨ ଛକା ସହ ୬୯ ରନ କରିଥିବାବେଳେ ବଟଲର ଦୁର୍ଭାଗ୍ୟଜନକଭାବେ ରନଆଉଟ ହୋଇ ଯାଇଥିଲେ। ତେବେ ସେତେବେଳକୁ ରାଜସ୍ଥାନ ସ୍କୋର ୧୩ ଓଭରରେ ୧୦୮ରେ ପହଞ୍ଚତ୍ ଯାଇଥିଲା। ସାମ୍‌ କୁରାନ ନିଜର ୪ର୍ଥ ଏବଂ ଦଳର ୧୭ତମ ଓଭରରେ ଷ୍ଟିଭେନ ସ୍ମିଥ ଓ ସଞ୍ଜୁ ସାମସନଙ୍କୁ ଆଉଟ କରି ମ୍ୟାଚର ମୋଡ଼ ପରିବର୍ତ୍ତନ କରି ଦେଇଥିଲେ। ଏହି ଓଭର ମ୍ୟାଚର ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ବାସନ୍ଦ ପରେ ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ସ୍ମିଥ ୧୬ଟି ବଲ୍‌ ଖେଳି ଗୋଟିଏ ଲେଖାଏ ଚୌକା ଓ ଛକା ମାରି ୨୦ ରନ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ସାମସନ ୨୫ ବଲ୍‌ରୁ ୩୦(୧ ଛକା) ରନ ସ୍କୋର କରିଥିଲେ। ମୁଜିବ ଉର ରହମାନ ମଧ୍ୟ ନିଜ ଅନ୍ତିମ ଓଭରରେ ୨ଟି ଉଇକେଟ ନେଇ ରାଜସ୍ଥାନ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲେ। ସେ ମ୍ୟାଚର ୧୮ତମ ଓଭର ୩ୟ ବଲ୍‌ରେ ବେନ୍‌ ଷ୍ଟୋକ୍ସ (୬ ରନ)ଙ୍କୁ ଏବଂ ଅନ୍ତିମ ବଲ୍‌ରେ ରାହୁଲ ତ୍ରିପାଠୀ(୧)ଙ୍କୁ ଆଉଟ କରି ପ୍ୟାଭିଲିୟନ ଫେରାଇଥିଲେ।  ୨ ଓଭର ବ୍ୟବଧାନରେ ୪ ଉଇକେଟ ହରାଇବା ରାଜସ୍ଥାନ ପାଇଁ ମହଙ୍ଗା ପଡ଼ିଥିଲା। ଶେଷ ୫ ଓଭରରେ ରାଜସ୍ଥାନ ୩୫ ରନ ବିନିମୟରେ ୭ଟି ଉଇକେଟ ହରାଇଥିଲା। ପଞ୍ଜାବ ପକ୍ଷରୁ ସାମ୍‌ କୁରାନ, ମୁଜିବ ଉର୍‌ ରହମାନ ଓ ଅଙ୍କିତ ରାଜପୁତ ୨ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ। 

ଗେଲଙ୍କ ଷ୍ଟ୍ରୋକପୂର୍ଣ୍ଣ ଅର୍ଦ୍ଧଶତକ

ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଓଭରରେ ପଞ୍ଜାବ ଓପନର ଲୋକେଶ ରାହୁଲ(୪)ଙ୍କୁ ଆଉଟ କରି ଧାଓ୍ବଲ କୁଲକର୍ନୀ ଦଳୀୟ ଶିବିରରେ ଉତ୍ସାହ ଭରିଥିଲେ। ମାତ୍ର କ୍ରିସ୍‌ ଗେଲ୍‌ ଓ ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଉଇକେଟରେ ୫୪ ରନର ଭାଗୀଦାରି ଗଢ଼ିବା ସହ କିଙ୍ଗ୍ସ ଇଲେଭେନ ପାଇଁ ବଡ଼ ସ୍କୋରର ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ମୟଙ୍କ ୨୪ ବଲ୍‌ରୁ ୨୨ (୧ ଚୌକା, ୨ ଛକା) ରନ କରି ପ୍ୟାଭିଲିୟନ ଫେରିଥିଲେ। ଗେଲ କିନ୍ତୁ ଖେଳିଥିଲେ ଧୂଆଁଧାର ଇନିଂସ। ସେ ପ୍ରତିପକ୍ଷ ବୋଲରମାନଙ୍କୁ ଧୂଲେଇ କରି ୪୭ ବଲ୍‌ରୁ ୮ ଚୌକା ଓ ୪ ଛକା ସହାୟତାରେ ୭୯ ରନ କରିଥିବାବେଳେ ବେନ୍‌ ଷ୍ଟୋକ୍ସଙ୍କ ବଲ୍‌ରେ ଆଉଟ ହୋଇଥିଲେ। ମିଡ୍‌ଲ ଅର୍ଡରରେ ଉଇକେଟ କିପର ନିକୋଲାସ ପୁରନ(୧୨ ରନ) ବିଫଳ ହୋଇଥିଲେ ହେଁ ସର୍ଫରାଜ ଖାଁ ୨୯ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୪୬ ରନରେ ଅପରାଜିତ ରହି ଦଳକୁ ୧୮୪ ରନର ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କ ସହ ମନଦୀପ ସିଂ ୫ ରନରେ ଅପରାଜିତ ରହିଥିଲେ। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ବେନ୍‌ ଷ୍ଟୋକ୍ସ ୨ଟି ଏବଂ ଧାଓ୍ବଲ କୁଲକର୍ନୀ, କ୍ରିଷ୍ଣାପ୍ପା ଗୋଥାମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। 

ସଂକ୍ଷିପ୍ତ ସ୍କୋର

କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୪/୪(ଗେଲ-୭୯, ସର୍ଫରାଜ-୪୬*, ମୟଙ୍କ-୨୨, ଷ୍ଟୋକ୍ସ-୨/୪୮, ଧାଓ୍ବଲ-୧/୩୦, ଗୋଥାମ-୧/୩୨)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୯(ବଟଲର-୬୯, ସାମସନ-୩୦, ରାହାନେ-୨୭, କୁରାନ-୨/୫୨, ରହମନ-୨/୩୧, ରାଜପୁତ-୨/୩୩,ଅଶ୍ୱିନ-୧/୨୦)। 

All Right Reserved By

ଖେଳ |

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ଚେନ୍ନାଇ,୨୩।୪(ପିଟି)- ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଅଧିନାୟକ କେନ ଓ୍ବିଲିୟମ୍‌ସନ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ।

ଭାରତକୁ ମିଳିଲାନି ରୌପ୍ୟ ପଦକ

ଭାରତକୁ ମିଳିଲାନି ରୌପ୍ୟ ପଦକ

ଦୋହା,୨୩।୪- ଏଠାରେ ଚାଲିଥିବା ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭାରତୀୟ ଦଳ  ଏକ ରୌପ୍ୟ ପଦକରୁ ବଞ୍ଚତ୍ତ ରହିଛି। 

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। 

ଭୋଟ ଦେଲେ ପୂଜାରା

ଭୋଟ ଦେଲେ ପୂଜାରା

ରାଜକୋଟ,୨୩।୪- ଚଳିତ ବର୍ଷର ଲୋକ ସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ଏଥିରେ ଦେଶର କ୍ରୀଡ଼ାବିତମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

୨୫ ବଲରୁ ଟି୨୦ ଶତକ

୨୫ ବଲରୁ ଟି୨୦ ଶତକ

ଲଣ୍ଡନ,୨୩।୪- ଟି୨୦ କ୍ରିକେଟରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି। ସ୍କଟଲାଣ୍ଡ ବ୍ୟାଟ୍ସମ୍ୟାନ ଜର୍ଜ ମୁନ୍‌ସେ ଟି୨୦ କ୍ରିକେଟରେ ୨୫ ବଲରୁ ଶତକ ଲଗାଇଛନ୍ତି।

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୪- ଆଶ୍‌ଟନ ଟର୍ନର ଏଭଳି ଏକ ରେକର୍ଡ ଅଧିକାରୀ ହୋଇଛନ୍ତି, ଯାହାକୁ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ନିଜ ନାମରେ କରିବାକୁ ଚାହିଁବେ ନାହିଁ। 

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri