ସମ୍ପାଦକୀୟ |

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ଇସ୍ତାହାର ଯଦି ଟେଣ୍ଡର ହୁଅନ୍ତା

ସହଦେବ ସାହୁ

ନିର୍ବାଚନ ମାନିଫେଷ୍ଟୋକୁ ଟେଣ୍ଡର ରୂପେ ଧରିବା କଥାଟା ଅଜବ ଲାଗୁଥିଲେ ବି ଅସମ୍ଭବ ନୁହେଁ। ରାଜନୀତିର ମୂଳଦୁଆ ଅର୍ଥନୀତି। ତାହା ନ ହୋଇଥିଲେ ନେତାମାନେ ଭୋଟରମାନଙ୍କୁ ଏତେ ଟଙ୍କା, ଉପହାର ଓ ମାଗଣା ଭୋଜନ ବାଣ୍ଟନ୍ତେ ନାହିଁ। ଶାନ୍ତିଶୃଙ୍ଖଳା ବଜାୟ ରଖି ଲୋକଙ୍କୁ ନିଜ ନିଜ ମାର୍ଗରେ ବିକଶିତ ହେବାର ସୁବିଧା ଯୋଗାଇବା ଏବଂ ରାଷ୍ଟ୍ରଶକ୍ତିକୁ ସାମୂହିକ ବିକାଶରେ ଲଗାଇବା ହେଉଛି ରାଜନୀତିର ଲକ୍ଷ୍ୟ। କାର୍ଲମାର୍କ୍ସ କହିଥିଲେ, ସମସ୍ତେ ସମାନ ଭାବରେ ବିକଶିତ ହେଲେ ଅର୍ଥାତ୍‌ ସାମ୍ୟବାଦ ସଫଳ ହେଲେ ରାଷ୍ଟ୍ର ମଉଳିଯିବ, ଷ୍ଟେଟ୍‌ ୱିଲ୍‌ ୱିଦର୍‌ ଆୱେ, ସରକାର ଦରକାର ହେବ ନାହିଁ; ଲୋକେ ସମାନ ସୁବିଧା ପାଉଥିବାରୁ କଳିତକରାଳ ରହିବ ନାହିଁ ା ସେହି ଭାଷା, ସେହି ଯୁକ୍ତି, ସେହି ଲକ୍ଷ୍ୟ ଘରୋଇକରଣର ପ୍ରବକ୍ତାମାନେ ବ୍ୟବହାର କରୁଛନ୍ତି। ଏବେ କମ୍ୟୁନିଜମ୍‌ ବଦଳରେ ଆସିଛି ଲିବରାଲ୍‌ ଡେମୋକ୍ରାସି ବା ଉଦାର ଗଣତନ୍ତ୍ର। ଉଦାର-ଗଣତନ୍ତ୍ରବାଦୀମାନେ କହନ୍ତି, କାଳକ୍ରମେ ଲୋକେ ନିଜେ ହିଁ ସରକାର ହେବେ, ବଜାର ହିଁ ସେମାନଙ୍କ ଆଚରଣକୁ ନିୟନ୍ତ୍ରିତ କରିବ। ଏବେ ନେତାଏ ଦେଶକୁ ପରିବାର ଏବଂ ରାଜନୀତିକୁ ବ୍ୟବସାୟ ରୂପେ ଦେଖୁଛନ୍ତି। ତାକୁ ନିୟମାନୁମୋଦିତ ବ୍ୟବସ୍ଥା କରିଦେଲେ କ୍ଷତି କ’ଣ?

୧୯୧୭ରୁ ୧୯୯୦, ୭୩ ବର୍ଷ ଭିତରେ କମ୍ୟୁନିଜମ୍‌ ଯୁଗ ସରିଗଲା। ବିଫଳ ହେଲା ବୋଲି କହିବା ନାହିଁ, କି ଅକାଳ ମୃତ୍ୟୁ କହିବା ନାହିଁ। ୧୯୬୦ ଦଶକରେ ଆରମ୍ଭ ହୋଇଥିବା ଘରୋଇକରଣ ପ୍ରକ୍ରିୟାର ୭୦ ବର୍ଷ ପୂରିଲା ବେଳକୁ, ୨୦୩୦ ସୁଦ୍ଧା ଯଦି ଘରୋଇକରଣର ଅକାଳ ମୃତ୍ୟୁ ହୋଇ ନ ଥାଏ, ତେବେ ରାଜନୀତି ସ୍ଥାନରେ ଅର୍ଥନୀତି କାମ କରିବ। ପଲିଟିକ୍ସ ୱିଲ୍‌ ୱିଦର୍‌ ଆୱେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ବିଶୃଙ୍ଖଳାକୁ ଆୟତ୍ତ କରିବା ଲକ୍ଷ୍ୟରେ ବିଲାତ ସରକାର ଦେଶର ଅର୍ଥନୀତିକୁ ନିୟନ୍ତ୍ରଣ କଲା ଭଳି ଶୀର୍ଷରେ ଥିବା ଶିଳ୍ପ ବା ସେବାଗୁଡ଼ିକୁ ରାଷ୍ଟ୍ରାୟତ୍ତ କରିନେଲା। ଆମ ଦେଶର ସରକାର ବି ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସେୟା କଲା। ରେଳବିଭାଗ, ଇସ୍ପାତ ଶିଳ୍ପ, କୋଇଲା ଉତ୍ତୋଳନ, ଜାହାଜ ନିର୍ମାଣ, ପରିବହନ ତଥା ଜନସାଧାରଣଙ୍କ ସେବାକାରୀ ସଂସ୍ଥା (ପବ୍ଲିକ୍‌ ୟୁଟିଲିଟିଜ୍‌)କୁ ରାଷ୍ଟ୍ରାୟତ୍ତ କରିନେଲା। କିନ୍ତୁ ନାଗରିକର ମଙ୍ଗଳ ଆଳରେ ସେଗୁଡ଼ିକ ଶ୍ରମିକ ସଂଗଠନର ସ୍ବାର୍ଥକୁ ବେଶି ଜଗିଲା, ଗ୍ରାହକର ସେବା ଉପେକ୍ଷିତ ହୋଇପଡ଼ିଲା। କାଳକ୍ରମେ ସେଗୁଡ଼ିକରେ କ୍ଷତି ବଢ଼ିଲା। କର୍ମଜୀବୀ ତଥା ଅଧିକାରୀମାନେ ଭଲ କାମ କରିବା ଲାଗି ପ୍ରେରଣା ପାଇଲେ ନାହିଁ, କାମିକା ଲୋକ ଭିତରେ ନୂଆ କିଛି କରି ଦେଖାଇବାର ଇଚ୍ଛା ବା ସାମର୍ଥ୍ୟ ମଉଳିଗଲା। କାମ କରିବାର ଇଚ୍ଛା ନୁହେଁ, ମଜୁରି ନେବାର ନିଶା ଘାରିଲା, ଲେବର୍‌ ୟୁନିୟନ ତାକୁ ସମର୍ଥନ କଲା। ଲୋକେ କହିଲେ, ବିଶେଷତଃ ମାର୍କିନ୍‌ ଲୋକେ କହିଲେ, ଯଦି କୌଣସି ଶିଳ୍ପ ବା ସେବାକୁ ନଷ୍ଟ କରିବାକୁ ଚାହଁ ତ ତାକୁ ସରକାରୀ କରିଦିଅ। ସମାଲୋଚକମାନେ କହିଲେ, ଅସ୍ତ୍ରଶସ୍ତ୍ରରେ ୱାଶିଂଟନ ହାନୋଇଠାରୁ ହଜାରେ ଗୁଣ ଖର୍ଚ୍ଚ କରି ମଧ୍ୟ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଦରିଦ୍ର ଭିଏତ୍‌ନାମଠାରୁ ହାରିବାର କାରଣ ସୈନିକମାନଙ୍କ ଚାକିରିଆ ମନୋବୃତ୍ତି। ନିଜ ମାଲିକାନାରେ କ୍ଷତି ହେଲେ ଲୋକ ଦୋକାନ ବନ୍ଦ କରିଦିଏ, ସରକାରୀ ଉଦ୍ୟୋଗ କ୍ଷତିରେ ଚାଲିଲେ ଆହୁରି ବେଶି ପଇସା ଖର୍ଚ୍ଚ କରାଯାଏ। କର୍ମବିମୁଖମାନେ ତଡା ଖାଆନ୍ତି ନାହିଁ, ସେମାନେ ଷ୍ଟ୍ରାଇକ୍‌ କଲେ ସରକାର ମୁଣ୍ଡ ନୁଆନ୍ତି, ସରକାରୀ ସଂସ୍ଥାମାନ ଉପତ୍ାଦନର କାରଖାନା ନ ହୋଇ କର୍ମଯୋଗାଣର କେନ୍ଦ୍ର ହୋଇଯାଏ। କେବଳ ଉପତ୍ାଦନକାରୀ ଶିଳ୍ପ ନୁହେଁ, ସେବାପ୍ରଦାନକାରୀ ସଂସ୍ଥାମାନେ ବି ଯଥାଯଥ ସୁବିଧା ଯୋଗାନ୍ତି ନାହିଁ। ଶେଷରେ ରାଜକୋଷ କର୍ମଚାରୀଙ୍କ ଦରମା ପାଇଁ ଯଥେଷ୍ଟ ହୁଏ ନାହିଁ, ଯେପରି ଓଡ଼ିଶାରେ ଅତୀତରେ ଘଟିଥିଲା। 

ଏହାର ଉତ୍ତରରେ ଆମେରିକାର ଚିନ୍ତାଜୀବୀମାନେ, ବିଶେଷତଃ ନିର୍ବାଚନ ଖର୍ଚ୍ଚ ଉଠାଇବାର ଉପାୟ ଖୋଜୁଥିବା ନେତାମାନେ ପୁଞ୍ଜିବାଦର ନୂଆ ରୂପ ବାଢ଼ିଲେ- ବଜାରର ନିୟମ ହିଁ ଶାସନକୁ ଚଳାଇବ। ସେ ଦେଶର ଜେଲ ବ୍ୟବସ୍ଥାର ଉଦାହରଣ ଦେଖନ୍ତୁ, ପ୍ରତି ବନ୍ଦୀ ପିଛା ବର୍ଷକୁ ପ୍ରାୟ ୨୦,୦୦୦ ଡଲାର ଖର୍ଚ୍ଚ ହେଉଛି, କିନ୍ତୁ ବନ୍ଦୀ କେବେ ସୁଧୁରୁ ନାହିଁ, ଜେଲରୁ ଫେରି ପୁଣି ଅପରାଧ କରୁଛି। ବିଂଶ ବୟସ୍କଟିଏ ଜେଲ ଗଲେ ଜୀବଦ୍ଦଶାରେ ଘରକୁ ଫେରିବାର ସମ୍ଭାବନା ଖୁବ୍‌ କମ୍‌। ଅନ୍ୟପକ୍ଷରେ ଶାସକ ଦଳର ନେତା ସହ ସମ୍ପର୍କ ରଖିଥିଲେ, ଜେଲ ଅଧିକାରୀ ଖୁସି ହେଲେ, ଜେଲ ତ ଡାକବଙ୍ଗଳା ବା ସର୍କିଟ୍‌ ହାଉସ୍‌ ହୋଇପଡୁଛି। ତେଣୁ ଆମେରିକାରେ ଜେଲ ବ୍ୟବସ୍ଥା ବଦଳିଲାଣି।

ଆଉ ଗୋଟିଏ ଉଦାହରଣ ପୌରପାଳିକାର ପରିମଳ ପରିଚାଳନା। ସହରର ସ୍ବାସ୍ଥ୍ୟରକ୍ଷା ଦାୟିତ୍ୱ ବେସରକାରୀ ଉଦ୍ୟୋଗୀଙ୍କୁ ଦିଆଯାଉଛି। ଏକ ପକ୍ଷରେ ସହର ଆଗ ଭଳି ଅପରିଷ୍କାର ରହୁନାହିଁ କି ପ୍ରଦୂଷଣ ବଢୁନାହିଁ, ଅନ୍ୟପକ୍ଷରେ ଆବର୍ଜନା ସଫା ଆଳରେ ଗଢ଼ିଉଠିଥିବା ମାଫିଆରାଜ କମି କମି ଯାଉଛି। ପୌର ନିର୍ବାଚନରେ ଟେଣ୍ଡର ହେଲେ ଯେଉଁ ବ୍ୟକ୍ତି ବା ସଂସ୍ଥା ତା’ର ନିର୍ବାଚନୀ ଟେଣ୍ଡରରେ ଅନ୍ୟ ପ୍ରତିଯୋଗୀ ତୁଳନାରେ ଶତକଡା ହିସାବରେ ବେଶି ଭାଗ ଆବର୍ଜନା ଓ ନର୍ଦ୍ଦମା ସଫା କରିବ, ସମ୍ପତ୍ତି ଟିକସ ଓ ଅନ୍ୟ ପ୍ରକାରର ମ୍ୟୁନିସିପାଲ୍‌ ଟିକସ ଆଦିରେ ବେଶି ଶତାଂଶ କମାଇବ, ସାହି ସାହି ଗଣ୍ଡଗୋଳକୁ ଅଧିକ କମାଇବ, ରାସ୍ତାଘାଟରେ ଅପରାଧ ପରିମାଣ ବେଶି କମାଇବ, ତାକୁ କମିଶନ ବାଛିବେ। ଏକ ସ୍ବାଧୀନ ଅଡିଟ୍‌ ସଂସ୍ଥା ସବୁ କାମର ସମୀକ୍ଷା କରିବ, ଯଦି ପ୍ରତିଶ୍ରୁତି ଅନୁଯାୟୀ କାମ ହେଉ ନ ଥାଏ ଉକ୍ତ ଉଦ୍ୟୋଗୀଠାରୁ ସେ ନେଇଥିବା ଅର୍ଥ ସରକାରୀ ଭଣ୍ଡାରକୁ ଫେରିଆସିବ ଏବଂ ସେ ଜାଲିଆତି ଦୋଷରେ ଦଣ୍ଡିତ ହେବ। ଏପରି ହେଲେ ମ୍ୟୁନିସିପାଲ ନିର୍ବାଚନରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭାଗ ନେବେ।

ସବୁ ଦେଶର ପୋଲିସବାହିନୀ କମ୍ପ୍ୟୁଟରରେ ସଜ୍ଜିତ ହେଲେଣି, ତଥାପି କାହିଁକି ପୋଲିସ କାଗଜପତ୍ର ଗୋପନୀୟ ରଖାଯାଉଛି? କମ୍ପ୍ୟୁଟରରୁ ଚୋରି କରୁଥିବା ଲୋକେ (ହ୍ୟାକର୍‌ମାନେ) ସବୁ ଜାଣୁଛନ୍ତି ତ ଲୋକେ ଅପରାଧୀମାନଙ୍କ ବିବରଣୀ ଜାଣିଲେ କ୍ଷତି କ’ଣ? ଆମ ନିର୍ବାଚନରେ ପ୍ରାର୍ଥୀମାନେ ତ ଶପଥପାଠ ଓ ମିଡିଆ ବିଜ୍ଞାପନରେ ନିଜର ଅପରାଧପ୍ରବଣତାର ତଥ୍ୟ ଯୋଗାଉଛନ୍ତି! ବରଂ ସାମାଜିକ ବାସନ୍ଦ ଭୟ ଅପରାଧ କରିବାର ଇଚ୍ଛାକୁ ରୋକିବ। ବ୍ୟକ୍ତି ସ୍ବାଧୀନତା ପ୍ରବର୍ତ୍ତକମାନେ ସମାଲୋଚନା କରିବେ, କହିବେ କେତେଗୁଡିଏ ଅପରାଧ ଲୋକେ ଜାଣିବା ଉଚିତ ନୁହେଁ। ଆଜି ନ ହେଲେ କାଲି ତ ଲୋକେ ଜାଣିବେ, ‘ଲୋକେ ଜାଣିବେ’ ଏ ଭୟ ଅପରାଧପ୍ରବଣ ଲୋକକୁ ଅପରାଧ କରିବାରୁ କ୍ଷାନ୍ତ କରିବ, ଅପରାଧୀକୁ ପ୍ରଶ୍ରୟ ଦେଉଥିବା ଦଳର ନେତା ବି ବଦନାମ ହେବେ। 

ମଧ୍ୟସ୍ଥ ବା ଓକିଲ ବ୍ୟବସ୍ଥା ଉଠିଯିବ- ଦେବାଳୟରେ ଓ ବିଚାରାଳୟରେ। ପଇସା ଥିବା ମାନେ ଧର୍ମ ଅଛି ଓ ନ୍ୟାୟ ଅଛି - ଏ ଧାରଣା ଉଠିଯିବ। ଦେଶର ଆଇନର ତର୍ଜମା କମ୍ପ୍ୟୁଟରରୁ ମିଳିବ, ନିଜ କମ୍ପ୍ୟୁଟରରୁ ଦେଖି ଆସାମୀ ବା ପ୍ରତିପକ୍ଷ ନିଜେ ମକଦ୍ଦମା ଲଢ଼ିବ, କମ୍ପ୍ୟୁଟର ପ୍ରତ୍ୟେକ ସନ୍ଦେହର ଓ ପ୍ରଶ୍ନର ଉତ୍ତର ଦେବ, କମ୍ପ୍ୟୁଟରକୁ ସମସ୍ତ ପ୍ରମାଣ ଯୋଗାଇ ଅପରାଧୀ ଜାଣିପାରିବ ସେ ଦେଉଥିବା ସଫେଇ କୋର୍ଟରେ ଚଳିବ କି ନାହିଁ। ନ ଚଳିବ ଜାଣିଲେ ସିଏ ଆରମ୍ଭରୁ ଦୋଷ ସ୍ବୀକାର କରିନେବ; ତେଣୁ ତାକୁ କମ୍‌ ଦଣ୍ଡ ମିଳିବ, କୋର୍ଟ କଚେରିର ସମୟ ବଞ୍ଚିବ, ଦେଶର ତହବିଲରୁ ଖର୍ଚ୍ଚ କମିବ। 

ରାଜନୀତିର ପାରିବାରିକୀକରଣ ବଦଳରେ ଠିକାଦାରୀକରଣ ବରଂ ଭଲ। ତା’ ହେଲେ ୨୦୩୦ ବେଳକୁ ରାଜନୈତିକ ଦଳଗୁଡ଼ିକ ଇସ୍ତାହାର ବଦଳରେ ଟେଣ୍ଡର ପକାଇବେ  ନିର୍ବାଚନ କମିଶନଙ୍କ ଅଫିସରେ। ସବୁଠାରୁ କମ୍‌ ଟିକସ, ସବୁଠାରୁ ବେଶି ପରିମାଣର ନିଶ୍ଚିତ ରୋଜଗାର, ଅଶାନ୍ତି ଓ ବିଶୃଙ୍ଖଳାକୁ ଶୂନ ଶତାଂଶକୁ ହ୍ରାସ ଭଳି ନିବିଦା ବା ଟେଣ୍ଡର ଦେଇଥିବା ଦଳର ସୁପ୍ରିମୋଙ୍କୁ କମିଶନ ବାଛିବେ। ବିଭିନ୍ନ ଶ୍ରେଣୀର ନାଗରିକଙ୍କୁ ଆବଶ୍ୟକତା ଅନୁସାରେ ସର୍ବାଧିକ ସେବା ଦେବ କିନ୍ତୁ ସର୍ବନିମ୍ନ ଟିକସ ବସାଇବ- ତାହାର ପରିମାଣ ଟେଣ୍ଡରରେ ସୂଚାଯାଇଥିବ। ସର୍ତ୍ତ ରକ୍ଷାକରି ନ ପାରିଲେ, ଯାହାକୁ ଏକ ନିରପେକ୍ଷ ଅଡିଟ୍‌ ସଂସ୍ଥା ଯାଞ୍ଚ କରିବ, ରାଜନୈତିକ ଦଳ ରାଷ୍ଟ୍ରକୁ କ୍ଷତିପରୂରଣ ଦେବ। ଏବେ ରାଜନୀତିକୁ ପରିବାରର ବ୍ୟବସାୟ ବୋଲି ଭାବିଥିବା ନେତାଏ ସେତେବେଳେ ରାଷ୍ଟ୍ରର ଲାଭକ୍ଷତି ଦୃଷ୍ଟିରୁ ସରକାର ଚଳାଇବେ, କଣ୍ଟ୍ରାକ୍ଟ ପଲିଟିସିଆନ୍‌ ଚୁକ୍ତିର ଖିଲାପ କଲେ କ୍ଷତିପୂରଣ ଦେବା ସହ ଜେଲ ଯିବେ, ଜେଲ ପରିଚାଳନାରେ ବେଶ୍‌ ସଫଳ ହୋଇଥିବା ଠିକାଦାର ପାଖରେ ରାଷ୍ଟ୍ର ଚଳାଇବାର କାଇଦା ବା ସ୍କିଲ୍‌ ଶିଖିବେ। 

ଇ-ମେଲ୍‌: sahadevas@yahoo.com

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri