ସମ୍ପାଦକୀୟ |

ସମର କୋର୍ସ

 ସମର କୋର୍ସ

ସୁଧିରାଜ ରାଉତ

ଛୋଟିଆ ସହରରେ ମାଟ୍ରିକ ପରୀକ୍ଷା ସରି ନ ଥାଏ। ତିନୋଟି ସ୍ଥାନରେ ସମର କୋର୍ସ ପାଇଁ ବଡ଼ ବଡ଼ ପୋଷ୍ଟର ଲଗାହୋଇଥିବା ଓ କାନ୍ଥ ବାଡ଼ରେ ପାମ୍ପଲେଟ ଛାଇ ହୋଇଯାଇଥିବା ଦେଖିଲି। ଏଇ ସମର କୋର୍ସ କ’ଣ? ଏହା ଆମ ପିଲାଙ୍କ ଜୀବନ ଓ ସମାଜକୁ ପ୍ରଭାବିତ କରୁଛି। ଆମେ କେତେ ଭାବରେ ପିଲାଙ୍କୁ ବୁଝାଇଛୁ- ଦେଖ ଏ ବର୍ଷ ମାଟ୍ରିକ ପରୀକ୍ଷା ଜୀବନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପିଲା ତା’ ଇଚ୍ଛାରେ ହେଉ ଅବା ଆମ ଇଚ୍ଛାରେ ନିଜ ଆବେଗ ଆନନ୍ଦ ସବୁକୁ ରଖିଦେଇ, ଖେଳ, ସାଙ୍ଗସାଥୀ ସବୁ ଛାଡ଼ି ବର୍ଷତମାମ ପରୀକ୍ଷା ପାଇଁ ଲାଗିପଡ଼ିଲା। ପରୀକ୍ଷା ସରିବାର ସପ୍ତାହେ ହୋଇନାହିଁ, ତାକୁ ଏବେ ସମର କୋର୍ସ କରିବାକୁ ପଠାଇବା ପାଇଁ ଘରେ ଘରେ ଯୋଜନା ହେଉଛି। ପାଠ ନାମରେ ଦୋକାନ ଖୋଲିଥିବା ଅନୁଷ୍ଠାନଗୁଡ଼ିକ ମାଛ ଧରିବା ଭଳି ଜାଲମାନ ପାତି ବସିଛନ୍ତି। ଏହାର ପରିଣାମ କେତେ ଯେ ନକାରାତ୍ମକ ତାହା ହୁଏ ତ ଆମେ ଦେଖିପାରୁନୁ ଅବା ନ ଦେଖିବାର ଅଭିନୟ କରୁଛୁ କେଉଁ ରଙ୍ଗିନ ଭବିଷ୍ୟତର ସପ୍ନରେ।

ପିଲାଙ୍କ ମନୋବିଜ୍ଞାନକୁ ନ ବୁଝି ଆଜି ଆମେ ତାଙ୍କୁ ତଥ୍ୟଘୋଷା ଶୁଆରେ ପରିଣତ କରୁଛୁ। ଆମର ଏହି ବର୍ବରତା ପାଇଁ ପିଲାଙ୍କ ଅବଚେତନରେ ଠୁଳ ହେଉଥିବା ଅସନ୍ତୋଷର ପ୍ରତିକ୍ରିୟା ହେଉଛି- ପିଲାଟି ବଡ଼ ହେବା ପରେ, ନିଜେ ସ୍ବାଧୀନ ଭାବେ ବଞ୍ଚି ଶିଖିବା ପରେ ମାଆବାପାଙ୍କୁ ହତାଦର କରୁଛି। ଆଜି ବହୁପିଲା ଟିକେ ବଡ଼ ହେବା, ସ୍ବାଧୀନତା ପାଇବା ପରେ ନିଶାଗ୍ରସ୍ତ ହେଉଛନ୍ତି କାହିଁକି? ଉତ୍ତର ସହଜ- ଯେଉଁ ଆନନ୍ଦରୂପୀ ଜୀବନ ଆଧାରରୁ ପିଲାଟିକୁ ବଞ୍ଚିତ କରିଥିଲୁ ତାହା ସେ ମଦନିଶାରେ ଖୋଜୁଛି। ପ୍ରକୃତ ଆନନ୍ଦ, ସ୍ବାଭାବିକ ଜୀବନ ଛନ୍ଦ ସହ ଯଦି ପିଲାଟି ଯୁକ୍ତ ହୋଇ ନ ପାରେ ଏହିଭଳି କୃତ୍ରିମ ଆନନ୍ଦ ମଧ୍ୟରେ ନିଜକୁ ନଷ୍ଟ କରିଦିଏ। ଆନନ୍ଦ ଏକ ବ୍ୟାପକ, ଗଭୀର ଶବ୍ଦ। ଯାହାର ସହଜ ଅର୍ଥ- ଯେଉଁଠି ଜୀବନ ମୋଟେ ବୋଝ ହୋଇ ନ ଥାଏ, ସମୟ ଚାପ ହୋଇ ନ ଥାଏ। ମନେକର ମୁଁ ଚିତ୍ର କରୁଛି, ଚିତ୍ର ଅଙ୍କାରେ ଏଭଳି ହଜିଯାଇଛି ଯେ ମୋ ଅସ୍ତିତ୍ୱ ଭୁଲିଛି, ଭୁଲିଛି ସମୟର ଚାପ। ଏହିଭଳି ମୁହୂର୍ତ୍ତ ସବୁ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଦର୍ଶନ, ନୂତନ ବିଜ୍ଞାନ ଓ କାଳଜୟୀ କାବ୍ୟକୁ ଜନ୍ମଦେଇଛି। ଆଜି ଆମେ ପିଲାଙ୍କୁ ପାଠ ନାମରେ ପିଲାଙ୍କ ଉପରେ ଅସହ୍ୟ ଚାପ ଓ ବୋଝ ଲଦିଦେଉଛୁ। ସମର କୋର୍ସ ଏହାର ସର୍ବୋତ୍ତମ ଉଦାହରଣ। େ

ମୁଁ ଯେଉଁଠି ରହେ ସେଇଠୁ ସ୍କୁଲ ଖୁବ୍‌ ନିକଟ। ସ୍କୁଲର ଘଣ୍ଟାଶବ୍ଦ ମୋତେ ଶୁଭେ। କିନ୍ତୁ ଯେଉଁ ସମୟରେ ଛୁଟିଘଣ୍ଟା ବାଜେ, ଏକ ଆନନ୍ଦ ଉଲ୍ଲାସର ବହଳିଆ ତରଙ୍ଗକୁ ମୁଁ ମୋ ଘରେ ବସି ଛୁଇଁପାରେ। ସମର କୋର୍ସକୁ ପିଲାଙ୍କୁ ପଠାଉଥିବା ବେଳେ ଆମେ ଏଇ କଥାଟିକୁ ମନେପକାଇବା ସ୍କୁଲ ଛୁଟି ହେଲେ ପିଲାର ଖୁସି, ଆନନ୍ଦ ଆମକୁ କ’ଣ କହୁଛି? ସେ ଏବେ ସାଙ୍ଗ ସହ ଖେଳିବ, ବାୟାଚଢ଼େଇ କେମିତି ବସା ବାନ୍ଧୁଛି ଦେଖିବ, ଗୁଡ଼ି ଉଡ଼ାଇ ନିଜେ ଗୁଡ଼ି ହୋଇଉଡ଼ିବ, ସନ୍ଧ୍ୟାରେ ନୀଡ଼କୁ ଫେରୁଥିବା ପକ୍ଷୀଙ୍କୁ ଦେଖି ଆତ୍ମହରା ହେବ... ଏହା ହିଁ ତ ଆନନ୍ଦ। ଯେଉଁଠି ନିଜର ଅସ୍ତିତ୍ୱ ପିଲାଟି ଭୁଲିଥାଏ ଏବଂ ସମୟର ଚାପ...। ବହୁ ଗବେଷଣାରୁ ଏହା ପ୍ରମାଣିତ ଯେ, ଏହିଭଳି ଜୀବନ ପିଲାଟିକୁ ଏକ ସୁସ୍ଥ, ଦାୟିତ୍ୱବାନ୍‌ ପ୍ରେମପୂର୍ଣ୍ଣ ଜୀବନ ଦେଇଥାଏ। ମାନବତାର ମହାନ୍‌ ଶିକ୍ଷକ ଲିଓ ଟଲଷ୍ଟୟଙ୍କର ବହୁ ମୂଲ୍ୟ ପ୍ରଶ୍ନଟିଏ ମନେ ପଡୁଛି- ପିଲାଟି ଶ୍ରେଣୀଗୃହର ବ୍ଲାକ୍‌ବୋର୍ଡରୁ ବେଶି ଶିଖେ ନା ଶ୍ରେଣୀଗୃହ ଝରକା ବାହାରେ ଯେଉଁ ପୃଥିବୀ ତାକୁ ଡାକୁଛି ସେଠୁ ବେଶି ଶିଖେ? ପିଲାଟିକୁ ସମର କୋର୍ସକୁ ପଠାଇବା ପୂର୍ବରୁ ପ୍ରତିଟି ମା’ ବାପା ଏଇ ପ୍ରଶ୍ନ ନିଜକୁ ଅନେକ ଥର ପଚାରିବା ଆବଶ୍ୟକ। 

ଆଉ ଏକ ଗବେଷଣା ଆପଣମାନଙ୍କ ନିଦ ଭାଙ୍ଗିବାକୁ କହୁଛି- ଅତିରିକ୍ତ ପାଠ ବୋଝ ପିଲାମାନଙ୍କ ଉପରେ କିଭଳି ପ୍ରଭାବ ପକାଏ ତାହା ଜାଣିବା ପାଇଁ କିଛି ପିଲାଙ୍କୁ ବଛାଗଲା, ଯେଉଁମାନଙ୍କୁ ପାଠ-ଟ୍ୟୁଶନ-ପାଠ ଛଡ଼ା ଆଉ କୌଣସିଥିରେ ସୁଯୋଗ ଦିଆଯାଏ ନାହିଁ। ଖେଳିବା, ଅନ୍ୟ ପିଲାଙ୍କ ସହ ସାଥିହେବା, ପ୍ରକୃତି ସହ ମିଶିବା ସେମାନଙ୍କ ଜୀବନରେ ମୋଟେ ଜୁଟେ ନାହିଁ। ଏହି ପିଲାଙ୍କୁ ମେଳିକରି ସେମାନଙ୍କ ଗହଣରେ ଦୁଇଟି କୁକୁରଛୁଆ ଛଡ଼ାଗଲା, ଦେଖାଗଲା କେଉଁ ପିଲା କୁକୁର ଛୁଆଟିର କାନକୁ ମୋଡ଼ିଦେଉଛି, ଆଉ କିଏ ଲାଞ୍ଜକୁ ଟାଣିଦେଇ ଖୁସି ହେଉଛି। ଛୁଆକୁକୁର ଦୁଇଟି କେଁ କେଁ ହେଲେ ପିଲାମାନେ ହସି ଉଠୁଛନ୍ତି। ପୁଣି କିଏ ମୁଠାଏ ଧୂଳି ସେମାନଙ୍କ ଉପରେ ପିଙ୍ଗିଦେଉଛି ଆଉ କିଏ କହୁଛି- ଛିଛି କୁକୁର ଛୁଆକୁ ଛୁଅଁନାହିଁ। ଏଇ ପରୀକ୍ଷା ପାଇଁ ପୁନଶ୍ଚ ଆଉ କିଛି ପିଲାଙ୍କୁ ବଛାଗଲା ଯେଉଁମାନେ ପାଠ ସହ ଖେଳକୁଦ ପାଇଁ ଓ ପ୍ରକୃତି ସହ ମିଶିବାକୁ ସୁଯୋଗ ପାଆନ୍ତି। ସେହି ପିଲାଙ୍କ ମେଳିରେ ଉକ୍ତ କୁକୁରଛୁଆ ଦୁଇଟିକୁ ଛଡ଼ାଗଲା, ଦେଖାଗଲା- ପିଲାଙ୍କ ଭିତରେ କି ଅପୂର୍ବ ଖୁସି, କିଏ ଆଉଁଷି ଦେଉଛି, କିଏ ନିଜ ବ୍ୟାଗ୍‌ରୁ ବିସ୍କୁଟ କାଢ଼ି ଖୁଆଉଛି, କିଏ କହୁଛି ଏ ଦୁହିଁଙ୍କ ମା’ କୁଆଡ଼େ ଗଲା, ଏମାନେ ଖାଇବେ କ’ଣ? ଏହି ଗବେଷଣାର ପରିଣାମକୁ ପଢ଼ିବା ପରେ ମଧ୍ୟ କ’ଣ ଆପଣଙ୍କ ପିଲାକୁ ଏହି ଛୁଟି ଦୁଇମାସ ତା’ର ଇଚ୍ଛାରେ ଜୀବନ ବଞ୍ଚିବାକୁ ନ ଦେଇ ଦୋକାନ ଖୋଲିଥିବା ଶିକ୍ଷା ବେପାରୀଙ୍କ ପଞ୍ଝାରେ ଛାଡ଼ିବାକୁ ବିଚାର କରିବେ? ପିଲାଟି ଛୁଟିରେ ତା’ ଇଚ୍ଛାରେ ବଞ୍ଚୁ, ମାମୁଘର, ମାଉସୀଘର ଯାଉ, ସାଙ୍ଗସାଥୀଙ୍କ ମେଳରେ ସମୟ କାଟୁ, ପ୍ରକୃତି ସହ ମିଶୁ।  ଏଥିରେ ସଭିଙ୍କର ମଙ୍ଗଳ। 

ଇନ୍ଦ୍ରାବତୀ, ନବରଙ୍ଗପୁର, ମୋ- ୯୪୩୭୬୪୧୪୧୩

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri