ରାଜ୍ୟ | ସମ୍ବଲପୁର

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ବିଜେଡି, ଭାଜପା ସମେତ ନାମାଙ୍କନପତ୍ର ଦାଖଲ କଲେ ୯ ପ୍ରାର୍ଥୀ

ରାଉରକେଲା ଅଫିସ,୨୫।୩: ସୁନ୍ଦରଗଡ଼ ଲୋକ ସଭା ଏବଂ ଏହା ଅଧୀନ ୭ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ମାର୍ଚ୍ଚ ୨୬ ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ସୋମବାର ସକାଳୁ ଷ୍ଟିଲ୍‌ ସିଟିର ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ରହିଥିଲା। ପ୍ରମୁଖ ରାଜନୈତିକ ଦଳ ଭାଜପା ଓ ବିଜେଡି ସମେତ ମୋଟ ୯ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ସୋମବାର ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ରଘୁନାଥପାଲି ବିଧାନସଭା କ୍ଷେତ୍ର ପାଇଁ କୋଶଳ ଜନତା ଦଳ (କେଜେଡି) ପ୍ରାର୍ଥୀ ବିଶ୍ୱକର୍ମା ବାଗ ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଥିଲେ। ପରେ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ସ୍ବାଧୀନ ପ୍ରାର୍ଥୀ ହର୍ଷିଦା ବାନୋ ଓ ପୀତବାସ ମିଶ୍ର ନାମାଙ୍କନପତ୍ର ଦାଖଲ କରିଥିଲେ। ରାଉରକେଲା ଆସନ ପାଇଁ କେଜେଡି ପ୍ରାର୍ଥୀ ଭାବେ ସୁରମା ମିଶ୍ର ନାମାଙ୍କନ ଭରିଥିଲେ। ପରେ ବିଜେଡି ପକ୍ଷରୁ ରାଉରକେଲା ଆସନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଆର୍‌ଡିଏ ଅଧ୍ୟକ୍ଷ ସାରଦା ନାୟକ ଓ ରଘୁନାଥପାଲି ଆସନ ପାଇଁ ବିଧାୟକ ସୁବ୍ରତ ତରାଇ ସେମାନଙ୍କ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ସାରଦା ଓ ସୁବ୍ରତ ପୃଥକ ଭାବେ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏମାନଙ୍କ ସମର୍ଥକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ସାରଦା ବିର୍ସା ଛକରୁ ଶୋଭାଯାତ୍ରାରେ ଆସିଥିବାବେଳେ ସୁବ୍ରତ ଆର୍‌ଏମ୍‌ସି କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ସିଂହାସିନୀ ମନ୍ଦିର ନିକଟରୁ ବାହାରିଥିବା ଶୋଭାଯାତ୍ରରେ ସାମିଲ ହୋଇଥିଲେ। ଏମାନଙ୍କ ବ୍ୟତୀତ ରଘୁନାଥପାଲି ପାଇଁ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଭାବେ ସୁନିଲ କାରୁଆ ନାମାଙ୍କନ ଭରିଛନ୍ତି। ସେହିଭଳି ଭାଜପା ପକ୍ଷରୁ ରାଉରକେଲା ଆସନ ପାଇଁ ନିହାର ରାୟ ଏବଂ ରଘୁନାଥପାଲି ପାଇଁ ଜଗବନ୍ଧୁ ବେହେରା ସେମାନଙ୍କ ସମର୍ଥକ, ଶୁଭେଚ୍ଛୁ ତଥା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରାର୍ଥୀଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ବ୍ୟତୀତ ଅନ୍ୟ କାହାକୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଛଡ଼ାଯାଇ ନ ଥିଲା। ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟିରୁ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାକୁ ମଧ୍ୟ ସିଲ୍‌ କରିଦିଆ ଯାଇଥିଲା। ନାମାଙ୍କନର ଶେଷ ଦିନ ଅର୍ଥାତ ମଙ୍ଗଳବାର ରଘୁନାଥପାଲି ସଂରକ୍ଷିତ ଆସନରୁ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଓ ରାଉରକେଲା କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତି ପ୍ରମୁଖ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ପ୍ରାର୍ଥିପତ୍ର ଦାଖଲ ପରେ ନିର୍ବାଚନ ପ୍ରଚାର ଜୋର୍‌ ଧରିବ ବୋଲି ଆଶା କରାଯାଉଛି।

All Right Reserved By

ରାଜ୍ୟ | ସମ୍ବଲପୁର

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ ତହସିଲର ବିଭିନ୍ନ ସମସ୍ୟା ସମାଧାନ ଦାବି : ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହେଲା ଓକିଲ ସଂଘ

ଜୁନାଗଡ,୧୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ତହସିଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଶୁକ୍ରବାର ଜୁନାଗଡ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। 

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡ୍‌, ପୋଲିସର ମିଳିତ ଚଢାଉ: ୭ ଗିରଫ

ଭୋଗରାଇ,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଭିନ୍ନ ସ୍ଥାନରୁ ଶୁକ୍ରବାର ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ ଓ ପୋଲିସ ଫୋର୍ସ ଅଚାନକ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୭ଜଣ ଚୋରା ମଦ ବିକ୍ରେତାଙ୍କୁ ଗିରଫ କରିଛନ୍ତି। 

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

‘ଜିତିଲେ ୩ ବର୍ଷ ମଧ୍ୟରେ ହେବ ବିକାଶ’

ପଦ୍ମପୁର, ୧୯।୪ (ଡି.ଏନ.ଏ.) - ଭଦ୍ରକ ବ୍ଲକ ଅଧୀନ ସାବରଙ୍ଗଠାରେ ବିଜେଡିର ବିଧାନସଭା ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରୋଡ୍‌ ଶୋ କରି ନିର୍ବାଚନ ପ୍ରଚାର କରିଛନ୍ତି। 

ଖଜଣା ଦେଇ ଚିନ୍ତାରେ ଚାଷୀ

ଖଜଣା ଦେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୧୯।୪(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସିଲିସୁଆଁ ଗ୍ରାମର ଚାଷୀମାନେ ବିନା କାରଣରେ ଜଳ କର ଓ ଜମି ଖଜଣା ଦେଉଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ରେଳପଥ ନିର୍ମାଣ ପାଇଁ ଜମି ଦେଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ଭୋଟଗ୍ରହଣ କରାଯାଇଥିଲା। ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଘସିପୁରା, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି, କଂଗ୍ରେସର ପ୍ରଚାର: ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଆନନ୍ଦପୁର,୧୯।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୩ରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ହେବ।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ବ୍ରହ୍ମଗିରି,୧୯।୪(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ଶୋ’ କରିଛନ୍ତି। ପୂର୍ବାହ୍ନ ୧୧.୪୫ରେ ସାତପଡ଼ାରୁ ବାହାରି ବ୍ରହ୍ମଗିରି ଦେଇ ପୁରୀ ଅଭିମୁଖେ ଗସ୍ତ କରିଥିଲେ। 


Model This Week

କ୍ରିଷ୍ଣା
Why Dharitri