ରାଜ୍ୟ | ବାଲେଶ୍ୱର

ମୁଣ୍ଡା ସମ୍ପ୍ରଦାୟର ବାଆବଙ୍ଗା ପରବ: ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବି ଗୁରୁତ୍ୱ

ମୁଣ୍ଡା ସମ୍ପ୍ରଦାୟର ବାଆବଙ୍ଗା ପରବ:  ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବି ଗୁରୁତ୍ୱ

ବାରିପଦା ଅଫିସ,୨୪।୩- ଶିମିଳିପାଳ ମୁଣ୍ଡାରୀ ସଙ୍ଗୀତ ନୃତ୍ୟ କଳାବିକାଶ କେନ୍ଦ୍ର ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲା ଶାମାଖୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼କୁଚିଆମରା ଗ୍ରାମରେ ମୁଣ୍ଡା ସମାଜର ବାଆବଙ୍ଗା ପରବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମୁଣ୍ଡା ସମ୍ପ୍ରଦାୟର ବହୁ ପୁରୁଷ ଓ ମହିଳା ପାରମ୍ପରିକ ବସ୍ତ୍ର ପରିଧାନ କରି ନିକଟସ୍ଥ ଶାଳ ଜଙ୍ଗଲରୁ ପବିତ୍ର ଶାଳଫୁଲ ସଂଗ୍ରହ କରି ପୂଜାପୀଠକୁ ସଜାଇଥିଲେ। ପରେ ପୂଜକ ରଣଜିତ ସିଂ, ନିଦରାଏ ସିଂ, ବୁଧୁରାମ ସିଂଙ୍କ ସମେତ ୧୫ଜଣ ପାହାନଗୁରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଶାଳଫୁଲକୁ ଇଷ୍ଟଦେବତା ସିଙ୍ଗବଙ୍ଗା, ବୁରୁବଙ୍ଗା, ଗ୍ରାମ ଠାକୁରାଣୀଙ୍କୁ ଅର୍ପଣ କରି ପୂଜା କରିଥିଲେ। ଏହି ଅବସରରେ ଆୟୋଜିତ ନୃତ୍ୟଗୀତରେ ପୂଜାସ୍ଥଳୀ ମୁଖରିତ ହୋଇଉଠିଥିଲା ା 

ପୂଜାର୍ଚ୍ଚନା ପରେ ବାଆବଙ୍ଗାର ମୁଖ୍ୟ ସଂଯୋଜକ ତଥା ଭାତରମୁଣ୍ଡା ସମାଜର ଓଡ଼ିଶା ରାଜ୍ୟ ସଭାପତି ରବୀନ୍ଦ୍ର ନାଥ ସିଂହଙ୍କ ସଭାପତିତ୍ୱରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ଗଣେଶ ସଲାଙ୍କ ଙ୍କ ସମେତ ନନ୍ଦକିଶୋର ସିଂ, ପଶ୍ଚିମବଙ୍ଗର ହିମାଂଶୁ ଶେଖର ସିଂ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ସଦସ୍ୟ ବାଙ୍କବିହାରୀ ସିଂ, ଶାନ୍ତିଲତା ସିଂ, ବାଇଧର ସିଂ, ବାସନ୍ତୀଲତା ସିଂ, ବିଲକାନପ୍ରଭୁ ଦୟାଲ ନାଗ, କାହ୍ନୁଚରଣ ସିଂ, ରାମେଶ୍ୱର ସିଂ, ମହେଶ୍ୱର ସିଂ, ବସନ୍ତ କୁମାର ସିଂ, ଅମସାର ସଭାପତି ମଙ୍ଗଲ ଚରଣ ସିଂ ପ୍ରମୁଖ ସଭାରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାଆବଙ୍ଗାର ଐତିହ୍ୟ ସାଙ୍ଗକୁ  ମୁଣ୍ଡା ସମାଜର ଭାଷା ଓ ଲିପିକୁ ସାମ୍ବିଧାନିକ ସ୍ବୀକୃତି ଦେବା ଲାଗି ଦାବି କରାଯାଇଥିଲା। ଏଥିସହ ମୁଣ୍ଡା ସମାଜରୁ ନିଶା ନିବାରଣ, କୁସଂସ୍କାର ଦୂରୀକରଣ ଓ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଏହି ବାଆବଙ୍ଗା ପରବରେ ବିଭିନ୍ନ ଗ୍ରାମରୁ ଆସିଥିବା ମୁଣ୍ଡାରୀ ନୃତ୍ୟଗୁରୁ ଓ କଳାକାର ସାମିଲ ହୋଇଥିଲେ। 

All Right Reserved By

ରାଜ୍ୟ | ବାଲେଶ୍ୱର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ନୟାଗଡ଼ ଅଫିସ/ ରଣପୁର, (ସ୍ବ.ପ୍ର.)୨୩ା୪:  ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri