ଖେଳ |

ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

 ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ

ଇପୋ (ମାଲେସିଆ), ୨୫।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ମାଲେସିଆ। ପ୍ରଥମ ମ୍ୟାଚରେ ଜାପାନକୁ ହରାଇବାପରେ ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ କୋରିଆ ସହିତ ଡ୍ର ରଖିଥିବା ଭାରତ ମଙ୍ଗଳବାର ତୃତୀୟ ଲିଗ୍‌ ମ୍ୟାଚରେ ମାଲେସିଆକୁ ଭେଟିବାକୁ ଯାଉଛି। ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଜାପାନକୁ ୨-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା ଭାରତ। ଦ୍ୱିତୀୟ ମ୍ୟାଚରେ ଅନେକ ସମୟ ପର୍ଯ୍ୟନ୍ତ ୧-୦ ଗୋଲରେ ଅଗ୍ରଣୀ ରହିଥିଲେ ହେଁ ଶେଷ ମୁହୂର୍ତ୍ତ ଗୋଲ ବରଣ ଦଳପାଇଁ ମହଙ୍ଗା ପଡ଼ିଥିଲା ଏବଂ ୧-୧ ଗୋଲରେ ମ୍ୟାଚ ଡ୍ର ରଖିବାକୁ ବାଧ୍ୟ ହୋଇଥିଲା। ଏହାକୁ ମନରେ ରଖି ଭାରତୀୟ ଦଳ ମାଲେସିଆ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବ। କାରଣ ନିକଟ ଅତୀତରେ ମାଲେସିଆ ଭାରତର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛି। ୬ ଦଳ ବିଶିଷ୍ଟ ପ୍ରତିଯୋଗିତାର ଷ୍ଟାଣ୍ଡିଂରେ ଭାରତ ତୃତୀୟ ସ୍ଥାନରେ ରହିଛି। ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଦଳ ୪ ପଏଣ୍ଟ ପାଇଛି। ମାଲେସିଆ ଏହି ତାଲିକାର ଶୀର୍ଷରେ ରହିଛି। ଦଳ ପ୍ରଥମ ମ୍ୟାଚରେ ପୋଲାଣ୍ଡକୁ ୫-୧ ଓ ଦ୍ୱିତୀୟ ମ୍ୟାଚରେ ଜାପାନକୁ ୪-୩ ଗୋଲରେ ପରାସ୍ତ କରିଛି। କୋରିଆ ୪ ପଏଣ୍ଟ ପାଇଥିଲେ ହେଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଗୋଲ ବ୍ୟବଧାନରେ ଏହି ଦଳ ଭାରତକୁ ପଛରେ ପକାଇ ଦେଇଛି। ଗତ ରବିବାର ମ୍ୟାଚରେ ଭାରତ ୨୮ତମ ମିନିଟରେ ଗୋଲ ଦେଇ କ୍ରମାଗତ ଦ୍ୱିତୀୟ ବିଜୟର ନିକଟତର ହୋଇଥିଲା। ମାତ୍ର ଶେଷ ହ୍ବିସିଲ ବାଜିବାକୁ ମାତ୍ର ୨୨ ସେକେଣ୍ଡ ସମୟ ବାକିଥିବାବେଳେ ପେନାଲ୍ଟି କର୍ନରରୁ ଗୋଲ ବରଣ କରି ବଡ଼ ସୁଯୋଗ ହାତଛଡ଼ା କରିଥିଲା। ମନପ୍ରୀତ ସିଂଙ୍କ ଦଳ ମାଲେସିଆ ବିପକ୍ଷ ମ୍ୟାଚରେ ସେହି ଭୁଲକୁ ଦୋହରାଇବାକୁ ଚାହିଁବ ନାହିଁ ନିଶ୍ଚିତ। ଗତ କିଛି ମ୍ୟାଚରେ ଭାରତର ଦୁର୍ବଳତାରୁ ମାଲେସିଆ ଫାଇଦା ଉଠାଇଛି। ଏସିଆନ ହକିରେ ଡାର୍କ ହର୍ସଭାବେ ପରିଚିତ ହେଉଥିବା ମାଲେସିଆ ମହାଦେଶୀୟ ସ୍ତରରେ ଅନେକ ବଡ଼ ଦଳକୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। 

ଅତୀତ ରେକର୍ଡ ଦେଖିଲେ ୨୦୧୦ ଗୁଆଙ୍ଗଝୋଉ ଏସିଆନ ଗେମ୍ସର ସେମିଫାଇନାଲରେ ଭାରତ ଶେଷ ମୁହୂର୍ତ୍ତ ଗୋଲ ବରଣ ଯୋଗୁ ମାଲେସିଆଠାରୁ ୩-୪ ଗୋଲରେ ପରାସ୍ତ ହୋଇଥିଲା। ଏହାର ୮ ବର୍ଷ ପରେ ସମାନ ପରିସ୍ଥିତିରେ ଭାରତ ପ୍ରତିପକ୍ଷ ମାଲେସିଆଠାରୁ ହାରିଥିଲା। ଜାକର୍ତ୍ତା ଏସିଆନ ଗେମ୍ସର ସେମିଫାଇନାଲରେ ଶେଷ ମୁହୂର୍ତ୍ତ ଗୋଲ ବରଣ ଯୋଗୁ ମ୍ୟାଚକୁ ୨-୨ରେ ଡ୍ର ରଖିବାକୁ ବାଧ୍ୟ ହୋଇଥିଲା ଭାରତ। ଏହାପରେ ଅନୁଷ୍ଠିତ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ମାଲେସିଆ ୭-୬ ଗୋଲରେ ଭାରତକୁ ପରାସ୍ତ କରିଥିଲା। ମାଲେସିଆ ଦଳର ସବୁଠାରୁ ବଡ଼ ଶକ୍ତି ହେଲେ ରୋଲାଣ୍ଟ ଓଲ୍ଟମାନ୍ସ। ଓଲ୍ଟମାନ୍ସ ଦୀର୍ଘଦିନଧରି ଭାରତୀୟ ଦଳର ହାଇପରଫରମାନ୍ସ ଡାଇରେକ୍ଟର ଓ କୋଚ୍‌ ଥିଲେ। ତେଣୁ ସେ ଭାରତୀୟ ହକି ଓ ଏହି ଦଳର କୌଶଳକୁ ଭଲଭାବେ ଜାଣିଛନ୍ତି। ଓଲ୍ଟମାନ୍ସ ଏବେ ମାଲେସିଆ ଦଳର ମୁଖ୍ୟ କୋଚ୍‌। ତେଣୁ ଭାରତ ବିପକ୍ଷ ମ୍ୟାଚରେ ଏହି ଦଳକୁ ଏହାର ସୁଫଳ ମିଳୁଛି। 

ମାଲେସିଆ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ମହମ୍ମଦ ରାଜିଏଙ୍କ ଉପରେ ଭାରତର ନଜର ରହିବ। ଏହି ୩୧ ବର୍ଷୀୟ ଖେଳାଳି ଜାକର୍ତ୍ତା ଏସିଆନ ଗେମ୍ସ ସମେତ ଭାରତକୁ ଏକାଧିକଥର ପରାଜୟ ସ୍ବାଦ ଚଖାଇଛନ୍ତି। ଚଳିତ ଟୁର୍ନାମେଣ୍ଟରେ ରହିମ ଯଦିଓ ମାତ୍ର ଗୋଟିଏ ଗୋଲ ଦେଇଛନ୍ତି ତେବେ ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ରକ୍ଷଣଭାଗ ଏବଂ ଗୋଲକିପର ପି.ଆର. ଶ୍ରୀଜେଶଙ୍କୁ ସତର୍କତାର ସହ ତାଙ୍କ ମୁକାବିଲା କରିବାକୁ ହେବ। ଏହା ବ୍ୟତୀତ ସାରି ବ୍ରଦର୍ସ(ଫିତ୍ରି ଓ ଫୈଜଲ)ଙ୍କ ଉପରେ ମଧ୍ୟ ଭାରତୀୟ ଡିଫେନ୍ସ ବିଭାଗକୁ ନଜର ରଖିବାକୁ ହେବ। ଫୈଜଲ ଚଳିତ ଟୁର୍ନାମେଣ୍ଟରେ ଏକ ହ୍ୟାଟ୍ରିକ ଅର୍ଜନ ସହ ୫ ଗୋଲ ଦେଇ ଟପ୍‌ ସ୍କୋରର ରହିଛନ୍ତି। ୨୦୧୮ ଟୁର୍ନାମେଣ୍ଟରେ ଏହି ଭେନ୍ୟୁରେ ଭାରତ ୫-୧ ଗୋଲରେ ମାଲେସିଆକୁ ହରାଇଥିଲା। ଏବେ ସମାନ ଦଳକୁ ଭେଟିବାକୁ ଯାଉଥିବାରୁ ଭାରତ ବିଜୟୀ ହେବାନେଇ ଆଶାବାଦୀ ଅଛି। ମାଲେସିଆ ବିପକ୍ଷରେ ବଡ଼ ବିଜୟ ସମ୍ଭବ ହୋଇ ପାରିଲେ ଭାରତୀୟ ଦଳ ମାନସିକସ୍ତରରେ ଦୃଢ଼ ହେବା ସହ ପଏଣ୍ଟ ଟେବୁଲରେ ଉପରକୁ ଉଠି ପାରିବ। ମଙ୍ଗଳବାର ଅନ୍ୟ ମ୍ୟାଚ ଗୁଡ଼ିକରେ ଜାପାନ-କାନାଡ଼ା ଏବଂ ଦକ୍ଷିଣ ଆଫ୍ରିକା-କୋରିଆ ପରସ୍ପରର ସମ୍ମୁଖୀନ ହେବେ। 

All Right Reserved By

ଖେଳ |

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ସ୍ବଦେଶ ଫେରିଲେ ଓ୍ବିଲିୟମ୍‌ସନ

ଚେନ୍ନାଇ,୨୩।୪(ପିଟି)- ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଅଧିନାୟକ କେନ ଓ୍ବିଲିୟମ୍‌ସନ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ।

ଭାରତକୁ ମିଳିଲାନି ରୌପ୍ୟ ପଦକ

ଭାରତକୁ ମିଳିଲାନି ରୌପ୍ୟ ପଦକ

ଦୋହା,୨୩।୪- ଏଠାରେ ଚାଲିଥିବା ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭାରତୀୟ ଦଳ  ଏକ ରୌପ୍ୟ ପଦକରୁ ବଞ୍ଚତ୍ତ ରହିଛି। 

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ନିଜ ପିଲାଦିନର ବନ୍ଧୁଙ୍କୁ ଜୀବନସାଥୀ କରିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି। 

ଭୋଟ ଦେଲେ ପୂଜାରା

ଭୋଟ ଦେଲେ ପୂଜାରା

ରାଜକୋଟ,୨୩।୪- ଚଳିତ ବର୍ଷର ଲୋକ ସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ଏଥିରେ ଦେଶର କ୍ରୀଡ଼ାବିତମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

୨୫ ବଲରୁ ଟି୨୦ ଶତକ

୨୫ ବଲରୁ ଟି୨୦ ଶତକ

ଲଣ୍ଡନ,୨୩।୪- ଟି୨୦ କ୍ରିକେଟରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି। ସ୍କଟଲାଣ୍ଡ ବ୍ୟାଟ୍ସମ୍ୟାନ ଜର୍ଜ ମୁନ୍‌ସେ ଟି୨୦ କ୍ରିକେଟରେ ୨୫ ବଲରୁ ଶତକ ଲଗାଇଛନ୍ତି।

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ଶୂନ୍ୟରେ ଆଉଟ୍‌ ହେବାରେ ଟର୍ନରଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୪- ଆଶ୍‌ଟନ ଟର୍ନର ଏଭଳି ଏକ ରେକର୍ଡ ଅଧିକାରୀ ହୋଇଛନ୍ତି, ଯାହାକୁ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ ନିଜ ନାମରେ କରିବାକୁ ଚାହିଁବେ ନାହିଁ। 

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri