ଉପକୂଳ ଓଡିଶା

ଭାଇଚାରାକୁ ସୁଦୃଢ଼ କରୁଛି ଧର୍ମଶାଳା ମୁନସୀ ମେଲଣ

ଭାଇଚାରାକୁ ସୁଦୃଢ଼ କରୁଛି  ଧର୍ମଶାଳା ମୁନସୀ ମେଲଣ

ଧର୍ମଶାଳା,୨୫ା୩(ଡି.ଏନ୍‌.ଏ.)-  ଐତିହାସିକ ଧର୍ମଶାଳା ମୁନସୀ ମେଲଣ ସୋମବାର ଉଦ୍‌ଯାପିତ ହୋଇଯାଇଛି । ରାଧାକୃଷ୍ଣ ବିମାନକୁ ସୁସଜ୍ଜିତ ବେଶରେ ଅବିର ରଙ୍ଗରେ ହୋଲି ଖେଳାଇ ଧର୍ମଶାଳା ବାଣୀପୀଠଠାରୁ ରୋଶଣି ଯୋଗେ ବିମାନଗୁଡିକୁ ହାଟ ମେଲଣ ପଡ଼ିଆରେ ନିର୍ମିତ ହୋଇଥିବା ଚାରବେଦୀରେ ଉପବେଶନ କରାଯାଇଥିଲା। ରବିବାର  ସନ୍ଧ୍ୟାରେ ପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ଥାନପତି ଚୋରମୁହଁା ରାଧାକୃଷ୍ଣ ବିମାନଙ୍କୁ ଫୁଲ ଅବିର ଦେଇ ମେଲଣ କମିଟି ପକ୍ଷରୁ ସଭାପତି ତଥା ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ସମ୍ପାଦକ ଜଳଧର ମହାନ୍ତି ନିମନ୍ତ୍ରଣ କରିବା ପରେ ଥାନପତି ବିମାନ ଆସନରେ ବସିଥିଲେ। କେନ୍ଦ୍ରପଡା ଜିଲା ପଟ୍ଟାମୁଣ୍ଡାଇସ୍ଥିତ ସ୍ବରତୀର୍ଥ ଅନୁଷ୍ଠାନର ରବି ମିଶ୍ରଙ୍କ ନେତ୍ୱତ୍ୱରେ କଳାକାରମାନେ ଭଜନ ପରିବେଷଣ କରିଥିଲେ । ହରିପୁର, ଢୀହସାହି, ଅଭୟପୁର, ଚହଟାସ୍ବାଇଁସାହି, ବାଲିଗରି, ଅଚ୍ୟୁତପୁର, ନରସିଂହପୁର, ଚହଟା ମହାନ୍ତିସାହି, ଦକ୍ଷିଣ ଶାସନ, ତରାପୁର, ଜାରକା, ବାଟିଜଙ୍ଗା, ଶ୍ରୀବନ୍ତପୁର, କୋହ୍ଲା, ଦୈଲତପୁର, ରାଣୀବନ୍ଧୀ, ଭୁଷୁଣ୍ଡପୁର, କେଶରପଡା, ଗୋପାଳପୁର ପ୍ରଭୃତି ଅଞ୍ଚଳର  ଶତାଧିକ ବଡ଼ ଓ ଛୋଟ ବିଭାନ ଯୋଗଦେଇଥିଲେ। ଭାଇଚାରାର ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷରେ ୧୮୭୭ ମସିହାରେ ଆରମ୍ଭ ହୋଇଥିବା ମୁନ୍‌ସୀ ମେଲଣର ପ୍ରତିବର୍ଷ ସନ୍ଧ୍ୟାରେ ବନ୍ଧୁମିଳନର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ମେଲଣ କମିଟିର ପ୍ରାକ୍ତନ ସମ୍ପାଦକ ସ୍ବର୍ଗତ ବୃନ୍ଦାବନ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ବନ୍ଧୁମିଳନ ଉତ୍ସବରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ଦାସ, ବିଡିଓ ହେମନ୍ତ କୁମାର ସ୍ବାଇଁ, ତହସିଲଦାର ସରୋଜ କୁମାର ପଣ୍ଡା ,ଏସ୍‌ଡିପିଓ କେଦାର ନାଥ ସାହୁ, ପୂର୍ବତନ ଆଇ.ଆଇ.ସି ତଥା ଉପଦେଷ୍ଟା ଅମିତାଭ ମହାପାତ୍ର, ଉମାକାନ୍ତ ନାୟକ ପ୍ରମୁଖଙ୍କ ସମେତ ବହୁ ଖବରଦାତା ଓ ଧର୍ମଶାଳା ଅଞ୍ଚଳର ବିଭିନ୍ନ ସଂପ୍ରଦାୟର ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ମେଲଣରେ ଶନ୍ତିଶୃଙ୍ଖଳା ରକ୍ଷାପାଇଁ ୨ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା।  ଧର୍ମଶାଳା ବାଣୀପୀଠ ପୁରାତନ ଛାତ୍ର ସଂସଦ ପକ୍ଷରୁ ଜଳଛତ୍ର ଖୋଲା ଯାଇଥିଲା। ଧର୍ମଶାଳା ମୁନସୀ ମେଲଣ କମିଟି ସଭାପତି ଥାନା ଅଧିକାରୀ ସରୋଜ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ବିପିନ ବିହାରୀ ନାୟକ, ଜଳଧର ମହାନ୍ତି, ପ୍ରମୋଦ କୁମାର ଦାସଙ୍କ ସମେତ ସୁଦୀପ୍ତ ସ୍ବାଇଁ, ଅବଧୂତ ରାଉତ ପ୍ରମୁଖ ମେଲଣ କମିଟି ସମସ୍ତ ସଦସ୍ୟ, ଧର୍ମଶାଳା ଥାନା ପୋଲିସ ମେଲଣ ପରିଚାଳନାରେ ସହଯୋଗ କରିଥିଲେ।  ସମସ୍ତ ରାଧାକୃଷ୍ଣ ବିମାନ ହାଟପଡ଼ିଆ ସ୍ଥିତ ଚାରବେଦୀରେ ବସିବାପରେ ରୀତିନୀତି ଅନୁସାରେ ଠାକୁରମାନେ ଭୋଗ ଖାଇଥିଲେ । ପରେ ମେଲଣ କମିଟି ପକ୍ଷରୁ ଠାକୁର ଓ ଠାକୁରବାଡ଼ିଆଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

All Right Reserved By

ଉପକୂଳ ଓଡିଶା

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ: ୧୧ଟା ସୁଦ୍ଧା ଖଣ୍ଡପଡ଼ାରେ ୧୬%, ରଣପୁରରେ ୧୩%, ନୟାଗଡ଼ରେ ୧୫% ମତଦାନ

ନୟାଗଡ଼ ଅଫିସ,୨୩ା୪: ନୟାଗଡ଼ ଜିଲାର ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ୩ଟି ନିର୍ବାଚନମଣ୍ଡଳୀ ପାଇଁ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। 

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର  ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କାଳବୈଶାଖୀ: ତୋଫାନରେ ଉଡ଼ିଲା ଛପର ଅମଳ ଚିନାବାଦାମ ନଷ୍ଟ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୩ା୪(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସୋମବାର ସନ୍ଧ୍ୟା ୫ଟାରେ କାଳବୈଶାଖୀଜନିତ ବର୍ଷା, ତୋଫାନ ଜନ ସାଧାରଣଙ୍କୁ ଆତଙ୍କିତ କରିଛି ।

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ମିଳିଲାନି ହେଲିପ୍ୟାଡ୍‌, ଫେରିଗଲେ ଧର୍ମେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୨୩।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭାଜପା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର ପାଇଁ ରୋଡ୍‌ ଶୋ କରିବାର କାର୍ଯ୍ୟକ୍ରମ ଥିଲା। 

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। 

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ପାଟକୁରା ବିଧାନସଭା ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସିଇଓ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ପାଟକୁରା  ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୋମବାର ପ୍ରତିକ୍ରିୟା ରଖିଛନ୍ତି।

  କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। 

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ନିରାକାରପୁର,୨୧ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ମନ୍ଦାକିନୀ ନଦୀ ଗାର୍ଡଓ୍ବାଲ୍‌ରେ ଏକ ଟ୍ରକ୍‌ ପିଟିହୋଇ ରବିବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri