ରାଜ୍ୟ | ବାଲେଶ୍ୱର

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। ୭ଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ହଟିଥିଲେ। 

ସୂଚନାନୁଯାୟୀ, ଏହି ବ୍ଲକ ଅଧୀନ ଜୟରାମପୁର ୮ନମ୍ବର ୱାର୍ଡ଼ କେନ୍ଦୁବାଶୂଳୀ ଠାକୁରାଣୀଠାରେ ଏକ ବିଶ୍ରାମଗାର ସରକାରୀ ଅନୁଦାନରେ ନିର୍ମାଣ କରାଯାଇଥିଲା। ଉକ୍ତ ବିଶ୍ରାମଗାରକୁ ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲ କରିବା ସହିତ ସରକାରୀ ଗୃହ ସଂଲଗ୍ନ ଏକ ନଡ଼ାଛପର ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହି ସ୍ଥାନରେ ଗ୍ରାମର ମା’ ବାଶୂଳୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଗ୍ରାମବାସୀ ସ୍ଥାନ ନିରୂପଣ କରିଥିବାରୁ ବାଦବିବାଦ ଲାଗି ରହିଛି। ପୂର୍ବରୁ ଏଥିନିମନ୍ତେ ଭୋଗରାଇ ତହସିଲରେ ସରକାରୀ ଜାଗାରେ ଜବରଦଖଲ ନେଇ ଅଭିଯୋଗ ହୋଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ କୁହୁଳିବାରେ ଲାଗିଛି। ପୁଞ୍ଜିଭୂତ ଅସନ୍ତୋଷ ସହିତ କେନ୍ଦୁବାଶୂଳୀ, ଜଗାବଳିଆ, ଦେବପୂଜନ, ଦଳୀତ ନାରୀସଂଘ, ବାବା ଚନ୍ଦନେଶ୍ୱର, ମା’ ତାରିଣୀ, ନାରୀ ଜାଗରଣ ମଞ୍ଚ ପ୍ରମୁଖ ବହୁ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦକ ବାସନ୍ତୀ ମଣ୍ଡଳ, ସୀତାରାମ ସାହୁ, ସୁଭଦ୍ରା ମଣ୍ଡଳ, ଆରତୀ ମଣ୍ଡଳ, ଗୀତାରାଣୀ କର, ରୀନାରାଣୀ ପାଣିଗ୍ରାହୀ, ୱାର୍ଡ଼ମେମ୍ବର ରବୀନ୍ଦ୍ର ସାହୁ, ଶ୍ରୀପତି ସାହୁ, ଶ୍ରୀପତି ମଣ୍ଡଳ, ସୁଶାନ୍ତ ସାମଲ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ୧୦କି.ମି. ଦୂର ଭୋଗରାଇ ତହସିଲକୁ ଆସି ପ୍ରତୀକ ଧାରଣା ଦେଇଥିଲେ। ଏହି ଘଟଣାକୁ ନେଇ ଭୋଗରାଇ ଥାନାରେ ପରସ୍ପର ବିରୋଧୀ ଏତଲା ଦିଆଯାଇଛି ବୋଲି ଭୋଗରାଇ ପୋଲିସ ସୂଚନା ଦେଇଛନ୍ତି। 

All Right Reserved By

ରାଜ୍ୟ | ବାଲେଶ୍ୱର

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର, ୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri